title
stringlengths 1
89
| url
stringlengths 31
119
| text
stringlengths 0
105k
|
---|---|---|
ଭିବେଗ୍ରନ | https://or.wikipedia.org/wiki/ଭିବେଗ୍ରନ | ଭିବେଗ୍ରନ (ଇଂରାଜୀ ଭାଷାରେ Vibegron), ଜେମେଟା ତାହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଅନିଚ୍ଛାକୃତ ମୂତ୍ରତ୍ୟାଗ, ଜରୁରୀତା ଏବଂ ପୁନଃପୌନିକ ମୂତ୍ର ତ୍ୟାଗ ଲକ୍ଷଣରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୂତ୍ରନଳୀ ସଂକ୍ରମଣ, ତରଳ ଝାଡ଼ା, ଅଇ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ (urinary retention) ହୋଇପାରେ । ଗୁରୁତର ବୃକ୍କ କିମ୍ବା ଯକୃତ ସମସ୍ୟା ଥିବା ଲୋକଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ନିର୍ବାଚିତ (ସିଲେକ୍ଟିଭ୍) ବିଟା<sub id="mwKA">୩</sub> ଆଡ୍ରେନର୍ଜିକ୍ ରିସେପ୍ଟର ଆଗୋନିଷ୍ଟ ।
୨୦୧୮ ମସିହାରେ ଜାପାନରେ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭିବେଗ୍ରନ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୪୬୦ ଡଲାର ଖର୍ଚ୍ଚ ହୋଇଥାଏ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Vibegron | https://or.wikipedia.org/wiki/Vibegron | ଲେଉଟାଣିଭିବେଗ୍ରନ |
ସେଲୁମେଟିନିବ | https://or.wikipedia.org/wiki/ସେଲୁମେଟିନିବ | ସେଲୁମେଟିନିବ (ଇଂରାଜୀ ଭାଷାରେ Selumetinib ), କୋସେଲୁଗୋ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନ୍ୟୁରୋଫାଇବ୍ରୋମାଟୋସିସ ପ୍ରକାର ୧ (NF-1) ରେ ଥିବା ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ୧ ବର୍ଷରୁ ଅଧିକ ବୟସରେ ବ୍ୟବହୃତ ହୋଇପାରେ । ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଥକାପଣ, ମାଂସପେଶୀ ଯନ୍ତ୍ରଣା, ରାସ, ଜ୍ୱର ଏବଂ ଗଲୁ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡର ପ୍ରଦାହ ବା ମାୟୋକାର୍ଡ଼ାଇଟିସ, ଆଖି ସମସ୍ୟା, ମାଂସପେଶୀ ଭାଙ୍ଗିବା ବା ରାବଡୋମାୟୋଲାଇସିସ ଏବଂ ରକ୍ତସ୍ରାବ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ଏହା ମାଇଟୋଜେନ-ଆକ୍ଟିଭେଟେଡ୍ ପ୍ରୋଟିନ କାଇନେଜ ୧ ଓ ୨କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେଲୁମେଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଥରକୁ ୨୫ମିଗ୍ରା ମାତ୍ରାରେ ଦିନକୁ ଦୁଇ ଥର ଦେଲେ ଏକ ବର୍ଷର ଚିକିତ୍ସା ନିମନ୍ତେ ୨୦୨୧ ସୁଦ୍ଧା ପ୍ରାୟ ୧୫୦,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Selumetinib | https://or.wikipedia.org/wiki/Selumetinib | ଲେଉଟାଣିସେଲୁମେଟିନିବ |
ମାଇଟୋକ୍ସାଣ୍ଟ୍ରୋନ | https://or.wikipedia.org/wiki/ମାଇଟୋକ୍ସାଣ୍ଟ୍ରୋନ | ମାଇଟୋକ୍ସାଣ୍ଟ୍ରୋନ, ମାଇଟୋଜାଣ୍ଟ୍ରୋନ୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା କର୍କଟ ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । କର୍କଟ ରୋଗର ବିଭିନ୍ନ ପ୍ରକାରଗୁଡିକ ମଧ୍ୟରେ ତୀବ୍ର ମାୟେଲଏଡ ଲିଉକେମିଆ, ପ୍ରୋଷ୍ଟେଟ କର୍କଟ, ସ୍ତନ କର୍କଟ ଏବଂ ଅଣ-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସାରେ ଏହା ଦିଆଯାଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, କେଶହାନୀ, ସଂକ୍ରମଣ, ଜ୍ୱର, ଫୁଲା ଏବଂ ଅଣନିଶ୍ୱାସ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ନ୍ୟୁରୋପାଥି, ଅସ୍ଥି ମଜ୍ଜା ଦମନ ଏବଂ ହୃଦଘାତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆନ୍ଥ୍ରାସେନେଡିଓନ ଆଣ୍ଟିନିଓପ୍ଲାଷ୍ଟିକ୍ କର୍ମ ନିର୍ବାହକ ବା ଏଜେଣ୍ଟ ।
୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାଇଟୋକ୍ସାଣ୍ଟ୍ରୋନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ପ୍ରତି ୨୦ ମିଗ୍ରା ଭାଏଲ ପାଇଁ ପ୍ରାୟ ୫୧ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Mitoxantrone | https://or.wikipedia.org/wiki/Mitoxantrone | redirect ମାଇଟୋକ୍ସାଣ୍ଟ୍ରୋନ |
ପ୍ରୀତି ଅମିନ | https://or.wikipedia.org/wiki/ପ୍ରୀତି_ଅମିନ | ପ୍ରୀତି ଅମିନ ପେରେଇରା (ଜନ୍ମ: ୨୯ ଡିସେମ୍ବର ୧୯୬୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଧାରାବାହିକ ଝୁମେ ଜିୟା ରେ ଜିଆ ସଭରୱାଲ, ଦିଲ୍ ମିଲ୍ ଗୟେରେ ଡକ୍ଟର ଜିଆ ମୋଦି, ଲାପତାଗଞ୍ଜରେ ସୁରିଲି, ୟେ ରିସ୍ତା କ୍ୟା କେହଲତା ହୈରେ ଅକ୍ଷରା ଗୋଏଙ୍କା ଶର୍ମା ଏବଂ ଚକ୍ରବକମରେ ଶ୍ରାବନ୍ତୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
ପ୍ରୀତି ଅମିନ ୧୯୬୭ ମସିହାର ଡିସେମ୍ବର ୨୯ ତାରିଖରେ ହାଇଦ୍ରାବାଦ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ହାଇଦ୍ରାବାଦର ସେଣ୍ଟ ଆଣ୍ଡ୍ର୍ୟୁଜ୍ ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ତେଲେଙ୍ଗାନାର ସିକନ୍ଦରାବାଦର କସ୍ତୁରବା ଗାନ୍ଧୀ କଲେଜ ଫର ଓମେନ୍ ଏବଂ ହାଇଦ୍ରାବାଦର ସେଣ୍ଟ ଫ୍ରାନ୍ସିସ୍ କଲେଜ ଫର୍ ଓମେନରେ ସ୍ନାତକ ହାସଲ କରିଥିଲେ । ଦୂରଦର୍ଶନରେ ଅଭିନୟ କରିବା ପୂର୍ବରୁ, ଅମିନ ମୁକ୍ତ ଶୈଳୀ ନୃତ୍ୟ ଶିକ୍ଷା ନେଇଥିଲେ ଏବଂ ଥିଏଟର ଅଭିନୟ କରିବା ସହିତ ବିଜ୍ଞାପନରେ ଜଣେ ମଡେଲ ଭାବରେ କାମ କରିଥିଲେ ।
ପେଷା
ଅମିନ ତେଲୁଗୁ କାର୍ଯ୍ୟକ୍ରମ ଚକ୍ରବକମ, ଅଲୌକିକ ଏବଂ ନାନ୍ନାରେ ଅଭିନୟ କରିଥିଲେ । ସେ ୨୦୦୪ ମସିହାରେ ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ୍ କି ଖୋଜ୍ରେ ଅଂଶଗ୍ରହଣ କରିଥିଲେ ।
୨୦୦୭ରୁ ୨୦୦୮ ମସିହା ଯାଏଁ ଅମିନ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଝୁମେ ଜିୟା ରେରେ ଜିଆ ସବରୱାଲ ଭୂମିକାରେ ଅଭିନୟ କରିଥିଲେ । ଦିଲ୍ ମିଲ୍ ଗୟେ, ଭାସ୍କର ଭାରତୀ, ସିଆଇଡି, ଆହଟ, ମିସେସ୍ କୌଶିକ୍ କି ପାଞ୍ଚ ବହୁଏଁ ଏବଂ ଦିଲ୍ କି ନଜର ସେ ଖୁବ୍ସୁରତ୍ ପରି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।
୨୦୦୯ ମସିହାରୁ ୨୦୧୨ ଯାଏଁ ସେ ଲାପତାଗଞ୍ଜ ଧାରାବାହିକରେ ସୁରିଲି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ କମେଡ଼ି ସର୍କସ୍ କେ ତାନସେନରେ ଅଂଶଗ୍ରହଣ କରିଥିଲେ । ଜୀ ଟିଭି ରାଜସ୍ଥାନର କାର୍ଯ୍ୟକ୍ରମ ନାଚ୍ ଲେ ବିନ୍ଦାନୀରେ ସେ ବିଚାରକ ଭାବରେ କାମ କରିଥିଲେ ।
ଆଠ ବର୍ଷର ବିରତି ପରେ, ସେ ଦୁର୍ଗା ଔର ଚାରୁ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ସେ କଥା ଅନକହୀରେ ଅଭିନୟ କରିଥିଲେ । ୨୦୨୩ ମସିହାରେ, ସେ ୟେ ରିସ୍ତା କ୍ୟା କେହଲତା ହୈରେ ଓକିଲ ଅକ୍ଷରା ଶର୍ମା ଭୂମିକାରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
ପ୍ରୀତି ଅମିନ ୨୦୧୪ ମସିହାରେ, ଆମେରିକାରେ କାର୍ଯ୍ୟରତ ମାନସିକ ରୋଗ ବିଶେଷଜ୍ଞ ଲିଓନେଲ୍ ପେରେରାଙ୍କୁ ବିବାହ କରିଥିଲେ । ଏବେ ସେ ମୁମ୍ବାଇରେ ରହୁଛନ୍ତି ।
ଆଧାର
ବାହାର ଲିଙ୍କ୍
ଶ୍ରେଣୀ:୧୯୬୭ ଜନ୍ମ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ତେଲୁଗୁ ଦୂରଦର୍ଶନ ଅଭିନେତ୍ରୀ |
Preeti Amin | https://or.wikipedia.org/wiki/Preeti_Amin | ଲେଉଟାଣି ପ୍ରୀତି ଅମିନ |
ବଙ୍ଗାଳୀ ନନ୍ଦ | https://or.wikipedia.org/wiki/ବଙ୍ଗାଳୀ_ନନ୍ଦ | ବଙ୍ଗାଳୀ ନନ୍ଦ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅନୁବାଦକ । ସେ ୨୦୨୩ ମସିହା ନିମନ୍ତେ ତେଲୁଗୁ ଲେଖକ ନେଲ୍ଲୁରୀ କେଶବସ୍ୱାମୀଙ୍କ ପୁସ୍ତକ ନେଲ୍ଲୁରୀ କେଶବସ୍ୱାମୀ ଉତ୍ତମା କଥୁଲୁ () ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଅନୁବାଦ ପୁରସ୍କାର ଲାଭକରିଥିଲେ ।
ଜୀବନୀ
ଶ୍ରୀ ନନ୍ଦଙ୍କର ପୈତୃକ ଘର ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅନ୍ତର୍ଗତ ଚାଲକମ୍ବା ଗାଁରେ । ସେ ଜଣେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୧୫ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ।
ରଚନାବଳୀ
ବଙ୍ଗାଳୀ ନନ୍ଦଙ୍କର ଏବେ ପର୍ଯ୍ୟନ୍ତ ୧୧ ଅନୁବାଦ, ୨ଟି ମୌଳିକ କବିତା ଓ ଗୋଟିଏ ତେଲୁଗୁ ଗୀତି କବିତା ସଙ୍କଳନ ପ୍ରକାଶ ପାଇସାରିଛି ।
ଅନୁବାଦ
ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ - ୨୦୧୯ (ନ୍ୟାସନାଲ ବୁକ୍ ଟ୍ରଷ୍ଟ)
ଏକୋଇଶଟି ଅନୁବାଦ ଗଳ୍ପ
କଥା କୋଡ଼ିଏ
ସମୟକୁ ଶୋଇବାକୁ ଦେବିନି (ଏନ. ଗୋପୀଙ୍କ ମୁଳ ତେଲୁଗୁ ପୁସ୍ତକର ଅନୁବାଦ)
ମୋହନ ! ହେ ମୋହନ! ଓ ଅନ୍ୟାନ୍ୟ କବିତା (କେ. ଶିବାରେଡ୍ଡୀଙ୍କ ମୂଳ ତେଲୁଗୁ ପୁସ୍ତକର ଅନୁବାଦ)
ନିଶୀଥର ସୂର୍ଯ୍ୟ
ଅନ୍ୟ ବଗିଚାର ଫୁଲ
କୁଆ ଓ ଅନ୍ୟାନ୍ୟ ଗଳ୍ପ
ସଲିମଙ୍କ ନିର୍ବାଚିତ ଗଳ୍ପ
କବିତାବଳୀ
ସ୍ମୃତିଶତକ
କବିତାର ବୟସ ନଥାଏ
ସମ୍ମାନ ଓ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୨୩ (ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପକୁ ତେଲୁଗୁରୁ ଓଡ଼ିଆକୁ ଅନୁବାଦ)
ଆଧାର
ବାହାର ଲିଙ୍କ୍
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ଓଡ଼ିଆ ଲୋକ
ଶ୍ରେଣୀ:ଓଡ଼ିଆ ଅନୁବାଦକ
ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ
ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ |
Bangali Nanda | https://or.wikipedia.org/wiki/Bangali_Nanda | ଲେଉଟାଣି ବଙ୍ଗାଳୀ ନନ୍ଦ |
ସେଲିନେକ୍ସର | https://or.wikipedia.org/wiki/ସେଲିନେକ୍ସର | ସେଲିନେକ୍ସର (ଇଂରାଜୀ ଭାଷାରେ Selinexor) ଅନ୍ୟମାନଙ୍କ ମଧ୍ୟରେ ଏକ୍ସପୋଭିଓ (Xpovio) ଏକ ବେପାର ନାମ, ହେଉଛି ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଅତିକମରେ ୪ ପ୍ରକାର ଚିକିତ୍ସା ଫଳପ୍ରଦ ହୋଇ ନ ଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ । ଏହାକୁ ଡେକ୍ସାମେଥାଜୋନ ସହିତ ପାଟିରେ ଦିଆଯାଏ । Text was copied from this source which is © European Medicines Agency. Reproduction is authorized provided the source is acknowledged.
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଓଜନ ହ୍ରାସ, ତରଳ ଝାଡ଼ା, ଥକ୍କା, କମ୍ ରକ୍ତ ପ୍ଲାଟେଲେଟ ବା ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଲାଲ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ ଅଳ୍ପ ସୋଡ଼ିଅମ ରକ୍ତତା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସିଙ୍କୋପ୍ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | ଏହା ପରମାଣୁ ରପ୍ତାନୀର ପ୍ରତିବନ୍ଧକ ଏବଂ ଏକ୍ସପୋର୍ଟିନ୧କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେଲିନକ୍ସର ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହା ଚିକିତ୍ସାରେ ପ୍ରତି ୪ ସପ୍ତାହରେ ପ୍ରାୟ ୨୪,୦୦୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ୨୦୨୧ ସୁଦ୍ଧା ଉପଲବ୍ଧ ହୋଇ ନଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Selinexor | https://or.wikipedia.org/wiki/Selinexor | ଲେଉଟାଣିସେଲିନେକ୍ସର |
ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ | https://or.wikipedia.org/wiki/ସୋଡ଼ିଅମ_ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ | ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ, ଯାହାକି ସୋଡ଼ିଅମ ଫିନାଇଲବୁଟିରେଟ/ ଟଉରୁରସୋଡ଼ିଡିଓଲ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ଆଲବ୍ରିଓଜା ନାମରେ ବିକ୍ରି ହୁଏ, ଏହା ଏକ ଔଷଧ ଯାହା ଆମାୟୋଟ୍ରୋଫିକ ଲାଟେରାଲ୍ ସ୍କ୍ଲେରୋସିସ୍ (ALS) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । ଏଥିରେ ସୋଡିଅମ୍ ଅଧିକ ଥାଏ ଏବଂ ଯେଉଁମାନେ ସମ୍ବେଦନଶୀଳ ସେମାନଙ୍କୁ ଏହା ଦେବା ବେଳେ ଧ୍ୟାନ ରଖିବା ଉଚିତ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ମାଇଟୋକଣ୍ଡ୍ରିଆ ଏବଂ ଏଣ୍ଡୋପ୍ଲାଜମିକ ରେଟିକୁଲମର ପଥ ପରିବର୍ତ୍ତନ କରିଦେବା ଫଳରେ କୋଷ ମୃତ୍ୟୁରେ ପରିଣତ ହୁଏ ବୋଲି ବିଶ୍ୱାସ କରାଯାଏ ।
ଏହି ମିଶ୍ରଣକୁ ୨୦୨୨ ମସିହାରେ କାନାଡ଼ା ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । ୨୦୨୨ ସୁଦ୍ଧା ୟୁରୋପରେ ଅନୁମୋଦନ ପାଇଁ ନିର୍ମାତା ଆବେଦନ କରିଛନ୍ତି । କାନାଡାରେ ଏହା ନିମନ୍ତେ ପ୍ରତି ବ୍ୟକ୍ତି ପିଛା ବାର୍ଷିକ ୨୨୦,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ବର୍ଷକୁ ପ୍ରାୟ ୧୫୮,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Sodium phenylbutyrate/ursodoxicoltaurineVibegron | https://or.wikipedia.org/wiki/Sodium_phenylbutyrate/ursodoxicoltaurineVibegron | ଲେଉଟାଣିସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ |
Sodium phenylbutyrate/ursodoxicoltaurine | https://or.wikipedia.org/wiki/Sodium_phenylbutyrate/ursodoxicoltaurine | redirect ସୋଡ଼ିଅମ ଫିନାଇଲବୁଟିରେଟ/ୟୁର୍ସୋଡକ୍ସିକୋଲଟାଉରିନ |
ଲାପାଟିନିବ | https://or.wikipedia.org/wiki/ଲାପାଟିନିବ | Mr. Ibrahem/Lapatinib275x275_ପିକସେଲClinical dataTrade namesTykerb, Tyverb, othersOther namesLapatinib ditosylateAHFS/Drugs.comMonographMedlinePlusa607055License data EU EMA: by INN
US DailyMed: Lapatinib
US FDA: LapatinibPregnancy<br><br>category AU: CRoutes of<br><br>administrationBy mouth (tablets)Legal statusLegal status AU: S4 (Prescription only)
CA: ℞-only
UK: POM (Prescription only)
US: ℞-only
In general: ℞ (Prescription only)Pharmacokinetic dataBioavailabilityVariable, increased with foodProtein binding>99%MetabolismLiver, mostly CYP3A-mediated (minor 2C19 and 2C8 involvement)Elimination <span class="nowrap">half-life</span>24 hours (repeated dosing), 14.2 hours (single dose)ExcretionMostly FecesIdentifiersIUPAC name
N-[3-Chloro-4-[(3-fluorophenyl)methoxy]phenyl]-6-[5-[(2-methylsulfonylethylamino)methyl]-2-furyl]quinazolin-4-amineChemical and physical dataFormulaC29H26ClFN4O4SMolar mass581.06 g·mol−13D model (JSmol) Interactive imageSMILES
CS(=O)(=O)CCNCc1ccc(o1)c2ccc3c(c2)c(ncn3)Nc4ccc(c(c4)Cl)OCc5cccc(c5)FInChI
InChI=1S/C29H26ClFN4O4S/c1-40(36,37)12-11-32-16-23-7-10-27(39-23)20-5-8-26-24(14-20)29(34-18-33-26)35-22-6-9-28(25(30)15-22)38-17-19-3-2-4-21(31)13-19/h2-10,13-15,18,32H,11-12,16-17H2,1H3,(H,33,34,35) ଲିଙ୍କ=|alt=check|7x7_ପିକସେଲY
Key:BCFGMOOMADDAQU-UHFFFAOYSA-N ଲିଙ୍କ=|alt=check|7x7_ପିକସେଲY ଲିଙ୍କ=|alt=☒|8x8_ପିକସେଲNଲିଙ୍କ=|alt=check|7x7_ପିକସେଲY (what is this?) (verify)
ଲାପାଟିନିବ (ଇଂରାଜୀ ଭାଷାରେ Lapatinib), ଟାଇକର୍ବ ଏବଂ ଟାଇଭର୍ବ ବିକ୍ରୟ ନାମ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ଏଚଇଆର୨ (HER2) ଯୁକ୍ତାତ୍ମକ ସ୍ତନ କର୍କଟ ପାଇଁ ଲେଟ୍ରୋଜୋଲ, ଟ୍ରାଷ୍ଟୁଜୁମାବ, କିମ୍ବା କ୍ୟାପେସାଇଟାବିନ ସହିତ ଦିଆଯାଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ରାସ, ଥକାପଣ, ଯକୃତ ସମସ୍ୟା, ଗଲୁ, ଅଇ ଏବଂ କେଶହାନୀ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ବା ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ନିମୋନାଇଟିସ୍, ନିମ୍ନ ରକ୍ତ ପ୍ଲାଟେଲେଟ, ସ୍ୱଳ୍ପ ଲାଲ ରକ୍ତ କଣିକା କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କରିପାରେ । ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏଚଇଆର୨/ନେଉ (HER2) ଏବଂ ଏପିଡର୍ମାଲ ଗ୍ରୋଥ ରିସେପ୍ଟରକୁ (epidermal growth factor receptor (EGFR)) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାପାଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୧୦୦୦ ମିଗ୍ରା ଔଷଧ ୪ ସପ୍ତାହ ଦେଲେ ୨୦୨୧ ସୁଦ୍ଧା ତାହାର ମୂଲ୍ୟ ପ୍ରାୟ ୯୭୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୩୦୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Lapatinib | https://or.wikipedia.org/wiki/Lapatinib | ଲେଉଟାଣିଲାପାଟିନିବ |
ସବିତା ଆନନ୍ଦ | https://or.wikipedia.org/wiki/ସବିତା_ଆନନ୍ଦ | ସବିତା ଆନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ ଓ ମାଲାୟାଲମ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ୧୯୮୦ ଦଶକର ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଜଣେ ଥିଲେ । ସେ ୧୯୬୦ ଓ ୧୯୭୦ ଦଶକରେ ଜଣାଶୁଣା ମାଲାୟାଲମ ଭାଷାର ଅଭିନେତା ଜେ. ଏ. ଆର୍. ଆନନ୍ଦଙ୍କ ଝିଅ ।
ଅଭିନୟ ଜୀବନ
ସେ ୧୯୮୭ ମସିହାରେ ମାଲାୟାଲାମ କଥାଚିତ୍ର ଉପ୍ପୁ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମାମୋଟି, ମୋହନଲାଲ, ରଥୀଶଙ୍କ ଭଳି ଜଣାଶୁଣା କଳାକାରଙ୍କ ସହିତ କାମ କରିଛନ୍ତି । ୧୦୦ରୁ ଅଧିକ ମାଲାୟାଲମ୍ ଭାଷାର କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ମୁଖ୍ୟ ନାୟିକ ପରେ, ସେ ଚରିତ୍ର ଅଭିନେତ୍ରୀ ଭାବରେ ଉଭୟ ମାଲାୟାଲମ ଓ ତାମିଲ କଥାଚିତ୍ରରେ କାମ କରୁଛନ୍ତି ।କଥାଚିତ୍ର ବ୍ୟତୀତ ସେ ଧାରାବାହିକରେ ମଧ୍ୟ କାମ କରୁଛନ୍ତି । ୨୦୦୮ ମସିହାରେ ସେ ତେଲୁଗୁ କଥାଚିତ୍ର ଲକ୍ଷ୍ମୀ ପୁତ୍ରୁଡ଼ୁରେ ଅଭିନୟ କରିଥିଲେ ।
ଆଧାର
http://www.malayalamcinema.com/star-details.php?member_id=451
ବାହାର ଲିଙ୍କ୍
ଏମ୍. ଏସ୍. ଆଇ.ରେ ସବିତା ଆନନ୍ଦ
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ |
Sabitha Anand | https://or.wikipedia.org/wiki/Sabitha_Anand | ଲେଉଟାଣି ସବିତା ଆନନ୍ଦ |
ଅପର୍ଣ୍ଣା ଦେବୀ | https://or.wikipedia.org/wiki/ଅପର୍ଣ୍ଣା_ଦେବୀ | କବିତାକଳ୍ପଲତା ଅପର୍ଣ୍ଣା ଦେବୀ (୨୮ ଜାନୁଆରୀ ୧୮୯୯–୨୩ ଜାନୁଆରୀ ୧୯୬୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଥିଲେ । ତାଙ୍କର ରଚନା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନା ଓ ବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
ଅପର୍ଣ୍ଣା ଦେବୀ ତତ୍କାଳୀନ ପୁରୀ ଜିଲ୍ଲାର ବୀରବଳଭଦ୍ରପୁର ଗ୍ରାମରେ ୧୮୯୯ ମସିହା ଜାନୁଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବୈଦ୍ୟନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ଦୁର୍ଗା ଦେବୀ । ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସେତେବେଳର ବ୍ରାହ୍ମଣ ସମାଜରେ ନାରୀମାନଙ୍କ ଉପରେ ସାମାଜିକ କଟକଣା ହେତୁ ସେ ଉଚ୍ଚଶିକ୍ଷା କରିପାରିନଥିଲେ । ସେ ଛଅ ବର୍ଷ ବୟସରେ ହରେକୃଷ୍ଣପୁର ଶାସନରେ ଜଣେ ସ୍କୁଲ ଶିକ୍ଷକଙ୍କୁ ବିବାହ କରି ପୁରୀରେ ରହୁଥିଲେ । ତାଙ୍କ ପୁଅଙ୍କ ନାମ ଜଗନ୍ନାଥ ମିଶ୍ର ଓ ଅନ୍ତିମ ଜୀବନରେ ସେ ପୁଅଙ୍କ ପାଖରେ ରହୁଥିଲେ ।
ସାହିତ୍ୟ ରଚନା
ସେ ମୁଖ୍ୟତଃ କାବ୍ୟ ରଚନା କରିଥିଲେ । ତାଙ୍କ ରଚିତ ପ୍ରଥମ ପୌରାଣିକ କାବ୍ୟ ଇନ୍ଦୁମତୀ । ତାଙ୍କର ବିଭିନ୍ନ ଶ୍ରେଣୀର କାବ୍ୟକବିତା ମଧ୍ୟରେ ଚିନ୍ତା, କାଳ୍ପନିକ କାବ୍ୟ ଆର୍ଯ୍ୟଲଳନା ଓ ବନମାଳତୀ, ପ୍ରକୃତି ସମ୍ପର୍କିତ ରଚନା ବାରମାସୀ, ପୌରାଣିକ କାବ୍ୟ ସାବିତ୍ରୀ ଚରିତ ଏବଂ ଦେବୀରାଣୀ, ଏକଶହ ଖଣ୍ଡକାବ୍ୟ ସଂକଳନ ଶତଦଳ, ଶିଶୁକିଶୋର ସାହିତ୍ୟ ଦଶକୁମାର ଚରିତ ଓ ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ ସଂଯୁକ୍ତା, ଖଣ୍ଡକାବ୍ୟ ବୀରମତୀ ଏବଂ ଚାରିଭାଗରେ ବିଭକ୍ତ କବିତାବଳୀ ଆଦି ଅନ୍ୟତମ । ସେ ବିଶେଷତଃ ଉପେନ୍ଦ୍ର ଭଞ୍ଜଙ୍କ ଓ ରାଧାନାଥ ରାୟଙ୍କ ରଚନାରୁ ପ୍ରଭାବିତ ହୋଇଥିଲେ । ତାଙ୍କ ରଚିତ ବନମାଳତୀ କାବ୍ୟର ପ୍ରଥମ ସଂସ୍କରଣ ଝରିଆ ରାଜ୍ୟର ଯୁବରାଣୀ ପ୍ରକାଶ କରିଥିଲେ ।
ସମ୍ମାନ ଓ ପୁରସ୍କାର
ତାଙ୍କର ପ୍ରଥମ ରଚନା ଓ ଏକ ପୌରାଣିକ କାବ୍ୟ ଇନ୍ଦୁମତୀ ନିମନ୍ତେ ସେ କେନ୍ଦୁଝର ରାଜଦରବାରରେ କବିତାକଳ୍ପଲତା ଉପାଧିରେ ଭୂଷିତ ହୋଇଥିଲେ । ସମ୍ମାନସ୍ୱରୂପ ତାଙ୍କୁ ପୁରୀ ପଥୁରିଆ ସାହିରେ ଏକ ବାସସ୍ଥାନ ମିଳିଥିଲା ।
ରଚନାବଳୀ
ଇନ୍ଦୁମତୀ
ଚିନ୍ତା
ଆର୍ଯ୍ୟଲଳନା (କାଳ୍ପନିକ କାବ୍ୟ)
ବନମାଳତୀ
ବାରମାସୀ ( ପ୍ରକୃତି ସମ୍ପର୍କିତ ରଚନା)
ସାବିତ୍ରୀ ଚରିତ (ପୌରାଣିକ କାବ୍ୟ)
ଦେବୀରାଣୀ (ପୌରାଣିକ କାବ୍ୟ)
'ଶତଦଳ (ଖଣ୍ଡକାବ୍ୟ ସଂକଳନ)
ଦଶକୁମାର ଚରିତ (ଶିଶୁକିଶୋର ସାହିତ୍ୟ)
ସଂଯୁକ୍ତା (ଅପ୍ରକାଶିତ ରଚନା ତଥା ଅମିତ୍ରାକ୍ଷରୀ କାବ୍ୟ)
ବୀରମତୀ (ଖଣ୍ଡକାବ୍ୟ)
କବିତାବଳୀ କବିତାଞ୍ଜଳି'' (୧୯୪୬)
ଆଧାର
ଶ୍ରେଣୀ:୧୮୯୯ ଜନ୍ମ
ଶ୍ରେଣୀ:୧୯୬୩ ମୃତ୍ୟୁ
ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ
ଶ୍ରେଣୀ:ଓଡ଼ିଆ କବି |
Aparna Debi | https://or.wikipedia.org/wiki/Aparna_Debi | ଲେଉଟାଣି ଅପର୍ଣ୍ଣା ଦେବୀ |
ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ | https://or.wikipedia.org/wiki/ଟ୍ରାଇକ୍ୱେଟ୍ରାଲ_ଅସ୍ଥିଭଗ୍ନ | ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ, କଚଟିରେ ଥିବା ଟ୍ରାଇକ୍ୱେଟ୍ରାଲ ହାଡ଼ ଭାଙ୍ଗିଗଲେ ଏହି ନାମ ଦିଆଯାଏ । ଏହା ଭାଙ୍ଗିଗଲେ କଚଟିରେ ଫୁଲା ଓ ଯନ୍ତ୍ରଣା ହୁଏ । ହାତଗୋଡକୁ ଆଗକୁ କିମ୍ବା ପଛକୁ ବଙ୍କା କଲେ ଅଧିକ ଯନ୍ତ୍ରଣା ହୁଏ । ଏହା ସହିତ ପେରିଲୁନେଟ ଡିସଲୋକେସନ ହୋଇପାରେ । ଏହାର ଜଟିଳତାରେ କଚଟି କଠିନ କିମ୍ବା ଅସ୍ଥିର ହୋଇପାରେ ।
ଏହା ସାଧାରଣତଃ ହାତ ଉପରେ ପଡ଼ିବା କିମ୍ବା ସଂଲଗ୍ନ ଲିଗାମେଣ୍ଟ ଟାଣି ହେଲେ ଏହିପରି ଘଟିଥାଏ । ଅନ୍ୟ କାରଣ ମଧ୍ୟରେ ସିଧାସଳଖ କଚଟି ଉପରେ ଆଘାତ ହେଲେ ଏହା ହୋଇପାରେ । ରୋଗ ନିର୍ଣ୍ଣୟ ସାଧାରଣତଃଏକ୍ସ-ରେ ଉପରେ ଆଧାରିତ, ଯଦିଓ ସିଟି ସ୍କାନିଂ ମଧ୍ୟ ଉପଯୋଗୀ ହୋଇପାରେ । ପ୍ରକାରଗୁଡିକ ମଧ୍ୟରେ ଡର୍ସାଲ କର୍ଟିକାଲ (ଅଧିକାଂଶ ସାଧାରଣ), ଅସ୍ଥି ଶରୀର ଏବଂ ପାମାର ହୋଇପାରେ ।
ଏହାର ଚିକିତ୍ସାରେ ସାଧାରଣତଃ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ପ୍ଲାସ୍ଟର କାଷ୍ଟିଂ ଦିଆଯାଏ । ଯଦି ହାଡ଼ଗୁଡ଼ିକ ଦୁଇରୁ ଅଧିକ ଖଣ୍ଡରେ ପରିଣତ ହୋଇଥାଏ ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ । ସାଧାରଣତଃ ଡର୍ସାଲ କର୍ଟିକାଲ୍ ଭଙ୍ଗା ଥିଲେ ଫଳାଫଳ ଭଲ ହୁଏ କିନ୍ତୁ ପାମାର କର୍ଟିକାଲ୍ ଭଙ୍ଗା ଥିଲେ ଫଳାଫଳ ମିଶ୍ରିତ ହୋଇପାରେ ।
କଚଟିର ଭଙ୍ଗା ମଧ୍ୟରେ ଟ୍ରାଇକ୍ୱେଟ୍ରାଲ ଭଙ୍ଗା ୧୫% ହୋଇଥାଏ ଏବଂ ସ୍କାଫଏଡ ବା ଲୁନେଟ ଭଙ୍ଗା ପରେ ଦ୍ୱିତୀୟ କିମ୍ବା ତୃତୀୟ ସଂଖ୍ୟକ ହୋଇଯାଏ । ପ୍ରଥମେ ୧୯୩୩ ମସିହାରେ ଥମ୍ପସନ ସେମାନଙ୍କର ବର୍ଣ୍ଣନା କରିଥିଲେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Triquetral fracture | https://or.wikipedia.org/wiki/Triquetral_fracture | redirect ଟ୍ରାଇକ୍ୱେଟ୍ରାଲ ଅସ୍ଥିଭଗ୍ନ |
ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ | https://or.wikipedia.org/wiki/ମେମ୍ବ୍ରେନୋପ୍ରୋଲିଫରେଟିଭ_ଗ୍ଲୋମେରୁଲୋନେଫ୍ରାଇଟିସ | ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ ( MPGN ) ହେଉଛି ବୃକ୍କ ଗ୍ଲୋମେରୁଲାଇର ଏକ ପ୍ରକାର ଆଘାତର ଏକ ନମୁନା । ଏହାର ଲକ୍ଷଣଗୁଡିକରେ ଫେଣଯୁକ୍ତ ପରିସ୍ରା, ପରିସ୍ରାରେ ରକ୍ତ କିମ୍ବା ଇଡିମା ହୋଇପାରେ ସାଧାରଣତଃ ସମୟ ସହିତ ଏହା ଧୀରେ ଧୀରେ ଖରାପ ଦିଗକୁ ଗତି କରେ । ଏହାର ଜଟିଳତାରେ ଅନେକ ସମୟରେ ଉଚ୍ଚ ରକ୍ତଚାପ, ସ୍ୱଳ୍ପ ଲାଲ ରକ୍ତ କଣିକା ଏବଂ ବୃକ୍କ ବିଫଳତା ହୋଇପାରେ ।
ଏହାର କାରଣ ଅଜ୍ଞାତ ହୋଇପାରେ କିମ୍ବା ସଂକ୍ରମଣ, ଅଟୋଇମ୍ୟୁନ ଡିଜିଜ, କର୍କଟ, ଯକୃତ ରୋଗ କିମ୍ବା କିଛି ଔଷଧ ଦ୍ୱାରା ଏହା ହୋଇପାରେ। । ଅନ୍ତର୍ନିହିତ କ୍ରିୟାବିଧିରେ ବୃକ୍କରେ ପ୍ରତିରକ୍ଷା କମ୍ପ୍ଲେକ୍ସ ଗଠନ ଏବଂ ସଂପୃକ୍ତ ସିଷ୍ଟମକୁ ସକ୍ରିୟ କରିବା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ଏହାଦ୍ୱାରା ଛୋଟ ରକ୍ତନଳୀଗୁଡ଼ିକର କାନ୍ଥର ଘନତା ସହିତ ମେସାଞ୍ଜିଆଲ୍ କୋଷ ବୃଦ୍ଧି ହୁଏ | ବୃକ୍କ ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।
ଏହି ରୋଗର ପରିଚାଳନା ପାଇଁ ସର୍ବୋତ୍ତମ ପଦ୍ଧତି ଅସ୍ପଷ୍ଟ ଅଟେ । ଚିକିତ୍ସାରେ ଷ୍ଟିରଏଡ, ସାଇକ୍ଲୋଫସଫାମାଇଡ କିମ୍ବା ଆସ୍ପିରିନ ବ୍ୟବହାର କରାଯାଇପାରେ । ପ୍ଲାଜ୍ମା ବିନିମୟ ଚେଷ୍ଟା କରାଯାଇଛି। । ବୃକ୍କ ପ୍ରତିରୋପଣ କରାଯାଇପାରେ, କିନ୍ତୁ ପରେ ଏହି ରୋଗ ପୁନର୍ବାର ହୋଇପାରେ । ଚିକିତ୍ସା ବିନା ରୋଗର ସମାଧାନ ହେବା ଏକ ଅସାଧାରଣ କଥା । ଫଳାଫଳ ସାଧାରଣତଃ ଖରାପ ଅଟେ ।
ଏହି ରୋଗ ଅସାଧାରଣ ଅଟେ । ଏହା ସାଧାରଣଃ ଶିଶୁ ଏବଂ ଅଳ୍ପ ଯୁବାବୟସ୍କମାନଙ୍କଠାରେ ଦେଖାଯାଏ । ପୁରୁଷ ଏବଂ ମହିଳାମାନେ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି । ପିଲାମାନଙ୍କ ମଧ୍ୟରୁ ନେଫ୍ରୋଟିକ୍ ସିଣ୍ଡ୍ରୋମର ପ୍ରାଥମିକ ବୃକ୍କ କାରଣ ୪% ହୋଇଥାଏ ଏବଂ ବୟସ୍କମାନଙ୍କ ମଧ୍ୟରୁ ୭% ହୋଇଥାଏ । ଏହି ରୋଗ ପ୍ରଥମେ ୧୯୬୫ରେ ଗୋଟୋଫ୍ ଏବଂ ୱେଷ୍ଟ୍ ବର୍ଣ୍ଣନା କରିଥିଲେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Membranoproliferative glomerulonephritis | https://or.wikipedia.org/wiki/Membranoproliferative_glomerulonephritis | ଲେଉଟାଣିମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ |
ପୁରୁଷୋତ୍ତମ ଯୋଗ | https://or.wikipedia.org/wiki/ପୁରୁଷୋତ୍ତମ_ଯୋଗ | ଗୀତାୟା ପୁରୁଷୋତ୍ତମ ଯୋଗଃ
"ଓଁ ଅଜ୍ଞାନ ତିମିରାନ୍ଧସ୍ଯ ଜ୍ଞାନାଞ୍ଜନ ଶଳାକୟା|
ଚକ୍ଷୁରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ||"
ଶ୍ରୀଚୈତନ୍ଯ ମନୋ{ଭୀଷ୍ମ ସ୍ଥାପିତଂ ଯେନ ଭୂତଳେ
ସ୍ୱୟଂ ରୂପଃ କଦା ମହ୍ଯଂ ଦଦାତିସ୍ପ ପଦାନ୍ତିକମ୍||"
ମୁଁ ଯେଉଁ ଅନ୍ଧକାର- ଅଜ୍ଞାନାନ୍ଧକାର ମଧ୍ଯରେ ଜନ୍ମ ହୋଇଥିଲି ଏବଂ ମୋର ଗୁରୁ ଜ୍ଞାନାଲୋକ ଦ୍ୱାରା ମୋର ଚକ୍ଷୁ ଖୋଲିଦେଲେ |ମୁଁ ତାଙ୍କୁ ମୋର ଭକ୍ତିପୁତ ପ୍ରଣାମ ଜଣାଉଛି|
ଉପକ୍ରମ
କାଳର କୁଟିଳ ବତିରେ ଏବେ 'ଶ୍ରୀମଦ୍ ଭଗବତଗୀତା' ଆମ ଶିକ୍ଷିତଙ୍କ ମୁଖରେ 'ଭାଗବତ୍ ଗୀତା' ହୋଇପାରିଛି|
ଶ୍ରୀମଦ୍ ଭଗବତ୍ ଗୀତା ସମଗ୍ର ବିଶ୍ୱର ଅବିନଶ୍ୱର ତଥ୍ଯପୂର୍ଣ୍ଣ ଗ୍ରନ୍ଥ | ସମସ୍ତ ମାନବ ଜାତିର ଚିରକାମ୍ଯ ମଙ୍ଗଳ ବିଧାନ ନିମନ୍ତେ ଗୀତାର ଶ୍ଳୋକ ସମୂହ ଏକ ଆଧ୍ଯାତ୍ମିକ ରତ୍ନଭଣ୍ଡାର କହିଲେ ଅତ୍ଯୁକ୍ତି ହେବନାହିଁ |
ଶ୍ରୀମଦ୍ ଭାଗବତଗୀତାର ଶୈଳୀ ଅତ୍ଯନ୍ତ ସରଳ, ସରସ ସୁକୋମଳ ଓ ସୁମଧୁର ଅଟେ| ବେଦ ଉପନିଷଦ, ଧର୍ମଶାସ୍ତ୍ରଗୁଡିକରେ ଯାହା ଅତ୍ଯନ୍ତ ଦରୁହଭାବରେ ବର୍ଣ୍ଣିତ ହୋଇଛି| ତାହା ଗୀତାରେ ଅତି ସୁଗମ ଓ ସୁବୋଧ ଭାଷାରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ରୂପେ ଅତି ଋଚୋକଭାବେ ଚିତ୍ରିତ ହୋଇଛି| ଗୀତାର ଅଧ୍ଯୟନ ଦ୍ୱାରା ହିଁ ଲୌକିକ ଓ ପରଲୌକିକ ସମସ୍ତ ବିଷୟରେ ଜ୍ଞାନ ମିଳିଥାଏ| ଗୀତାର ଅଧ୍ଯୟନ ପରେ ଅନ୍ଯ କୌଣସି ଶାସ୍ତ୍ରର ପଠନ ଅନ୍ଯାବଶ୍ଯକ ବୋଲି କୁହାଯାଇଛି|
“ଗୀତା ସୁଗୀତା କର୍ତ୍ତବ୍ୟ
କିମନ୍ଯୈଃ ଶାସ୍ତ୍ର ବିସ୍ତରୈଃ ।
ଯା ସ୍ଵୟଂ ପଦ୍ମନାଭସ୍ୟ
ମୁଖ ପଦ୍ମାଦ୍ ବିନିଃସୃତା ।”
ଯେଉଁଠାରେ ଗୋଟିଏ ସ୍ଥଳରେ ଆତ୍ମା, ପରମାତ୍ମା, ସ୍ଵର୍ଗ ଓ ମୋକ୍ଷର ଅମୃତମୟ ଜ୍ଞାନ ଗଧିତ ହୋଇଛି, ସେହି ଗ୍ରନ୍ଥର ନାମ ହେଉଛି ଗୀତା । ଗୀତାରେ କ୍ଵଚିତ୍ କର୍ମଯୋଗ, କ୍ଵଚିତ୍ ଜ୍ଞାନ ଯୋଗ, ଭକ୍ତିଯୋଗ, ଅନ୍ୟତ୍ର ସାଂଖ୍ୟଯୋଗ, ଓ କେଉଁଠି ପୁଣି ସମତ୍ଵ ଯୋଗ ବିଦ୍ଵାନମାନଙ୍କୁ ମାନସ ପଠନକୁ ଅନୁରଞ୍ଜନ କରିଥାଏ ।
୨) ଗୀତା ଏକ ସ୍ବତନ୍ତ୍ର ଗ୍ରନ୍ଥ ନୁହେଁ, ଏହା ମହାଭାରତରେ ଅଂଶବିଶେଷ:
ଶ୍ରୀମଦ୍ଭଗବତ୍ ଗୀତା ସ୍ଵତନ୍ତ୍ର ଗ୍ରନ୍ଥ ନୁହେଁ ମହାଭାରତର ଅଠର ଗୋଟି ପର୍ବମଧ୍ୟରୁ ନବମ ପର୍ବ ହେଉଛି ଭୀଷ୍ମପର୍ବ । ତା’ରି ଭିତରେ ଗୀତାର ସମସ୍ତ ଅଠରଟି ଅଧ୍ୟାୟ ରହିଅଛି। ତେଣୁ, ଗୀତା ଗୋଟିଏ ସ୍ବତନ୍ତ୍ର ଗ୍ରନ୍ଥ ନୁହେଁ। ସଂସ୍କୃତ ମହାଭାରତରେ ଏହା ଗୋଟିଏ ଅଂଶମାତ୍ର।
୩) ମହାଭାରତରେ ଥିବା ବିଭିନ୍ନ ଗୀତା:
ସାଧାରଣତଃ ଗୀତା କହିଲେ “ଶ୍ରୀମଦ୍ ଭଗବଦ୍ ଗୀତା”କୁ ହିଁ ବୁଝାଯାଏ। କିନ୍ତୁ ସଂସ୍କୃତରେ ଅସଂଖ୍ୟ ଗୀତା ରହିଅଛି। ସଂସ୍କୃତ ମହାଭାରତରେ ୧୮ ଗୋଟି ପର୍ବ, ଖଣ୍ଡ ବା ବିଭାଗ ରହିଛି। ତା’ ଭିତରେ ଶ୍ରୀମଦ୍ ଭଗବଦ୍ ଗୀତା ଛଡ଼ା ଆହୁରି ୧୫ ଗୋଟି ଗୀତା ରହିଛି ବୋଲି ପଣ୍ଡିତମାନେ ଦେଖାଇଛନ୍ତ । ସେଗୁଡିକ ହେଲା :-
୧) ଉତଥ୍ୟ ଗୀତା
୨) ବାମ ଦେବ ଗୀତା
୩) ଋଷଭ ଗୀତା
୪) ବ୍ରହ୍ମଗୀତା |
ସାକ୍ସାଗ୍ଲିପଟିନ | https://or.wikipedia.org/wiki/ସାକ୍ସାଗ୍ଲିପଟିନ | ସାକ୍ସାଗ୍ଲିପଟିନ, (ଇଂରାଜୀ ଭାଷାରେ Saxagliptin), ଅଙ୍ଗଲିଜା ଏହାର ବିକ୍ରୟ ନାମ, ହେଉଛି ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ସାଧାରଣତଃ ମେଟଫର୍ମିନ୍ ସହିତ ବ୍ୟବହୃତ ହୁଏ କିମ୍ବା ଯେତେବେଳେ ମେଟଫର୍ମିନ ସହ୍ୟ କରିହୁଏ ନାହିଁ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଗଣ୍ଠି ଯନ୍ତ୍ରଣା, ନିମ୍ନ ରକ୍ତ ଶର୍କରା ଏବଂ ହୃଦ୍ପାତ ହୋଇପାରେ । ଗର୍ଭାବସ୍ଥାରେ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଡାଇପେପ୍ଟିଡିଲ ପେପ୍ଟିଡେଜ-4 (DPP-4) ଇନହିବିଟର ଶ୍ରେଣୀରେ ଅଛି, ଯାହା ଆବଶ୍ୟକ ସମୟରେ ପରୋକ୍ଷରେ ଇନସୁଲିନ ବୃଦ୍ଧି କରିଥାଏ ।
୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ସାକ୍ସାଗ୍ଲିପଟିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୩୨ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ଖର୍ଚ୍ଚ ପ୍ରାୟ ୪୦୦ ଡଲାର । ଏହା ମେଟଫର୍ମିନ୍ କିମ୍ବା ଡାପାଗ୍ଲିଫୋଜିନ ସହିତ ଅନ୍ୟାନ୍ୟ ଔଷଧର ମିଶ୍ରଣରେ ମଧ୍ୟ ଉପଲବ୍ଧ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Saxagliptin | https://or.wikipedia.org/wiki/Saxagliptin | ଲେଉଟାଣିସାକ୍ସାଗ୍ଲିପଟିନ |
ପାରମିତା ଷଡ଼ଙ୍ଗୀ | https://or.wikipedia.org/wiki/ପାରମିତା_ଷଡ଼ଙ୍ଗୀ | ପାରମିତା ଷଡ଼ଙ୍ଗୀ ( ଜନ୍ମ : ୧୪ ଅପ୍ରେଲ ୧୯୭୨ ) ଜଣେ କବି ଓ ଅନୁବାଦିକା । ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଲେଖନ୍ତି । ତାଙ୍କର ୧୨ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ବ୍ୟକ୍ତିଗତ ଜୀବନ
ପାରମିତା, ୧୯୭୨ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଂଶୀଧର ଷଡ଼ଙ୍ଗୀ ଓ ମାତାଙ୍କ ନାମ କବିତା ଷଡ଼ଙ୍ଗୀ । ପାରମିତା ନିମାପଡ଼ାର ଜନତା ସ୍କୁଲ, ଓ.ଜେ.ବି.ଆର୍. ବାଳିକା ବିଦ୍ୟାଳୟ, ନିମାପଡ଼ା କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ତାଙ୍କ ପିତା ଜଣେ ସାହିତ୍ୟିକ ଓ ବୃତ୍ତିରେ ଶିକ୍ଷାବିତ ଥିଲେ । ପିଲାଦିନରୁ ପାରମିତା ସାହିତ୍ୟାନୁରାଗୀ ଥିଲେ । ୭ମ/୮ମରେ ପଢ଼ିଲାବେଳେ ପାରମିତା ଲେଖିଥିବା ଗୋଟିଏ ଗପ ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । କଲେଜ ସମୟରେ ଅନେକ କବିତା ଲେଖିଥିଲେ ମଧ୍ୟ ସେସବୁ ପ୍ରକାଶିତ କରିନଥିଲେ । ୧୯୯୬ ମସିହାରେ ବିବାହ ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଥିଲା ଓ ସାହିତ୍ୟ ସର୍ଜନାରେ କିଛି ବର୍ଷର ବିରତି ପଡ଼ିଥିଲା ।
