title
stringlengths
1
89
url
stringlengths
31
119
text
stringlengths
0
105k
Iron sucrose
https://or.wikipedia.org/wiki/Iron_sucrose
redirect ଲୌହ ସୁକ୍ରୋଜ
Dipali Barthakur
https://or.wikipedia.org/wiki/Dipali_Barthakur
ଲେଉଟାଣି ଦିପାଳୀ ବଡ଼ଠାକୁର
ଦିପାଳୀ ବର୍ଥକୁର
https://or.wikipedia.org/wiki/ଦିପାଳୀ_ବର୍ଥକୁର
ଲେଉଟାଣି ଦିପାଳୀ ବଡ଼ଠାକୁର
ଉତ୍ତାପ କ୍ଲାନ୍ତି
https://or.wikipedia.org/wiki/ଉତ୍ତାପ_କ୍ଲାନ୍ତି
ଉତ୍ତାପ କ୍ଲାନ୍ତି କୁହାଯାଏ ଯେତେବେଳେ ଅତ୍ୟଧିକ ଉତ୍ତାପ ସଂସ୍ପର୍ଶ ଜନିତ ଝାଳ ବୋହିବା ଯୋଗୁ ଅତ୍ୟଧିକ ଜଳ ଓ ଲବଣ କମିଯିବା ଫଳରେ ଶରୀରରେ ଅନେକ ପ୍ରତିକ୍ରିୟା ହୁଏ । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ହାଲୁକା ମୁଣ୍ଡ, ଝାଳ ବୋହିବା ଏବଂ ଶରୀରର ତାପମାତ୍ରା ବୃଦ୍ଧି ପାଏ କିନ୍ତୁ ୪୦.୫° ସେ (୧୦୪° ଫା) ରୁ ଅଧିକ ନୁହେଁ । ଲକ୍ଷଣମାନଙ୍କର ଆରମ୍ଭ ଶୀଘ୍ର କିମ୍ବା ଅନେକ ଦିନ ଧରି ହୋଇପାରେ। ଚିକିତ୍ସା ନ ପାଇଲେ ଅଂଶୁଘାତ ହୋଇପାରେ । ଏହାର କାରଣରେ ଉଚ୍ଚ ତାପମାତ୍ରା ସଂସ୍ପର୍ଶ ଥାଇ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ଶରୀରରେ ନଥିଲେ ଏହିପରି ପରିସ୍ଥିତ ଉତ୍ପନ୍ନ ହୁଏ । ବିପଦ କାରଣଗୁଡ଼ିକ ମଧ୍ୟରେ ଅଧିକ ତ‌ଥା ଅଳ୍ପ ବୟସ, ଉଚ୍ଚ ରକ୍ତଚାପ ଏବଂ ତୀବ୍ର ବ୍ୟାୟାମ ହୋଇଥାଏ । ଏହା ମଧ୍ୟମ ଗମ୍ଭୀରତାର ଏକ ପ୍ରକାର ଉତ୍ତାପ ରୋଗ । ଅଂଶୁଘାତ ପରି ଏଥିରେ ମାନସିକ ଦ୍ୱନ୍ଦ୍ୱ ହୁଏ ନାହିଁ । ଏହାର ପରିଚାଳନାରେ ଏକ ଶୀତଳ ପରିବେଶକୁ ଯିବା, ଥଣ୍ଡା ତରଳ ପଦାର୍ଥ ପିଇବା ଏବଂ ଶରୀର ଉପରେ ଥଣ୍ଡା ପାଣି ରଖିବା ଆବଶ୍ୟକ ହୁଏ । ବ୍ୟାୟାମ ବନ୍ଦ କରାଯିବା ଉଚିତ ଏବଂ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ଦୂରେଇ ରହିବା ଉଚିତ୍ । ଜରୁରୀକାଳୀନ ବିଭାଗରେ ରୋଗୀ ଅବସ୍ଥାର ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦିଆଯାଏ । ଉତ୍ତାପ ଅଭ୍ୟାସ ଏବଂ ସୁସ୍ଥ ରହିବା ତାଲିମ ବିପଦକୁ ହ୍ରାସ କରିପାରେ । ଗରମ ଥକାପଣ ବା ଉତ୍ତାପ କ୍ଲାନ୍ତି ବର୍ଷକୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ । ଯୁକ୍ତରାଷ୍ଟ୍ରରେ ୧୦,୦୦୦ ଜଣଙ୍କ ମଧ୍ୟରୁ ୪ ଜଣ ଜରୁରୀକାଳୀନ ବିଭାଗକୁ ଯିବା ଆବଶ୍ୟକ ହୁଏ । ଆଗାମୀ କିଛି ଦଶନ୍ଧି ମଧ୍ୟରେ ଉତ୍ତାପ ରୋଗ ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଶୀତତାପ ନିୟନ୍ତ୍ରିତ ସ୍ଥାନଗୁଡିକର ଉପଲବ୍ଧତା ସହିତ ଶୀତ-ତାପ ନିୟନ୍ତ୍ରଣ ପାଇଁ ସୁପାରିଶ କରାଯାଇଥିବା ଯୋଜନା ସୁପାରିଶ କରାଯାଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Heat exhaustion
https://or.wikipedia.org/wiki/Heat_exhaustion
redirect ଉତ୍ତାପ କ୍ଲାନ୍ତି
ବ୍ୟାସେ ଶୁଣୁଛ
https://or.wikipedia.org/wiki/ବ୍ୟାସେ_ଶୁଣୁଛ
ବ୍ୟାସେ ଶୁଣୁଛ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୋମେଶ ମହାପାତ୍ର ଓ ଆଶୁତୋଷ ପଣ୍ଡା । ସୁମିତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ । ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବନି ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଦ୍ୱୀପନ୍ୱିତ ଦାଶମହାପାତ୍ର ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ, ଯାହାକି ଆଧୁନିକ ସମୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ କରାଯାଇଥିବା କିଛି ପ୍ରଶ୍ନକୁ ନେଇ ନିର୍ମିତ ହୋଇଥିଲା । ଅଭିନୟ ଦ୍ୱୀପନ୍ୱିତ ଦାଶମହାପାତ୍ର ଗୀତ ଏବଂ ସଙ୍ଗୀତ ବନି ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କଣ୍ଠଦାନ କରିଥିଲେ । ଗୀତିକାର ସୁମିତ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତ ଆଧାର ବାହାର ଆଧାର ଶ୍ରେଣୀ:୨୦୨୨ର ଓଡ଼ିଆ କଥାଚିତ୍ର‌
Byaase Sunucha
https://or.wikipedia.org/wiki/Byaase_Sunucha
ଲେଉଟାଣି ବ୍ୟାସେ ଶୁଣୁଛ
ଓଜାନିମୋଡ
https://or.wikipedia.org/wiki/ଓଜାନିମୋଡ
ଓଜାନିମୋଡ, ବେପାର ନାମ ଜେପୋସିଆ , ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ ବା ଏକାଧିକ ସ୍କ୍ଲେରୋସିସ୍ (ଏମ୍ଏସ୍) ଏବଂ ଅଲସରେଟିଭ କୋଲାଇଟିସ (UC) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏମ୍ଏସ୍ ମଧ୍ୟରେ କ୍ଲିନିକାଲ୍ ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପସିଙ୍ଗ-ରେମିଟିଙ୍ଗ୍ ଏବଂ ସକ୍ରିୟ ଦ୍ୱିତୀୟକ ପ୍ରଗତିଶୀଳ ରୋଗ ଅନ୍ତର୍ଭୁକ୍ତ । ଅଲସରେଟିଭ କୋଲାଇଟିସରେ ଏହି ଔଷଧ ମଧ୍ୟମରୁ ