title
stringlengths
1
89
url
stringlengths
31
119
text
stringlengths
0
105k
Etidronic acid
https://or.wikipedia.org/wiki/Etidronic_acid
redirect ଏଟିଡ୍ରୋନିକ ଏସିଡ
Dadudan Gadhvi
https://or.wikipedia.org/wiki/Dadudan_Gadhvi
ଲେଉଟାଣି ଦାଦୁଦାନ ଗାଦଭି
ଡିଫେରେସିରକ୍ସ
https://or.wikipedia.org/wiki/ଡିଫେରେସିରକ୍ସ
ଡିଫେରେସିରକ୍ସ, ଏକ୍ସଜେଡ୍ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବିଟା-ଥାଲାସେମିଆ ଏବଂ ଅନ୍ୟାନ୍ୟ କ୍ରୋନିକ୍ ଆନିମିଆ ଯୋଗୁ ଭୋଗୁଥିବା ରକ୍ତହୀନତା ପାଇଁ ଦୀର୍ଘ ଦିନ ଧରି ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କର ଅତ୍ୟଧିକ ଲୌହ ଜମାହେଉଥିବା ଯୋଗୁ ଏହି ଔଷଧ ଦିଆଯାଏ । ସାଧାରଣତଃ ଯେତେବେଳେ ଡିଫେରକ୍ସାମାଇନ୍ ଯଥେଷ୍ଟ ନ ହେଲେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ବାନ୍ତି, ତରଳ ଝାଡ଼ା, ବୁକୁଜ୍ୱାଳା, ରାସ, ଗଲୁ ଏବଂ ଯକୃତ ସମସ୍ୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଟାବୋଲିକ୍ ଏସିଡୋସିସ୍, ଅସ୍ଥି ମଜ୍ଜା ଦମନ ଏବଂ ପାକସ୍ଥଳୀ ରକ୍ତସ୍ରାବ ହୋଇପାରେ । ବୃକ୍‌କ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଗର୍ଭାବସ୍ଥାରେ ଏହା କ୍ଷତିକାରକ ବୋଲି ବିଶ୍ୱାସ କରାଯାଏ । ଏହା ଏକ ଲୁହା ଚିଲେଟର । ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୬ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡିଫେରେସିରକ୍ସ ଅନୁମୋଦିତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୩୬୦ ମିଗ୍ରା ମାତ୍ରାରେ ମାସକୁ ପ୍ରାୟ ୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯୦ ଡଲାର ଅଟେ । ଏହାର ଜେନେରିକ୍ ବା ଶ୍ରେଣୀଗତ ସଂସ୍କରଣଗୁଡିକ ୨୦୨୦ରେ ଅନୁମୋଦିତ ହୋଇଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Deferasirox
https://or.wikipedia.org/wiki/Deferasirox
ଲେଉଟାଣିଡିଫେରେସିରକ୍ସ
ଆସମା ବଦର
https://or.wikipedia.org/wiki/ଆସମା_ବଦର
ଆସମା ବଦର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ସେ ସସୁରାଲ୍ ସୀମର୍ କା ଧାରାବାହିକ ପାଇଁ ଜଣାଶୁଣା । ପ୍ରାରମ୍ଭିକ ଜୀବନ ୧୯୮୮ ମସିହାର ଜାନୁଆରୀ ୧୧ ତାରିଖରେ ସେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ଜୀବନ ୨୦୧୧ ମସିହାରେ ସେ ସାହାରା ୱାନ୍‌ରେ ପ୍ରସାରିତ ଧାରାବାହିକ ଗଙ୍ଗା କି ଧିଜରେ ଅଭିନୟ ପାଇଁ ବଛାଯାଇଥିଲେ, ମାତ୍ର ପରେ ଏଥିରେ ବାଦ୍ ପଡ଼ିଥିଲେ । କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ସସୁରାଲ୍ ସୀମର୍ କାରେ ସେ ନୈନା ଭୂମିକାରେ ଅଭିନୟ ପାଇଁ ଲୋକଲୋଚନକୁ ଆସିଥିଲେ । ସେ ଟିଭି ଧାରାବାହିକ ଲାପତାଗଞ୍ଜ, ତୁଝ ସଙ୍ଗ ପ୍ରୀତ ଏବଂ ଯୋଦ୍ଧା ଆକବର ଆଦିରେ ଅଭିନୟ କରିଛନ୍ତି । ୨୦୧୪ ମସିହାରେ ସେ କନ୍ନଡ଼ କଥାଚିତ୍ର ପୁଙ୍ଗି ଦାସାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ ଏମ୍‌ଟିଭି ବିଗ୍ ଏଫ୍‌ରେ କାମ କରିଥିଲେ, ଯେଉଁଠି ସେ ତାଙ୍କ ସହ-ଅଭିନେତ୍ରୀ ମଧୁରା ନାଏକଙ୍କୁ ଚୁମ୍ବନ ଦେଇଥିଲେ ଏବଂ ଏହା ଭାରତୀୟ ଦୂରଦର୍ଶନ ଇତିହାସରେ ପ୍ରଥମ ଥିଲା । ୨୦୧୯ ମସିହାରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ତୁଝ୍ ସେ ହୈ ରାବତାରେ ଅଭିନୟ କରିଥିଲେ । ଆଧାର ବାହାର ଆଧାର ଶ୍ରେଣୀ:୧୯୮୮ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ
Asma Badar
https://or.wikipedia.org/wiki/Asma_Badar
ଲେଉଟାଣି ଆସମା ବଦର
ଗ୍ରାନିସେଟ୍ରନ
https://or.wikipedia.org/wiki/ଗ୍ରାନିସେଟ୍ରନ
ଗ୍ରାନିସେଟ୍ରନ (ଇଂରାଜୀ ଭାଷାରେ Granisetron), ଏକ ବେପାର ନାମ ସାନ‌କୁସୋ, ହେଉଛି ଏକ ଔଷଧ ଯାହା କେମୋଥେରାପି, ବିକିରଣ, ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଓ ବାନ୍ତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଇପାରେ, ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ଚର୍ମ ପ୍ୟାଚ୍ ଭାବରେ ଆବଶ୍ୟକତା ଅନୁସାରେ ବ୍ୟବହୃତ ହୋଇପାରେ । ଗତି ଅସୁସ୍ଥତା କିମ୍ବା ଓପିଓଏଡ୍ କାରଣରୁ ହେଉଥିବା ବାନ୍ତି ପାଇଁ ଏହା ଉପଯୋଗୀ ନୁହେଁ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବୁକୁଜ୍ୱାଳା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନ ଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ୫-ଏଚଟି୩ (5-HT3 ରିସେପ୍ଟର ବିରୋଧୀ । ଗ୍ରାନିସେଟ୍ରନ ୧୯୮୫ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଓଣ୍ଡାନ୍‌ସେଟ୍ରନ୍‌‌ର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି । ଏହା ଜେନେରିକ୍ ବା ମୂଳ ନାମ ବିଶିଷ୍ଟ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧ ମିଗ୍ରା ର ୧୦ଟି ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Granisetron
https://or.wikipedia.org/wiki/Granisetron
redirect ଗ୍ରାନିସେଟ୍ରନ
ଏପିସ୍ପାଡିଅସ
https://or.wikipedia.org/wiki/ଏପିସ୍ପାଡିଅସ
ଏପିସ୍ପାଡିଅସ ହେଉଛି ଏକ ବିକୃତି ଯେଉଁଥିରେ ମୂତ୍ରନଳୀରର ଉପର ଅଂଶ ସଠିକ୍ ଭାବରେ ବନ୍ଦ କରିବାରେ ବିଫଳ ହୁଏ। ପୁରୁଷମାନଙ୍କଠାରେ ମୂତ୍ରନଳୀ ଖୋଲିବା ଲିଙ୍ଗର ଉପର ଭାଗରେ ହୋଇପାରେ; ଯାହା ଛୋଟ ଏବଂ ଉପର ଭାଗ ବକ୍ର ହୋଇପାରେ । ମହିଳାମାନଙ୍କଠାରେ ଏକ ବିଭାଜିତ କ୍ଲାଇଟୋରିସ ଏବଂ ଖରାପ ଭାବରେ ଗଠିତ ମୋନ୍ସ ପୁବିସ୍ ହୋଇପାରେ । ଏହା ପ୍ରାୟତଃ ମୂତ୍ରାଶୟ ଅଙ୍ଗବିକୃତି ସହିତ ମିଳିତ ହୁଏ | ରୋଗ ଜଟିଳ ହେଲେ ସ୍ୱେଚ୍ଛାକୃତ ମୂତ୍ର ନିୟନ୍ତ୍ରଣ ରହେନି । ଏହାର କାରଣ ଅସ୍ପଷ୍ଟ ରହିଛି। । ଗର୍ଭାବସ୍ଥା ପୂର୍ବରୁ ଫୋଲେଟର ଅଭାବ ଦେଖାଗଲେ ରୋଗର ଅଧିକ ଭୟଙ୍କର ରୂପ ହୁଏ । ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ । ସଂପୃକ୍ତ ପ୍ୟୁବିକ ଡାଏଷ୍ଟାସିସ୍ (pubic diastasis) ଖୋଜିବା ପାଇଁ ଏକ ଏକ୍ସ-ରେ କରିବାକୁ ସୁପାରିଶ କରାଯାଏ । ଏହାର ଚିକିତ୍ସାରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ । ଅନିୟନ୍ତ୍ରିତ ମୂତ୍ରତ୍ୟାଗ ହାର ୫୦ରୁ ୯୦% ମଧ୍ୟରେ ରହିଥାଏ । ଏପିସ୍ପାଡିଅସ (Epispadias) ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିପାରେ; ଯଦିଓ ବ୍ଲାଡର ଏକ୍ସଟ୍ରୋଫି (exstrophy ) ବିନା ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ୧ରୁ କମ୍ ଏବଂ ୧୬୦,୦୦୦ ମହିଳା ଜନ୍ମରୁ ୧ରୁ କମ୍ ଥାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Epispadias
https://or.wikipedia.org/wiki/Epispadias
redirect ଏପିସ୍ପାଡିଅସ
ଟେନେକ୍ଟେପ୍ଲେଜ
https://or.wikipedia.org/wiki/ଟେନେକ୍ଟେପ୍ଲେଜ
ଟେନେକ୍ଟେପ୍ଲେଜ ( ଟିଏନ‌କେ/ TNK), ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟିଏନ‌କେଜ (TNKase), ଏକ ଔଷଧ ଯାହା ହୃଦ୍‌ଘାତ ବା ଫୁସଫୁସ ଏମ୍ବୋଲିଜ୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଷ୍ଟ୍ରୋକ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୁଏ ଯେପରିକି ନାକ ରକ୍ତସ୍ରାବ, ପାକସ୍ଥଳୀରେ ରକ୍ତସ୍ରାବ, କ୍ଷତ କିମ୍ବା ପରିସ୍ରାରେ ରକ୍ତ ହୋଇପାରେ । ଜେଣ୍ଟାମାଇସିନ୍ ପ୍ରତି ଆନାଫାଇଲାକ୍‌ସିସ ଥିଲେ ଏହା ବ୍ୟବହାର କରିବା ଉଚିତ୍ ନୁହେଁ । ଏହା ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ଉତ୍ପାଦିତ ଏକ ତନ୍ତୁ ପ୍ଲାଜମିନୋଜେନ ସକ୍ରିୟକାରୀ (ଟିପିଏ) । ଜମାଟ ରକ୍ତ ତରଳ କରି ଏହା କାର୍ଯ୍ୟକ୍ଷମ ହୁଏ । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେନେକ୍ଟେପ୍ଲେଜ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରାର ମୂଲ୍ୟ ପ୍ରାୟ ୬୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୫୦୦ ଡଲାର। ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Tenecteplase
https://or.wikipedia.org/wiki/Tenecteplase
redirect ଟେନେକ୍ଟେପ୍ଲେଜ
ଭାରତୀ ଆଚରେକର
https://or.wikipedia.org/wiki/ଭାରତୀ_ଆଚରେକର
ଭାରତୀ ଆଚରେକର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ ଥିଏଟର, କଥାଚିତ୍ର ତଥା ଦୂରଦର୍ଶନରେ କାମ କରନ୍ତି । ସେ ଭାରତୀୟ ଦୂରଦର୍ଶନ ଧାରାବାହିକ ୱାଗଲ୍ କି ଦୁନିଆରେ ଅଭିନୀ ଚରିତ୍ର ଶ୍ରୀମତୀ ୱାଗଲ୍ ପାଇଁ ଜଣାଶୁଣା । ସେ ୱାଗଲ୍ କି ଦୁନିୟା - ନୟି ପୀଢ଼ି ନୟେ କିସ୍ସେରେ ରାଧିକା ୱାଗଲ୍ ଭାବରେ ଅଭିନୟ କରିଛନ୍ତି । ଅଭିନୟ ଜୀବନ ଭାରତୀ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଏକ ହିନ୍ଦୀ ନାଟକ ଅପ୍ନେ ପରାୟେ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ନାଟକଟି ୧୯୧୭ ମସିହାରେ ପ୍ରକାଶିତ ହୋଇଥିବା ଶରତ ଚନ୍ଦ୍ରଙ୍କ ଦ୍ୱାରା ଲିଖିତ ବଙ୍ଗଳା ଉପନ୍ୟାସ ନିଷ୍କ୍ରିତି ଉପରେ ଆଧାରିତ ଥିଲା । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୫୭ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ମରାଠୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
Bharti Achrekar
https://or.wikipedia.org/wiki/Bharti_Achrekar
ଲେଉଟାଣି ଭାରତୀ ଆଚରେକର
ଟେରିଫ୍ଲୁନୋମାଇଡ
https://or.wikipedia.org/wiki/ଟେରିଫ୍ଲୁନୋମାଇଡ
ଟେରିଫ୍ଲୁନୋମାଇଡ, ବ୍ରାଣ୍ଡ୍ ନାମ ଆବାଗିଓରେ ବିକ୍ରି ହେଉଛି, ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସର (MS) ଚିକିତ୍ସା ପାଇଁ ବ୍ୟବହୃତ ହୁଏ; ନିର୍ଦ୍ଦିଷ୍ଟ ଭାବରେ ରିଲାପସିଙ୍ଗ-ରେମିଟିଙ୍ଗର (MS) | ସ୍କଟଲ୍ୟାଣ୍ଡରେ ଏହା ଇଣ୍ଟରଫେରନ୍ ବିଟା ଏବଂ ଗ୍ଲାଟିରାମର ଆସେଟେଟର ଦ୍ୱିତୀୟ ଧାଡ଼ି ଚିକିତ୍ସା ଭାବରେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା, ଯକୃତ ସମସ୍ୟା, ବାନ୍ତି, ଏବଂ କେଶ ଝଡ଼ିବା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ବିଫଳତା, ପ୍ରାନ୍ତିୟ ନିଉରୋପାଥି ଏବଂ ଇଣ୍ଟରଷ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ । ଗର୍ଭଧାରଣ ସମୟରେ ଓ ଦୁଇ ବର୍ଷ ପୂର୍ବରୁ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ପାଇରିମିଡିନ୍ ସିନ୍ଥେସିସ୍ ଇନହିବିଟର । ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ଏହା ଲିମ୍ଫୋସାଇଟ୍ ସଂଖ୍ୟା ହ୍ରାସ କରୁଥିବା ବିଶ୍ୱାସ କରାଯାଏ । ଏହା ଲେଫ୍ଲୁନୋମାଇଡର ଏକ ସକ୍ରିୟ ଉପାପଚୟଜ (ମେଟାବୋଲାଇଟ୍) । ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଟେରିଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ମାସରେ ଏହି ଔଷଧ ପିଛା ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ରାଶିର ମୂଲ୍ୟ ପ୍ରାୟ ୮୪୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Teriflunomide
https://or.wikipedia.org/wiki/Teriflunomide
ଲେଉଟାଣିଟେରିଫ୍ଲୁନୋମାଇଡ
ନିବାରଣ ଜେନା
https://or.wikipedia.org/wiki/ନିବାରଣ_ଜେନା
ନିବାରଣ ଜେନା (ଜନ୍ମ: ୨୯ ମାର୍ଚ୍ଚ ୧୯୫୭) ଜଣେ ଭାରତୀୟ ଓଡ଼ିଆ ଲେଖକ ଓ ସେ ମୁଖ୍ୟତଃ ଗଳ୍ପ ରଚନା ନିମନ୍ତେ ଜଣା । ୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ଅହଲ୍ୟା ଡାକେ (୨୦୦୬) ଓ ଶଙ୍ଖେ ସମୁଦ୍ର (୨୦୦୭) ଅନ୍ୟତମ । ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ନିବାରଣ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ଜାମକୁଣ୍ଡାଠାରେ ୧୯୫୭ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସାହିତ୍ୟ ରଚନା ସେ ପ୍ରାଥମିକ ସ୍କୁଲରେ ପଢ଼ିବା ବେଳେ ସାଥି ପିଲାଙ୍କ ସାଙ୍ଗେ ମିଶି ନାଟକ କରିବା ବେଳେ ସଂଳାପ ଲେଖାରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ପରେ ଉଚ୍ଚବିଦ୍ୟାଳୟର ସ୍ମରଣିକାରେ ଇଂରାଜୀରେ କବିତା ଓ ପରେ ମହାବିଦ୍ୟାଳୟ ପତ୍ରିକାରେ ଓଡ଼ିଆରେ କବିତା ଲେଖିଥିଲେ । ପରେ ଓଡ଼ିଆ ପତ୍ରପତ୍ରିକା ପାଇଁ କବିତା ଓ ଆକାଶବାଣୀ କଟକ ପାଇଁ ଗଳ୍ପ ରଚନା କରିଥିଲେ । ଏହା ପରଠାରୁ ସେ ବିଶେଷ କରି ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ତାଙ୍କ ରଚନାରେ ସାଧାରଣତଃ ସାମାଜିକ ରୂପ ଓ ପରିବର୍ତ୍ତନ ବର୍ଣ୍ଣିତ । ରଚନାବଳୀ ଗଳ୍ପ ଅରଣ୍ୟର ଅଜଗର ନିଜ ଲୋକମାନେ ପ୍ରିୟ ପରିଜନ ସୁନିର୍ବାଚିତ ଗଳ୍ପ ଦେହର ଦୋହା ଅହଲ୍ୟା ଡାକେ ଆ ଶଙ୍ଖେ ସମୁଦ୍ର କେତେଦିନକୁ ମନ ଉପନ୍ୟାସ ବୈକୁଣ୍ଠ ସମାନ ଆହା ପ୍ରବନ୍ଧ ଶହେ ବର୍ଷର ଗଳ୍ପ ଓ ଗାଳ୍ପିକ କଥାକାର ଜଗଦୀଶ ମହାନ୍ତି ସମ୍ମାନ ଓ ପୁରସ୍କାର ୨୦୨୧ ମସିହାରେ ସେ ଜଗଦୀଶ ଯୁବ ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ । ସେ ଦୀକ୍ଷା ପୁରସ୍କାର, ତୀରତରଙ୍ଗ ଗଳ୍ପ ପୁରସ୍କାର, ଗୋକରଣ୍ଣିକା ସମ୍ବର୍ଦ୍ଧନା, ବିବର୍ତ୍ତନ ଗଳ୍ପ ପୁରସ୍କାର ଆଦି ମଧ୍ୟ ପାଇଥିଲେ । ଆଧାର ଶ୍ରେଣୀ:୧୯୫୭ ଜନ୍ମ ଶ୍ରେଣୀ:ବାଲେଶ୍ୱର ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ସାହିତ୍ୟିକ
ଲାସ୍ମିଡିଟାନ
https://or.wikipedia.org/wiki/ଲାସ୍ମିଡିଟାନ
ଲାସ୍ମିଡିଟାନ, ରେସିଭୋ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପ୍ରତିଷେଧ ପାଇଁ ଏହା ଉପଯୋଗୀ ନୁହେଁ । ଏହା ପାଟିରେ ଦିଆଯାଏ । ସୁମାଟ୍ରିପଟାନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ଏବଂ ମହଙ୍ଗା ଅଟେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଥକାପଣ ଏବଂ କାଲୁଆ ଲାଗିବା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ ସିଣ୍ଡ୍ରୋମ, ଅତ୍ୟଧିକ ଔଷଧ ବ୍ୟବହାର ଜନିତ ମୁଣ୍ଡବିନ୍ଧା ଏବଂ ଖରାପ ସମନ୍ୱୟ ହୋଇପାରେ । ଏହା ଅପବ୍ୟବହାର କଲେ କମ୍ ବିପଦ ଥାଏ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ୫-ଏଚଟି୧ଏଫ (5-HT1F) ରିସେପ୍ଟର ବା ଗ୍ରହକ ସକ୍ରିୟକ । ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲାସ୍ମିଡିଟାନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ମାତ୍ରାର ମୁଲ୍ୟ ପ୍ରାୟ ୮୩ ଡଲାର ଖର୍ଚ୍ଚ ହୋଇଥାଏ । ୨୦୨୧ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଉପଲବ୍ଧ ନୁହେଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Lasmiditan
https://or.wikipedia.org/wiki/Lasmiditan
ଲେଉଟାଣିଲାସ୍ମିଡିଟାନ
ଅମୀନ ସୟାନୀ
https://or.wikipedia.org/wiki/ଅମୀନ_ସୟାନୀ
ଅମୀନ ସୟାନୀ (୨୧ ଡିସେମ୍ବର ୧୯୩୨ – ୨୦ ଫେବୃଆରୀ ୨୦୨୪)Ameen Sayani, Iconic Radio Presenter And Voice Of 'Geetmala', Passes Away At 91 ଜଣେ ବେତାର ପ୍ରଯୋଜକ ଓ ଉପସ୍ଥାପକ ଥିଲେ । ରେଡ଼ିଓ ସିଲୋନର କାର୍ଯ୍ୟକ୍ରମ ବିନାକା ଗୀତମାଳା ମାଧ୍ୟମରେ ସେ ଭାରତ ଓ ଭାରତୀୟ ଉପମହାଦେଶର ଘରେ ଘରେ ପରିଚିତ ଥିଲେ । ଶ୍ରୋତାମାନଙ୍କ ସମ୍ବୋଧନ କରିବା ସମୟରେ, ପାରମ୍ପାରିକ ସମ୍ବୋଧନ ଭାଇ ଓ ଭଉଣୀମାନେଙ୍କ ବଦଳାଇ, ସୟାନୀ ଭଉଣୀ ଓ ଭାଇମାନେ କହିବା ଆରମ୍ଭ କରିଥିଲେ ଓ ଏହା ଖୁବ ଜନପ୍ରିୟ ହୋଇଥିଲା । ୧୯୫୧ ମସିହାରୁ କାମ ଆରମ୍ଭ କରି, ସେ ପ୍ରାୟ ୫୪୦୦୦ରୁ ଅଧିକ ରେଡ଼ିଓ କାର୍ଯ୍ୟକ୍ରମ ଓ ୧୯୦୦୦ ଅଧିକ ରେଡ଼ିଓ ଜିଙ୍ଗଲ୍ସ ପ୍ରଯୋଜନା ଓ ଉପସ୍ଥାପନା କରିଥିଲେ । ବୃତ୍ତିଗତ ଜୀବନ ଅମୀନଙ୍କୁ ତାଙ୍କ ବଡ଼ ଭାଇ ହମୀଦ ସୟାନୀ ରେଡ଼ିଓ ସହିତ ପରିଚିତ କରାଇଥିଲେ । ପରେ ସେ ଜଣେ ଉପସ୍ଥାପକ ଭାବେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । ସେ ଭୁତ ବଙ୍ଗଳା, ଗୀନ ଦେବୀୟାଁ, ବକ୍ସର, ଏବଂ କତଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ସେଥିରେ ମଧ୍ୟ ସେ ରେଡ଼ିଓ ବା ଅନ୍ୟ କାର୍ଯ୍ୟକ୍ରମରର ଉପସ୍ଥାପକ ଭୂମିକା କରିଥିଲେ । ସେ ତାଙ୍କ ମା କୁସୁମ ସୟାନୀଙ୍କୁ ରହବୀର(୧୯୪୦-୧୯୬୦) ନାମକ ପତ୍ରିକା ସମ୍ପାଦନାରେ ସାହାଯ୍ୟ କରୁଥିଲେ । ୧୯୬୦ରୁ ୧୯୬୨ ପର୍ଯ୍ୟନ୍ତ ସେ ଟାଟା ତୈଳ କମ୍ପାନୀରେ ମଧ୍ୟ କାମ କରିଥିଲେ । ୨୦୧୪ ମସିହା ପର୍ଯ୍ଯନ୍ତ ସେ ରେଡ଼ିଓରେ ସକ୍ରିୟ ଥିଲେ ।http://www.ameensayani.com/sangeet.htm ରେଡ଼ିଓରେ ପ୍ରଯୋଜନା ଓ ଉପସ୍ଥାପନା ସୟାନୀ ପ୍ରଯୋଜନା ବା ଉପସ୍ଥାପନା କରିଥିବା କିଛି ଲୋକପ୍ରିୟ ବେତାର କାର୍ଯ୍ୟକ୍ରମ ଥିଲା : ସିବାକା (ବିନାକା) ଗୀତମାଲା ଏସ କୁମାରକା ଫିଲ୍ମ ମୁକଦ୍ଦମା ଆଣ୍ଡ ଫିଲ୍ମୀ ମୁଲାକାତ ସରୋଦୋଁ କା ସାଥୀ ବର୍ଣ୍ଣଭିଟା କୁଇଜ କଣ୍ଟେଷ୍ଟ ଶାଲିମାର ଯୋଡ଼ି ମରାଠା ଦରବାର ସଙ୍ଗୀତକେ ସିତାରୋଁ କି ମେହଫିଲ ସମ୍ମାନ ଓ ପୁରସ୍କାର ପଦ୍ମଶ୍ରୀ - ୨୦୦୯ ଲିଭିଂ ଲିଜେଣ୍ଡ ସମ୍ମାନ - ୨୦୦୬ (ଫିକି) କାନ ହଲ ଅଫ ଫେମ ସମ୍ମାନ - ୨୦୦୩ ( ଟାଇମ୍ସ ଅଫ ଇଣ୍ଡିଆ ଗୃପ) ଗୋଲ୍ଡେନ ଆବୀ ସମ୍ମାନ - ୨୦୦୦( ଆଡ଼ର୍ଭଟାଇଜିଂ କ୍ଲବ, ବମ୍ବେ) ହଲ ଅଫ ଫେମ ସମ୍ମାନ - ୧୯୯୩ (ଆଇ ଏ ଏ ଏଫ ଏ) ବର୍ଷରେ ଶ୍ରେଷ୍ଠ ବ୍ୟକ୍ତିତ୍ୱ - ୧୯୯୨ ( ଲିମ୍କା ବୁକ ଅଫ ରେକର୍ଡ଼ସ) ସ୍ୱର୍ଣ୍ଣ ପଦକ - ୧୯୯୧ ( ଇଣ୍ଦିଆନ ସୋସାଇଟି ଅଫ ଆଡ଼ଭର୍ଟାଇଜର୍ସ) ଆଧାର ବାହର ଲିଙ୍କ The Indian Broadcaster SLBC-creating new waves of history Eighty Years of Broadcasting in Sri Lanka ଶ୍ରେଣୀ:୧୯୩୨ ଜନ୍ମ ଶ୍ରେଣୀ:୨୦୨୪ ମୃତ୍ୟୁ
Ameen Sayani
https://or.wikipedia.org/wiki/Ameen_Sayani
ଲେଉଟାଣି ଅମୀନ ସୟାନୀ
ଡେସିଟାବାଇନ
https://or.wikipedia.org/wiki/ଡେସିଟାବାଇନ
ଡେସିଟାବାଇନ, ଡାକୋଜିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ ମାୟେଲଏଡ ଲିଉକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ବୟସ୍କ ବ୍ୟକ୍ତିଙ୍କର ଆକ୍ୟୁଟ ମାୟେଲଏଡ ଲିଉକେମିଆ ଥିଲେ ଏହା ବ୍ୟବହୃତ ହୁଏ ଯେଉଁମାନେ ସାଧାରଣ କେମୋଥେରାପି ପାଇଁ ଯୋଗ୍ୟ ନୁହଁନ୍ତି । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ ହୋଇପାରେ । ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ପାରିମିଡାଇନ ଆନାଲଗ ଯାହା ଡିଏନଏ ମିଥାଇଲଟ୍ରାନ୍ସଫରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୦୬ ମସିହାରେ ଆମେରିକାରେ ଏବଂ ୨୦୧୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେସିଟାବାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦ମିଗ୍ରାର ମୂଲ୍ୟ ୯୭୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୧୪ ଡଲାର । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Decitabine
https://or.wikipedia.org/wiki/Decitabine
ଲେଉଟାଣିଡେସିଟାବାଇନ
ଅଞ୍ଜଳି ଆବ୍ରୋଲ
https://or.wikipedia.org/wiki/ଅଞ୍ଜଳି_ଆବ୍ରୋଲ
ଅଞ୍ଜଳି ଆବ୍ରୋଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ ଦୂରଦର୍ଶନ ଧାରାବାହିକ ରାଜା କି ଆଏଗି ବାରାତରେ ତାଙ୍କ ଅଭିନୀତ ଭୂମିକା ପାଇଁ ଜଣାଶୁଣା ଅଞ୍ଜଳି ୨୦୦୮ ମସିହାରେ କପିଲ ନିର୍ମଳଙ୍କ ସହିତ <i id="mwFQ">ନାଚ୍ ବଲିଆ ୪</i>ରେ ଅଂଶଗ୍ରହଣ କରିଥିଲେ । ସେ ୨୦୧୩ ମସିହାରେ ସିଂ ସାବ୍ ଦି ଗ୍ରେଟ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ପେଷା ୨୦୦୮ ମସିହାରେ, ୧୫ ବର୍ଷ ବୟସରେ, ଅଞ୍ଜଳି ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ରାଜା କି ଆଏଗି ବାରାତ୍‌ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସିଂ ସାବ୍ ଦି ଗ୍ରେଟ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସୀମର୍ ଭୂମିକାରେ ଅଭିନୟ କରିଥିଲେ । ଅଭିନୀତ ଧାରାବାହିକ/ଅଂଶଗ୍ରହଣ କରିଥିବା ଟିଭି କାର୍ଯ୍ୟକ୍ରମ ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର ୨୦୦୮–୨୦୧୦ ରାଜା କେ ଆଏଗି ବାରାତ୍ ରାଣୀ ଯୁଧିଷ୍ଠିର ସିସୋଦିଆ ମୁଖ୍ୟ ନାୟିକା ୧୦୦୮–୨୦୦୯ ନାଚ୍ ବାଲିୟେ ୪ ପ୍ରତିଯୋଗୀ କପିଲ ନିର୍ମଳଙ୍କ ସହିତ ୨୦୧୧ ଛାଜେ ଛାଜେ କା ପ୍ୟାର୍ ଡିମ୍ପି ସେହଗଲ୍ / ଡିମ୍ପି ଧ୍ରୁବ ତ୍ରିପାଠୀ ୨୦୧୨–୨୦୧୩ ଦେବୋଁ କେ ଦେବ୍ ମହାଦେବ ମୀନାକ୍ଷୀ ୨୦୧୬ ବକ୍ସ କ୍ରିକେଟ୍ ଲିଗ୍ ୨ ପ୍ରତିଯୋଗୀ ମୁମ୍ବାଇ ଟାଇଗରର ଖେଳାଳି ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୨୦୧୩ ସିଂ ସାବ୍ ଦି ଗ୍ରେଟ୍ ସୀମର ୨୦୧୯ ଜଙ୍କସନ୍ ବାରଣାସୀ ଅଞ୍ଜଳି ଆଧାର ବାହାର ଲିଙ୍କ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ
Anjali Abrol
https://or.wikipedia.org/wiki/Anjali_Abrol
ଲେଉଟାଣି ଅଞ୍ଜଳି ଆବ୍ରୋଲ
ଇଡାରୁସିଜୁମାବ
https://or.wikipedia.org/wiki/ଇଡାରୁସିଜୁମାବ
ଇଡାରୁସିଜୁମାବ, ପ୍ରକ୍ସବିଣ୍ଡ ଏକ ବେପାର ନାମ, ଏକ ଔଷଧ ଯାହା ଡାବିଗାଟ୍ରାନର ପ୍ରଭାବକୁ ଓଲଟାଇବା ପାଇଁ ବ୍ୟବହୃତ ହୁଏ। ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯଦି ପ୍ରବଳ ରକ୍ତସ୍ରାବ କିମ୍ବା ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଡାବିଗାଟ୍ରାନ୍ ସ‌ହିତ ସଂଲଗ୍ମ ହୋଇ ତାହାକୁ ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ । ୨୦୧୫ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଇଡାରୁସିଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧର ମୂଲ୍ୟ ୨୪୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Idarucizumab
https://or.wikipedia.org/wiki/Idarucizumab
ଲେଉଟାଣିଇଡାରୁସିଜୁମାବ
ଟ୍ରେପ୍ରୋଷ୍ଟିନିଲ
https://or.wikipedia.org/wiki/ଟ୍ରେପ୍ରୋଷ୍ଟିନିଲ
ଟ୍ରେପ୍ରୋଷ୍ଟିନିଲ, ଏକ ବେପାର ନାମ ରେମୋଡୁଲିନ, ହେଉଛି ଏକ ଔଷଧ ଯାହା ଫୁସଫୁସ ସମ୍ପର୍କୀୟ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଇପାରେ, ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ପ୍ରଶ୍ୱାସରେ ନିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଚର୍ମ ଲାଲ ଦେଖାଯିବା ଏବଂ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ରକ୍ତସ୍ରାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ପ୍ରୋଷ୍ଟାସାଇକ୍ଲିନର ସିନ୍ଥେଟିକ୍ ଆନାଲଗ ଓ ଭାସୋଡାଇଲେଟର । ୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରେପ୍ରୋଷ୍ଟିନିଲ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହା କେବଳ ଏକ ସ୍ୱତନ୍ତ୍ର ଫାର୍ମାସି ମାଧ୍ୟମରେ ହାସଲ କରାଯାଇପାରିବ । ୟୁରୋପରେ ଏହାକୁ ୨୦୦୪ରେ ଅନାଥ ନାମ (orphan designation) ଦିଆଯାଇଥିଲା । ୨୦୧୫ ସୁଦ୍ଧା କାନାଡ଼ାରେ ଦିଆଯାଉଥିବା ଏହି ଇଞ୍ଜେକସନର ମୂଲ୍ୟ ବର୍ଷକୁ ପ୍ରାୟ ୫୨୦୦୦ ରୁ ୧୭୩୦୦୦ ସିଏଡି ଡଲାର । ୨୦୧୭ରେ ଏକ ଶ୍ରେଣୀଗତ ସଂସ୍କରଣ ଅନୁମୋଦିତ ହୋଇଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Treprostinil
https://or.wikipedia.org/wiki/Treprostinil
ଲେଉଟାଣିଟ୍ରେପ୍ରୋଷ୍ଟିନିଲ
ପୋସାକୋନାଜୋଲ
https://or.wikipedia.org/wiki/ପୋସାକୋନାଜୋଲ
ପୋସାକୋନାଜୋଲ, ଅନ୍ୟମାନଙ୍କ ମଧ୍ୟରେ ନୋକ୍ସାଫିଲ୍ ଏକ ବିକ୍ରୟ ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଥ୍ରଶ୍, ଆସ୍ପର୍ଗିଲୋସିସ, ମ୍ୟୁକରମାଇକୋସିସ୍, କୋକସିଡିଓଇଡୋମାଇକୋସିସ୍, ଫୁସାରିଓସିସ୍ ଏବଂ କ୍ରୋମୋବ୍ଲାଷ୍ଟୋମାଇକୋସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହାର କରାଯାଏ । ଯେତେବେଳେ ଅନ୍ୟ ଚିକିତ୍ସା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଓ ଆବଶ୍ୟକ ମତେ ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଜ୍ୱର ଏବଂ ଯକୃତ ସମସ୍ୟା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ, ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ଏହା ଏକ ଆଜୋଲ ପରିବାରର ଔଷଧର ଯାହା ଲାନୋଷ୍ଟେରଲ୍ ୧୪ ଆଲଫା-ଡେମେଥାଇଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୦୫ ମସି‌ହାରେ ୟୁରୋପରେ ଏବଂ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋସାକୋନାଜୋଲ୍ ଅନୁମୋଦିତ ହୋଇଥିଲା । ଏହାର ମୂଳ ବା ଜେନେରିକ୍ ସଂସ୍କରଣଗୁଡିକ ଅନୁମୋଦିତ ହୋଇଛି। ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୨୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦ପାଉଣ୍ଡ ଥିଲା ।। ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Posaconazole
https://or.wikipedia.org/wiki/Posaconazole
ଲେଉଟାଣିପୋସାକୋନାଜୋଲ
Vulvodynia
https://or.wikipedia.org/wiki/Vulvodynia
ଲେଉଟାଣିଭଗ ଯନ୍ତ୍ରଣା
ଟିକ୍ଲୋପିଡାଇନ
https://or.wikipedia.org/wiki/ଟିକ୍ଲୋପିଡାଇନ
ଟିକ୍ଲୋପିଡାଇନ, ଟିକଲିଡ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଷ୍ଟ୍ରୋକ୍ ଏବଂ କରୋନାରୀ ଷ୍ଟେଣ୍ଟ୍ ଅବରୋଧକୁ ରୋକିବା ପାଇଁ ବ୍ୟବହୃତ ହୁଏ । ଏହା କେବଳ ସେହିମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଆସ୍ପିରିନ୍ ନେଇପାରିବେ ନାହିଁ ଏବଂ ଯେତେବେଳେ ଅନ୍ୟ ବିକଳ୍ପ ଉପଲବ୍ଧ ନଥାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ସ୍ୱଳ୍ପ ନିଉଟ୍ରୋଫିଲ୍, ପୁରପୁରା, ଯକୃତ ସମସ୍ୟା ଏବଂ ଅରୁଚି ହୋଇପାରେ । ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ସାଧାରଣତଃ କ୍ଲୋପିଡୋଗ୍ରେଲ୍, ଟିକାଗ୍ରେଲର୍, କିମ୍ବା ପ୍ରାସୁଗ୍ରେଲ୍ ଏହା ବଦଳରେ ବ୍ୟବହୃତ ହୁଏ । ଏହା ଏକ ପ୍ଲାଟେଲେଟ୍ ଆଗ୍ରିଗେସନ ଇନହିବିଟର, ବିଶେଷକରି ଏକ ଆଡେନୋସିନ୍ ଡାଇଫସଫେଟ୍ ରିସେପ୍ଟର ଇନହିବିଟର । ୧୯୭୩ ମସିହାରେ ଟିକ୍ଲୋପିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ୧୯୯୧ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ticlopidine
https://or.wikipedia.org/wiki/Ticlopidine
ଲେଉଟାଣିଟିକ୍ଲୋପିଡାଇନ
ସୁରୁଚି ଅଦରକର
https://or.wikipedia.org/wiki/ସୁରୁଚି_ଅଦରକର
ସୁରୁଚି ଅଦରକର (ଜନ୍ମ: ୨୫ ଅପ୍ରେଲ ୧୯୮୮) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମରାଠୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଏକ ବିଜ୍ଞାପନ ନାଟକ ଅଭାଗା ରଙ୍ଗ ଏକାଚି ଜାଲା ସହିତ ଅଭିନୟ ଜଗତରେ ଯାତ୍ରା ଆରମ୍ଭ କରିଥିଲେ । ସେ ଜି ମରାଠୀରେ ପ୍ରସାରିତ ଧାରାବାହିକ କା ରେ ଦୁରଭାରେ ଆଦିତି ଖାନୋଲକର ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ଅଭିନୟ ଜୀବନ କା ରେ ଦୁରଭାରେ ସେ ଆଦିତି ଭାବରେ ଅଭିନୟ କରିଥିଲେ । ସେ ସଞ୍ଜୟ ଦତ୍ତଙ୍କ ଅଭିନୀତ ହିନ୍ଦୀ କଥାଚିତ୍ର ତଥାସ୍ତୁରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଜୀ ମରାଠୀ ଦ୍ୱାରା ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେବାପାଇଁ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଜାଗୃତିକୁ ସେ ସମର୍ଥନ କରନ୍ତି । ଅଭିନୀତ ଧରାବାହିକ ବର୍ଷ କଥାଚିତ୍ର ଭୂମିକା ଚ୍ୟାନେଲ୍ ଆଧାର ୨୦୦୬ ପେହଚାନ୍ ବିଦ୍ୟା ଡିଡି ୧ ୨୦୦୭-୨୦୦୮ ଅଭାଗାଚି ସଂସାର ଜି ମରାଠୀ ୨୦୧୦-୨୦୧୧ ଓଲାକ୍ ଅନୁଷ୍କା ଇନାମଦାର ତାରା ପ୍ରଭା ୨୦୧୧ ଏକ ତାସ୍ ଭୁଟାଚା ମି ମରାଠୀ ୨୦୧୩ ଆପଲା ବୁଭା ଆସା ଆହେ ବାସିନ୍ଦା ଇଟିଭି ମରାଠୀ ୨୦୧୭-୨୦୧୮ ଅଞ୍ଜଳି- ଝେପ ସ୍ୱପ୍ନାଞ୍ଚି ଡ. ଅଞ୍ଜଳି ଜି ଯୁବା ୨୦୧୯ ଏକ ଘର ମନ୍ତରେଲା ଗାର୍ଗୀ ୨୦୨୦-୨୦୨୧ ଚଲା ହାୱା ୟେଉ ଡ୍ୟା - ଲେଡିଜ୍ ଜିନ୍ଦାବାଦ ପ୍ରତିଯୋଗୀ ଜି ମରାଠୀ ୨୦୨୩ ଛୋଟୟା ବାୟୋଚି ମୋଥୀ ସ୍ୱପ୍ନା ଅନୁ ଦେଶାଇ ସୋନି ମରାଠୀ ଅଭିନୀତ କଥାଚିତ୍ର ତଥାସ୍ତୁ (୨୦୦୬) ମାତ୍ (୨୦୧୩) ନରବଚି ୱାଡ଼ି ଆତା ବାଟଲି ଫୁଟଲି ଗାଥ୍ ବାଇପାନ୍ ଭାରୀ ଦେବା ନାଟକ ଅଭାଗା ରଙ୍ଗ ଏକ ଜାଲା ବ୍ୟକ୍ତିଗତ ଜୀବନ ଡିସେମ୍ବର ୨୦୨୩ରେ, ସେ ମରାଠୀ ଅଭିନେତା ପୀୟୁଷ ରନାଡେଙ୍କୁ ବିବାହ କରିଥିଲେ । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୮୮ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ମରାଠୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ମରାଠୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
Suruchi Adarkar
https://or.wikipedia.org/wiki/Suruchi_Adarkar
ଲେଉଟାଣି ସୁରୁଚି ଅଦରକର
Bahuda Dasa
https://or.wikipedia.org/wiki/Bahuda_Dasa
ଲେଉଟାଣି ବାହୁଡ଼ା ଦାସ
ଗୋସ୍ୱାମୀ ବାହୁଡ଼ା ଦାସ
https://or.wikipedia.org/wiki/ଗୋସ୍ୱାମୀ_ବାହୁଡ଼ା_ଦାସ
ଲେଉଟାଣି ବାହୁଡ଼ା ଦାସ
ଫ୍ଲୋରୋମେଥୋଲୋନ
https://or.wikipedia.org/wiki/ଫ୍ଲୋରୋମେଥୋଲୋନ
ଫ୍ଲୋରୋମେଥୋଲୋନ (ଇଂରାଜୀ ଭାଷାରେ Fluorometholone), ଇଫ୍ଲୁମାଇଡେକ୍ସ ଏକ ବେପାର ନାମ, ହେଉଛି ଏକ ଷ୍ଟେରଏଡ ଯାହା ଆଲର୍ଜି କଞ୍ଜକ୍ଟିଭାଇଟିସ ଏବଂ ସାମନା ପାଖର ୟୁଭିଆଇଟିସ ଭଳି ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚକ୍ଷୁର ଚାପ ବୃଦ୍ଧି, ଝାପସା ଦୃଷ୍ଟି, ଆଖିରେ ଜ୍ୱାଳା ଓ ସ୍ୱାଦର ପରିବର୍ତ୍ତନ ହୋଇପାରେ । ପରଳ ଓ ଚକ୍ଷୁ ସଂକ୍ରମଣ ମଧ୍ୟ ହୋଇପାରେ । ଏହା ଏକ ଗ୍ଲୁକୋକର୍ଟିକଏଡ ସ୍ଟିରଏଡ । ଏହା ଦୁଇ ପ୍ରକାରରେ ଉପଲବ୍‌ଧ ହୁଏ ଯଥା ଫ୍ଲୋରୋମେଥୋଲୋନ ଓ ଫ୍ଲୋରୋମେଥୋଲୋନ ଆସେଟେଟ । ଫ୍ଲୋରୋମେଥୋଲୋନ ୧୯୫୯ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧୦ ମିଲି ଦ୍ରବଣ ପିଛା ୨୦୨୧ ସୁଦ୍ଧା ପ୍ରାୟ ୩ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୨ ଡଲାର ଅଟେ । ଆଧା ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Fluorometholone
https://or.wikipedia.org/wiki/Fluorometholone
ଲେଉଟାଣିଫ୍ଲୋରୋମେଥୋଲୋନ
ଲସପାଟେରସେପ୍ଟ
https://or.wikipedia.org/wiki/ଲସପାଟେରସେପ୍ଟ
ଲସପାଟେରସେପ୍ଟ, ବେପାର ନାମ ରେସବ୍ଲୋଜାଇଲ, ଏକ ଔଷଧ ଯାହା ଥାଲାସେମିଆ ଏବଂ ମାଇଲୋଡିଇସପ୍ଲାଷ୍ଟିକ୍ ସିଣ୍ଡ୍ରୋମ (ଏମଡିଏସ/ MDS) ରୋଗଦ୍ୱୟରେ ହେଉଥିବା ସ୍ୱଳ୍ପ ଲାଲ ରକ୍ତ କଣିକାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏମଡିଏସରେ ଏହା ବ୍ୟବହୃତ ହୁଏ ଯେଉଁଠାରେ ରକ୍ତ କର୍କଟ ହେବାର ଆଶଙ୍କା ମଧ୍ୟମରୁ ଅଧିକ ନୁହେଁ ଏବଂ ଏରିଥ୍ରୋପଏଏଟିନ୍ କାମ କରେ ନାହିଁ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ବାନ୍ତି, କାଶ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଉଚ୍ଚ ରକ୍ତଚାପ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଏରିଥ୍ରଏଡ ପରିପକ୍ୱ‌କାରୀ ଏଜେଣ୍ଟ ଯାହା ଏସଏମଡି୨ ଏବଂ ଏସଏମଡି୩ (SMAD2 ଏବଂ SMAD3) ପଥକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଲସପାଟେରସେପ୍ଟ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୫ ମିଗ୍ରା ପାଇଁ ପ୍ରାୟ ୧୧୦୦୦ ଡଲାର ଖର୍ଚ୍ଚ ହେଉଥିଲା । କାନାଡ଼ାରେ ଏହା ଅନୁମୋଦିତ ହୋଇଥିବାବେଳେ ଏହା ୨୦୨୧ ସୁଦ୍ଧା ଏହା ଉପଲବ୍ଧ ହୋଇନାହିଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Luspatercept
https://or.wikipedia.org/wiki/Luspatercept
ଲେଉଟାଣିଲସପାଟେରସେପ୍ଟ
ଲୋଟେପ୍ରେଡନୋଲ
https://or.wikipedia.org/wiki/ଲୋଟେପ୍ରେଡନୋଲ
ଲୋଟେପ୍ରେଡନୋଲ (ଇଂରାଜୀ ଭାଷାରେ Loteprednol), ଏକ ବେପାର ନାମ ଲୋଟେମାକ୍ସ, ହେଉଛି ଏକ କର୍ଟିକୋଷ୍ଟିରଏଡ ଔଷଧ ଯାହା ଚକ୍ଷୁ ଅସ୍ତ୍ରୋପଚାର ଏବଂ ଆଲର୍ଜି କଞ୍ଜକ୍ଟିଭାଇଟିସ ପରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ଏହାକୁ ୨ ସପ୍ତାହରୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ | ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ଆଖି, ଆଖି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦର ପରିବର୍ତ୍ତନ ଏବଂ ମୁଖ ଫୁଲା ହୋଇପାରେ । ହର୍ପିସ୍ ସିମ୍ପଲେକ୍ସ କେରାଟାଇଟିସ୍ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ । ୧୯୮୦ ମସିହାରେ ଲୋଟେପ୍ରେଡନୋଲ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୫ ମିଲିର ମୂଲ୍ୟ ପ୍ରାୟ ୬ ପାଉଣ୍ଡ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦୦ ଡଲାର ଅଟେ । ଏହା ଟୋବ୍ରାମାଇସିନ୍ ସହିତ ଏକ ମିଶ୍ରଣ ଔଷଧ ଭାବରେ ମଧ୍ୟ ମିଳିଥାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Loteprednol
https://or.wikipedia.org/wiki/Loteprednol
ଲେଉଟାଣିଲୋଟେପ୍ରେଡନୋଲ
ପାଟନା ଉଚ୍ଚ ନ୍ୟାୟାଳୟ
https://or.wikipedia.org/wiki/ପାଟନା_ଉଚ୍ଚ_ନ୍ୟାୟାଳୟ
ପାଟନା ହାଇକୋର୍ଟ ହେଉଛି ବିହାର ରାଜ୍ୟ ହାଇକୋର୍ଟ। ଏହା ୩ ଫେବୃଆରୀ ୧୯୧୬ ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ପରେ ଭାରତ ସରକାର ଅଧିନିୟମ ୧୯୧୫ ଅନୁଯାୟୀ ଅନୁବନ୍ଧିତ ହୋଇଥିଲା। ଭାରତ ବିହାର ରାଜ୍ୟର ପ୍ରଶାସନିକ ରାଜଧାନୀ ପାଟନାରେ ଅବସ୍ଥିତ। https://patnahighcourt.gov.in/AboutUshttp://patnahighcourt.gov.in/AboutUs କୋର୍ଟର ଇତିହାସ ୨୨ ମାର୍ଚ୍ଚ ୧୯୧୨ ରେ ଭାରତର ଗଭର୍ଣ୍ଣର-ଜେନାରେଲଙ୍କ ଦ୍ୱାରା କୋର୍ଟ ପ୍ରତିଷ୍ଠା ପାଇଁ ଏକ ଘୋଷଣାନାମା ଜାରି କରାୟାଇଥିଲା। ୧୯୧୩ ମସିହା ଡିସେମ୍ବର ୧ ତାରିଖରେ ଭାଇସରୟ ଏବଂ ଭାରତର ଗଭର୍ଣ୍ଣର ଜେନେରାଲ୍ ସାର୍ ଚାର୍ଲସ୍ ହାର୍ଡିଞ୍ଜ୍ ଅଫ୍ ପେନ୍ଶାର୍ସ୍ଟଙ୍କ ଦ୍ୱାରା ହାଇକୋର୍ଟ ଭବନର ଶିଳାନ୍ୟାସ କରାୟାଇଥିଲା। ୧ ମାର୍ଚ୍ଚ ୧୯୧୬ ରେ କାମ ଆରମ୍ଭ ହୋଇଥିଲା। ପାଟନା ହାଇକୋର୍ଟର କୋଠା ସମ୍ପୂର୍ଣ୍ଣ ହେବା ପରେ ସେହି ଭାଇସରୟ ୩ ଫେବୃଆରୀ ୧୯୧୬ରେ ବିଧିବଦ୍ଧ ଭାବେ ଖୋଲିଥିଲେ। ଏଡ୍ୱାର୍ଡ ମେନାର୍ଡ ଡେସ ଚାମ୍ପସ୍ ଚାମିଅର ଏହି କୋର୍ଟର ପ୍ରଥମ ପ୍ରଧାନ ବିଚାରପତି ଥିଲେ। ୧୯୪୮ ମସିହା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ପାଟନା ହାଇକୋର୍ଟ ବିହାର ଓ ଓଡ଼ିଶା ପ୍ରଦେଶର ଅଞ୍ଚଳ ଉପରେ ଅଧିକାର ପ୍ରୟୋଗ କରିଥିଲେ, ଯେତେବେଳେ ଓଡ଼ିଶା ପାଇଁ ଏକ ପୃଥକ ଉଚ୍ଚ ନ୍ୟାୟାଳୟ ଗଠନ କରାଯାଇଥିଲା । ପାଟନା ହାଇକୋର୍ଟ ୧୯୭୨ ମସିହାରେ ରାଞ୍ଚିରେ ସର୍କିଟ୍ ବେଞ୍ଚ ଖୋଲିଥିଲେ। ୧୯୭୬ମସିହାରେ ରାଞ୍ଚିସ୍ଥିତ ପାଟନା ହାଇକୋର୍ଟର ସର୍କିଟ୍ ବେଞ୍ଚସ୍ଥାୟୀ ଖଣ୍ଡପୀଠ ରେ ପରିଣତ ହୋଇଥିଲା। ୨୦୦୦ ମସିହାରେ ରାଞ୍ଚିସ୍ଥିତ ପାଟନା ହାଇକୋର୍ଟର ସର୍କିଟ ବେଞ୍ଚ ବିହାର ପୁନର୍ଗଠନ ଆଇନ, ୨୦୦୦ ଅନୁଯାୟୀ ନଭେମ୍ବର ୨୦ରେ ଝାଡ଼ଖଣ୍ଡ ହାଇକୋର୍ଟରେ ପରିଣତ ହୋଇଥିଲେ। ୧୮ ଏପ୍ରିଲ ୨୦୧୫ ରୁ ପାଟନା ହାଇକୋର୍ଟ ୧୦୦ ବର୍ଷର ପ୍ରତିଷ୍ଠାର ଏକ ଶତବାର୍ଷିକୀ ଉତ୍ସବ ପାଳନ କରିବାକୁ ଯୋଜନା କରିଥିଲେ ଏବଂ ଏହି ଉତ୍ସବକୁ ଭାରତର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିଥିଲେ ଏବଂ ବିହାର ଶ୍ରୀ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା; ଭାରତର ପ୍ରଧାନ ବିଚାରପତି ଏଚ୍.ଲ.ଦତ୍ତା ଏବଂ ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ଏଲ୍. ନରସିଂହ ରେଡ୍ଡୀ ଉପସ୍ଥିତ ଥିଲେ । ପାଟନା ହାଇକୋର୍ଟର ବିଶିଷ୍ଟ ବିଚାରପତିମାନେ ମାନ୍ୟବର ଶ୍ରୀମତୀ ଜଷ୍ଟିସ ରେଖା ଦୋଶିତ ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ତଥା ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଥିଲେ।https://web.archive.org/web/20140314032741/http://www.hindustantimes.com/india-news/patna/justice-rekha-doshit-sworn-in-as-chief-justice-of-patna-hc/article1-561954.aspx ପାଟଣା ହାଇକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ହେଉଛନ୍ତି ମାନ୍ୟବର ସାର୍ ଏଡୱାର୍ଡ ମେନାର୍ଡ ଡେସ୍ ଚାମ୍ପସ୍ ଚାମିର୍।http://patnahighcourt.gov.in/retired_cj ମାନ୍ୟବର ପଣ୍ଡିତ ଲକ୍ଷ୍ମୀ କାନ୍ତ ଝଆ ସ୍ୱାଧୀନତା ପରେ ପାଟନା ହାଇକୋର୍ଟର ପ୍ରଥମ ଭାରତୀୟ ପ୍ରଧାନ ବିଚାରପତି ଥିଲେ। ମାନ୍ୟବର ପାଟନା ହାଇକୋର୍ଟର ପ୍ରଥମ ନାରୀ ଜଜ୍ ଶ୍ରୀମତୀ ଜଷ୍ଟିସ୍ ପ୍ରଭୁ ସିଂହ ପାଟନା ହାଇକୋର୍ଟ ଏବଂ ଏହାର ରାଞ୍ଚି ବେଞ୍ଚରେ ପ୍ରଥମ ମହିଳା ବିଚାରପତି ହେବାର ଭିନ୍ନତା ରହିଛି।http://patnahighcourt.gov.in/judges_ret ମାନ୍ୟବର ପାଟନା ହାଇକୋର୍ଟର ଦ୍ୱିତୀୟ ନାରୀ ଜଜ୍ ଶ୍ରୀମତୀ ଜଷ୍ଟିସ୍ ଜିଆନ୍ ସୁଧା ମିଶ୍ର ବିହାରରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ଅଟନ୍ତି। ହାଇକୋର୍ଟ ଭାରତର ଦୁଇ ମୁଖ୍ୟ ବିଚାରପତିଙ୍କୁ ଦେଇଛନ୍ତି ମାନ୍ୟବର ଭାରତର ୬ ତମ ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ ଭୁବନେଶ୍ୱର ପ୍ରସାଦ ସିହ୍ନା।http://patnahighcourt.gov.in/judges/ ମାନ୍ୟବର ଭାରତର ୨୪ ତମ ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ ଲଲିତ ମୋହନ ଶର୍ମା । ବିଚାରପତିମାନେ ନିମ୍ନଲିଖିତ ମାନେ ଅଦାଲତର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତିhttp://patnahighcourt.gov.in/judges/ +ସ.ନୋ.ବିଚାରପତିଙ୍କ ନାମପଦବୀଉଚ୍ଚତା ତାରିଖଅବସର ତାରିଖନିଯୁକ୍ତି ଉତ୍ସଟିପ୍ପଣୀ୧କୃଷ୍ଣ ବିନୋଦ ଚନ୍ଦ୍ରନ୍ପ୍ରଧାନ ବିଚାରପତି୮ ନଭେମ୍ବର ୨୦୧୧୨୪ ଏପ୍ରିଲ୍ ୨୦୨୫ବାର୍୨୭ ମାର୍ଚ୍ଚ ୨୦୨୩ ରୁ ପ୍ରଧାନ ବିଚାରପତି କେରଳ ହାଇକୋର୍ଟରୁ ସ୍ଥାନାନ୍ତର ହୋଇଥିଲେ୨ଚକ୍ରଧର ଶରଣ ସିଂହବିଚାରପତି୫ ଅପ୍ରିଲ ୨୦୧୨୧୯ ଜାନୁଆରୀ ୨୦୨୫ବାର୬ ଫେବୃଆରୀ ୨୦୨୩ ରୁ ୨୭ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ପ୍ରଧାନ ବିଚାରପତି, ତତ୍କାଳୀନ ପ୍ରଧାନ ବିଚାରପତି ତଥା ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ସୁପ୍ରିମକୋର୍ଟର ତତ୍କାଳୀନ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୟ କାରୋଲଙ୍କ ଉଚ୍ଚତା ହେତୁ କାର୍ଯ୍ୟ କରିଥିଲେ।୩ଆଶୁତୋଷ କୁମାରବିଚାରପତି ୧୫ ମେ ୨୦୧୪୩୦ ସେପ୍ଟେମ୍ବର ୨୦୨୮ବାର୭ ଜାନୁଆରୀ ୨୦୧୫ ରେ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି ଏବଂ ୨୪-୧୧-୧୭ ରେ ପାଟନା ହାଇକୋର୍ଟକୁ ଫେରଛନ୍ତି।୪ଭିପୁଲ୍ ଏମ୍ ପାନଚୋଲି ବିଚାରପତି୨୪ ଜୁଲାଇ ୨୦୨୩୨୩ ମେ ୨୦୩୦ବାର ୫ପୱନ କୁମାର ଭୀମପ୍ପା ବନଜନ୍ତ୍ରିବିଚାରପତି୨ ଜାନୁଆରୀ ୨୦୧୫୨୨ ଅକ୍ଟୋବର ୨୦୨୫ବାର ୬ ଅରବିନ୍ଦ ଶ୍ରୀବାସ୍ତବବିଚାରପତି୯ ଡିସେମ୍ବର ୨୦୧୬ ୩ ଅପ୍ରିଲ ୨୦୨୪ସାର୍ଭିସ ୭ରାଜୀବ ରଂଜନ ପ୍ରସାଦବିଚାରପତି୨୨ ମେ ୨୦୧୭୪ ସେପ୍ଟେମ୍ବର ୨୦୨୮ ବାର୮ମୋହିତ କୁମାର ଶାହାବିଚାରପତି ୨୨ ମେ ୨୦୧୭୨୫ ଅପ୍ରିଲ ୨୦୩୧ବାର୯ ବିବେକ ଚୌଦହରିବିଚାରପତି୨୪ ନଭେମ୍ବର ୨୦୨୩ ବାର ୧୦ ନାନା ତ୍ୟଗାବିଚାରପତି ୧ ନଭେମ୍ବର ୨୦୨୩ ବାର ୧୧ ଅଞ୍ଜାନି କୁମାର ଶରଣବିଚାରପତି ୧୭ ଅପ୍ରିଲ ୨୦୧୯୯ ଅପ୍ରିଲ ୨୦୨୫ବାର୧୨ ଅନିଲ କୁମାର ସିହ୍ନାବିଚାରପତି୧୭ ଅପ୍ରିଲ ୨୦୧୯ ୧୮ ଜୁନ ୨୦୨୭ବାର୧୩ପ୍ରଭାତ କୁମାର ସିଂହବିଚାରପତି ୧୭ ଅପ୍ରିଲ ୨୦୧୯ ୧ ଜାନୁଆରୀ ୨୦୨୯ ବାର୧୪ପାର୍ଥ ସାରଥୀବିଚାରପତି୧୭ ଏପ୍ରିଲ ୨୦୧୯୨୧ ଅକ୍ଟୋବର ୨୦୩୧ବାର ୧୫ ଏ. ଅଭିଷେକ ରେଡ୍ଡୀବିଚାରପତି ୧୫ ମଇ ୨୦୨୩୬ ନଭେମ୍ବର ୨୦୨୯ବାର୧୬ନବନୀତ କୁମାର ପାଣ୍ଡେବିଚାରପତି ୭ ଅକ୍ଟୋବର ୨୦୨୧୨୮ ସେପ୍ଟେମ୍ବର ୨୦୨୮ସାର୍ଭିସ୧୭ସୁନୀଲ କୁମାର ପାନୱାରବିଚାରପତି୭ ଅକ୍ଟୋବର ୨୦୨୧୧୪ ଅଗଷ୍ଟ ୨୦୨୪ସାର୍ଭିସ୧୮ସନ୍ଦୀପ କୁମାରବିଚାରପତି ୨୦ ଅକ୍ଟୋବର ୨୦୨୧୧୯ ଜାନୁଆରୀ ୨୦୨୯ବାର୧୯ ପୂର୍ଣ୍ଣେନ୍ଦୁ ସିଂହବିଚାରପତି୨୦ ଅକ୍ଟୋବର ୨୦୨୧୩ ଫେବୃଆରୀ ୨୦୨୯ବାର୨୦ସତ୍ୟବ୍ରତ ବର୍ମାବିଚାରପତି୨୦ ଅକ୍ଟୋବର ୨୦୨୧୫ ଡିସେମ୍ବର ୨୦୩୦ବାର୨୧ରାଜେଶ କୁମାର ବର୍ମାବିଚାରପତି୨୦ ଅକ୍ଟୋବର ୨୦୨୧୧୧ ଡିସେମ୍ବର ୨୦୩୧ବାର୨୨ଗୁଣୁ ଅନୁପମା ଚକ୍ରବର୍ତ୍ତୀବିଚାରପତି ୧ ନଭେମ୍ବର ୨୦୨୩୨୦୩୦ସାର୍ଭିସ୨୩ ରାଜୀବ ରାୟବିଚାରପତି ୨୯ ମାର୍ଚ୍ଚ ୨୦୨୨୩୧ ଅକ୍ଟୋବର ୨୦୨୭ବାର ୨୪ ହରିଶ କୁମାରବିଚାରପତି ୨୯ ମାର୍ଚ୍ଚ ୨୦୨୨୯ ଜାନୁଆରୀ ୨୦୩୭ବାର୨୫ଶୈଳେନ୍ଦ୍ର ସିଂହବିଚାରପତି୪ ଜୁନ୍ ୨୦୨୨୩ ଜୁନ ୨୦୩୪ସାର୍ଭିସ୨୬ଅରୁଣ କୁମାର ଝାବିଚାରପତି୪ ଜୁନ୍ ୨୦୨୨୧୬ ଅକ୍ଟୋବର ୨୦୩୩ସାର୍ଭିସ ୨୭ଜିତେନ୍ଦ୍ର କୁମାରବିଚାରପତି ୪ ଜୁନ୍ ୨୦୨୨୧ ନଭେମ୍ବର ୨୦୩୧ସାର୍ଭିସ୨୮ଆଲୋକ କୁମାର ପାଣ୍ଡେବିଚାରପତି୪ ଜୁନ୍ ୨୦୨୨୩୧ ଅଗଷ୍ଟ ୨୦୩୩ସାର୍ଭିସ୨୯ସୁନୀଲ ଦତ୍ତ ମିଶ୍ରବିଚାରପତି୪ ଜୁନ୍ ୨୦୨୨୧୯ ଡିସେମ୍ବର ୨୦୨୯ସାର୍ଭିସ୩୦ଚନ୍ଦ୍ର ପ୍ରକାଶ ସିଂହ ବିଚାରପତି୪ ଜୁନ୍ ୨୦୨୨୨୨ ଡିସେମ୍ବର ୨୦୨୫ସାର୍ଭିସ ୩୧ ଚନ୍ଦ୍ରଶେଖର ଝାବିଚାରପତି୪ ଜୁନ୍ ୨୦୨୨୩୧ ଡିସେମ୍ବର ୨୦୩୦ସାର୍ଭିସ୩୨ ଖତିମ ରେଜାବିଚାରପତି୫ ଜୁନ୍ ୨୦୨୨୪ ଡିସେମ୍ବର ୨୦୨୮ବାର୩୩ଡ. ଅଂଶୁମାନବିଚାରପତି ୫ ଜୁନ୍ ୨୦୨୨୧୦ ଜୁନ୍ ୨୦୩୧ବାର ୩୪ ରୁଦ୍ର ପ୍ରକାଶ ମିଶ୍ରବିଚାରପତି ୪ ନଭେମ୍ବର ୨୦୨୩ସାର୍ଭିସ୩୫ ରମେଶ ଚାନ୍ଦ ମାଲବ୍ୟବିଚାରପତି ୪ ନଭେମ୍ବର ୨୦୨୩ସାର୍ଭିସ ପ୍ରସଂଗ[ସମ୍ପାଦନା]
ବିହାର-ଓଡ଼ିଶା
https://or.wikipedia.org/wiki/ବିହାର-ଓଡ଼ିଶା
ବିହାର ଓ ଓଡ଼ିଶା ବ୍ରିଟିଶ ଭାରତର ଏକ ପ୍ରଦେଶ ଥିଲା, ଯେଉଁଥିରେ ବର୍ତ୍ତମାନର ଭାରତୀୟ ରାଜ୍ୟ ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ଏହି ଅଞ୍ଚଳକୁ ଜିତି ନେଇଥିଲେ ଏବଂ ବ୍ରିଟିଶ ଭାରତର ସର୍ବବୃହତ ପ୍ରଶାସନିକ ଉପଖଣ୍ଡ ବେଙ୍ଗଲ ପ୍ରେସିଡେନ୍ସିର ତତ୍କାଳୀନ ଭାରତୀୟ ପ୍ରଶାସନିକ ସେବା ଦ୍ୱାରା ପରିଚାଳିତ ହେଉଥିଲା । ଇତିହାସ ୧୭୫୬ ମସିହାରେ ବିହାର ଓ ଓଡ଼ିଶା ମୋଗଲ ସାମ୍ରାଜ୍ୟର ଅଂଶ ଥିଲା, ବିହାର ବଙ୍ଗଳାର ଅଂଶ ଥିଲା ସୁବାହ ଏବଂ ଓଡ଼ିଶା ଏହାର ନିଜସ୍ୱ ସୁବାହ । ୧୭୬୫ ମସିହା ଅଗଷ୍ଟ ୧୬ ତାରିଖରେ ସ୍ୱର୍ଗତ ସମ୍ରାଟ ଆଲାମଗିର ଦ୍ବିତୀୟ ମୁଗଲ ସମ୍ରାଟ ଶାହ ଆଲାମ ଓ ଇଷ୍ଟ ଇଣ୍ଡିଆ କମ୍ପାନିର ଲର୍ଡ କ୍ଲାଇଭ୍ ରବର୍ଟଙ୍କ ମଧ୍ୟରେ ଆହ୍ଲାବାଦ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।୨୨ ଅକ୍ଟୋବର ୧୭୬୪ ରେ ବକ୍ସର ଯୁଦ୍ଧର ଫଳସ୍ୱରୂପ । ଏହି ଚୁକ୍ତି ରାଜନୈତିକ ଏବଂ ସାମ୍ବିଧାନିକ ସମ୍ପୃକ୍ତି ଏବଂ ଭାରତରେ ବ୍ରିଟିଶ ଶାସନର ଆରମ୍ଭକୁ ସୂଚିତ କରେ । ଚୁକ୍ତିର ସର୍ତ୍ତାବଳୀ ଆଧାରରେ ଆଲମ ପୂର୍ବ ପ୍ରଦେଶ ବେଙ୍ଗଲ-ବିହାର-ଓଡ଼ିଶାରୁ ସମ୍ରାଟଙ୍କ ତରଫରୁ ଟିକସ ଆଦାୟ କରିବାର ଅଧିକାର ଇଷ୍ଟ ଇଣ୍ଡିଆ କମ୍ପାନି ଦିୱାନୀ ଅଧିକାର ପ୍ରଦାନ କରିଥିଲେ। ୧୯୧୨ ମସିହା ମାର୍ଚ୍ଚ ୨୨ ତାରିଖରେ ବିହାର ଓ ଓଡ଼ିଶା ବଙ୍ଗଳାରୁ ଅଲଗା ହୋଇ ପାଟନା କୁ ରାଜଧାନୀ କରାଯାଇଥିଲା । ଓଡ଼ିଶା ଶାଖା ନଦୀ ରାଜ୍ୟ ସମେତ ଅନେକ ଦେଶୀୟ ରାଜ୍ୟ ପ୍ରାଦେଶିକ ରାଜ୍ୟପାଳଙ୍କ ଅଧୀନରେ ଥିଲେ । ଦୟାରଚୀ (୧୯୨୧-୧୯୩୭) ଭାରତ ସରକାର ଆଇନ ୧୯୧୯ ମାଧ୍ୟମରେ ପ୍ରଣୟନ କରାଯାଇଥିବା ମୋଣ୍ଟାଗୁ-ଚେମ୍ସଫୋର୍ଡ ସଂସ୍କାର ବିହାର ଓ ଓଡ଼ିଶା ବିଧାନ ପରିଷଦକୁ ୪୩ରୁ ୧୦୩ ସଦସ୍ୟକୁ ସମ୍ପ୍ରସାରଣ କରିଥିଲା। ବିଧାନ ପରିଷଦରେ ଏବେ ୨ ଜଣ କାର୍ଯ୍ୟନିର୍ବାହୀ କାଉନସିଲର, ୨୫ ଜଣ ମନୋନୀତ ସଦସ୍ୟ (୧୨ ଜଣ ସରକାରୀ, ୧୩ ଜଣ ଅଣସରକାରୀ) ଏବଂ ୭୬ ଜଣ ନିର୍ବାଚିତ ସଦସ୍ୟ (୪୮ ଜଣ ଅଣ-ମୁସଲମାନ, ୧୮ ମୁସଲମାନ, ୧ ଜଣ ୟୁରୋପୀୟ, ୩ ଜଣ ବାଣିଜ୍ୟ ଓ ଶିଳ୍ପ, ୫ଟି ଜମିଧାରୀ ଏବଂ ୧ଟି ବିଶ୍ୱବିଦ୍ୟାଳୟ ନିର୍ବାଚନ ମଣ୍ଡଳୀ)। ଏହି ସଂସ୍କାରରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ସ୍ଥାନୀୟ ସରକାର ଭଳି କେତେକ ଦାୟିତ୍ୱ ନିର୍ବାଚିତ ମନ୍ତ୍ରୀଙ୍କ ହାତକୁ ହସ୍ତାନ୍ତର କରାଯାଇଥିଲା । +ନାମଅବଧିବିଭାଗଖାନ୍ ବାହାଦୁର ସୟଦ ମହମ୍ମଦ ଫକରୁଦ୍ଦିନଜାନୁଆରୀ ୧୯୨୧ ରୁ ୬ ମଇ ୧୯୩୩ଶିକ୍ଷା, କୃଷି, ସମବାୟ ଋଣ ଶିଳ୍ପ, ଧାର୍ମିକ ଅନୁଦାନ, ଅବକାରୀମଧୁସୂଦନ ଦାସଜାନୁଆରୀ ୧୯୨୧ ରୁ ୯ ମାର୍ଚ୍ଚ ୧୯୨୩ସ୍ଥାନୀୟ ସ୍ୱୟଂ ଶାସନ, ଚିକିତ୍ସା ଜନସ୍ୱାସ୍ଥ୍ୟ, ପୂର୍ତ୍ତଗଣେଶ ଦତ୍ତମାର୍ଚ୍ଚ ୧୯୨୩ ରୁ ଦୟାରଚୀ ଶେଷ ପର୍ଯ୍ୟନ୍ତସ୍ଥାନୀୟ ସ୍ୱୟଂ ଶାସନ, ଚିକିତ୍ସା ଜନସ୍ୱାସ୍ଥ୍ୟ, ପୂର୍ତ୍ତଖାନ୍ ବାହାଦୂର ସୟଦ ମହମ୍ମଦ ହୁସେନ୍୬ ମଇ ୧୯୩୩ ରୁ ୨୪ ଡିସେମ୍ବର ୧୯୩୩ଶିକ୍ଷା, କୃଷି, ସମବାୟ ଋଣ ଶିଳ୍ପ, ଧାର୍ମିକ ଅନୁଦାନ, ପଞ୍ଜୀକରଣସୟଦ ମହମ୍ମଦ ଅବଦୁଲ ଅଜିଜ୍୧୫ ଜାନୁଆରୀ ୧୯୩୪ ରେ ଦୟାରଚୀ ଶେଷ ପର୍ଯ୍ୟନ୍ତଶିକ୍ଷା, କୃଷି, ସମବାୟ ଋଣ ଶିଳ୍ପ, ଧାର୍ମିକ ଅନୁଦାନ, ପଞ୍ଜୀକରଣ ବିଭାଜନ ୧ ଏପ୍ରିଲ ୧୯୩୬ରେ ଏହି ପ୍ରଦେଶକୁ ବିହାର ପ୍ରଦେଶ (ଯେଉଁଥିରେ ବର୍ତ୍ତମାନର ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା) ଏବଂ ଓଡ଼ିଶା ପ୍ରଦେଶ ଓ ଓଡିଆ ଭାଷାଭାଷୀ ରାଜ୍ୟକୁ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ଏଜେନ୍ସିର ଅଧୀନରେ ରଖାଯାଇଥିଲା। ବିହାର ଓ ଓଡ଼ିଶାର ରାଜ୍ୟପାଳ ୧୯୧୨ରୁ ୧୯୨୦ ପର୍ଯ୍ୟନ୍ତ ଏହି ପ୍ରଦେଶରେ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପ୍ରାଦେଶିକ ସରକାରଙ୍କ ନେତୃତ୍ୱ ନେଉଥିଲେ । ୧୯୨୦ ମସିହାରେ ଏହି ପଦବୀକୁ ରାଜ୍ୟପାଳ ଭାବେ ଉନ୍ନୀତ କରାଯାଇଥିଲା, ଯେତେବେଳେ ସତ୍ୟେନ୍ଦ୍ର ପ୍ରସନ୍ନ ସିହ୍ନା, ପ୍ରଥମ ବାରୋନ ସିହ୍ନାଙ୍କୁ ଏହା ପୂରଣ କରିବା ପାଇଁ ନିଯୁକ୍ତ କରାଯାଇଥିଲା । ଲେଫ୍ଟନାଣ୍ଟ ଗଭର୍ଣ୍ଣର ୧ ଏପ୍ରିଲ ୧୯୧୨ - ୧୯ ନଭେମ୍ବର ୧୯୧୫ ସାର୍ ଚାର୍ଲସ ଷ୍ଟୁଆର୍ଟ ବେଲି (ଜନ୍ମ: ୧୮୫୪ - ଡି. ୧୯୩୫) ୧୯ ନଭେମ୍ବର ୧୯୧୫ - ୫ ଅପ୍ରେଲ ୧୯୧୮ ସାର୍ ଏଡୱାର୍ଡ ଆଲବର୍ଟ ଗାଇଟ (ପ୍ରଥମ କାର୍ଯ୍ୟକାଳ) (ଖ୍ରୀ. ୧୮୬୩ - ଡି. ୧୯୫୦) ୫ ଅପ୍ରେଲ ୧୯୧୮ - ୧୨ ଜୁଲାଇ ୧୯୧୮ ସାର୍ ଏଡୱାର୍ଡ ଭେରେ ଲେଭିଙ୍ଗେ (କାମଚଳା) (ଖ. ୧୮୬୭ - ଡି. ୧୯୫୪) ୧୨ ଜୁଲାଇ ୧୯୧୮ - ୨୯ ଡିସେମ୍ବର ୧୯୨୦ ସାର୍ ଏଡୱାର୍ଡ ଆଲବର୍ଟ ଗାଇଟ (୨ୟ କାର୍ଯ୍ୟକାଳ) (ସ.ଏ.) ରାଜ୍ୟପାଳ ୨୯ ଡିସେମ୍ବର ୧୯୨୦ - ୨୯ ନଭେମ୍ବର ୧୯୨୧ ସତ୍ୟେନ୍ଦ୍ର ପ୍ରସନ୍ନ ସିହ୍ନା, ପ୍ରଥମ ବାରୋନ ସିହ୍ନା (ଜନ୍ମ ୧୮୬୪ - ଘ. ୧୯୨୮) ୨୯ ନଭେମ୍ବର ୧୯୨୧ - ୧୨ ଅପ୍ରେଲ ୧୯୨୨ ହାଭିଲାଣ୍ଡ ଲେ ମେସୁରିୟର (କାମଚଳା) (ଖ. ୧୮୬୬ - ଡି. ୧୯୩୧) ୧୨ ଏପ୍ରିଲ ୧୯୨୨ - ୭ ଅପ୍ରେଲ ୧୯୨୭ ସାର୍ ହେନରୀ ହ୍ୱିଲର (ଜନ୍ମ: ୧୮୭୦ - ଡି. ୧୯୫୦) ୭ ଅପ୍ରେଲ ୧୯୨୭ - ୭ ଅପ୍ରେଲ ୧୯୩୨ ସାର୍ ହ୍ୟୁ ଲାନ୍ସଡଉନ୍ ଷ୍ଟିଫେନ୍ସନ୍ (ଜନ୍ମ: ୧୮୭୧ - ଡି. ୧୯୫୦) ୭ ଅପ୍ରେଲ ୧୯୩୨ - ୧ ଅପ୍ରେଲ ୧୯୩୬ ସାର୍ ଜେମ୍ସ ଡେଭିଡ୍ ସିଫଟନ୍ (ଜନ୍ମ: ୧୮୭୮ - ଡି. ୧୯୫୨) ଆଧାର ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ବ୍ରିଟିଶ ଭାରତର ପ୍ରଦେଶଗୁଡ଼ିକ
ଅଦିତି ଗୌତମ
https://or.wikipedia.org/wiki/ଅଦିତି_ଗୌତମ
ଅଦିତି ଗୌତମ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ସିୟା ଗୌତମ ଭାବରେ ପରିଚିତ । ସେ ମୁଖ୍ୟତଃ ହିନ୍ଦୀ ଓ ତେଲୁଗୁ ଭାଷାର କଥାଚିତ୍ରରେ କାମ କରନ୍ତି । ୨୦୦୮ ମସିହାରେ ସେ ନେନିନ୍ତେ କଥାଚିତ୍ର ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରଥିଲେ ଏବଂ ୨୦୧୮ ମସିହାରେ ସଞ୍ଜୁ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଅଭିନୟ ଜୀବନ ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ରେଫ। ୨୦୦୮ ନେନିନ୍ତେ ସାନ୍ଧ୍ୟା ତେଲୁଗୁସିୟା ଗୌତମ ଭାବରେ ୨୦୧୦ ବେଦମ୍ ଜାରା ତେଲୁଗୁ ୨୦୧୧ ଡବଲ୍ ଡେକର୍ ଗଙ୍ଗା କନ୍ନଡ଼ ୨୦୧୮ ସଞ୍ଜୁ ପ୍ରିୟା ଦତ୍ତ ହିନ୍ଦୀ ୨୦୨୨ ପାକ୍କା କମର୍‌ସିଆଲ୍ ସାଇରା ବାନୁ ବା ଅମୂଲ୍ୟା ତେଲୁଗୁ ଅଭିନୀତ ସିରିଜ୍ ବର୍ଷ ସିରିଜ୍ ଭୂମିକା ଓଟିଟି ଭାଷା ମନ୍ତବ୍ୟ ୨୦୨୩ ଅତିଧି ସାନ୍ଧ୍ୟା ଡିଜନି + ହଟଷ୍ଟାର୍ ତେଲୁଗୁ ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୯୬ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ
Aditi Gautam
https://or.wikipedia.org/wiki/Aditi_Gautam
ଲେଉଟାଣି ଅଦିତି ଗୌତମ
ଇବାଣ୍ଡ୍ରୋନିକ ଏସିଡ
https://or.wikipedia.org/wiki/ଇବାଣ୍ଡ୍ରୋନିକ_ଏସିଡ
ଇବାଣ୍ଡ୍ରୋନିକ ଏସିଡ, ଯାହାକୁ ଆଇବାଣ୍ଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଓଷ୍ଟିଓପୋରୋସିସ, କର୍କଟ ରୋଗ କାରଣରୁ ଅଧିକ ରକ୍ତ କ୍ୟାଲସିୟମ କିମ୍ବା ସ୍ତନ କର୍କଟରୁ ହାଡ଼ ମେଟାସ୍ଟାସିସ ହୋଇଥିବା ରୋଗମାନଙ୍କରେ ବ୍ୟବହୃତ ହୁଏ । ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, କମ୍ ରକ୍ତ କ୍ୟାଲସିୟମ, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ଜ୍ୱର ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ, ଏସୋଫେଜାଇଇଟିସ, ଫିମର ଅସ୍ଥିଭଗ୍ନ ଏବଂ ହନୁ ହାଡ଼ର ଅସ୍ଥିକ୍ଷୟ (ଓଷ୍ଟିଓନେକ୍ରୋସିସ୍) ହୋଇପାରେ । ଏହା ଏକ ବିସଫସଫୋନେଟ୍ ଯାହା ଓଷ୍ଟିଓକ୍ଲାଷ୍ଟ କୋଷଗୁଡ଼ିକଦ୍ୱାରା ହାଡ଼ ଭାଙ୍ଗିବା ବନ୍ଦ କରିଦିଏ । ବୋହିରିଙ୍ଗର୍ ମାନହେଇମଦ୍ୱାରା ୧୯୮୬ ମସିହାରେ ଇବାଣ୍ଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ୧୫୦ ମିଗ୍ରା ବଟିକାର ମୂଲ୍ୟ ପ୍ରାୟ ୪.୫୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୨ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ibandronic acid
https://or.wikipedia.org/wiki/Ibandronic_acid
ଲେଉଟାଣିଇବାଣ୍ଡ୍ରୋନିକ ଏସିଡ
ଆଟୋଗେପାଣ୍ଟ
https://or.wikipedia.org/wiki/ଆଟୋଗେପାଣ୍ଟ
ଆଟୋଗେପାଣ୍ଟ, କୁଲିପଟା ବେପାର ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ । ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ । କୌଣସି ଔଷଧର ଅତ୍ୟଧିକ ବ୍ୟବହାର ଜନିତ ମୁଣ୍ଡବିନ୍ଧାରେ ଏହି ଔଷଧ ଫଳପ୍ରଦ ହୁଏ ନାହିଁ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଥକାପଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଯକୃତ ଜନିତ ସମସ୍ୟା ଥିବା ଲୋକମାନେ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଏହା ଏକ କ୍ୟାଲସିଟୋନିନ ଉତ୍ପାଦିତ ପେପ୍ଟାଇଡ ରିସେପ୍ଟର ବିରୋଧୀ, ବିଶେଷ ଭାବରେ ଏକ ଜିପାଣ୍ଟ । ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆଟୋଗେପାଣ୍ଟ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ମାସକୁ ଏହି ଔଷଧ ବାବଦ ପ୍ରାୟ ୧୦୦୦ ଡଲାର ଖର୍ଚ୍ଚ ହୋଇଥାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Atogepant
https://or.wikipedia.org/wiki/Atogepant
redirectଆଟୋଗେପାଣ୍ଟ
ଓଡ଼ିଶା ପ୍ରଦେଶ
https://or.wikipedia.org/wiki/ଓଡ଼ିଶା_ପ୍ରଦେଶ
ଓଡ଼ିଶା ପ୍ରଦେଶ ୧୯୩୬ ମସିହା ଅପ୍ରେଲ ମାସରେ ବିହାର ଓ ଓଡ଼ିଶା ପ୍ରଦେଶକୁ ବିଭାଜନ କରି ମାଡ୍ରାସ ପ୍ରେସିଡେନ୍ସି ଓ ସେଣ୍ଟ୍ରାଲ ପ୍ରୋଭିନ୍ସର କିଛି ଅଂଶକୁ ମିଶାଇ ଗଠନ କରାଯାଇଥିଲା । ଏହାର ଅଞ୍ଚଳ ଆଧୁନିକ ଓଡ଼ିଶା ରାଜ୍ୟ ସହ ମେଳ ଖାଉଛି । ୧୯୧୨ ମସିହା ମାର୍ଚ୍ଚ ୨୨ ତାରିଖରେ ଉଭୟ ବିହାର ଓ ଓଡ଼ିଶା ଡିଭିଜନକୁ ବେଙ୍ଗଲ ପ୍ରେସିଡେନ୍ସିରୁ ବିଭାଜିତ କରି ବିହାର ଓ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ବିହାର ଓ ଓଡ଼ିଶା ପ୍ରଦେଶକୁ ବିଭାଜିତ କରି ବିହାର ପ୍ରଦେଶ ଓ ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଗଞ୍ଜାମ ଜିଲ୍ଲା ଏବଂ ମାଡ୍ରାସ ପ୍ରେସିଡେନ୍ସିର ଭାଇଜାଗାପାଟମ ଜିଲ୍ଲାର କିଛି ଅଂଶ ଓଡ଼ିଶା ପ୍ରଦେଶକୁ ସ୍ଥାନାନ୍ତର ହୋଇଥିଲା, ଯେଉଁଥିରେ ବିଶାଖାପାଟଣା ପାହାଡ଼ ଟ୍ରାକ୍ଟ ଏଜେନ୍ସି ଏବଂ ଗଞ୍ଜାମ ପାହାଡ଼ିଆ ଟ୍ରାକ୍ଟ ଏଜେନ୍ସି ଏବଂ କେନ୍ଦ୍ରୀୟ ପ୍ରଦେଶ ଏବଂ ବେରାର ଖରିଆର ଅଞ୍ଚଳର କିଛି ଅଂଶ କୁ ହସ୍ତାନ୍ତର କରାଯାଇଥିଲା । ଇତିହାସ ୧୮୦୩ ମସିହାରେ ଦ୍ବିତୀୟ ଆଙ୍ଗ୍ଲୋ-ମରାଠା ଯୁଦ୍ଧ ସମୟରେ ଓଡ଼ିଶାକୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନିର ସୈନ୍ୟମାନଙ୍କ ଦ୍ୱାରା ଦଖଲ କରାଯାଇଥିଲା, ଯାହା ୧୮୫୮ ମସିହାରେ ବ୍ରିଟିଶ ସରକାରଙ୍କ ପ୍ରତ୍ୟକ୍ଷ ପ୍ରଶାସନ ଅଧୀନରେ ଆସିଥିଲା ଏବଂ କମ୍ପାନୀର ଅନ୍ୟଆନ୍ୟ ଅଞ୍ଚଳ ମଧ୍ୟ ଥିଲା । ବ୍ରିଟିଶ ଶାସନ ଅଧୀନରେ ଏହା ବେଙ୍ଗଲ ପ୍ରେସିଡେନ୍ସିର ଏକ ବିଭାଜନ ଥିଲା ଏବଂ ଏହାର ରାଜଧାନୀ କଟକରେ ଥିଲା । ୧୯୦୧ ମସିହାରେ ଏହାର କ୍ଷେତ୍ରଫଳ ୩୫,୬୬୪ ବର୍ଗ କିଲୋମିଟର ଓ ଲୋକସଂଖ୍ୟା ୫,୦୦୩,୧୨୧ ଥିଲା । ଏହି ପ୍ରଦେଶ ରେ ଓଡ଼ିଶା ଶାଖା ନଦୀ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମସିହା ଏପ୍ରିଲ ୧ ତାରିଖରେ ବିହାର ଓ ଓଡ଼ିଶା ପ୍ରଦେଶକୁ ବଙ୍ଗଳାରୁ ଅଲଗା କରାଗଲା ଏବଂ ଓଡ଼ିଶା ଶାଖା ନଦୀ ରାଜ୍ୟଗୁଡ଼ିକୁ ବିହାର ଓ ଓଡ଼ିଶାର ରାଜ୍ୟପାଳଙ୍କ ଅଧୀନରେ ରଖାଗଲା । ୧୯୩୬ ମସିହାରେ ଓଡ଼ିଶା ପାଞ୍ଚଟି ଜିଲ୍ଲା କୁ ନେଇ ଏକ ଅଲଗା ପ୍ରଦେଶ ରେ ପରିଣତ ହେଲା, ଯାହାର କ୍ଷେତ୍ରଫଳ ୮୩,୩୯୨ ବର୍ଗ କିଲୋମିଟର ଅଟେ । ଭାରତ ସରକାର ଅଧିନିୟମ ୧୯୩୫ରେ ଏକ ପ୍ରାଦେଶିକ ବିଧାନସଭା ଏବଂ ଏକ ଦାୟିତ୍ୱବାନ ସରକାର ର ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଥିଲା । ୧୯୩୭ରେ ନିର୍ବାଚନ ହୋଇଥିଲା ଏବଂ ଭାରତୀୟ ଜାତୀୟ କଂଗ୍ରେସ ଅଧିକାଂଶ ଆସନ ନେଇଥିଲା କିନ୍ତୁ ସରକାର ଗଠନ କରିବାକୁ ମନା କରିଦେଇଥିଲା । ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଏକ ସଂଖ୍ୟାଲଘୁ ଅସ୍ଥାୟୀ ସରକାର ଗଠନ ହୋଇଥିଲା। +ମନ୍ତ୍ରୀବିହାଗକୃଷ୍ଣଚନ୍ଦ୍ର ଗଜପତିଗୃହ, ଅର୍ଥ, ଆଇନ ଓ ବାଣିଜ୍ୟମନ୍ଧାତା ଗୋରାଚାନ୍ଦ ପଟ୍ଟନାୟକରାଜସ୍ୱ, ଶିକ୍ଷା ଓ ବାଣିଜ୍ୟମୌଲବୀ ଲତିଫୁର ରହମାନପୂର୍ତ୍ତ, ସ୍ଥାନୀୟ ସ୍ୱୟଂ ଶାସନ ଓ ଜଙ୍ଗଲ କଂଗ୍ରେସ ତା'ର ନିଷ୍ପତ୍ତି ବଦଳାଇ ୧୯୩୭ ଜୁଲାଇରେ କ୍ଷମତା ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲା। ତେଣୁ ରାଜ୍ୟପାଳ ବିଶ୍ୱନାଥ ଦାସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। +ମନ୍ତ୍ରୀବିଭାଗବିଶ୍ୱନାଥ ଦାସପ୍ରିମିୟର, ଗୃହ, ଅର୍ଥ ଓ ଶିକ୍ଷାନିତ୍ୟାନନ୍ଦ କାନୁନଗୋରାଜସ୍ୱ ଓ ପୂର୍ତ୍ତ ବିଭାଗବୋଧରାମ ଦୁବେସ୍ଥାନୀୟ ସ୍ୱୟଂ ଶାସନ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ନଭେମ୍ବର ୧୯୩୯ରେ ଗଭର୍ଣ୍ଣର ଜେନେରାଲଙ୍କ ଭାରତୀୟ ନେତାମାନଙ୍କ ସହ ପରାମର୍ଶ ନକରି ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣାର କରିଥିବାରୁ, ଅନ୍ୟ ପ୍ରଦେଶର କଂଗ୍ରେସ ମନ୍ତ୍ରଣାଳୟ ସହିତ ଶ୍ରୀ ବିଶ୍ଵନାଥ ଦାସ ଇସ୍ତଫା ଦେଇଥିଲେ। ୧୯୪୧ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା, ୧୯୪୧ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରାଯାଇଥିଲା | ଏହି ସରକାର ୧୯୪୪ ପର୍ଯ୍ୟନ୍ତ ଚାଲିଥିଲା | +ମନ୍ତ୍ରୀବିଭାଗକୃଷ୍ଣଚନ୍ଦ୍ର ଗଜପତିପ୍ରିମିୟରଗୋଦାବରୀଶ ମିଶ୍ରଅର୍ଥ ଓ ଶିକ୍ଷାମୌଲବୀ ଅବ୍ଦୁସ୍ ସୋଭାନ ଖାନ୍ ୧୯୪୬ ରେ ପୁନର୍ବାର ନିର୍ବାଚନ କରାଯାଇଥିଲା ଯେଉଁଥିରେ କଂଗ୍ରେସ ସଂଖ୍ୟାଗରିଷ୍ଠତ ହୋଇଥିଲା, ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା। +ମନ୍ତ୍ରୀବିଭାଗହରେକୃଷ୍ଣ ମହତାବପ୍ରିମିୟରନବକୃଷ୍ଣ ଚୌଧୁରୀନିତ୍ୟାନନ୍ଦ କାନୁନଗୋଲିଙ୍ଗରାଜ ମିଶ୍ର ରାଜ୍ୟପାଳ ୧ ଏପ୍ରିଲ ୧୯୩୬ - ୧୧ ଅଗଷ୍ଟ ୧୯୩୮ ସାର୍ ଜନ୍ ଅଷ୍ଟେନ ହବବ୍ୟାକ୍ (ପ୍ରଥମ କାର୍ଯ୍ୟକାଳ) (ଖ. ୧୮୭୮ - ଡି. ୧୯୬୮) ୧୧ ଅଗଷ୍ଟ ୧୯୩୮ - ୮ ଡିସେମ୍ବର ୧୯୩୮ ଜି.ଟି.ବୋଗ (କାମଚଳା) (ଖ. ୧୮୮୪ - ଘ. ୧୯୬୯) ୮ ଡିସେମ୍ବର ୧୯୩୮ - ୧ ଅପ୍ରେଲ ୧୯୪୧ ସାର୍ ଜନ୍ ଅଷ୍ଟେନ ହବବ୍ୟାକ୍ (୨ୟ କାର୍ଯ୍ୟକାଳ) (ସ.ଏ.) ୧ ଏପ୍ରିଲ ୧୯୪୧ - ୧ ଅପ୍ରେଲ ୧୯୪୬ ସାର୍ ୱିଲିୟମ୍ ହାଥୋର୍ନ ଲୁଇସ୍ (ଜନ୍ମ: ୧୮୮୮ - ଡି. ୧୯୭୦) ୧ ଏପ୍ରିଲ ୧୯୪୬ - ୧୫ ଅଗଷ୍ଟ ୧୯୪୭ ସାର୍ ଚାନ୍ଦୁଲାଲ ମାଧବଲାଲ ତ୍ରିବେଦୀ (ଜନ୍ମ: ୧୮୯୩ - ଘ. ୧୯୮୧) ଓଡ଼ିଶାର ପ୍ରଧାନମନ୍ତ୍ରୀ ୧ ଏପ୍ରିଲ ୧୯୩୭ - ୧୯ ଜୁଲାଇ ୧୯୩୭ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ (ଜନ୍ମ ୧୮୯୨ - ଘ. ୧୯୭୪) ଅଣଦଳୀୟ (ପ୍ରଥମ କାର୍ଯ୍ୟକାଳ) ୧୯ ଜୁଲାଇ ୧୯୩୭ - ୪ ନଭେମ୍ବର ୧୯୩୯ ବିଶ୍ୱନାଥ ଦାସ (ଜନ୍ମ ୧୮୮୯ - ଘ. ୧୯୮୪) କଂଗ୍ରେସ ୪ ନଭେମ୍ବର ୧୯୩୯ - ୨୪ ନଭେମ୍ବର ୧୯୪୧ ରାଜ୍ୟପାଳ ଶାସନ ୨୪ ନଭେମ୍ବର ୧୯୪୧ - ୨୯ ଜୁନ ୧୯୪୪ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ (ସ.ଏ.) ଅଣଦଳୀୟ (୨ୟ କାର୍ଯ୍ୟକାଳ) ୨୯ ଜୁନ୍ ୧୯୪୪ - ୨୩ ଅପ୍ରେଲ ୧୯୪୬ ରାଜ୍ୟପାଳ ଶାସନ ୨୩ ଏପ୍ରିଲ ୧୯୪୬ - ୧୫ ଅଗଷ୍ଟ ୧୯୪୭ ହରେକୃଷ୍ଣ ମହତାବ (ଜନ୍ମ ୧୮୯୯ - ଘ. ୧୯୮୭) କଂଗ୍ରେସ ଆଧାର ଶ୍ରେଣୀ:ଓଡ଼ିଶାର ଇତିହାସ ଶ୍ରେଣୀ:ବ୍ରିଟିଶ ଭାରତର ପ୍ରଦେଶଗୁଡ଼ିକ
Patisiran
https://or.wikipedia.org/wiki/Patisiran
ପାଟିସିରାନ, ଅନ୍‌ପାଟ୍ରୋ ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ବଂଶାନୁକ୍ରମିକ ଟ୍ରାନ୍ସଥାଇରେଟିନ୍-ମଧ୍ୟସ୍ଥ ଆମ୍ଲଏଡୋସିସ୍ ରୋଗୀଙ୍କଠାରେ ହେଉଥିବା ପଲିନିରୋରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଦେଇ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସ, ମାଂସପେଶୀ ସ୍ପାଜ୍ମ, ଗଣ୍ଠି ଯନ୍ତ୍ରଣା, ଲାଲ ରଙ୍ଗ ଏବଂ ମୁଣ୍ଡ ବୁଲାଇବା ହୋପାରେ ।"Patisiran Monograph for Professionals". Drugs.com. Archived from the original on 26 January 2021. Retrieved 26 October 2021. ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବସାର କ ଅଭାବ ହୋପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ; ଯଦିଓ ଅନ୍ୟ ପ୍ରାଣୀମାନଙ୍କଠାରେ କ୍ଷତି ଦେଖାଏ । ଏହା ଆରଏନଏର (RNA) ଏକ ଛୋଟ ଖଣ୍ଡ ଯାହା ଅସ୍ୱାଭାବିକ ଟ୍ରାନ୍ସଥାଇରେଟିନ ଉତ୍ପାଦନକୁ ଅବରୋଧ କରିଥାଏ । ୨୦୧୮ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପାଟିସିରାନ ଅନୁମୋଦିତ ହୋଇଥିଲା ।"Onpattro". "Patisiran Monograph for Professionals". Drugs.com. Archived from the original on 26 January 2021. Retrieved 26 October 2021. ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୧୦ ମିଗ୍ରାର ଏକ ଭାଏଲର ମୂଲ୍ୟ ପ୍ରାୟ ୭୭୦୦ ପାଉଣ୍ଡ ଥିଲା ।BNF 81: March-September ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ପାଟିସିରାନ
https://or.wikipedia.org/wiki/ପାଟିସିରାନ
ପାଟିସିରାନ, ଅନ୍‌ପାଟ୍ରୋ ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ବଂଶାନୁକ୍ରମିକ ଟ୍ରାନ୍ସଥାଇରେଟିନ୍-ମଧ୍ୟସ୍ଥ ଆମ୍ଲଏଡୋସିସ୍ ରୋଗୀଙ୍କଠାରେ ହେଉଥିବା ପଲିନିରୋରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଦେଇ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସ, ମାଂସପେଶୀ ସ୍ପାଜ୍ମ, ଗଣ୍ଠି ଯନ୍ତ୍ରଣା, ଲାଲ ରଙ୍ଗ ଏବଂ ମୁଣ୍ଡ ବୁଲାଇବା ହୋପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବସାର କ ଅଭାବ ହୋପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ; ଯଦିଓ ଅନ୍ୟ ପ୍ରାଣୀମାନଙ୍କଠାରେ କ୍ଷତି ଦେଖାଏ । ଏହା ଆରଏନଏର (RNA) ଏକ ଛୋଟ ଖଣ୍ଡ ଯାହା ଅସ୍ୱାଭାବିକ ଟ୍ରାନ୍ସଥାଇରେଟିନ ଉତ୍ପାଦନକୁ ଅବରୋଧ କରିଥାଏ । ୨୦୧୮ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ପାଟିସିରାନ ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୧୦ ମିଗ୍ରାର ଏକ ଭାଏଲର ମୂଲ୍ୟ ପ୍ରାୟ ୭୭୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Kumudini Mahapatra
https://or.wikipedia.org/wiki/Kumudini_Mahapatra
ଲେଉଟାଣି କୁମୁଦିନୀ ମହାପାତ୍ର
ବିହାର ପ୍ରଦେଶ
https://or.wikipedia.org/wiki/ବିହାର_ପ୍ରଦେଶ
ବିହାର ପ୍ରଦେଶ ବ୍ରିଟିଶ ଭାରତର ଏକ ପ୍ରଦେଶ ଥିଲା, ଯାହା ୧୯୩୬ ମସିହାରେ ବିହାର ଓ ଓଡ଼ିଶା ପ୍ରଦେଶର ବିଭାଜନ ଦ୍ୱାରା ଗଠିତ ହୋଇଥିଲା । ଇତିହାସ ୧୭୫୬ ମସିହାରେ ବିହାର ବଙ୍ଗଳାର ଏକ ଅଂଶ ଥିଲା । ୧୮୦୩ ମସିହା ଅକ୍ଟୋବର ୧୪ ତାରିଖରେ ଓଡ଼ିଶା ବ୍ରିଟିଶ ଶାସନ ଅଧୀନରେ ଥିଲା । ୧୯୧୨ ମସିହା ମାର୍ଚ୍ଚ ୨୨ ତାରିଖରେ ଉଭୟ ବିହାର ଏବଂ ଓଡ଼ିଶା ବଙ୍ଗଳାରୁ ବିହାର ଓ ଓଡ଼ିଶା ପ୍ରଦେଶ ଭାବରେ ଅଲଗା ହୋଇଥିଲେ । ୧୯୩୬ ମସିହା ଏପ୍ରିଲ ୧ରେ ବିହାର ଓ ଓଡ଼ିଶା ଅଲଗା ଅଲଗା ପ୍ରଦେଶ ରେ ପରିଣତ ହୋଇଥିଲେ । ଭାରତ ସରକାର ଅଧିନିୟମ୧୯୩୫ରେ ଏକ ପ୍ରାଦେଶିକ ବିଧାନସଭା ଏବଂ ଏକ ଦାୟିତ୍ୱବାନ ସରକାର ର ନିର୍ବାଚନ ପାଇଁ ବ୍ୟବସ୍ଥା କରାଯାଇଥିଲା । ୧୯୩୭ ରେ ନିର୍ବାଚନ ହୋଇଥିଲା ଏବଂ ଭାରତୀୟ ଜାତୀୟ କଂଗ୍ରେସ ଅଧିକାଂଶ ଆସନ ନେଇଥିଲା କିନ୍ତୁ ସରକାର ଗଠନ କରିବାକୁ ମନା କରିଦେଇଥିଲା । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ସଂଖ୍ୟାଲଘୁ ଅସ୍ଥାୟୀ ସରକାର ଗଠନ ହୋଇଥିଲା । +ମନ୍ତ୍ରୀବିଭାଗମହମ୍ମଦ ୟୁନୁସ୍ଗୃହ ଓ ଶିକ୍ଷାଅଜିତ ପ୍ରସାଦ ସିଂହଦେଓସ୍ଥାନୀୟ ସ୍ୱୟଂ ଶାସନ (ଚିକିତ୍ସା ଓ ଅବକାରୀ ସମେତ)ଅବଦୁଲ ୱାହାବ ଖାନଅର୍ଥ ଓ ଜଳସେଚନଗୁର ସହାୟ ଲାଲରାଜସ୍ୱ ଓ ବିକାଶ କଂଗ୍ରେସ ତା'ର ନିଷ୍ପତ୍ତି ବଦଳାଇ ୧୯୩୭ ଜୁଲାଇରେ କ୍ଷମତା ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲା। ତେଣୁ ରାଜ୍ୟପାଳ ଶ୍ରୀକୃଷ୍ଣ ସିହ୍ନାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। +ମନ୍ତ୍ରୀ ବିଭାଗଶ୍ରୀକୃଷ୍ଣ ସିହ୍ନାପ୍ରିମିୟରଅନୁଗ୍ରହ ନାରାୟଣ ସିହ୍ନାଉପପ୍ରଧାନମନ୍ତ୍ରୀ, ଅର୍ଥ ଏବଂ ସ୍ଥାନୀୟ ସ୍ୱୟଂ ଶାସନସୟଦ ମହମୁଦଶିକ୍ଷାଜଗଲାଲ ଚୌଧୁରୀଜନସ୍ୱାସ୍ଥ୍ୟ ଓ ଅବକାରୀ ନଭେମ୍ବର ୧୯୩୯ରେ ଗଭର୍ଣ୍ଣର ଜେନେରାଲଙ୍କ ଭାରତୀୟ ନେତାମାନଙ୍କ ସହ ପରାମର୍ଶ ନକରି ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣାର କରିଥିବାରୁ, ଅନ୍ୟ ପ୍ରଦେଶର କଂଗ୍ରେସ ମନ୍ତ୍ରଣାଳୟ ସହିତ ଶ୍ରୀକୃଷ୍ଣ ସିହ୍ନା ଇସ୍ତଫା ଦେଇଥିଲେ ଏବଂ ବିହାର ରାଜ୍ୟପାଳ ଶାସନ ଅଧୀନରେ ଆସିଥିଲା। ୧୯୪୬ରେ ଆଉ ଏକ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସର ଆଉ ଏକ ସଂଖ୍ୟାଗରିଷ୍ଠତା ମିଳିଥିଲା ଏବଂ ସିହ୍ନା ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶେଷରେ ୧୫ ଅଗଷ୍ଟ ୧୯୪୭ରେ ବିହାର ପ୍ରଦେଶ ସ୍ୱାଧୀନ ଭାରତର ଅଂଶ ହୋଇଗଲା ।Provinces of British India ରାଜ୍ୟପାଳ ୧ ଏପ୍ରିଲ ୧୯୩୬ - ୧୧ ମାର୍ଚ ୧୯୩୭ ସାର୍ ଜେମ୍ସ ଡେଭିଡ୍ ସିଫ୍ଟନ୍ (ସ.ଏ.) ୧୧ ମାର୍ଚ ୧୯୩୭ - ୫ ଅଗଷ୍ଟ ୧୯୩୯ ସାର୍ ମରିସ୍ ଗାର୍ନିୟର ହାଲେଟ୍ (ଜନ୍ମ: ୧୮୮୩ - ମରଣ ୧୯୬୯) ୫ ଅଗଷ୍ଟ ୧୯୩୯ - ୯ ଜାନୁଆରୀ ୧୯୪୩ ସାର୍ ଥୋମାସ ଆଲେକଜାଣ୍ଡର ଷ୍ଟୁଆର୍ଟ (ଜନ୍ମ ୧୮୮୮ - ଡି. ୧୯୬୪) (ସେପ୍ଟେମ୍ବର ୧୯୩୯ ପର୍ଯ୍ୟନ୍ତ କାମଚଳା) ୯ ଜାନୁଆରୀ ୧୯୪୩ - ୬ ସେପ୍ଟେମ୍ବର ୧୯୪୩ ସାର୍ ଥୋମାସ ଜର୍ଜ ରଦରଫୋର୍ଡ (ଜନ୍ମ: ୧୮୮୬ - ଡି. ୧୯୫୭) (ପ୍ରଥମ ଥର) ୬ ସେପ୍ଟେମ୍ବର ୧୯୪୩ - ୨୩ ଏପ୍ରିଲ ୧୯୪୪ ସାର୍ ରବର୍ଟ ଫ୍ରାନ୍ସିସ୍ ମୁଦି (କାମଚଳା) (ଖ. ୧୮୯୦ - ଡି. ୧୯୭୬) ୨୩ ଅପ୍ରେଲ ୧୯୪୪ - ୧୩ ମଇ ୧୯୪୬ ସାର୍ ଥୋମାସ ଜର୍ଜ ରଦରଫୋର୍ଡ (୨ୟ ଥର) ୧୩ ମଇ ୧୯୪୬ - ୧୫ ଅଗଷ୍ଟ ୧୯୪୭ ସାର୍ ହ୍ୟୁ ଡାଓ (ଜନ୍ମ: ୧୮୮୬ - ଘ. ୧୯୭୮) ପ୍ରଧାନମନ୍ତ୍ରୀ ୧ ଏପ୍ରିଲ ୧୯୩୭ - ୧୯ ଜୁଲାଇ ୧୯୩୭ ମହମ୍ମଦ ୟୁନୁସ (ଜନ୍ମ ୧୮୮୪ - ଘ. ୧୯୫୨) ଏମ.ଆଇ.ପି. ୨୦ ଜୁଲାଇ ୧୯୩୭ - ୩୧ ଅକ୍ଟୋବର ୧୯୩୯ ଶ୍ରୀକୃଷ୍ଣ ସିହ୍ନା (ପ୍ରଥମ ଥର) (ଖ୍ରୀ. ୧୮୮୮ - ଘ. ୧୯୬୧) କଂଗ୍ରେସ ୩୧ ଅକ୍ଟୋବର ୧୯୩୯ - ୨୩ ମାର୍ଚ ୧୯୪୬ ରାଜ୍ୟପାଳ ଶାସନ ୨୩ ମାର୍ଚ ୧୯୪୬ - ୧୫ ଅଗଷ୍ଟ ୧୯୪୭ ଶ୍ରୀକୃଷ୍ଣ ସିହ୍ନା (ଦ୍ବିତୀୟ ଥର) (ସ.ଏ.) କଂଗ୍ରେସ ରେଫରେନ୍ସ http://www.worldstatesmen.org/India_BrProvinces.htm
Orissa Province
https://or.wikipedia.org/wiki/Orissa_Province
ଲେଉଟାଣି ଓଡ଼ିଶା ପ୍ରଦେଶ
ଇରା ଅଗ୍ରୱାଲ
https://or.wikipedia.org/wiki/ଇରା_ଅଗ୍ରୱାଲ
ଇରା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ପେଷାରେ ଜଣେ ବକ୍ସର୍, ଯିଏକି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜୟୀନି ହେବା ସହିତ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ସେ ମୁଖ୍ୟତଃ କାମ କରନ୍ତି । ପେଷା ୨୦୧୫ ମସିହାରେ, ସେ ମିସ୍ ସାଉଥ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀନି ହୋଇଥିଲେ । ୨୦୧୭ ମସିହାରେ, ସେ ଥ୍ରୀଲର ଫିଲ୍ମ ଧାୟମ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ, ସେ କଟ୍ଟୁ ପାୟା ସାର୍ ଇନ୍ଥା କାଳୀରେ ଅଭିନୟ କରିଥିଲେ । ୨୦୧୯ ମସିହାରେ, ସେ କାଦାଇକୁଟ୍ଟି ସିଙ୍ଗମ ଧାରାବାହିକରେ ଶିବାନୀ ନାରାୟଣନଙ୍କ ବଦଳରେ ଅଭିନୟ କରିଥିଲେ । ସେହି ବର୍ଷ ଜୀ ତାମିଲରେ ପ୍ରସାରିତ ଧାରାବାହିକ ରାଜମାଗାଲର ମୁଖ୍ୟ ନାୟିକା ଭାବରେ କାମ କରିଥିଲେ । ଅଭିନୟ ବ୍ୟତୀତ ସେ ୟୁନାଇଟେଡ୍ ଇଣ୍ଟରନ୍ୟାସନାଲ ଗେମ୍ସ ୨୦୧୯ରେ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ୨୦୧୭ ଧାୟମ୍ ଅଶ୍ୱିନ୍ ଅଗଷ୍ଟିନଙ୍କ ପତ୍ନୀ ୨୦୧୮ କାଟୁ ପାୟା ସାର୍ ଇନ୍ଥା କାଳୀ ଅମୁଦା ପାଲ୍ ଅଭିନୀତ ଧାରାବାହିକ ବର୍ଷ କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ ୨୦୧୭ ଗଙ୍ଗା ମହିମା ସନ୍ ଟିଭି ୨୦୧୮ କନମନି ବନତି ରାଜା ଦୁରାଇ ୨୦୧୯ କାଦାଇ କୁଟ୍ଟି ସିଙ୍ଗମ୍ ମୀନାକ୍ଷୀ ଷ୍ଟାର ବିଜୟ ୨୦୧୯–୨୦୨୧ ରାଜା ମାଗଲ୍ ତୁଳସୀ ଜୀ ତାମିଲ୍ ୨୦୧୯–୨୦୨୦ ଡ୍ୟାନ୍ସ ଯୋଡ଼ି ଡ୍ୟାନ୍ସ ସିଜିନ୍ ୩ ପ୍ରତିଯୋଗୀ ୨୦୨୧ ସେମ୍ବାରୁଥୀ ଅମ୍ମାନ ୨୦୨୨ ନାମ୍ମା ମଦୁରାଇ ସିଷ୍ଟର୍ସ କାବ୍ୟା କଲର୍ସ ତାମିଲ ସୁପର କୁଇନ୍ ପ୍ରତିଯୋଗୀ ଜୀ ତାମିଲ୍ ଆଧାର ବାହାର ଲିଙ୍କ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ
Iraa Agarwal
https://or.wikipedia.org/wiki/Iraa_Agarwal
ଲେଉଟାଣି ଇରା ଅଗ୍ରୱାଲ
ସଂତୃପ୍ତ ମିଶ୍ର
https://or.wikipedia.org/wiki/ସଂତୃପ୍ତ_ମିଶ୍ର
ସଂତୃପ୍ତ ମିଶ୍ର ଜଣେ ଭାରତୀୟ ଓଡ଼ିଆ ରାଜନେତା । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ପୂର୍ବରୁ କାର୍ଯ୍ୟ କରିଥିବା ମିଶ୍ର ଚାକିରୀରୁ ସେଚ୍ଛାକୃତ ଭାବରେ ଅବସର ନେଇ ୨୦୨୪ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଜନ୍ମ ଓ ଶିକ୍ଷା ସଂତୃପ୍ତ ମିଶ୍ର ୧୯୬୫ ମସିହାର ଅଗଷ୍ଟ ୧୫ ତାରିଖରେ ବୁର୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବିଶ୍ୱମୋହନ ମିଶ୍ର ଜଣେ ପ୍ରାଧ୍ୟାପକ ଥିଲେ ଓ ମାଆ ସରଜୁବାଳା ମିଶ୍ର ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗରେ କାମ କରିଥିଲେ । ସେ ପୁରୀ ଜିଲ୍ଲାର ମୂଳ ବାସିନ୍ଦା ଏବଂ କଟକରେ ତାଙ୍କର ପିଲାଦିନ କଟିଥିଲା । କଟକର ସେକେଣ୍ଡାରୀ ବୋର୍ଡ଼ ସ୍କୁଲରୁ ଏକାଦଶ ଶ୍ରେଶୀ ପାସ୍ କରିବା ପରେ ସେ ରେଭେନ୍ସା କଲେଜରେ ସ୍ନାତକ ଯାଏଁ ପଢ଼ିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ସେ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ପଢ଼ିଥିଲେ । ଏହାପରେ ସେ ଏକ ଘରୋଇ କମ୍ପାନୀରେ ଚାକିରୀରେ ଯୋଗ ଦେଇଥିଲେ ଏବଂ ପରେ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ୧୯୯୦ରୁ ୧୯୯୩ ଯାଏଁ ସେ ଇଉରୋପରେ ରହି ଗବେଷଣା କରିଥିଲେ । ପେଷା ୧୯୯୪ ମସିହାରେ ସେ ହିନ୍ଦୁସ୍ତାନ ଇଉନିଲିଭର୍‌ରେ ଯୋଗ ଦେଇଥିଲେ ଏବଂ ୧୯୯୬ ମସିହାରେ ଆଦିତ୍ୟ ବିର୍ଲାରେ ଯୋଗ ଦେଇଥିଲେ ଏବଂ ୨୦୨୪ ମସିହାରେ ଅବସର ନେବାଯାଏଁ ସେଠାରେ ହିଁ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ କାର୍ବନ ବ୍ଲାକର ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଜନୀତି ୨୦୨୪ ଜାନୁଆରୀରେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ପଦରେ ଥିବାବେଳେ ସେ ଚାକିରୀରୁ ସେଚ୍ଛାକୃତ ଭାବରେ ଅବସର ନେଇ ଓଡ଼ିଶା ଫେରିଥିଲେ ଏବଂ ୨୦୨୪ ଫେବୃଆରୀରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି । ବ୍ୟକ୍ତିଗତ ଜୀବନ ୧୯୮୯ ମସିହାରେ ସେ ଅଳକା ମିଶ୍ରଙ୍କୁ ବିବାହ କରିଥିଲେ, ଯିଏକି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୮୦ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଓଡ଼ିଆ ଲୋକ ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା
Santrupt Misra
https://or.wikipedia.org/wiki/Santrupt_Misra
ଲେଉଟାଣି ସଂତୃପ୍ତ ମିଶ୍ର
ଜେମଟୁଜୁମାବ ଓଜୋଗାମାଇସିନ
https://or.wikipedia.org/wiki/ଜେମଟୁଜୁମାବ_ଓଜୋଗାମାଇସିନ
ଜେମଟୁଜୁମାବ ଓଜୋଗାମାଇସିନ, ଏକ ବିକ୍ରୟ ନାମ ମିଲୋଟର୍ଗ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସିଡି୩୩ (CD33) ଯୁକ୍ତାତ୍ମକ ରୋଗ ପାଇଁ ବ୍ୟବହୃତ ହୁଏ | ଏହା ଡନୋରୁବିସିନ ଏବଂ ସାଇଟାରାବିନ ସହିତ ଏକତ୍ର ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ରକ୍ତସ୍ରାବ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ, ବନ୍ଧ୍ୟାକରଣ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ସାଇଟୋଟକ୍ସିନ ସହିତ ସଂଯୁକ୍ତ ଏକ ମୋନୋକ୍ଲୋନାଲ ଆଣ୍ଟିବାୟୋଟିକ । ମୋନୋକ୍ଲୋନାଲ ଆଣ୍ଟିବଡି ସିଡି୩୩ ସହିତ ସଂଲଗ୍ନ ହୁଏ ଏବଂ ସାଇଟୋଟକ୍ସିନ ହେଉଛି କାଲିଚିଆମାଇସିନ। ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜେମଟୁଜୁମାବ ଓଜୋଗାମିସିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଗ୍ରାର ଏକ ଭାଏଲର ମୂଲ୍ୟ ୬୩୦୦ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Gemtuzumab ozogamicin
https://or.wikipedia.org/wiki/Gemtuzumab_ozogamicin
ଲେଉଟାଣିଜେମଟୁଜୁମାବ ଓଜୋଗାମାଇସିନ
ଟ୍ରାବେକ୍ଟେଡିନ
https://or.wikipedia.org/wiki/ଟ୍ରାବେକ୍ଟେଡିନ
{{Infobox drug | IUPAC_name = (1'R,6R,6aR,7R,13S,14S,16R)-6',8,14-trihydroxy-7',9-dimethoxy-4,10,23-trimethyl-19-oxo-3',4',6,7,12,13,14,16-octahydrospiro[6,16-(epithiopropano-oxymethano)-7,13-imino-6aH-1,3-dioxolo[7,8]isoquino[3,2-b][3]benzazocine-20,1'(2H'')-isoquinolin]-5-yl acetate | image = Trabectedin.svg | pronounce = | tradename = Yondelis | Drugs.com = | MedlinePlus = a615059 | licence_EU = yes | licence_US = | DailyMedID = Trabectedin | pregnancy_AU = | pregnancy_AU_comment= | pregnancy_US = N | pregnancy_US_comment= | pregnancy_category= | legal_AU = | legal_AU_comment= | legal_CA = | legal_CA_comment= | legal_DE = | legal_DE_comment= | legal_EU = Rx-only | legal_EU_comment= | legal_NZ = | legal_NZ_comment= | legal_UK = POM | legal_UK_comment= | legal_US = Rx-only | legal_UN = | legal_US_comment= | legal_UN_comment= | legal_status = Rx-only | dependency_liability= | addiction_liability= | routes_of_administration= Intravenous | bioavailability = Not applicable (IV only) | protein_bound = 94 to 98% | metabolism = Liver (mostly CYP3A4-mediated) | metabolites = | onset = | elimination_half-life= 180 hours (mean) | duration_of_action= | excretion = Mostly fecal | synonyms = ecteinascidin 743, ET-743 | C = 39 | H = 43 | N = 3 | O = 11 | S = 1 | SMILES = Cc1cc2c(c(c1OC)O)[C@@H]3[C@@H]4[C@H]5c6c(c7c(c(c6OC(=O)C)C)OCO7)[C@@H](N4[C@H]([C@H](C2)N3C)O)COC(=O)[C@@]8(CS5)c9cc(c(cc9CCN8)O)OC | StdInChI = 1S/C39H43N3O11S/c1-16-9-20-10-22-37(46)42-23-13-50-38(47)39(21-12-25(48-5)24(44)11-19(21)7-8-40-39)14-54-36(30(42)29(41(22)4)26(20)31(45)32(16)49-6)28-27(23)35-34(51-15-52-35)17(2)33(28)53-18(3)43/h9,11-12,22-23,29-30,36-37,40,44-46H,7-8,10,13-15H2,1-6H3/t22-,23-,29+,30+,36+,37-,39+/m0/s1 | StdInChI_comment= | StdInChIKey = PKVRCIRHQMSYJX-AIFWHQITSA-N | StdInChIKey_Ref = | density = | density_notes = | StdInChI_Ref = | melting_point = | melting_high = | melting_notes = | boiling_point = | boiling_notes = | solubility = | specific_rotation= | verifiedrevid = 470612054 }}ଟ୍ରାବେକ୍ଟେଡିନ, ୟୋଣ୍ଡେଲିସ''' ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଗେଇଯାଇଥିବା କୋମଳ-ତନ୍ତୁ ସାର୍କୋମା ଏବଂ ଓଭାରି କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟ କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାର ବିପଦକୁ ହ୍ରାସ କରିବା ପାଇଁ ଡେକ୍ସାମେଥାଜୋନ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍ ସ୍ତର, ବାନ୍ତି, ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା ସ୍ତର, ଥକାପଣ, କମ ପ୍ଲାଟେଲେଟ ସ୍ତର ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋଲାଇସିସ, ହୃଦ୍‌ପାତ ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଔଷଧ ଯୋଗୁଁ ୨% ଲୋକଙ୍କର ମୃତ୍ୟୁ ଘଟିଥାଏ । ଏହା ଏକ ଆଲକିଲେଟିଂ ଏଜେଣ୍ଟ। ୨୦୦୭ ମସିହାରେ ୟୁରୋପରେ ଏବଂ ୨୦୧୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାବେକ୍ଟେଡିନ୍ ଅନୁମୋଦିତ ହୋଇଥିଲା । ଏହା ପ୍ରଥମେ ୨୦୦୧ରେ ୟୁରୋପରେ ଏକ ଅନାଥ ଔଷଧ (orphan medicine) ଭାବରେ ନାମିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ଏହାର ୧ ମିଗ୍ରାର ମୂଲ୍ୟ ୧୪୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨୫୦ ଡଲାର ଅଟେ । ଏହା ମୂଳତଃ ଏକ ସମୁଦ୍ର ସ୍କ୍ୱିର୍ଟରୁ (sea squirt) ଉତ୍ପନ୍ନ ହୋଇଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Trabectedin
https://or.wikipedia.org/wiki/Trabectedin
ଲେଉଟାଣିଟ୍ରାବେକ୍ଟେଡିନ
ସନ୍ତୃପ୍ତ ମିଶ୍ର
https://or.wikipedia.org/wiki/ସନ୍ତୃପ୍ତ_ମିଶ୍ର
ଲେଉଟାଣି ସଂତୃପ୍ତ ମିଶ୍ର
Rosiglitazone
https://or.wikipedia.org/wiki/Rosiglitazone
ଲେଉଟାଣିରୋଜିଗ୍ଲିଟାଜୋନ
ଅନନ୍ୟା ଅଗ୍ରୱାଲ
https://or.wikipedia.org/wiki/ଅନନ୍ୟା_ଅଗ୍ରୱାଲ
ଅନନ୍ୟା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଶିଶୁ କଳାକାର ଭାବରେ ଭାରତୀୟ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି । ପେଷା ଅନନ୍ୟା ୨୦୦୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତୁଝ ସଙ୍ଗ ପ୍ରୀତ ଲଗାଇ ସଜନାରେ ପ୍ରେରଣା ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ । ଏହାପରେ ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଅମ୍ରିତ ମନ୍ଥନରେ ନିମ୍ରତ ଓ ଆଗମଙ୍କ ଝିଅ ଗୁରବାନୀ ଭୂମିକାରେ ଅଭିନୟ କରିଥିଲେ ।Ananya Agarwal roped in Life Ok's show 'Navvidhan' Ananya Agarwal bags new show Navvidhan - Times Of India ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନରେ ଦର୍ପଣ ଭୂମିକାରେ ଅଭିନୟ କରିଥିଲେ । ଅଭିନୀତ ଧାରାବାହିକ ବର୍ଷ ଧାରାବାହିକ ଚରିତ୍ର ଚ୍ୟାନେଲ୍ ଆଧାର ୨୦୦୯ ତୁଝ୍ ସଙ୍ଗ ପ୍ରୀତ ଲାଗଇ ସାଜନା ପ୍ରେରଣା ଷ୍ଟାର ପ୍ଲସ୍ ୨୦୧୦ ସବକି ଲାଡଲି ବେବୋ ରିୟା ୟାହାଁ ମେଁ ଘର ଘର ଖେଲି ତନଭି ଜୀ ଟିଭି ୨୦୧୧ ଇସ ପ୍ୟାର କୋ କ୍ୟା ନାମ ଦୁଁ? ଅଧ୍ୟାୟ ୮୧ ଷ୍ଟାର ପ୍ଲସ୍ ଏକ ନୟୀ ଛୋଟି ସି ଜିନ୍ଦେଗୀ ଚୁଟକି ଜୀ ଟିଭି ୨୦୧୨ କୟା ହୁଆ ତେରା ୱାଦା ରନୋ ପ୍ରଦୀପ ସିଂହ ସୋନି ଟିଭି ୨୦୧୨–୨୦୧୨ ଅମୃତ ମନ୍ଥନ ବନି ଲାଇଫ୍ ଓକେ ୨୦୧୨ ମହାଭାରତ ମାଳିନୀ ଷ୍ଟାରପ୍ଲସ୍ ଦି ଆଡ‌ଭେଞ୍ଚରସ୍ ଅଫ୍ ହାତିମ୍ ରାଜକୁମାରୀ ଲାଇଫ୍ ଓକେ ୨୦୧୪ ବୃନ୍ଦାବନ ଦର୍ପନ ଜୀ ଟିଭି ୨୦୧୫-୨୦୧୬ ସିୟା କେ ରାମ ଛୋଟ ସୀତା ଷ୍ଟାରପ୍ଲସ୍ ୨୦୧୭ ମେରୀ ଦୁର୍ଗା ଛୋଟ ଦୁର୍ଗା ଷ୍ଟାର ପ୍ଲସ୍ ୨୦୧୮ ରୂପ୍ - ମର୍ଦ କା ନୟା ସ୍ୱରୂପ ଜିଗନା ସମଶେର ସିଂହ କଲର୍ସ ଟିଭି ୨୦୨୦-୨୦୨୧ ଲକଡାଉନ୍ କି ଲଭ୍ ଷ୍ଟୋରୀ ସ୍ନେହା ଜୈସୱାଲ ଷ୍ଟାର ପ୍ଲସ୍ ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଚରିତ୍ର ମନ୍ତବ୍ୟ ୨୦୧୯ ମଜିଲି ମୀରା ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ ଆଧାର ବାହାର ଲିନ୍ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ
Ananya Agarwal
https://or.wikipedia.org/wiki/Ananya_Agarwal
ଲେଉଟାଣି ଅନନ୍ୟା ଅଗ୍ରୱାଲ
ଟିଆଗାବିନ
https://or.wikipedia.org/wiki/ଟିଆଗାବିନ
ଟିଆଗାବିନ, ଗାବିଟ୍ରିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଅପସ୍ମାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଆଂଶିକ ବାତ (partial seizure) ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପ ଦ୍ୱାରା ନିୟନ୍ତ୍ରିତ ହୋଇନଥାଏ । ଅନ୍ୟାନ୍ୟ ବ୍ୟାଧି ପାଇଁ ବ୍ୟବହାର ଉତ୍ସାହ ଜନ‌କ ନୁହେଁ । ଏହା ପାଟିରେ ଦିଆଯାଏ, ସାଧାରଣତଃ ଦିନରେ ଖାଦ୍ୟ ସହିତ ବିଭାଜିତ ମାତ୍ରାରେ ଦିଆଯାଏ ଓ ଏକ ଛୋଟ ମାତ୍ରାରୁ ଆରମ୍ଭ କରି ଧୀରେ ଧୀରେ ବୃଦ୍ଧି କରାଯାଇଥାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିଦ୍ରା, ଅଇ, ବିରକ୍ତି ଭାବ, ଯନ୍ତ୍ରଣା ଏବଂ ଶୋଇବାରେ ଅସୁବିଧା ହୋଇପାରେ । କେତେକ ପ୍ରକାରର ଅପସ୍ମାରରେ ବାତ ବାରମ୍ବାର ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଏବଂ ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା କରାଯାଉଛି। । ଏହା ୱାଇ- ଆମିନୋବ୍ୟୁଟିରିକ୍ ଏସିଡ୍‌କୁ (GABA) ପ୍ରଭାବିତ କରି କାମ କରେ ବୋଲି ବିଶ୍ୱାସ କରାଯାଏ । ୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିଆଗାବିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୧୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୪ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Tiagabine
https://or.wikipedia.org/wiki/Tiagabine
ଲେଉଟାଣିଟିଆଗାବିନ
ଲୋନାଫାର୍ନିବ
https://or.wikipedia.org/wiki/ଲୋନାଫାର୍ନିବ
ଲୋନାଫାର୍ନିବ, ଜୋକିନଭି ଏକ ବେପାର ନାମ, ଏକ ଔଷଧ ଯାହା ହଚିନସନ-ଗିଲଫୋର୍ଡ ପ୍ରୋଜେରିଆ ସିଣ୍ଡ୍ରୋମ ଏବଂ କିଛି ପ୍ରକ୍ରିୟାକରଣ-ଅଭାବୀ ପ୍ରୋଜେରଏଡ୍ ଲାମିନୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏକ ବର୍ଷ ବୟସରୁ ଆରମ୍ଭ ହୋଇଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ,,ମୁଣ୍ଡବିନ୍ଧା, ତରଳ ଝାଡ଼ା, ସଂକ୍ରମଣ, ମାଂସପେଶୀ ଯନ୍ତ୍ରଣା, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଓଜନ ହ୍ରାସ, ଅସ୍ଥି ମଜ୍ଜା ଦମନ, ଯକୃତ ପ୍ରଦାହ, ଉଚ୍ଚ ରକ୍ତଚାପ ଏବଂ ଥକାପଣ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଦୃଷ୍ଟି ଶକ୍ତି ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ | ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ। ଏହା ଏକ ଫାର୍ନେସିଲଟ୍ରାନ୍ସଫରେଜ୍ ପ୍ରତିରୋଧକ । ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋନାଫର୍ନିବ ଅନୁମୋଦନ କରାଯାଇଥିଲା । Text was copied from this source which is copyright European Medicines Agency. Reproduction is authorized provided the source is acknowledged. ଯୁକ୍ତରାଷ୍ଟ୍ରରେ ଦିନକୁ ଦୁଇଥର ୫୦ ମିଗ୍ରା ପ୍ରାରମ୍ଭିକ ମାତ୍ରାରେ ଦେଲେ ୨୦୨୨ରେ ମାସକୁ ପ୍ରାୟ ୫୦,୦୦୦ ଡଲାର ଖର୍ଚ୍ଚ ହୁଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Lonafarnib
https://or.wikipedia.org/wiki/Lonafarnib
ଲେଉଟାଣିଲୋନାଫାର୍ନିବ
Pitolisant
https://or.wikipedia.org/wiki/Pitolisant
ଲେଉଟାଣିପିଟୋଲିସାଣ୍ଟ
Phenoxybenzamine
https://or.wikipedia.org/wiki/Phenoxybenzamine
ଲେଉଟାଣିଫେନୋକ୍ସିବେଞ୍ଜାମିନ
Entacapone
https://or.wikipedia.org/wiki/Entacapone
ଲେଉଟାଣିଏଣ୍ଟାକାପୋନ
Risdiplam
https://or.wikipedia.org/wiki/Risdiplam
ଲେଉଟାଣିରିସଡିପ୍ଲାମ
ଟ୍ରେମେଲିମୁମାବ
https://or.wikipedia.org/wiki/ଟ୍ରେମେଲିମୁମାବ
ଟ୍ରେମେଲିମୁମାବ (ଇଂରାଜୀ ଭାଷାରେ Tremelimumab), ଇମ୍ଜୁଡୋ ତାହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ହେପାଟୋସେଲୁଲାର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଥିରେ କେବଳ ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯାଇପାରିବ ନାହିଁ ଏବଂ କେତେକ ପ୍ରକାରର ଅଣ-ଛୋଟ କୋଷ ଫୁସଫୁସ କର୍କଟ (ଏନଏସସିଏଲସି/ NSCLC) ଯାହା ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ଏହା ସାଧାରଣତଃ ଦୁର୍ଭାଲୁମାବ ସହିତ ବ୍ୟବହୃତ ହୁଏ | ଏହା ଇଞ୍ଜେକସନ ଆକାରରେ ଏକ ଶିରାରେ ଧୀରେ ଧୀରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ତରଳ ଝାଡ଼ା, ଥକାପଣ, ଗଲୁ ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, କୋଲାଇଟିସ ଏବଂ ହେପାଟାଇଟିସ ଭଳି ଇମ୍ମ୍ୟୁନ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ଏବଂ ସଂକ୍ରମଣ ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ପ୍ରତିରକ୍ଷା ଯାଞ୍ଚ ପଏଣ୍ଟ ବ୍ଲକର୍ (immune checkpoint blocker) ଯାହା ସାଇଟୋଟକ୍ସିକ୍ ଟି-ଲିମ୍ଫୋସାଇଟ୍-ଜଡିତ ଆଣ୍ଟିଜେନ ୪ (CTLA-4) କୁ ଅବରୋଧ କରିଥାଏ । ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରେମେଲିମୁମାବ ଅନୁମୋଦିତ ହୋଇଥିଲା । ୨୦୨୨ ସୁଦ୍ଧା ନିର୍ମାତାମାନେ ୟୁରୋପରେ ଅନୁମୋଦନ ପାଇଁ ଆବେଦନ କରିଛନ୍ତି । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ୭୫ ମିଗ୍ରା ମୂଲ୍ୟ ପ୍ରାୟ ୧୦,୩୦୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Tremelimumab
https://or.wikipedia.org/wiki/Tremelimumab
ଲେଉଟାଣି ଟ୍ରେମେଲିମୁମାବ
ରୀନା ଅଗ୍ରୱାଲ
https://or.wikipedia.org/wiki/ରୀନା_ଅଗ୍ରୱାଲ
ରୀନା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଯିଏକି ମୁଖ୍ୟତଃ ଫିଚର ଫିଲ୍ମ, ଦୂରଦର୍ଶନ ଧାରାବାହିକ ଏବଂ ଥିଏଟର ନାଟକରେ ଅଭିନୟ କରିନ୍ତି । ସେ ରୀନା ମଧୁକର ଭାବରେ ମଧ୍ୟ ଜଣାଶୁଣା । ଅଭିନୟ ଓ ମଡେଲିଂ ରୀନା ୨୦୦୯ ମସିହାରେ ଡିଜନି ଚ୍ୟାନେଲ ଇଣ୍ଡିଆରେ ପ୍ରସାରିତ କାର୍ଯ୍ୟକ୍ରମ କ୍ୟା ମସ୍ତ ହୈ ଲାଇଫ୍ ଜରିଆରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ନିତିନ ଦେଶାଇଙ୍କ ନିର୍ଦ୍ଦେଶିତ ମରାଠୀ କଥାଚିତ୍ର ଅଜିନ୍ତାରେ ଅଭିନୟ କରିଥିଲେ । ୨୦୧୨ ମସିହାରେ ଅମୀର ଖାନଙ୍କ ଅଭିନୀତ କଥାଚିତ୍ର ତାଲାଶ: ଦି ଆନ୍‌ସାର୍ ଲାଇଜ୍ ଉଇଦିନ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ସେ ଜଣେ ମହିଳା ପୋଲିସ କନଷ୍ଟେବଳ ସବିତା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ଆଣ୍ଡ ଟିଭିରେ ପ୍ରସାରିତ ଧାରାବାହିକ ଏଜେଣ୍ଟ ରାଘବ - କ୍ରାଇମ ବ୍ରାଞ୍ଚରେ ଫରେନସିକ୍ ଡାକ୍ତର ଆରତୀ ମିସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ମରାଠୀ କଥାଚିତ୍ର ଝାଲା ବାଭତା ଜାନୁଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା । ସେ ହିନ୍ଦୀ କଥାଚିତ୍ର ବେହେନ୍ ହୋଗି ତେରୀ ଓ ମରାଠୀ କଥାଚିତ୍ର ଦେବ ଦେବହାରୀତ୍ ନହିରେ ଅଭିନୟ କରିଥିଲେ । ସେ ମଞ୍ଚରେ ବିଭିନ୍ନ ନାଟକ ଓ ଡ୍ରାମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଜଣାଶୁଣା ମରାଠୀ ଥିଏଟର ନାଟକ ହେଉଛି ମାଜି ବାଇକୋ ମାଜି ମେହୁନି ଓ ହିନ୍ଦୀ ଥିଏଟର ନାଟକ ହେଉଛି କୃଷ୍ଣପ୍ରିୟା । ସେ କୋନ୍ ହୋଈଲ୍ ମରାଠୀ କରୋଡ଼ପତି ୩ର ବିଜ୍ଞାପନରେ ଓ ମ୍ୟୁଜିକ୍ ଭିଡିଓ ରଙ୍ଗ ପ୍ରୀତିରେ ଅଭିନୟ କରିଥିଲେ । ୨୦୧୮ ମସିହାରେ, ସେ ୩୧ ଦିବସରେ ଅଭିନୟ କରିଥିଲେ । ଅଭିନୀତ କଥାଚିତ୍ର ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର ୨୦୧୨ ଅଜିନ୍ତା କମଳା ମରାଠୀ ୨୦୧୨ ାଲାଶ: ି ଆନ୍‌ସାର୍ ଲାଇଜ୍ ଉଇଦିନ୍ଦ ସବିତା ହିନ୍ଦୀ ୨୦୧୭ ଝାଲା ବୋଭାତା ମରାଠୀ ୨୦୧୭ ବେହେନ୍ ହୋଗି ତେରୀ ରିତୁ ହିନ୍ଦୀ ୨୦୧୭ ଦେବ ଦେବହାରତ ନାହି ବିଦ୍ୟା ମରାଠୀ ୨୦୧୮ ୩୧ ଦିବସ ମୀରା ୨୦୨୩ ଚାପା କାଟା ମରାଠୀ ଅଭିନୀତ ଧାରାବାହିକ ବର୍ଷ ଧାରାବାହିକ ଚ୍ୟାନେଲ୍ ଭୂମିକା ୨୦୦୯-୨୦୧୦ କ୍ୟା ମସ୍ତ ହୈ ଲାଇଫ୍ ଡିଜନି ଚ୍ୟାନେଲ ଇଣ୍ଡିଆ ଟିଆ ୨୦୧୨-୨୦୧୩ ବାଲିକା ବଧୁ କଲର୍ସ ଟିଭି ଅସୀମା ୨୦୧୫-୨୦୧୬ ଏଜେଣ୍ଟ ରାଘବ - କ୍ରାଇମ୍ ବ୍ରାଞ୍ଚ ଆଣ୍ଡ ଟିଭି ଡ. ଆରତୀ ମିସ୍ତ୍ରୀ ୨୦୨୧-୨୦୨୨ ମ୍ୟାନ୍ ଉଦୁ ଉଦୁ ଝାଲା ଜୀ ମରାଠୀ ସନିକା ଦେଶପାଣ୍ଡେ ଆଧାର ବାହାର ଲିଙ୍କ୍ ଶ୍ରେଣୀ:ମରାଠୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଜୀବିତ ବ୍ୟକ୍ତି
ରୀନା ମଧୁକର
https://or.wikipedia.org/wiki/ରୀନା_ମଧୁକର
ଲେଉଟାଣି ରୀନା ଅଗ୍ରୱାଲ
Reena Aggarwal
https://or.wikipedia.org/wiki/Reena_Aggarwal
ଲେଉଟାଣି ରୀନା ଅଗ୍ରୱାଲ
ପଙ୍କଜ ଉଧାସ
https://or.wikipedia.org/wiki/ପଙ୍କଜ_ଉଧାସ
ପଙ୍କଜ ଉଧାସ(୧୭ ମେ ୧୯୫୧ – ୨୬ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଗଜଲ ଓ ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ୧୯୮୦ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ ଆହଟ ରିଲିଜ ହୋଇଥିଲା । ୧୯୮୧ ମସିହାରେ ମୁକରର, ୧୯୮୨ ମସିହାରେ ତରନ୍ନୁମ, ୧୯୮୩ରେ ମେହଫିଲ, ୧୯୮୪ରେ ପଙ୍କଜ ଉଧାସ ଲାଇଭ ଆଟ ରୟାଲ ଆଲବର୍ଟ ହଲ, ୧୯୮୫ରେ ନାୟାବ, ୧୯୮୬ରେ ଆଫ୍ରିନ ଆଦି ଆଲବମ ରିଲିଜ ହୋଇ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ । ୧୯୮୬ ମସିହାରେ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କୁ ଚଳଚ୍ଚିତ୍ର ନାମରେ ଚିଠି ଆଇ ହେ ନାମ ଗୀତ ଗାଇବାକୁ ଦେଇଥିଲେ । ଏହି ଗୀତଟି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମଧ୍ୟ ନିଜ କଣ୍ଠଦାନ କରିଥିଲେ । ୨୦୦୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାଙ୍କର ଦୁଇ ଭାଇ ନିର୍ମଳ ଉଧାସ ଓ ମନୋହର ଉଧାସ ମଧ୍ୟ କଣ୍ଠଶିଳ୍ପୀ । ଆଧାର