ସାନ ଭଉଣୀ, ସାହିତ୍ୟିକା ଇପ୍ସିତା ଷଡ଼ଙ୍ଗୀ ତାଙ୍କୁ ପୁଣି ଲେଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୧୫ ମସିହାରୁ ପାରମିତା ପୁଣି ଲେଖିବା ଆରମ୍ଭ କରିଥିଲେ ଓ ଅନବରତ ମୌଳିକ ରଚନା ଏବଂ ଅନୁବାଦ ଲେଖିଥିଲେ ।
ସାହିତ୍ୟ ସର୍ଜନା
ଇଜ୍ୟା ନାମରେ ତାଙ୍କର ଏକ ଲୋକପ୍ରିୟ କବିତା ସଂକଳନ ଅଛି । ଏଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଏହି ସଂକଳନଟି ଗୁଜୁରାଟି ଓ ମରାଠି ଭାଷାକୁ ଅନୁବାଦିତ ହୋଇଛି ।
ରଚନାବଳୀ
ଗଳ୍ପ
ଇଜ୍ୟା - ୨୦୧୧
ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ
ମୁଁ ନ ଥିଲା ବେଳେ
ଅନ୍ତରାଳେ
ବିରୋଧାଭାସ
ଅଭିଧା
କବିତା
ଚାଲ କିଛି ଆଙ୍କିବା
ଏବେ ତୁମେ ନାହଁ
ଇଜ୍ୟା (ହିନ୍ଦୀ କବିତା ସଙ୍କଳନ)
ଅନୁବାଦ
ଜବାହର ଟନେଲ
ସୂତ୍ରଧାର
କବିତାର ଋତୁ
ଆଧାର
ଶ୍ରେଣୀ:୧୯୭୨ ଜନ୍ମ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ଓଡ଼ିଆ ଲୋକ
ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ |
Paramita Sarangi | https://or.wikipedia.org/wiki/Paramita_Sarangi | ଲେଉଟାଣି ପାରମିତା ଷଡ଼ଙ୍ଗୀ |
ଶମତା ଆଞ୍ଚନ | https://or.wikipedia.org/wiki/ଶମତା_ଆଞ୍ଚନ | ଶମତା ଆଞ୍ଚନ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକ ଓ ବିଜ୍ଞାପନ ଆଦିରେ କାମ କରନ୍ତି ।
ପ୍ରାରମ୍ଭିକ ଜୀବନ
ଆଞ୍ଚନ କର୍ଣ୍ଣାଟକର ମାଙ୍ଗାଲୋରରେ ଏକ ତୁଳୁ ଭାଷାଭାଷୀ ବିଲାଭା (ପୂଜାରୀ) ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
ମଡେଲିଂ
୨୦୧୨ ମସିହାରେ ସେ ପାଣ୍ଟାଲୁନ୍ସ ଫେମିନା ମିସ୍ ଇଣ୍ଡିଆ ସାଉଥ୍ରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ପୁରସ୍କାର ଜିତିଥିଲେ । ସେ ପାଣ୍ଟାଲୁନ୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୨ରେ ସେ ଫାଇନାଲିଷ୍ଟ ଥିଲେ । ସେ ଅନେକ ଜଣାଶୁଣା ଉତ୍ପାଦର ବିଜ୍ଞାପନ ପାଇଁ ଅଭିନୟ କରିଛନ୍ତି ଏବଂ ଅନେକ ଫ୍ୟାସନ ଡିଜାଇନର ତଥା ସନ୍ତୁର ପରି ପ୍ରସାଧନ ସଂସ୍ଥାର ମଡେଲ ଭାବରେ କାମ କରିଛନ୍ତି, ଯେଉଁଥିରେ ସେ ଅଭିନୟ କରିବା ସହିତ ମୁଦ୍ରିତ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । ସେ ଷ୍ଟାର ପ୍ଲସ୍ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପଦକ୍ଷେପ, ଚଲ୍ କର୍ ପେହେଲ୍ର ଏକ ଅଂଶ ଥିଲେ ।
ଦୂରଦର୍ଶନ
କଥାଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକର ଦ୍ୱାରା ନିର୍ମିତ କାର୍ଯ୍ୟକ୍ରମ ଏଭରେଷ୍ଟ ଜରିଆରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ରୋହନ ଗନ୍ଦୋତ୍ର ଏବଂ ସାହିଲ ସାଲାଥିଆଙ୍କ ସହିତ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକରେ ଅଞ୍ଜଳି ସିଂହ ରାୱତ ଭୂମିକାରେ ଅଭିନୟ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବିନ୍ କୁଛ୍ କହେ ର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।
କଥାଚିତ୍ର
ସେ ହଲିଉଡ଼ କଥାଚିତ୍ର ହାର୍ଟବିଟ୍ରେ ଅଭିନୟ କରିଥିଲେ । ୨୦୨୦ ମସିହାରେ ସେ ରଜନୀକାନ୍ତଙ୍କ ଅଭିନୀତ ହିନ୍ଦୀ କଥାଚିତ୍ର ଦରବାରରେ ସବ୍-ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ ଧାରାବାହିକ
ବର୍ଷଧାରାବାହିକଭୂମିକାଚ୍ୟାନେଲ୨୦୧୪–୨୦୧୫ ଏଭରେଷ୍ଟଅଞ୍ଜଳି ସିଂ ରାୱତଷ୍ଟାର ପ୍ଲସ୍୨୦୧୭ବିନ୍ କୁଛ୍ କହେମାଇରା କୋହଲିଜୀ ଟିଭି
ଅଭିନୀତ କଥାଚିତ୍ର
୨୦୨୦ ଦରବାର ପୋଲିସ ସବ୍-ଇନ୍ସପେକ୍ଟର ଭାବରେ
ଆଧାର
ବାହାର ଲିଙ୍କ୍
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ |
Shamata Anchan | https://or.wikipedia.org/wiki/Shamata_Anchan | ଲେଉଟାଣି ଶମତା ଆଞ୍ଚନ |
ମାରାଭାଇରୋକ | https://or.wikipedia.org/wiki/ମାରାଭାଇରୋକ | ମାରାଭାଇରୋକ, ସେଲଜେଣ୍ଟ୍ରି ଏବଂ ସେଲସେଣ୍ଟ୍ରି ବ୍ରାଣ୍ଡ ଏହାର ଦୁଇଟି ବେପାର ନାମ, ହେଉଛି ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଏଚ୍ଆଇଭି/ଏଡସ୍ର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ। । ସାଧାରଣତଃ ଏହା ପ୍ରାରମ୍ଭିକ ଚିକିତ୍ସା ନୁହେଁ, କେବଳ ସିସିଆର୫ ଟ୍ରପିଜ୍ମ (CCR5) ଥିବା କ୍ଷେତ୍ରରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଜ୍ୱର, ରାସ ଏବଂ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଟୋଇମ୍ୟୁନ ଡିଜିଜ, ଆଲର୍ଜି ପ୍ରତିକ୍ରିୟା, ଆଭାସ୍କୁଲାର ନେକ୍ରୋସିସ୍ ଏବଂ ଯକୃତ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ । ଗୁରୁତ୍ୱପୂର୍ଣ୍ଣ ବୃକ୍କ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଏକ ସିସିଆର୫ (CCR5) ରିସେପ୍ଟର ଆଣ୍ଟାଗୋନିଷ୍ଟରେ ଏବଂ ଏଚ୍.ଆଇ.ଭି କୁ ଜୀବକୋଷ ଭିତରକୁ ପ୍ରବେଶ ନ କରେଇ କାର୍ଯ୍ୟକ୍ଷମ ହୁଏ ।
୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାରାଭାଇରୋକ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ପ୍ରତି ମାସରେ ୫୨୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୫୦୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Maraviroc | https://or.wikipedia.org/wiki/Maraviroc | ଲେଉଟାଣିମାରାଭାଇରୋକ |
ଉତ୍ତାପ ରୋଗ | https://or.wikipedia.org/wiki/ଉତ୍ତାପ_ରୋଗ | ଉତ୍ତାପ ରୋଗ ହୁଏ ଯେତେବେଳେ ଉତ୍ତପ୍ତ ପରିବେଶର ସଂସ୍ପର୍ଶରେ ମଣିଷ ଆସିଥାଏ । ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଘିମିରି, ଉତ୍ତାପ ଜନିତ ମାଂସପେଶୀ କ୍ରାମ୍ପ; ଉତ୍ତାପ ସିଙ୍କୋପ୍ ସହିତ ସଂକ୍ଷିପ୍ତ ଚେତନା ହାନି; ପ୍ରବଳ ଝାଳ ବୋହିବା, ଦୁର୍ବଳତା, ମୁଣ୍ଡବିନ୍ଧା, ଏବଂ ଉତ୍ତାପ କ୍ଳାନ୍ତି ସହିତ ଅଇ; ଦ୍ୱନ୍ଦ୍ୱ, ବାତ ଏବଂ ଅଂଶୁଘାତ ସହିତ ଶରୀରର ଅତ୍ୟଧିକ ତାପମାତ୍ରା ବୃଦ୍ଧି ।
ବିପଦ କାରଣଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍ତାପରେ ବ୍ୟାୟାମ, ମାନସିକ ରୋଗ, ମଦ୍ୟପାନ ଏବଂ ନିକଟ ଅତୀତରେ ଏକ ଥଣ୍ଡା ସ୍ଥାନରୁ ଗରମ ଜଳବାୟୁକୁ ଯିବା । ଅନ୍ୟ କେତେକ ଉତ୍ସ ମଧ୍ୟରୁ ଉତ୍ତାପ ଇଡିମା ଏବଂ ରାବଡୋମାୟୋଲାଇସିସ (ମାଂସପେଶୀ ଭାଙ୍ଗିବା) ଅନ୍ୟତମ ।
ପ୍ରତିଷେଧ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବା, କମି ଯାଇଥିବା ଲୁଣକୁ ପୁରଣ କରିବା ଏବଂ ଉତ୍ତାପରେ ରହିବା ସମୟ ସୀମିତ କରିବା । ଯେଉଁମାନଙ୍କ ଘରେ ଶୀତତାପ ନିୟନ୍ତ୍ରିତ ସୁବିଧା ନାହିଁ, ସେମାନଙ୍କ ପାଇଁ ସର୍ବସାଧାରଣ ଶୀତତାପ ନିୟନ୍ତ୍ରିତ ସୁବିଧା ଗୁରୁତ୍ୱପୂର୍ଣ୍ଣ । ଚିକିତ୍ସା ମଧ୍ୟରେ ଥଣ୍ଡା ପରିବେଶରେ କାମ କରିବା, ଶୋଇବା, ଚର୍ମ ଏବଂ ପୋଷାକକୁ ଥଣ୍ଡା ପାଣିରେ ଓଦା କରିବା, ଜଙ୍ଘ ସନ୍ଧି ଓ କାଖରେ ବରଫ ପ୍ୟାକ୍ ଏବଂ ବ୍ୟକ୍ତିଙ୍କୁ ପଙ୍ଖା କରିବା ଆବଶ୍ୟକ ହୋଇପାରେ ।
ଉତ୍ତାପ ରୋଗ ଏକ ସାଧାରଣ ରୋଗ ଅଟେ । ଏହା ସାଧାରଣତଃ ବୃଦ୍ଧ ଏବଂ ଯୁବକମାନଙ୍କଠାରେ ଦେଖାଯାଏ । ଯୁକ୍ତରାଷ୍ଟ୍ରରେ ଏହା ଯୋଗୁ ପ୍ରତିବର୍ଷ ପ୍ରାୟ ୬୫୦ ମୃତ୍ୟୁ ହୋଇଥାଏ ଏବଂ ନିର୍ଜନ ବନ ପ୍ରାନ୍ତରରେ ପ୍ରାୟ ୭% ମୃତ୍ୟୁ ହୋଇଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ୨୧୦୦ ସୁଦ୍ଧା ଏହା ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Heat illness | https://or.wikipedia.org/wiki/Heat_illness | redirect ଉତ୍ତାପ ରୋଗ |
ଗୋପିକା ଅନିଲ | https://or.wikipedia.org/wiki/ଗୋପିକା_ଅନିଲ | ଗୋପିକା ଅନିଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ କେରଳମ୍ରେ ପ୍ରାସାରିତ ଧାରାବାହିକ କବନୀରେ ମୁଖ୍ୟ ଚରିତ୍ର କବନୀ ପାଇଁ ସେ ଜଣାଶୁଣା । ଏହା ବ୍ୟତୀତ, ସେ ଏସିଆନେଟ୍ରେ ପ୍ରସାରିତ ଧାରାବାହିକ ସାନ୍ତୱାନମରେ ଅଞ୍ଜଳି ଭୂମିକା ପାଇଁ ଜଣାଶୁଣା ।
ପ୍ରାରମ୍ଭିକ ଜୀବନ
ଗୋପିକା ୧୯୯୪ ମସିହାର ଅପ୍ରେଲ ୨୭ ତାରିଖରେ କେରଳର ସ୍ଥିତ କାଲିକଟ ଠାରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ଏସ୍ଡିଏମ୍ କଲେଜରୁ ଆୟୁର୍ବେଦିକ ମେଡିସିନ୍ ଓ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ସାନ ଭଉଣୀ କୀର୍ତ୍ତନା ଅନିଲ ମଧ୍ୟ ଜଣେ ଅଭିନେତ୍ରୀ ।
ବ୍ୟକ୍ତିଗତ ଜୀବନ
୨୨ ଅକ୍ଟୋବର ୨୦୨୩ରେ ଗୋପିକାଙ୍କର ଜଣାଶୁଣା ମାଲାୟାଲମ୍ ଦୂରଦର୍ଶନ ଉପସ୍ଥାପକ ଗୋବିନ୍ଦ ପଦ୍ମସୂର୍ଯ୍ୟଙ୍କ ସହ ନିର୍ବନ୍ଧ ହୋଇଥିଲା । ଦୁହେଁ ୨୮ ଜାନୁଆରୀ ୨୦୨୪ରେ ବିବାହ କରିଥିଲେ ।
ଅଭିନୟ ଜୀବନ
ଗୋପିକା ୨୦୦୪ ମସିହାରେ ତାଙ୍କ ଭଉଣୀ କୀର୍ତ୍ତନାଙ୍କ ସହ ଶିବମ୍ ଓ ବାଲେଟାନ୍ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ୨୦୦୨ଶିବମ୍ଭଦ୍ରନଙ୍କ ଝିଅପ୍ରଥମ କଥାଚିତ୍ର୨୦୦୩ବାଲେଟାନ୍ବାଲାନଙ୍କ ବଡ଼ ଝିଅ୨୦୦୪ମାୟିଲାଟ୍ଟମସାନ ମୈଥିଲିଅକାଲେହେନା ଫ୍ରେଡି୨୦୧୨ଭୂମିୟୁଡ଼େ ଅବକାଶିକାଲରୋଜି୨୦୧୪ବସନ୍ତାଥିନ୍ତେ କନାଲ ବାଜିକାଲିଲମାତଙ୍ଗୀ୨୦୧୮ମଟ୍ଟଞ୍ଚେରୀସମୀରା
ଅଭିନୀତ ଧାରାବାହିକ
ବର୍ଷଧାରାବାହିକଭୂମିକାଚ୍ୟାନେଲମନ୍ତବ୍ୟ୨୦୦୨ମଙ୍ଗଲ୍ୟମ୍ଶିଶୁ କଳାକାରଏସିଆନେଟ୍୨୦୦୫ଚିତ୍ତାସୂର୍ଯ୍ୟ ଟିଭି୨୦୦୬ଉନ୍ନିୟାର୍ଚ୍ଚାକୁଞ୍ଜିଏସିଆନେଟ୍୨୦୦୮–୨୦୦୯ଆମ୍ମାଥୋଟ୍ଟିଲସାନ ସୀମନ୍ତିନୀ୨୦୧୯–୨୦୨୦କବନୀକବନୀଜୀ କେରଳମ୍୨୦୨୦–୨୦୨୪ସନ୍ଥୱନମ୍ଅଞ୍ଜଳିଏସିଆନେଟ୍୨୦୨୧–୨୦୨୩ଷ୍ଟାର୍ଟ ମ୍ୟୁଜିକ୍ ଆରାଧ୍ୟାମ୍ ପାଡୁମ୍ପ୍ରତିଯୋଗୀ
ଅଭିନୀତ ୱେବ୍ ସିରିଜ୍
ବର୍ଷସିରିଜ୍ଭୂମିକାମନ୍ତବ୍ୟ୨୦୨୨ଗାର୍ଲସ୍ଷ୍ଟେଫି୨୦୨୩ଥୁଡାକ୍କମ୍ ମଙ୍ଗଲ୍ୟମ୍ରେବତୀ
ଆଧାର
ବାହାର ଲିଙ୍କ୍
ଗୋପିକା ଅନୀଲ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:୧୯୯୪ ଜନ୍ମ
ଶ୍ରେଣୀ:ଭାରତୀୟ ଶିଶୁ କଳାକାର
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ |
Gopika Anil | https://or.wikipedia.org/wiki/Gopika_Anil | ଲେଉଟାଣି ଗୋପିକା ଅନିଲ |
ଜାଫିର୍ଲୁକାଷ୍ଟ | https://or.wikipedia.org/wiki/ଜାଫିର୍ଲୁକାଷ୍ଟ | Mr. Ibrahem/Zafirlukast275x275_ପିକସେଲ275x275_ପିକସେଲClinical dataTrade namesAccolate, othersAHFS/Drugs.comMonographMedlinePlusa697007Pregnancycategory AU: B1Routes of<br><br>administrationBy mouthDrug classLeukotriene receptor antagonistLegal statusLegal status UK: POM (Prescription only)Pharmacokinetic dataBioavailabilityUnknownProtein binding>99% (albumin)MetabolismLiver (CYP2C9-mediated)Metaboliteshydroxylated metabolitesOnset of action< 2 weeksElimination <span class="nowrap">half-life</span>10 hoursExcretionFecalIdentifiersIUPAC name
Cyclopentyl 3-{2-methoxy-4-[(o-tolylsulfonyl)carbamoyl]benzyl}-1-methyl-1H-indol-5-ylcarbamateChemical and physical dataFormulaC31H33N3O6SMolar mass575.68 g·mol−13D model (JSmol) Interactive imageMelting point138 to 140 °C (280 to 284 °F)SMILES
Cc1ccccc1S(=O)(=O)NC(=O)c2cc(OC)c(cc2)Cc3cn(C)c4ccc(cc43)NC(=O)OC5CCCC5InChI
InChI=1S/C31H33N3O6S/c1-20-8-4-7-11-29(20)41(37,38)33-30(35)22-13-12-21(28(17-22)39-3)16-23-19-34(2)27-15-14-24(18-26(23)27)32-31(36)40-25-9-5-6-10-25/h4,7-8,11-15,17-19,25H,5-6,9-10,16H2,1-3H3,(H,32,36)(H,33,35) ଲିଙ୍କ=|alt=check|7x7_ପିକସେଲY
Key:YEEZWCHGZNKEEK-UHFFFAOYSA-N ଲିଙ୍କ=|alt=check|7x7_ପିକସେଲY (verify)
ଜାଫିର୍ଲୁକାଷ୍ଟ (ଇଂରାଜୀ ଭାଷାରେ Zafirlukast), ଅନ୍ୟମାନଙ୍କ ମଧ୍ୟରେ ଆକୋଲେଟ୍ ଏହାର ଏକ ବିକ୍ରୟ ନାମ, ହେଉଛି ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।"Zafirlukast". Archived from the original on 3 August 2020. Retrieved 4 August 2021. ଆଜ୍ମା ପାଇଁ ପ୍ରଶ୍ୱାସ ପଥରେ ଦିଆଯାଉଥିବା ସ୍ଟିରଏଡ଼ଠାରୁ ଏହା କମ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ । ଏହାର ଉପକାର ପାଇବାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ପେଟ ବ୍ୟଥା ହୋଇପାରେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ସମ୍ଭାବ୍ୟ ଚର୍ଗ-ଷ୍ଟ୍ରସ୍ ସିଣ୍ଡ୍ରୋମ (Churg-Strauss syndrome) ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ସମ୍ଭବତଃ ନିରାପଦ ଅଟେ । ଏହା ଏକ ଲ୍ୟୁକୋଟ୍ରିଏନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ (LTRA) ଏବଂ ବାୟୁପଥରେ ଥିବା ଫୁଲା, ଲଘୁ ଶ୍ୱାସନଳୀ ସଂକୋଚନ (ବ୍ରୋଙ୍କୋକନଷ୍ଟ୍ରିକ୍ସନ୍) ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାଫିର୍ଲୁକାଷ୍ଟକୁ ଅନୁମୋଦନ କରାଯାଇଥିଲା । ଏହା କେତେକ ଦେଶରେ ଅନୁମୋଦିତ କିନ୍ତୁ ୟୁରୋପର ସମସ୍ତ ଦେଶରେ ନୁହେଁ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୩୪ ଡଲାର ଖର୍ଚ୍ଚ ହୋଇଥାଏ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Zafirlukast | https://or.wikipedia.org/wiki/Zafirlukast | redirect ଜାଫିର୍ଲୁକାଷ୍ଟ |
ପିଣ୍ଡୋଲୋଲ | https://or.wikipedia.org/wiki/ପିଣ୍ଡୋଲୋଲ | Pindolol
ପିଣ୍ଡୋଲୋଲ (ଇଂରାଜୀ ଭାଷାରେ Pindolol), ଅନ୍ୟମାନଙ୍କ ମଧ୍ୟରେ ଭିସକେନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଞ୍ଜାଇନା ଏବଂ ଉଚ୍ଚ ରକ୍ତଚାପ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଉଚ୍ଚ ରକ୍ତଚାପ ପାଇଁ ଏହା କମ ପସନ୍ଦଯୋଗ୍ୟ ଚିକିତ୍ସା । ଏହା ପାଟିରେ ଦିଆଯାଏ । ରକ୍ତଚାପ ଉପରେ ସର୍ବାଧିକ ପ୍ରଭାବ ଦୁଇ ସପ୍ତାହ ଲାଗିପାରେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା, ମୁଣ୍ଡ ବୁଲାଇବା, ଥକାପଣ, ଫୁଲା, ଗଣ୍ଠି ଯନ୍ତ୍ରଣା ଏବଂ ଗଲୁ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫିଲାକ୍ସିସ, ବ୍ରୋଙ୍କୋସ୍ପାଜ୍ମ ଏବଂ ହୃଦ୍ପାତ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ହୃତ୍ପିଣ୍ଡ ଗତି ଧୀର ହୋଇପାରେ । ଏହା ଏକ ଅଣ-ମନୋନୀତ ବିଟା ବ୍ଲକର |
୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପିଣ୍ଡୋଲୋଲ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ଏହାର ୫ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୮ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ 40 ଡଲାର ଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Pindolol | https://or.wikipedia.org/wiki/Pindolol | ଲେଉଟାଣିପିଣ୍ଡୋଲୋଲ |
ନେତ୍ର ମାନସେଠ୍ | https://or.wikipedia.org/wiki/ନେତ୍ର_ମାନସେଠ୍ | ନେତ୍ର ମାନସେଠ୍ (ଜନ୍ମ: ୧ ଜୁଲାଇ ୧୯୬୭ ) ଜଣେ ଓଡ଼ିଆ ରାଜନୀତିଜ୍ଞBiography। ସେ କନ୍ଧମାଳ ଜିଲ୍ଲା ପରିଷଦରେ ଜଣେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୭ ମସିହା ରେ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ସେ ଉପସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ଜନ୍ମ, ପରିବାର ଓ ଶିକ୍ଷା
୨୯୬୭ ମସିହାର ଜୁଲାଇ ୧ ତାରିଖ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁଃଖୁ ମାନସେଠ୍ ଏବଂ ସ୍ତ୍ରୀଙ୍କ ନାମ ସୁଭାଷିନୀ ଦେଶିନୟକ୍।
ରାଜନୈତିକ ଜୀବନ
କରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।Blogs on website
ଅଭିନେତା ଜୀବନ
ଛୋଟ ବୟସରୁ ଭିଭିନ୍ନ କଳା ରେ ନିପୁର। ବିଶ୍ଵ ଭାରତୀ, ସନ୍ତିନିକେତନ, କଲିକତା ତରଫ ରୁ ଆୟୋଜିତ ଇଣ୍ଡିଆ ୟୁଥ୍ ଫେଷ୍ଟିଭାଲରେ ତାଙ୍କୁ ବେଷ୍ଟ ଆକ୍ଟର ଇନ୍ ଡ୍ରାମା ର ପୁରସ୍କାର ଦିଯାଇଛି।
ଆଧାର
ଶ୍ରେଣୀ:୧୯୭୩ ଜନ୍ମ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ଓଡ଼ିଆ ଲୋକ
ଶ୍ରେଣୀ:କନ୍ଧମାଳ ଜିଲ୍ଲାର ଲୋକ
__INDEX__ |
ସଫିନାମାଇଡ | https://or.wikipedia.org/wiki/ସଫିନାମାଇଡ | ସଫିନାମାଇଡ (ଇଂରାଜୀ ଭାଷାରେ Safinamide), ଅନ୍ୟମାନଙ୍କ ମଧ୍ୟରେ ଜାଡାଗୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କେବେ କେବେ ହେଉଥିବା (off episodes) ପାର୍କିନ୍ସନ୍ ରୋଗ ପାଇଁ ଏକ ଅଧିକତର ଚିକିତ୍ସା ଭାବରେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଲେଭୋଡୋପା-କାର୍ବିଡୋପା ସହିତ ଏକତ୍ର ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଗତି ନିୟନ୍ତ୍ରଣ କରିବାରେ ଅସୁବିଧା, ନିଦ୍ରା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ମୋତିଆବିନ୍ଦୁ, ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ, ହଠାତ୍ ଶୋଇବା ଆରମ୍ଭ, ଅଦମ୍ୟ ଜୁଆ ଖେଳ ଇଚ୍ଛା ଏବଂ ହାଲୁସିନେସନ ହୋଇପାରେ | ମୋନୋଆମିନୋ ଅକ୍ସିଡେଜ ବିର ଏକ ପ୍ରତିବନ୍ଧକ ଏବଂ ଯାହା ଫଳରେ ଡୋପାମିନ୍ର ସ୍ତର ବଢ଼ିଯାଏ ।
୨୦୧୫ ମସିହାରେ ୟୁରୋପରେ, ୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଫିନାମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ମାସର ଔଷଧର ୨୦୨୧ ସୁଦ୍ଧା ମୂଲ୍ୟ ପ୍ରାୟ ୭୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Safinamide | https://or.wikipedia.org/wiki/Safinamide | redirect ସଫିନାମାଇଡ |
ଅଞ୍ଜୁ (ଅଭିନେତ୍ରୀ) | https://or.wikipedia.org/wiki/ଅଞ୍ଜୁ_(ଅଭିନେତ୍ରୀ) | ଅଞ୍ଜୁ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୧୯୭୯ ମସିହାରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିବା ପରେ ସେ ନାୟିକା, ପାର୍ଶ୍ୱ ଅଭିନେତ୍ରୀ ଭାବରେ ମାଲାୟାଲମ, ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାର କଥାଚିତ୍ରରେ କାମ କରିଛନ୍ତି ।
ଜୀବନୀ
ଅଞ୍ଜୁ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ଦୁଇ ବର୍ଷ ବୟସରୁ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ତାମିଲ କଥାଚିତ୍ର ଉତିରିପୂକ୍କାଲରେ ୧୯୭୯ ମସିହାରେ କାମ କରିଥିଲେ । ଏହାପରେ ସେ କନ୍ନଡ଼ ଓ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ୧୯୮୮ ମସିହାରେ ସେ ରୁକ୍ମିଣୀ ପାଇଁ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ପି. କୁମାରନ । ଶିଶୁକଳାକାର ଭାବରେ କାମ କରିବାବେଳେ ସେ ବେବି ଅଞ୍ଜୁ ନାମରେ ଜଣାଶୁଣା ଥିଲେ ।
ଅଭିନୀତ କଥାଚିତ୍ର
ମାଲାୟାଲମ
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୧୯୮୨ ଓରମାକ୍କାୟି ଚକ୍କି ଗାନମ୍ ଆ ରାତ୍ରି ମିନିକୁଟ୍ଟି କାଟ୍ଟିଲେ ପାଟ୍ଟୁ ସାନ ପ୍ରିୟା ଓଲାଙ୍ଗଲ ୧୯୮୩ ଉମାନା ଥିଙ୍କାଲ ଇନ୍ଦୁମୋଲ ପାଲମ ବିନ୍ଦୁ ଆନା ଆୟିଶା ସାଗରାମ ସନ୍ତାମ ସାନ ଶ୍ରୀଦେବୀ ଆଶ୍ଚର୍ଯ୍ୟମ୍ ମିନିମୋଲ ଥୋମାସ କଟ୍ଟାତେ କିଲିକ୍କୁଡ଼ୁ ଇନ୍ଦୁ ୧୯୮୪ ପରାନ୍ନୁ ପରାନ୍ନୁ ପରାନ୍ନୁ ଜେସି/ଶ୍ରୀକୁଟ୍ଟି କୋଡାତି ମିନିମୋଲ ରାକ୍ଷସ୍ସୁ ଶାଲିନୀ ୧୯୮୫ ୟାତ୍ରା ବସ୍ରେ ଥିବା ଝିଅ ଧୈବାତେୟୋରତୁ ସାନ ନାନି ଓଜିବୁକାଲମ ଜାନକୀୟା କୋଡ଼ାତି ଗୋପିର ଝିଅ ୧୯୮୬ ଅଭୟମ୍ ତେଡ଼ି ଆଶାକୁଟ୍ଟି ୧୯୮୭ ବମ୍ବାନ କାଳାର ଝିଅ ୧୯୮୯ ରୁଗମିନି (ରୁକ୍ମଣୀ) ରୁଗମିନି ୧୯୯୦ କଟ୍ଟୁକୁଟୀର ଚାରୁଲତା ତାଜାବରମ ରାଜି କମାଣ୍ଡର ଲକ୍ଷ୍ମୀ ୧୯୯୧ ନୀଳଗିରି ଉଷା ୧୯୯୨ କିଜାକ୍କାନ ପତ୍ରୋଜ୍ କୁଞ୍ଜୁମୋଲ କୌରବର ସୁଜା ଉଟ୍ଟିପ୍ପାଟ୍ଟନାମ ସେତୁଲକ୍ଷ୍ମୀ ପାଣ୍ଡୁ ପାଣ୍ଡୋରୁ ରାଜକୁମାରୀ ଦେବୁ ଇଜାରା ପୋନ୍ନାନା ରେଣୁ ୧୯୯୩ ତାଲାମୁରୁ ଶ୍ରୀଲକ୍ଷ୍ମୀ ୧୯୯୪ ବାରାପାଲମ ଗୀତା କେବିନେଟ୍ ନନ୍ଦନା ମିନ୍ନାରମ ଟୀନା କାଦାଲ ଫୌସି ୧୯୯୫ କାକ୍କାକୁମ ପୂଚକ୍କୁମ କଲ୍ୟାଣମ୍ ଭାଗ୍ୟଲକ୍ଷ୍ମୀ ଷ୍ଟ୍ରିଟ୍ ଅନିତା ଆରବିକାଡାଲୋରାମ କ୍ଲାରା ହାଇଜାକ୍ ଗାୟତ୍ରୀ ୧୯୯୬ ସ୍ୱନ୍ତମ ମାକାଲକ୍କୁ ସ୍ନେହପୂର୍ବଂ ୧୯୯୭ ରେଞ୍ଜର୍ ରେମାୟା ପୂମାରାତାନାଲିଲ୍ ଇନ୍ଦୁ ୧୯୯୮ ଆମ୍ମା ଆମ୍ମାୟିୟାମ୍ମା ସୁଲୋଚନା ୧୯୯୯ ଇନ୍ଦୁଲେଖା ୨୦୦୧ ନିମିଶଙ୍ଗଲ ଏଲିନା ନାରିମନ ଅମ୍ମିନୀ ଇ ରାବଲି ଜ୍ୱଳନମ୍ ମ୍ୟାଗି ୨୦୦୩ ଜାନକୀୟମ୍ ଉଷା ୨୦୦୪ ନିରାପ୍ପାକିଟ୍ଟୁ ବସୁନ୍ଧରା ୨୦୦୫ ଇଝାରା ତେବରର ସ୍ତ୍ରୀ
ତାମିଲ
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୧୯୭୯ ଉତିରିପୂକ୍କାଲ ଭବାନୀ ଶିଶୁ କଳାକାର୧୯୮୦ଉଲ୍ଲାସ ପାରାବୈଗାଲସାନ ନିର୍ମଳା ୧୯୮୧ ଚିନ୍ନା ମୁଲ ପେଇଅ ମୁଲ ଡଲି ମୀନ୍ଦୁମ କୋକିଲା ଗର୍ଜନାଇ ଆଶା୧୯୮୨ ବାଦିବଙ୍ଗଲ ବିନି ଅଝାଗିୟେ କନ୍ନେକସ୍ତୁରୀ ୧୯୮୩ ବିଲ୍ଲିୟନୁର ମଠ ଲଳିତା ୧୯୮୯ ମୁନ୍ଧାନାଇ ସାବତମ୍ ନାୟିକା ୧୯୯୦ କେଲଦି କନମନି ଅନୁ ଇଙ୍ଗଲ ସ୍ୱାମୀ ଅୟପ୍ପାନ ଲକ୍ଷ୍ମୀ ଆରଙ୍ଗେଟ୍ରା ବେଲାଇ ସୁନ୍ଦରୀ ସୀତା ଗୀତା ଗୀତା ୧୯୯୧ ଅଧିକାରୀ ଅନୁ ନାନ ପୋଗୁମ ପାଢ଼ାଇ ଲକ୍ଷ୍ମୀ ୧୯୯୨ ଅଗ୍ନି ପାରବି ଶାନ୍ତି ଅଭିରାମି ରାଜେଶ୍ୱରୀ ୧୯୯୩ ଆଦିତ୍ୟାନ୍ ଦୈବନାଇ ପ୍ରତାପ ପ୍ରିୟା ପୁରୁଷ ଲକ୍ଷଣଂ ଅଞ୍ଜୁ କାଟ୍ଟାଲାଇ ୧୯୯୫ ଲାୱାରିସ୍ ୧୯୯୬ ଗୋପାଲା ଗୋପାଲା ଫାତିମା ୧୯୯୯ ପୂମାଗାଲ ଉର୍ବାଲମ ଉନାକ୍କାଗା ଏଲ୍ଲାମ ଉନାକ୍କାଗା ସାବିତ୍ରୀ ୨୦୦୦ କୁବେରାନ ଥଙ୍ଗମ ୨୦୦୩ ପପ୍କର୍ଣ୍ଣବାଲ୍ଲି ଉନ୍ନାଇ ଚରଣଦାଇନ୍ଧେନ ତେଜାର ମାଆ ମିଲିଟାରୀ ବେଲୁ ନାୟକର ସ୍ତ୍ରୀ ୨୦୦୭ ବୀରାପୁକୋଡ଼ି ପୋଲ୍ଲାଧାବନ ସେଲଭମର ସ୍ତ୍ରୀ ୨୦୦୯ ଇନ୍ଦିରା ବିଜା ଇନ୍ଦିରା ୨୦୧୦ ନୀୟୁମ ନାନୁମ ସୁନିତା ୨୦୧୧ ମିନସାରାମ ମନ୍ତ୍ରୀ ୨୦୧୩ ମାଧ ୟାନି କୁଟ୍ଟମ ଦୀପା