ଡେମେକ୍ଲୋସାଇକ୍ଲିନ
https://or.wikipedia.org/wiki/ଡେମେକ୍ଲୋସାଇକ୍ଲିନ
ଡେମେକ୍ଲୋସାଇକ୍ଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡେକ୍ଲୋମାଇସିନ, ହେଉଛି ଏକ ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଓ ଅନୁପ‌ଯୁକ୍ତ ଆଣ୍ଟିଡାଇୟୁରେଟିଚ ହରମୋନ ନିର୍ଗମନ ସିଣ୍ଡ୍ରୋମ (ADH (SIADH)) କାରଣରୁ ସୋଡ଼ିଅମ ସ୍ତର କମ ଥିଲେ ଦିଆଯାଏ । ଏହି ସଂକ୍ରମଣ ମଧ୍ୟରେ ନିମୋନିଆ, ବ୍ରଣ, କ୍ଲାମିଡିଆ, ଗନରିଆ ଏବଂ ସିଫିଲିସ୍ ଅନ୍ତର୍ଭୁକ୍ତ। । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ରାସ, ବୃକ୍‌କ ସମସ୍ୟା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମଧୁମେହ ଇନସିପିଡସ୍ ଏବଂ ଚାରିପାଖ ଘୂର୍ଣ୍ଣନ ଅନୁଭବ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ ଏବଂ ୮ ବର୍ଷରୁ କମ୍ ବୟସର ପିଲାମାନଙ୍କରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଅନ୍ତର୍ଭୁକ୍ତ ହୋଇପାରେ । ୧୯୬୦ ମସିହା ପରଠାରୁ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେମେକ୍ଲୋସାଇକ୍ଲିନ ଅନୁମୋଦିତ ହୋଇଛି । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧୫୦ ମିଗ୍ରା ବିଶିଷ୍ଟ ୨୮ଟି ଡେମେକ୍ଲୋସାଇକ୍ଲିନ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ । ଏହା ସ୍ଟ୍ରେପ୍ଟୋମାଇସେସ ଅରିଓଫାସିଏନ୍ସରୁ (Streptomyces aureofaciens) ପ୍ରସ୍ତୁତ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Demeclocycline
https://or.wikipedia.org/wiki/Demeclocycline
redirect ଡେମେକ୍ଲୋସାଇକ୍ଲିନ
Trospium
https://or.wikipedia.org/wiki/Trospium
ଲେଉଟାଣିଟ୍ରୋସପିୟମ
Sotrovimab
https://or.wikipedia.org/wiki/Sotrovimab
ଲେଉଟାଣିସୋଟ୍ରୋଭିମାବ
Vigabatrin
https://or.wikipedia.org/wiki/Vigabatrin
ଲେଉଟାଣିଭିଗାବାଟ୍ରିନ୍
Teprotumumab
https://or.wikipedia.org/wiki/Teprotumumab
ଲେଉଟାଣିଟେପ୍ରୋଟୁମୁମାବ
ଭର୍ଟେପୋର୍ଫିନ
https://or.wikipedia.org/wiki/ଭର୍ଟେପୋର୍ଫିନ
ଭର୍ଟେପୋର୍ଫିନ, ଭିସୁଡାଇନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଦା ରୂପକ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ୍ ଏବଂ ତୀବ୍ର ସମୀପ ଦୃଷ୍ଟି ଯୋଗୁ ହେଉଥିବା କୋରଏଡାଲ ନିଓଭାସ୍କୁଲାରାଇଜେସନର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହାକୁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଏବଂ ସକ୍ରିୟ କରିବା ପାଇଁ ଲେଜର ବ୍ୟବହାର କରାଯାଏ | ଗୋଟିଏ ମାତ୍ରା ଔଷଧ ଦେବା ପରେ ଉଭୟ ଆଖିର ଚିକିତ୍ସା କରାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଦୃଷ୍ଟି ପରିବର୍ତ୍ତନ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଥକାପଣ ଏବଂ ଜ୍ୱର ହୋଇପାରେ । ତୀବ୍ର ପର୍ଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଏକ ବେଞ୍ଜୋପରଫିରିନ୍ ବ୍ୟୁତ୍ପନ୍ନ ଔଷଧ। ଥରେ ସକ୍ରିୟ ହୋଇଗଲେ ଏହା ସେହି ଅଞ୍ଚଳରେ ଅମ୍ଳଜାନ ଅଣୁ ସୃଷ୍ଟି କରେ ଯାହା ଅତ୍ୟଧିକ ରକ୍ତନଳୀ ମାନଙ୍କୁ ଅବରୋଧ କରିଥାଏ । ୨୦୦୦ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭର୍ଟେପୋର୍ଫିନ୍ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ୧୫ ମିଗ୍ରା ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୮୫୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Verteporfin
https://or.wikipedia.org/wiki/Verteporfin
ଲେଉଟାଣିଭର୍ଟେପୋର୍ଫିନ
ରତି ଅଗ୍ନିହୋତ୍ରୀ
https://or.wikipedia.org/wiki/ରତି_ଅଗ୍ନିହୋତ୍ରୀ
ରତି ଅଗ୍ନିହୋତ୍ରୀ (ଜନ୍ମ: ୧୦ ଡିସେମ୍ବର ୧୯୬୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ୧୯୮୧ ମସିହାର କଥାଚିତ୍ର ଏକ୍ ଦୁଜେ କେ ଲିୟେ ଓ ୧୯୮୫ର କଥାଚିତ୍ର ତାୱାଇଫ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲେ । ପ୍ରାରମ୍ଭିକ ଜୀବନ ଅଗ୍ନିହୋତ୍ରୀ ୧୯୬୦ ମସିହାର ଡିସେମ୍ବର ୧୦ ତାରିଖରେ ଉତ୍ତରପ୍ରଦେଶର ବରେଲିଠାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ଜୀବନ ୧୦ ବର୍ଷ ବୟସରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ ତାମିଲ ଭାଷାର କଥାଚିତ୍ରରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୭୯ ମସିହାରେ ତାଙ୍କର ଦୁଇଟି ତାମିଲ କଥାଚିତ୍ର ମୁକ୍ତିଲାଭ କରିଥିଲା; ପୁଥିଆ ଭରପୁଗାଲ ଓ ନିରାମ ମରାଠା ପୁକ୍କାଲ । ୧୯୮୦ ଦଶକରେ ସେ ଅନେକ ହିନ୍ଦୀ କଥାଚିତ୍ରେ ଅଭିନୟ କରିଥିଲେ ।୧୯୮୧ ମସିହାରେ ସେ ହିନ୍ଦୀ କଥାଚିତ୍ର ଏକ୍ ଦୁଜେ କେ ଲିୟେରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ମନୋନୀତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ଅଭିନୀତ ହିନ୍ଦୀ କଥାଚିତ୍ରଗୁଡ଼ିକ ମଧ୍ୟରୁ ୧୯୮୨ ମସିହାରେ ଫର୍ଜ ଔର୍ କାନୁନ୍, ୧୯୮୩ ମସିହାରେ କୁଲି, ୧୯୮୫ ମସିହାରେ ତୱାଇଫ୍, ୧୯୮୬ ମସିହାରେ ଆପ କେ ସାଥ୍ ଏବଂ ୧୯୮୭ ମସିହାରେ ହୁକୁମତ ମୁକ୍ତିଲାଭ କରିଥିଲା । ୧୬ ବର୍ଷର ବ୍ୟବଧାନ ପରେ ୨୦୦୧ ମସିହାରେ ହିନ୍ଦୀ କଥାଚିତ୍ର କୁଛ୍ ଖଟ୍ଟି କୁଛ୍ ମୀଠି ଜରିଆରେ ସେ ଅଭିନୟ ଜଗତକୁ ପୁଣି ଫେରିଥିଲେ । ସେହି ବର୍ଷ ସେ ତାମିଲ କଥାଚିତ୍ର ମଜୁନୁ ଓ ହିନ୍ଦୀ କଥାଚିତ୍ର ୟାଦେଁରେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସେ ଅନାୟାର ଜରିଆରେ ମାଲାୟାଲମ୍ କଥାଚିତ୍ର ଜଗତରେ ଓ ଏନ୍ ଓଡେ ଟୁ ଲଷ୍ଟ୍ ଲଭ୍ ଜରିଆରେ ଇଂରାଜୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ଆଇନା-ଟେ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ମଞ୍ଚରେ ମଧ୍ୟ ଅଭିନୟ କରିଛନ୍ତି; ୨୦୦୫ ମସିହାରେ ତାଙ୍କ ଅଭିନୀତ ମଞ୍ଚ ନାଟକ ପ୍ଲିଜ୍ ଡିଭର୍ସ୍ ମି ଡାର୍ଲିଂ ପରିବେଷଣ ହୋଇଥିଲା । ୨୦୦୫ ମସିହାରେ ସେ ଦୂରଦର୍ଶନ ଧାରାବାହିକ ସିକ୍ସର୍‌ରେ ଅଭିନୟ କରିଥିଲେ । ବ୍ୟକ୍ତିଗତ ଜୀବନ ଅଗ୍ନିହୋତ୍ରୀ ୯ ଫେବୃଆରୀ ୧୯୮୫ରେ ବ୍ୟବସାୟୀ ତଥା ସ୍ଥପତି ଅନିଲ ବିରୱାନୀଙ୍କୁ ବିବାହ କରିଥିଲେ, ତାଙ୍କ ବାପାଙ୍କ ମୃତ୍ୟୁ ଓ ବିବାହ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ୧୯୮୬ ମସିହାରେ, ତାଙ୍କ ପୁଅ ତନୁଜ ବିରୱାନୀ ଜନ୍ମଗ୍ରହଣ କରିଥିଲେ, ଯିଏକି ଜଣେ ଅଭିନେତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୫ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲେ । ପୁରସ୍କାର ୧୯୮୨: ଏକ ଦୁଜେ କେ କେ ଲିୟେ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ୧୯୮୬: ତାୱାଇଫ୍ ପାଇଁ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ଆଧାର ବାହାର ଲିଙ୍କ୍ ରତି ଅଗ୍ନିହୋତ୍ରୀଙ୍କ ପ୍ରୋଫାଇଲ୍ ଶ୍ରେଣୀ:୧୯୬୦ ଜନ୍ମ ଶ୍ରେଣୀ:ପଞ୍ଜାବୀ ଲୋକ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ବଙ୍ଗଳା କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ମାଲାୟଲମ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:କନ୍ନଡ଼ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତେଲୁଗୁ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ତାମିଲ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତ୍ରୀ
ଅକ୍ସାପ୍ରୋଜିନ
https://or.wikipedia.org/wiki/ଅକ୍ସାପ୍ରୋଜିନ
ଅକ୍ସାପ୍ରୋଜିନ (ଇଂରାଜୀ ଭାଷାରେ Oxaprozin), ଅନ୍ୟମାନଙ୍କ ମଧ୍ୟରେ ଡେପ୍ରୋ ଏକ ବେପାର ନାମ, ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID), ଯାହା ଓଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ପାକସ୍ଥଳୀ ଘାଆ, ଖାଦ୍ୟନଳୀ ରକ୍ତସ୍ରାବ, ଅଇ, ବୃକ୍‌କର ଖରାପ କାର୍ଯ୍ୟ ଏବଂ ଗଲୁ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଆନାଫାଇଲକ୍‌ସିସ , ହୃଦ୍‌ପାତ, ମାୟୋକାର୍ଡିଆଲ୍ ଇନଫାର୍କସନ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ୧୯୬୭ ମସିହାରେ ଅକ୍ସାପ୍ରୋଜିନ ପେଟେଣ୍ଟ ହୋଇଥିଲା ଏବଂ ୧୯୮୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୬୦୦ ମିଗ୍ରା ବିଶିଷ୍ଟ ମାତ୍ରାର ମୂଲ୍ୟ ୨.୫୦ ଡଲାର ହୋଇଥିଲା । ଏହା କାନାଡ଼ା ଏବଂ ଜାପାନରେ ମଧ୍ୟ ଉପଲବ୍ଧ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Oxaprozin
https://or.wikipedia.org/wiki/Oxaprozin
ଲେଉଟାଣିଅକ୍ସାପ୍ରୋଜିନ
Rati Agnihotri
https://or.wikipedia.org/wiki/Rati_Agnihotri
ଲେଉଟାଣି ରତି ଅଗ୍ନିହୋତ୍ରୀ
ପୋନାଟିନିବ
https://or.wikipedia.org/wiki/ପୋନାଟିନିବ
ପୋନାଟିନିବ, ଆଇକ୍ଲୁସିଗ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML) ଏବଂ ତୀବ୍ର ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆର (ALL) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଫିଲାଡେଲଫିଆ କ୍ରୋମୋଜୋମ୍ ଯୁକ୍ତାତ୍ମକ (Ph +) ଅଟେ । ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଅଗ୍ନାଶୟ ପ୍ରଦାହ, ଜ୍ୱର, ପେଟ ଯନ୍ତ୍ରଣା, ହୃଦଘାତ, ଆଟ୍ରିଆଲ୍ ଫିଇବ୍ରିଲେସନ, କମ୍ ପ୍ଲାଟେଲେଟ୍, ନିମ୍ନ ରକ୍ତ ନିଉଟ୍ରୋଫିଲ୍ ସ୍ତର, ଷ୍ଟ୍ରୋକ, ବୃକ୍‌କ ସମସ୍ୟା ଏବଂ ହୃଦ୍‌ପାତ ହୋଇପାରେ । ପ୍ରାୟ ୨୫% ଲୋକଙ୍କର ଧମନୀରେ ଏବଂ ୫% ଲୋକଙ୍କର ଗମ୍ଭୀର ରକ୍ତ ଜମାଟ ବାନ୍ଧିଥାଏ । ଏହା ଏକ ଟାଇରୋସିନ୍-କାଇନେଜ ଇନହିବିଟର ଯାହା ବିସିଆର-ଏବିଆଇକୁ (Bcr-Abl) ଅବରୋଧ କରେ । ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋନାଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ପ୍ରତି ମାସରେ ଏହି ଔଷଧ ପିଛା ପ୍ରାୟ, ୫୧୦୦ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୦୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ponatinib
https://or.wikipedia.org/wiki/Ponatinib
ଲେଉଟାଣିପୋନାଟିନିବ
ଟେକ୍ଲିଷ୍ଟାମାବ
https://or.wikipedia.org/wiki/ଟେକ୍ଲିଷ୍ଟାମାବ
ଟେକ୍ଲିଷ୍ଟାମାବ (ଇଂରାଜୀ ଭାଷାରେ Teclistamab), ବିକ୍ରୟ ନାମ ଟେକଭେଲି (Tecvayli) , ହେଉଛି ଏକ ଔଷଧ ଯାହା ଏକାଧିକ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । Text was copied from this source which is copyright European Medicines Agency. Reproduction is authorized provided the source is acknowledged. ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସାଇଟୋକାଇନ୍ ରିଲିଜ୍ ସିଣ୍ଡ୍ରୋମ, ମାଂସପେଶୀ ଯନ୍ତ୍ରଣା, ଥକାପଣ, ଉପର ଶ୍ୱାସନଳୀ ସଂକ୍ରମଣ, ନିମୋନିଆ, ତରଳ ଝାଡ଼ା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲାଲ ରକ୍ତ କଣିକା ଏବଂ ସ୍ୱଳ୍ପ ପ୍ଲାଟେଲେଟ୍ ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ। ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକକାଳୀନ ଟି-କୋଷଗୁଡ଼ିକ ଉପରେ ଥିବା ସିଡି୩ (CD3) ରିସେପ୍ଟର ଏବଂ ବି-ସେଲ୍ ପରିପକ୍ୱତା ଆଣ୍ଟିଜେନ୍ (BCMA) ମାୟେଲୋମା କୋଷଗୁଡ଼ିକ ସହିତ ସଂଲଗ୍ନ ହୁଏ । ୨୦୨୨ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟେକ୍ଲିଷ୍ଟାମାବକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଚିକିତ୍ସା ବାବଦ ମାସକୁ ପ୍ରାୟ ୪୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ । ୨୦୨୨ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Teclistamab
https://or.wikipedia.org/wiki/Teclistamab
ଲେଉଟାଣିଟେକ୍ଲିଷ୍ଟାମାବ