ତେଲୁଗୁ
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୧୯୮୧ ବାଲା ନାଗମ୍ମା ଅଗ୍ନି ପୂଲ୍ଲୁ ୧୯୮୪କୋଡ଼େ ତ୍ରଚୁ ବାବୁ ୧୯୮୬ନୀରିକ୍ଷଣ ବସ୍ରେ ଥିବା ଝିଅ ୨୦୦୨ସେଶୁପଦ୍ମା
କନ୍ନଡ଼ା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୧୯୯୬ରେଞ୍ଜର - ୧୯୯୮କିଙ୍ଗ୍ ସୁନ୍ଦରୀ ମାଇଁ ଡିଅର୍ ଟାଇଗର ପ୍ରଯୋଜିକା ୨୦୦୧ପ୍ରେମ ରାଜ୍ୟ ସୋନି
ଅଭିନୀତ ଧାରାବାହିକ/ଦୂରଦର୍ଶନ କାର୍ଯ୍ୟକ୍ରମ
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଚ୍ୟାନେଲଭୂମିକାଭାଷା ଲେଡିଜ୍ ହଷ୍ଟେଲ୍ଡିଡି ମାଲାୟାଲମ ମାଲାୟାଲମ ପାୟାନ କଥାକଳ ୧୯୯୯–୨୦୦୧ ଚିଠି ସନ୍ ଟିଭି ବୈଦେଗୀ ତାମିଲ ୨୦୦୦–୨୦୦୧ କ୍ରିଷ୍ଣାଦାସୀ ଅଧ୍ୟାପିକା କଲ୍ୟାଣୀ ୨୦୦୧ ସୂଲମ୍ ୨୦୦୨-୨୦୦୩ ଅଗଲ ବିଲ୍ଲାକୁଗଲ ଜନନୀଗାୟତ୍ରୀଜେମିନି ଟିଭିପ୍ରିୟାତେଲୁଗୁ୨୦୦୪ ମାନସୀ ଡିଡି ମାଲାୟାଲମ ମାଲାୟାଲମ କଦମାଟ୍ଟତୁ କଥାନର ଏସିଆନେଟ୍ ଭାନୁମତି ୨୦୦୫–୨୦୦୬ ସିଲ୍ଭି ସନ୍ ଟିଭି ମୁରତ୍ତୁ ପାଣ୍ଡିଆନଙ୍କ ସ୍ତ୍ରୀ ତାମିଲ ୨୦୦୭ ଆର୍ଷୀ ୨୦୦୭–୨୦୦୮ ଅକ୍କା ଥଙ୍ଗାଇ କଲିଙ୍ଗର ଟିଭି ୨୦୦୭ ସ୍ୱାମୀ ଅୟପ୍ପାନ ଏସିଆନେଟ୍ ମାଲାୟାଲମ୨୦୦୯ ଦେବୀ ମାହାତ୍ମ୍ୟମ୍ ପଙ୍କଜକ୍ଷୀ ୨୦୧୬–୨୦୧୮ ସତ୍ୟମ ଶିବମ ସୁନ୍ଦରମ୍ ଅମୃତା ଟିଭି ଭୈରବୀ ୨୦୨୦–୨୦୨୧ ମଗରାଶୀ ସନ୍ ଟିଭି ଚାମୁଣ୍ଡେଶ୍ୱରୀ ତାମିଲଈରାମନା ରୋଜାବେ ଷ୍ଟାର୍ ବିଜୟ ଅଞ୍ଜୁଗମ ୨୦୨୦ ଭନକ୍କମ୍ ତମିଝାସନ୍ ଟିଭିନିଜେ ୨୦୨୧ ଇଧାୟାଥାଇ ତ୍ରିରୁଦାତେକଲର୍ସ ତାମିଲ ଅତିଥି କଳାକାର ୨୦୨୧–୨୦୨୨ ଗୀତାଞ୍ଜଳୀରାଜ ଟିଭି ୨୦୨୨–୨୦୨୩ ବିଦ୍ୟା ନଂ. ୧ଜୀ ତାମିଲସୁନ୍ଦରୀ୨୦୦ ରେଡ୍ କାର୍ପେଟ୍ ଅମୃତା ଟିଭିନିଜେମାଲାୟାଲମ୨୦୨୩–ଏବେଯାଏଁଅମ୍ମେ ଭଗବତୀଫ୍ଲାୱାର୍ସ ଟିଭିମଙ୍ଗଳତମ୍ମା ୨୦୨୩–ଏବେଯାଏଁ ସିଙ୍ଗାପେନ୍ନାଏ ସନ୍ ଟିଭି ଲଳିତା ତାମିଲ ୨୦୨୪–ଏବେଯାଏଁ ଗୌରୀ କଳିଙ୍ଗର ଟିଭି ଅକିଲା
ପୁରସ୍କାର
୧୯୮୮: କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ରୁକ୍ମିଣୀ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର)
ଆଧାର
ବାହାର ଲିଙ୍କ୍
ଏମ୍ଏସ୍ଆଇରେ ଅଞ୍ଜୁ
ଶ୍ରେଣୀ: ଜୀବିତ ବ୍ୟକ୍ତି
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ ଶିଶୁ କଳାକାର
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ |
Anju (actress) | https://or.wikipedia.org/wiki/Anju_(actress) | ଲେଉଟାଣି ଅଞ୍ଜୁ (ଅଭିନେତ୍ରୀ) |
ନିର୍ମଳା କୁମାରୀ ମହାପାତ୍ର | https://or.wikipedia.org/wiki/ନିର୍ମଳା_କୁମାରୀ_ମହାପାତ୍ର | ନିର୍ମଳା କୁମାରୀ ମହାପାତ୍ର ଜଣେ ଭାରତୀୟ ଶିକ୍ଷକ ଓ ଓଡ଼ିଆ-ଭାଷୀ ଲେଖକ । ସେ ମୁଖତଃ ଶିଶୁସାହିତ୍ୟ ରଚନା ପାଇଁ ପରିଚିତ । ତାଙ୍କର ରଚନାବଳୀ ମଧ୍ୟରେ ଚୁମକୀ (୨୦୦୭) ଓ କଚ୍ଛପ ସମାବେଶ (୨୦୧୩), କାଳଜୟୀ (୨୦୦୦) ଅନ୍ୟତମ । ସେ କନ୍ଧମାଳ, ପୁରୀ ଆଦି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧୀନରେ ଜଣେ ଶିକ୍ଷକ-ପ୍ରଶିକ୍ଷକ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନ ଓ କଚ୍ଛପ ସମାବେଶ ପାଇଁ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
ନିର୍ମଳା କୁମାରୀ ମହାପାତ୍ର କଟକ ଜିଲ୍ଲାସ୍ଥିତ ଅଡଙ୍ଗା ମଲ୍ଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ କାଶୀନାଥ ମହାପାତ୍ର ଓ କ୍ଷୀରତନୟା ମହାପାତ୍ର । ସେ ଇତିହାସ, ଓଡ଼ିଆ, ଆଇନ (ଏଲ.ଏଲ.ବି.), ଶିକ୍ଷା (ଏମ.ଏଡ଼.)ରେ ସ୍ନାତକୋତ୍ତର କରିଥିଲେ ଏବଂ ମାଲାୟାଲାମରେ ଡିପ୍ଲୋମା, ହିନ୍ଦୀରେ କୋବିଦ ଶିକ୍ଷାଲାଭ କରିଥିଲେ ।
ସାହିତ୍ୟ ରଚନା
ନିର୍ମଳା କୁମାରୀ ମହାପାତ୍ର ଓଡ଼ିଆରେ ଶିଶୁମାନଙ୍କ ପାଇଁ ଓ ଅନ୍ୟାନ୍ୟ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ସାହିତ୍ୟ ବିଭାବ ରଚନା କରିଛନ୍ତି । ତାଙ୍କ କାବ୍ୟକବିତା ଭିତରେ ଚୁମକୀ (୨୦୦୭), କଚ୍ଛପ ସମାବେଶ (୨୦୧୩), ତୁମପାଇଁ ଗୀତ ଓ କବିତା, ତୁମପାଇଁ ଯାଦୁଘର, ଏବଂ ଏକଲବ୍ୟ ଏବଂ ସୁନା କୁଲେଇ କବିତା ସଂକଳନ, ତଥା କରୁଣ ପ୍ରଶାନ୍ତ କାବ୍ୟ ଆଦି ଅନ୍ୟତମ ।
ରଚନାବଳୀ
କାବ୍ୟକବିତା
ଚୁମକୀ (୨୦୦୭)
ତୁମପାଇଁ ଗୀତ ଓ କବିତା
ତୁମପାଇଁ ଯାଦୁଘର
ଏକଲବ୍ୟ (ସଂକଳନ)
କରୁଣ ପ୍ରଶାନ୍ତ (କାବ୍ୟ)
ସୁନା କୁଲେଇ (ସଂକଳନ)
ରତ୍ନମୁଦି
ଦିଗ୍ବଳୟ
ପ୍ରବନ୍ଧ
ପ୍ରତିଭାର ଝଲକ
କାଳଜୟୀ (୨୦୦୦)
ଗଳ୍ପ
ବ୍ୟାସଦେବଙ୍କ ଗବେଷଣା (ସଂକଳନ)
କଚ୍ଛପ ସମାବେଶ (୨୦୧୩)
ସମ୍ମାନ ଓ ପୁରସ୍କାର
ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନ ପାଇଥିଲେ । ତାଙ୍କ ରଚିତ କଚ୍ଛପ ସମାବେଶ ପୁସ୍ତକ ପାଇଁ ସେ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।
ଆଧାର
ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:କଟକ ଜିଲ୍ଲାର ଲୋକ |
Nirmala Kumari Mohapatra | https://or.wikipedia.org/wiki/Nirmala_Kumari_Mohapatra | ଲେଉଟାଣି ନିର୍ମଳା କୁମାରୀ ମହାପାତ୍ର |
ଟ୍ରାଇଫାରୋଟିନ | https://or.wikipedia.org/wiki/ଟ୍ରାଇଫାରୋଟିନ | ଟ୍ରାଇଫାରୋଟିନ, (ଇଂରାଜୀ ଭାଷାରେ Trifarotene), ଆକ୍ଲିଫ୍ ଏହାର ବେପାର ନାମ, ହେଉଛି ବ୍ରଣ ପାଇଁ ବ୍ୟବହୃତ ଏକ ଔଷଧ । ଏହା ଚର୍ମରେ ମଲମ ଭାବରେ ପ୍ରୟୋଗ କରାଯାଏ । ଚର୍ମର ଉତ୍ତେଜନାକୁ ରୋକିବାରେ ମଏଶ୍ଚରାଇଜର ବା ଓଦା କରିବା ସାମଗ୍ରୀ ମଧ୍ୟ ବ୍ୟବହୃତ ହୋଇପାରେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ଉତ୍ତେଜନା ଏବଂ ସହଜ ଆତପଦାହ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ରେଟିନଏଡ୍; ବିଶେଷ ଭାବରେ ଏକ ଚତୁର୍ଥ ପିଢ଼ୀର ସିଲେକ୍ଟିଭ୍ ରେଟିନୋଇକ ଏସିଡ ରିସେପ୍ଟର ଗାମା (RAR-γ) ଆଗୋନିଷ୍ଟ ।
୨୦୧୯ ମସିହାରେ ଆମେରିକା, କାନାଡ଼ା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇଫାରୋଟିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ଔଷଧ ନଳୀର (tube) ମୂଲ୍ୟ ପ୍ରାୟ ୫୭୫ ଡଲାର ଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Trifarotene | https://or.wikipedia.org/wiki/Trifarotene | ଲେଉଟାଣିଟ୍ରାଇଫାରୋଟିନ |
ଟୋପୋଟେକାନ | https://or.wikipedia.org/wiki/ଟୋପୋଟେକାନ | ଟୋପୋଟେକାନ (ଇଂରାଜୀ ଭାଷାରେ Topotecan), ଅନ୍ୟମାନଙ୍କ ମଧ୍ୟରେ ହାଇକାମ୍ଟିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଭାରି କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ ଏବଂ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ ପ୍ଲାଟେଲେଟ୍, ଜ୍ୱର, ସ୍ୱଳ୍ପ ଲାଲ ରକ୍ତ କଣିକା, ବାନ୍ତି, ତରଳ ଝାଡ଼ା, ପାଟି ଘା ଏବଂ କେଶହାନୀ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଟପୋଆଇସୋମେରେଜ ଇନହିବିଟର ଏବଂ ଡିଏନ୍ଏ ତିଆରି କରିବାର କୋଷଗୁଡ଼ିକର କ୍ଷମତାରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ ।
୧୯୯୬ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟପୋଟେକାନ୍ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ପାଇଁ ୪ ମିଗ୍ରା ବିଶିଷ୍ଟ ଇଞ୍ଜେକସନ ପାଇଁ ଏହାର ମୂଲ୍ୟ ପ୍ରାୟ ୧୨୭ ଡଲାର ଥିଲା । ଯୁକ୍ତରାଜ୍ୟରେ ୦.୨୫ ମିଗ୍ରା ବିଶିଷ୍ଟ ୧୦ଟି ବଟିକାର ମୂଲ୍ୟ ପ୍ରାୟ ୭୫ ପାଉଣ୍ଡ ଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Topotecan | https://or.wikipedia.org/wiki/Topotecan | ଲେଉଟାଣିଟୋପୋଟେକାନ |
ନାଲୋକ୍ସେଗୋଲ | https://or.wikipedia.org/wiki/ନାଲୋକ୍ସେଗୋଲ | ନାଲୋକ୍ସେଗୋଲ (ଇଂରାଜୀ ଭାଷାରେ Naloxego), ବିକ୍ରୟ ନାମ ମୋଭାଣ୍ଟିକ୍ ଏବଂ ମୋଭେଣ୍ଟିଗ୍, ଏକ ଔଷଧ ଯାହା ଦୀର୍ଘ ଦିନ ଧରି ଅଣ-କର୍କଟ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ମଧ୍ୟରେ ହେଉଥିବା ଓପିଓଏଡ୍- କୋଷ୍ଠକାଠିନ୍ୟ ପାଇଁ ବ୍ୟବହୃତ ହୁଏ । ଯେତେବେଳେ ଅନ୍ୟାନ୍ୟ ଝାଡ଼ା କରେଇବା ଔଷଧ ବା ରେଚକ କାମ କରେ ନାହିଁ ସେତେବେଳେ ଏହା ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ । ଏହା ସାଧାରଣ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେ ନାହିଁ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଓପିଓଏଡ ପ୍ରତ୍ୟାହାର ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତି ହେବା ଦେଖାଇ ନାହିଁ; ତଥାପି ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ରାସାୟନିକ ଭାବରେ ଏହା ପଲିଏଥିଲିନ ଗ୍ଲାଇକଲ୍ (PEF) ସହିତ ସଂଲଗ୍ନ ହୋଇଥିବା ନାଲୋକ୍ସୋନ । ଏହା ଏକ ପ୍ରାନ୍ତୀୟ କାର୍ଯ୍ୟ କରୁଥିବା μ-ଓପିଓଏଡ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ, ଯାହା ଓପିଓଏଡକୁ ଅନ୍ତନଳୀରେ ଥିବା ରିସେପ୍ଟର ସହିତ ବାନ୍ଧିବାରେ ରୋକିଥାଏ ।
୨୦୧୪ ମସିହାରେ ଆମେରିକା ଓ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଲୋକ୍ସେଗୋଲକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ନିମନ୍ତେ ମାସକୁ ପ୍ରାୟ ୩୬୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୫୫ ପାଉଣ୍ଡ । ୨୦୧୫ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ରରେ ଆଉ ନିୟନ୍ତ୍ରିତ ପଦାର୍ଥ ନୁହେଁ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Naloxegol | https://or.wikipedia.org/wiki/Naloxegol | redirect ନାଲୋକ୍ସେଗୋଲ |
ବୀଣା ଆଣ୍ଟୋନି | https://or.wikipedia.org/wiki/ବୀଣା_ଆଣ୍ଟୋନି | ବୀଣା ଆଣ୍ଟୋନି ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମାଲାୟାଲମ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ପ୍ରଥମେ ମୁଖ୍ୟ ଭୂମିକାରେ ଓ ପରେ କଥାଚିତ୍ର ଓ ଧାରାବାହିକରେ ଚରିତ୍ର ଅଭିନେତା ଭାବରେ ସେ କାମ କରୁଛନ୍ତି । ସେ ଓମ୍ମାନାତିଙ୍କାଲପକ୍ଷୀ, ମାୟାସୀତା, ଏଣ୍ଟେ ମାନସପୁତ୍ରୀ, ଅଟୋଗ୍ରାଫ୍, ତପସ୍ୟା ଭଳି ଧାରାବାହିକରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ବୀଣା ଆଣ୍ଟୋନି ଏର୍ଣ୍ଣାକୁଲମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଣ୍ଟୋନି ଓ ମାଆଙ୍କ ନାମ ଲିଲି । ସେ ତାଙ୍କ ପିତାମାତାଙ୍କର ସାନ ଝିଅ ଥିଲେ । ସେ ମଞ୍ଜୁମ୍ମେଲ୍ ସ୍ଥିତିଲ ଗାର୍ଡ଼ିଆନ୍ ଆଞ୍ଜେଲସ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ।
ଅଭିନୟ ଜୀବନ
୧୯୯୧ ମସିହାରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କନଲକ୍କଟ୍ଟୁ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସତ୍ୟନ ଅନ୍ତିକଡ଼ ।
୧୯୯୦ ଦଶକର ମଧ୍ୟ ଭାବରେ ବୀଣା ଅନେକ ଜଣାଶୁଣ ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ଓରୁ କୁଦାୟୁମ କୁଞ୍ଜୁ ପେଙ୍ଗାଲୁମ ତାଙ୍କ ସର୍ବାଧିକ ଲୋକପ୍ରିୟତା ଦେଇଥିଲା । ତାଙ୍କ ଅଭିନୀତ କିଛି ଜଣାଶୁଣା ଧାରାବାହିକ ମଧ୍ୟରେ ଏଣ୍ଟେ ମାନସପୁତ୍ରୀ (ଏସିଆନେଟ୍), ଅମ୍ମାକ୍କିଲି (ଏସିଆନେଟ୍), ଇନ୍ଦ୍ରନୀଲମ (ଅମୃତା ଟିଭି), ଅଟୋଗ୍ରାଫ୍ (ଏସିଆନେଟ୍), ଆଲିପ୍ପାଜାମ, ନିରାକ୍କୂଟୁ, ଚାରୁଲତା (ସୂର୍ଯ୍ୟ ଟିଭି), ଓମ୍ମାନାତିଙ୍କାଲପକ୍ଷୀ, ଶ୍ରୀ ଅୟାପ୍ପାନମ ବାବାରୁମ, ଇନ୍ଦିରା, କୁଞ୍ଜଲିମାରିକିଆର, ଏଣ୍ଟେ ଅଲ୍ପୋନସାମ୍ମା, ମାୟାସୀତା, ବଟର୍ଫ୍ରାଏଜ୍, ଅର୍ଦ୍ଧଚନ୍ଦ୍ରାନ୍ତେ ରାତ୍ରି, ଅଭିନେତ୍ରୀ, ଆମଲା, ସରାୟୁ (ସୂର୍ଯ୍ୟ ଟିଭି), ପ୍ରଣୟମ୍, କସ୍ତୂରିମାନ (ଏସିଆନେଟ୍) ଆଦି ଅନ୍ୟତମ ।
ଆଧାର
ବାହାର ଲିଙ୍କ୍
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ |
Beena Antony | https://or.wikipedia.org/wiki/Beena_Antony | ଲେଉଟାଣି ବୀଣା ଆଣ୍ଟୋନି |
ରାମୁସିରୁମାବ | https://or.wikipedia.org/wiki/ରାମୁସିରୁମାବ | ରାମୁସିରୁମାବ (ଇଂରାଜୀ ଭାଷାରେ Ramucirumab), ସିରାମଜା ତାହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ପାକସ୍ଥଳୀ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଅଣ-ଛୋଟ କୋଷ ଫୁସଫୁସ କର୍କଟ ଏବଂ ହେପାଟୋସେଲ୍ୟୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା କେବଳ ରୋଗ ଆଗେଇ ଯାଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ତରଳ ଝାଡ଼ା, ରକ୍ତସ୍ରାବ, ମୁଣ୍ଡବିନ୍ଧା, ଅଳ୍ପ ରକ୍ତ ସୋଡ଼ିଅମ, ଫୁଲା ଏବଂ ବୃକ୍କ ସମସ୍ୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜଠରାନ୍ତ୍ର ଛିଦ୍ର, ଖରାପ କ୍ଷତ ଆରୋଗ୍ୟ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଜମାଟ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (VEGFR) ସହିତ ସଂଯୁକ୍ତ ହୋଇ ତାହାର କାର୍ଯ୍ୟକୁ ଅବରୋଧ କରିଥାଏ ।
୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାମୁସିରୁମାବକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରା ମୂଲ୍ୟ ପ୍ରାୟ ୬୬୦୦ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଅଟେ ।|
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Ramucirumab | https://or.wikipedia.org/wiki/Ramucirumab | ଲେଉଟାଣିରାମୁସିରୁମାବ |
ଲୋଫେକ୍ସିଡାଇନ | https://or.wikipedia.org/wiki/ଲୋଫେକ୍ସିଡାଇନ | ଲୋଫେକ୍ସିଡାଇନ (ଇଂରାଜୀ ଭାଷାରେ Lofexidine), ଅନ୍ୟମାନଙ୍କ ମଧ୍ୟରେ ଲୁକେମିରା ଏହାର ଏକ ବିକ୍ରୟ ନାମ, ହେଉଛି ଓପିଓଏଡ ପ୍ରତ୍ୟାହାର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହା ବୁପ୍ରେନର୍ଫିନ ପରି ପ୍ରଭାବଶାଳୀ ନୁହେଁ । ଏହା ପାଟିରେ ଦିଆଯାଏ । ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଗଲା ପରେ ଧୀରେ ଧୀରେ ବନ୍ଦ କରିଦେବା ଉଚିତ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମନ୍ଥର ହୃଦସ୍ପନ୍ଦନ, ନିଦ୍ରାଳୁ ଭାବ ଏବଂ ଶୁଖିଲା ପାଟି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ α<sub id="mwHw">୨</sub> ଆଡ୍ରେନର୍ଜିକ ରିସେପ୍ଟର ଆଗୋନିଷ୍ଟ ।
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୋଫେକ୍ସିଡାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୦.୧୮ ମିଗ୍ରା ବିଶିଷ୍ଟ ୮୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୦୦ ଡଲାର ଥିଲା । ସମତୁଲ ଔଷଧ କ୍ଲୋନିଡିନର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ । ୧୦୨୧ ମସିହା ସୁଦ୍ଧା ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Lofexidine | https://or.wikipedia.org/wiki/Lofexidine | ଲେଉଟାଣିଲୋଫେକ୍ସିଡାଇନ |
ଅନୁମୋଲ | https://or.wikipedia.org/wiki/ଅନୁମୋଲ | ଅନୁମୋଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ୨୦୦୯ ମସିହାରୁ କଥାଚିତ୍ର ଜଗତରେ ସକ୍ରିୟ ହେବା ପରେ ସେ ଚାୟିଲ୍ୟମ୍ (୨୦୧୪), ଇଭାନ ମେଘରୂପାନ (୨୦୧୨), ଆକମ (୨୦୧୧), ବେଦିବାଜିପଡ଼ୁ (୨୦୧୩), ଜାନମ ପ୍ୟାରି (୨୦୧୫) ଭଳି ମାଲାୟାଲମ କଥାଚିତ୍ରରେ କାମ କରିଛନ୍ତି । ୨୦୨୩ ମସିହାରେ ତାଙ୍କ ତାମିଲ ୱେବ୍-ସିରିଜ୍ ଆୟାଲିକୁ ସମୀକ୍ଷକ ଓ ଦର୍ଶକ ଉଭୟ ପସନ୍ଦ କରିଥିଲେ ।
ଅଭିନୟ ଜୀବନ
୨୦୦୯ ମସିହାରେ ସେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କନ୍ନୁକୁଲେ । ଏହାପରେ ସେ ରାମାର, ସୂରଣ ଆଦି ତାମିଲ କଥାଚିତ୍ରରେ କାମ କରିଥିଲେ । ୨୦୧୨ ମସିହାରେ ସେ ମାଲାୟାଲମ କଥାଚିତ୍ର ଇଭାନ ମେଘରୂପାନରେ କାମ କରିଥିଲେ । ସେ ମାଲାୟାଟ୍ଟୁର ରାମକ୍ରିଷ୍ଣନଙ୍କ ଉପନ୍ୟାସ ଯକ୍ଷି ଉପରେ ଆଧାରିତ କଥାଚିତ୍ର ଅକାମରେ କାମ କରିଥିଲେ । ନିର୍ଦ୍ଦେଶକ ମନୋଜ କାନାଙ୍କ ପ୍ରଥମ କଥାଚିତ୍ର ଚାୟିଲ୍ୟମରେ ସେ ଜଣେ ବିଧବା ଭୂମିକାରେ କାମ କରିଥିଲେ ।
ସେ ରଣଜିତଙ୍କ ଦ୍ୱାରା ନିର୍ମିତ କଥାଚିତ୍ର ନିଜାନରେ ଦୁଲକର ସଲମାନଙ୍କ ସହିତ କାମ କରିଥିଲେ । ଭି.କେ. ପ୍ରକାଶଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକ୍ଷ୍ଟାର୍ରେ ସେ ଜଣେ ଟମ୍ବଏ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ଜଣେ ଫ୍ୟାସନ ଫଟୋଗ୍ରାଫର ତଥା ମୋଟରସାଇକେଲ ରାଇଡର୍ ଭାବରେ ଅଭିନୟ କରିଥିଲେ । ଜାତିଗତ ଭେଦଭାବ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମିତ କଥାଚିତ୍ର ନିଲାବାରିୟାତେରେ ସେ କାମ କରିଥିଲେ ।
ପୁରସ୍କାର
ଏନ୍. ପି. ଆବୁ ସ୍ମାରକୀ ପୁରସ୍କାର ୨୦୧୪
ଜେସି ଫାଉଣ୍ଡେସନ ପୁରସ୍କାର ୨୦୧୪
ଆଧାର
ବାହାର ଲିଙ୍କ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ |
Anumol | https://or.wikipedia.org/wiki/Anumol | ଲେଉଟାଣି ଅନୁମୋଲ |
ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ | https://or.wikipedia.org/wiki/ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ | ଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ (ଇଂରାଜୀ ଭାଷାରେ Dextromethorphan/quinidine), ନୁଏଡେକ୍ସଟା (Nuedexta) ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ସୁଡୋବଲ୍ବାର ପ୍ରଭାବର (PBA) ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ । ଏଥିରେ ପିବିଏ ଅନ୍ତର୍ଭୂକ୍ତ ହୋଇଛି ଯାହା ଆମାୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (ALS), ମଲ୍ଟିପ୍ଲ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଡିମେନ୍ସିଆରେ ସୁଡୋବଲ୍ବାର ପ୍ରଭାବ (PBA) ହୋଇପାରେ । ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡ ବୁଲାଇବା, କାଶ, ବାନ୍ତି, ପ୍ରାନ୍ତୀୟ ଫୁଲା ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । ଏଥିରେ ଡେକ୍ସଟ୍ରୋମେଥୋରଫାନ ଯାହା ଏକ ଏନଏମଡିଏ (NMDA) ରିସେପ୍ଟର ଆଣ୍ଟାନିଷ୍ଟ ଏବଂ କ୍ୱିନିଡାଇନ୍ ଯାହା ଏକ ସିୱାଇପି୨ଡି୬ (CYP2D6) ପ୍ରତିବନ୍ଧକ ଅଛି । ଡେକ୍ସଟ୍ରୋମେଥୋରଫାନର କାର୍ଯ୍ୟକଳାପ ବୃଦ୍ଧି ପାଇଁ କ୍ୱିନିଡାଇନ୍ ବ୍ୟବହୃତ ହୁଏ ।
୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା । ଏହା ୨୦୧୩ରେ ୟୁରୋପରେ ଅନୁମୋଦିତ ହୋଇଥିଲା କିନ୍ତୁ ଏହି ଅନୁମୋଦନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୩୦୦ ଡଲାର ଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Dextromethorphan/quinidine | https://or.wikipedia.org/wiki/Dextromethorphan/quinidine | ଲେଉଟାଣିଡେକ୍ସଟ୍ରୋମେଥୋରଫାନ/କ୍ୱିନିଡାଇନ |
ଭିଲାଣ୍ଟେରୋଲ | https://or.wikipedia.org/wiki/ଭିଲାଣ୍ଟେରୋଲ | ଭିଲାଣ୍ଟେରୋଲ ହେଉଛି ଏକ ଔଷଧ ଯାହା ମୁଖ୍ୟତ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆଜମା ରୋଗର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଅନ୍ୟ ଔଷଧ ସହିତ ମିଶି ପ୍ରଶ୍ୱାସରେ ନିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଏବଂ ଗଳାର ଉତ୍ତେଜନା, ଛତ୍ରକ ରୋଗ ବା ଥ୍ରଶ୍ (thrush) ଏବଂ ଛାତି ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । ଏହା ଏକ ଦୀର୍ଘ କାଳୀନ କାର୍ଯ୍ୟକାରୀ β<sub>୨</sub> ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଅଟେ |
୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୁଟିକାସୋନ ସହିତ ଭିଲାଣ୍ଟେରୋଲ ଦେବାକୁ ଅନୁମୋଦିତ ହୋଇଥିଲା । ଏହା ଉମେକ୍ଲିଡିନିଅମ/ଭିଲାଣ୍ଟେରୋଲ ଏବଂ ଫ୍ଲୁଟିକାସୋନ/ଉମେକ୍ଲିଡିନିଅମ/ ଭିଲାଣ୍ଟେରୋଲ୍ ନାମରେ ମଧ୍ୟ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୦ରୁ ୪୫ ପାଉଣ୍ଡ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Vilanterol | https://or.wikipedia.org/wiki/Vilanterol | ଲେଉଟାଣିଭିଲାଣ୍ଟେରୋଲ |
ଅନୁରାଧା ଆଚାର୍ଯ୍ୟ | https://or.wikipedia.org/wiki/ଅନୁରାଧା_ଆଚାର୍ଯ୍ୟ | |
ଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ) | https://or.wikipedia.org/wiki/ଅନୁଶ୍ରୀ_(କନ୍ନଡ଼_ଅଭିନେତ୍ରୀ) | ଅନୁଶ୍ରୀ ଜଣେ ଭାରତୀୟ ଅଭିନେତ୍ରୀ ତଥା ଉପସ୍ଥାପିକା, ଯିଏକି କନ୍ନଡ଼ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ କନ୍ନଡ଼ ଦୂରଦର୍ଶନ ଜଗତରେ ଜଣେ ଉପସ୍ଥାପିକା ଭାବରେ ନିଜର ପେଷା ଆରମ୍ଭ କରିଥିଲେ ଏବଂ ପରେ ଜଣେ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ଜଣେ ଅଭିନେତ୍ରୀ ଭାବରେ ସେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ ।
ପ୍ରାରମ୍ଭିକ ଜୀବନ
ଅନୁଶ୍ରୀ କର୍ଣ୍ଣାଟକର ମାଙ୍ଗାଲୋର ଅନ୍ତର୍ଗତ ସୁରତକଳାଠାରେ ଏକ ତଳୁ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସମ୍ପଥ ଓ ମାଆଙ୍କ ନାମ ଶଶିକଳା । ସେ ଛୋଟ ଥିଲାବେଳେ ତାଙ୍କ ବାପାମାଆ ଅଲଗା ହୋଇଯାଇଥିଲେ । ଶିକ୍ଷା ସମାପ୍ତ କରିବା ପରେ ସେ ବାଙ୍ଗାଲୋର ଯାଇଥିଲେ ଏବଂ ସେଠାରେ ଦୂରଦର୍ଶନ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।
ଆଧାର
ଶ୍ରେଣୀ:୧୯୮୮ ଜନ୍ମ
ଶ୍ରେଣୀ:କନ୍ନଡ଼ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ଜୀବିତ ବ୍ୟକ୍ତି |
Anushree (Kannda actress) | https://or.wikipedia.org/wiki/Anushree_(Kannda_actress) | ଲେଉଟାଣି ଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ) |
ଆମିଭାଣ୍ଟାମାବ | https://or.wikipedia.org/wiki/ଆମିଭାଣ୍ଟାମାବ | ଆମିଭାଣ୍ଟାମାବ (ଇଂରାଜୀ ଭାଷାରେ Amivantamab), ରାଇବ୍ରେଭାଣ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । Text was copied from this source which is © European Medicines Agency. Reproduction is authorized provided the source is acknowledged. ନିର୍ଦ୍ଦିଷ୍ଟ ଭାବରେ ଆଗେଇ ଯାଇଥିବା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ଏକ୍ସନ୍ ୨୦ ଇନସର୍ସନ ମ୍ୟୁଟେସନ ଥିଲେ ଏହା ବ୍ୟବହୃତ ହୁଏ, ଯେତେବେଳେ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥାଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଇନଫ୍ୟୁଜନ୍ ପ୍ରତିକ୍ରିୟା, ନଖ ଚାରିପାଖରେ ସଂକ୍ରମଣ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଅଣନିଶ୍ୱାସ, ବାନ୍ତି, ଥକାପଣ, ଫୁଲା, ପାଟିରେ ଘା’, କାଶ ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ, ଆଖି ସମସ୍ୟା, କମ୍ ରକ୍ତ ପୋଟାସିୟମ୍ ବା ହାଇପୋକାଲେମିଆ, ଉଚ୍ଚ ରକ୍ତ ଶର୍କରା, ଅଳ୍ପ ସୋଡିଅମ୍ ରକ୍ତତା ଏବଂ ଯକୃତ ପ୍ରଦାହ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଦ୍ୱିପାକ୍ଷିକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ (EGF) ରିସେପ୍ଟର ଏବଂ ମେସେନକାଇମାଲ- ଏପିଥେଲିଆଲ ଟ୍ରାଞ୍ଜିସନ (MET) ରିସେପ୍ଟର ସହିତ ସଂଲଗ୍ନ ହୁଏ ।
୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆମିଭାଣ୍ଟାମାବ ଅନୁମୋଦନ କରାଯାଇଥିଲା । ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏକ ୩୫୦ ମିଗ୍ରା ଭାଏଲର ମୂଲ୍ୟ ୧୧୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Amivantamab | https://or.wikipedia.org/wiki/Amivantamab | ଲେଉଟାଣିଆମିଭାଣ୍ଟାମାବ |
ଡାରୋଲୁଟାମାଇଡ | https://or.wikipedia.org/wiki/ଡାରୋଲୁଟାମାଇଡ | ଡାରୋଲୁଟାମାଇଡ (ଇଂରାଜୀ ଭାଷାରେ Darolutamide), ନ୍ୟୁବେକା ଏହାର ଏକ ବିକ୍ରୟ ନାମ, ହେଉଛି ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ଅସ୍ତ୍ରୋପଚାର କିମ୍ବା ମେଡିକାଲ ଜନଦନାଶନ (ଖାସୁ) ସହିତ ଅଣ-ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟ (nmCRPC) ପାଇଁ ବ୍ୟବହୃତ ହୁଏ । ଏହି ଔଷଧ ଖାଦ୍ୟ ସହିତ ଦିନକୁ ଦୁଇଥର ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ବାହୁ ଏବଂ ଗୋଡରେ ଯନ୍ତ୍ରଣା, ଏବଂ ରାସ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ । ଗର୍ଭାବସ୍ଥାରେ ପୁରୁଷ କିମ୍ବା ମହିଳାଙ୍କ ଦ୍ୱାରା ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ନନ୍-ସ୍ଟିରଏଡାଲ୍ ଆଣ୍ଟିଆଣ୍ଡ୍ରୋଜେନ୍ (NSAA); ଆଣ୍ଡ୍ରୋଜେନ ସହିତ ଆଣ୍ଡ୍ରୋଜେନ୍ ରିସେପ୍ଟର ବାନ୍ଧିବାରେ ପ୍ରତିରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।
୨୦୧୧ ମସିହାରେ ଡାରୋଲୁଟାମାଇଡ ପ୍ୟାଟେଣ୍ଟ୍ ହୋଇଥିଲା । ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୪୦୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ପ୍ରାୟ ୧୧୦୦୦ ଡଲାର ଅଟେ ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Darolutamide | https://or.wikipedia.org/wiki/Darolutamide | ଲେଉଟାଣିଡାରୋଲୁଟାମାଇଡ |
ଅନୁଶ୍ରୀ (ମାଲାୟାଲମ ଅଭିନେତ୍ରୀ) | https://or.wikipedia.org/wiki/ଅନୁଶ୍ରୀ_(ମାଲାୟାଲମ_ଅଭିନେତ୍ରୀ) | ଅନୁଶ୍ରୀ (ଜନ୍ମ: ୨୪ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମାଲାୟାଲମ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୨ ମସିହାରେ ମାଲାୟାଲମ କଥାଚିତ୍ର ଡାଇମଣ୍ଡ ନେକଲେସ୍ରେ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ମାଲାୟାଲମ କଥାଚିତ୍ରରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ସେ ୧୯୯୦ ମସିହାର ଅକ୍ଟୋବର ୨୪ ତାରିଖରେ କେରଳର କୋଲ୍ଲାମ ଜିଲ୍ଲାର କାମୁକୁମଚେରୀ ଠାରେ ଜନ୍ମଗ୍ରହଣ କରିଥିଲେ ।Sathyendran, Nita (19 July 2003). "Different Step: Actor Anusree on finding her footing in tinsel town". The Hindu. Retrieved 7 December 2013. ତାଙ୍କ ବାପା ମୂରଲୀଧରନ ଜଣେ ସରକାରୀ କର୍ମଚାରୀ ଥିଲେ ଓ ମାଆଙ୍କ ନାମ ଶୋଭନା । ତାଙ୍କର ଜଣେ ବଡ଼ ଭାଇ ଅଛନ୍ତି । ସେ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଭୋକେସନାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଞ୍ଜକଲା, କୋଲ୍ଲାମରେ ପଢ଼ିଥିଲେ । ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କ ସ୍କୁଲ ଦିନରୁ ଆରମ୍ଭ ହୋଇଥିଲା ।
ଅଭିନୟ ଜୀବନ
ଅନୁଶ୍ରୀ ୨୦୧୨ ମସିହାରେ ସେ ଡାଇମଣ୍ଡ ନେକ୍ଲେସ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସୂର୍ଯ୍ୟ ଟିଭିରେ ପ୍ରସାରିତ ଭିଭେଲ୍ ଆକ୍ଟିଭ୍ ଫାୟାର୍ ବିଗ୍ ବ୍ରେକ୍ରେ ସେ ଅଂଶଗ୍ରହଣ କରିଥିବାବେଳେ ନିର୍ଦ୍ଦେଶକ ଲାଲ୍ ଜୋସ୍ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଏହି କଥାଚିତ୍ରର ନାୟିକା ଭାବରେ ବାଛିଥିଲେ । ଏହାପରେ ସେ ଲେଫ୍ଟ ରାଇଟ୍ ଲେଫ୍ଟ (୨୦୧୩), ପୁଲିପୁଲିକାଲୁମ୍ ଅଟିଙ୍କୁଟ୍ଟିଯୁମ୍ (2013) ଓ ଆଙ୍ଗ୍ରି ବେବିଜ୍ ଇନ୍ ଲଭ୍ (୨୦୧୪)ରେ ଅଭିନୟ କରିଥିଲେ । ଇତିହାସା (୨୦୧୪) ଓ ମାଇଁ ଲାଇଫ୍ ପାର୍ଟନର୍ (୨୦୧୪) କଥାଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ସେ ଦିଲୀଶ ପୋଥାନଙ୍କ ମହେଶିଣ୍ଟେ ପ୍ରତିକାରମରେ ଏବଂ ପ୍ରିୟଦର୍ଶନଙ୍କ ଓପାମରେ ପୋଲିସ୍ ଏସିପି ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ । ସେ କୋଚାବ୍ବା ପାଓଲୋ ଆୟାପ୍ପା କୋଏଲ୍ହୋ (୨୦୧୬), ଓରୁ ସିନେମାକ୍କରନ୍ (୨୦୧୭), ଆଧି (୨୦୧୮) ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।
ଅନୁଶ୍ରୀଙ୍କୁ ପ୍ରଥମେ ପୁଲିମୁରୁଗାନ୍ (୨୦୧୬)ରେ ମୋହନଲାଲଙ୍କ ସହ ମୁଖ୍ୟ ନାୟିକା ଭାବରେ କାମ କରିବାର ସୁଯୋଗ ମିଳିଥିଲା, ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ କାମ କରିପାରିନଥିଲେ । ସେ ମାମୁଟିଙ୍କ ସହ ଏକ କଥାଚିତ୍ରରେ କାମ କରିଥିଲେ ।
ପୁରସ୍କାର
କଥାଚିତ୍ରପୁରସ୍କାରବର୍ଗଫଳାଫଳଆଧାରଡାଇମଣ୍ଜ ନେକ୍ଲେସ୍ଇଣ୍ଡିଆନ ମୁଭି ଆୱାର୍ଡସ୍ (କତାର) ବିଜେତାଇତିହାସାକ୍ୟାମ୍ପସ୍ ଚଏସ୍ ସିନେ ଆୱାର୍ଡ଼ସ୍ ମନୋନୀତ
ଆଧାର
ବାହାର ଲିଙ୍କ୍
ଶ୍ରେଣୀ:୧୯୯୦ ଜନ୍ମ
ଶ୍ରେଣୀ:ଜୀବିତ ବ୍ୟକ୍ତି
ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ ଦୂରଦର୍ଶନ ଅଭିନେତ୍ରୀ
ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ |
ଅନୁଶ୍ରୀ | https://or.wikipedia.org/wiki/ଅନୁଶ୍ରୀ | ଲେଉଟାଣି ଅନୁଶ୍ରୀ (ମାଲାୟାଲମ ଅଭିନେତ୍ରୀ) |
Anusree (Malayalam Actress) | https://or.wikipedia.org/wiki/Anusree_(Malayalam_Actress) | ଲେଉଟାଣି ଅନୁଶ୍ରୀ (ମାଲାୟାଲମ ଅଭିନେତ୍ରୀ) |
ଭୋକ୍ସେଲୋଟୋର | https://or.wikipedia.org/wiki/ଭୋକ୍ସେଲୋଟୋର | ଭୋକ୍ସେଲୋଟୋର (ଇଂରାଜୀ ଭାଷାରେ Voxelotor), ଅକ୍ସବ୍ରାଇଟା ଏକ ବେପାର ନାମ, ହେଉଛି ସିକ୍ଲ ସେଲ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ପ୍ରମାଣ ଦର୍ଶାଏ ଯେ ଏହା ହେମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିଥାଏ; ତଥାପି ସାମଗ୍ରିକ ଲାଭ ୨୦୨୧ ସୁଦ୍ଧା ଅସ୍ପଷ୍ଟ ଅଟେ। ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ରାସ, ଜ୍ୱର ଏବଂ ଥକାପଣ ହୋଇପାରେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ । ଅସ୍ୱାଭାବିକ ହେମୋଗ୍ଲୋବିନର ଅମ୍ଳଜାନ ବହନ କରିବା କ୍ଷମତାକୁ ଉନ୍ନତ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଭୋକ୍ସେଲୋଟୋର ଅନୁମୋଦିତ ହୋଇଥିଲା । ୟୁରୋପରେ ୨୦୧୬ ମସିହାର ଏହାକୁ ଅନାଥ ନାମ (orphan designation) ଦିଆଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୦,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।
ଆଧାର
ଶ୍ରେଣୀ:ଚିକିତ୍ସା ବିଜ୍ଞାନ |
Voxelotor | https://or.wikipedia.org/wiki/Voxelotor | ଲେଉଟାଣିଭୋକ୍ସେଲୋଟୋର |
ରେଗାଡେନୋସନ | https://or.wikipedia.org/wiki/ରେଗାଡେନୋସନ | ରେଗାଡେନୋସନ (ଇଂରାଜୀ ଭାଷାରେ Regadenoson), ଅନ୍ୟମାନଙ୍କ ମଧ୍ୟରେ ଲେକ୍ସିସ୍କାନ ଏକ ବେପାର ନାମ, ଫାର୍ମାକୋଲୋଜିକ୍ ଚାପ ପରୀକ୍ଷା ପାଇଁ ବ୍ୟବହୃତ ଏକ ଔଷଧ । ଏହା ରେଡିଓନ୍ୟୁକ୍ଲିଡ୍ ମାୟୋକାର୍ଡିଆଲ୍ ପରଫ୍ୟୁଜନ ଇମେଜିଙ୍ଗର ଏକ ଅଂଶ ଭାବରେ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଏସଟି ସେଗମେଣ୍ଟ ପରିବର୍ତ୍ତନ, ଲାଲ ପଡ଼ିଯିବା (ଫ୍ଲଶ୍), ଅଣନିଶ୍ୱାସ ଏବଂ ଛାତି ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ ଏବଂ ଆନାଫାଇଲାକ୍ସିସ ହୋଇପାରେ । କମ୍ ରକ୍ତଚାପ କିମ୍ବା ଖରାପ ନିୟନ୍ତ୍ରିତ ହୃଦ୍ପାତ ରୋଗ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଏକ ଏ<sub id="mwHg">୨ଏ</sub> (A <sub id="mwHg">2A</sub>)ଆଡେନୋସିନ ରିସେପ୍ଟର ଆଗୋନିଷ୍ଟ ଯାହା ହୃତପିଣ୍ଡକୁ ସରବରାହ କରୁଥିବା ରକ୍ତନଳୀଗୁଡ଼ିକୁ ସ୍ଫିତ କରିଥାଏ ।
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେଗାଡେନୋସନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୧୦ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୨୭୦ ଡଲାର ଥିଲା । |
Regadenoson | https://or.wikipedia.org/wiki/Regadenoson | ଲେଉଟାଣିରେଗାଡେନୋସନ |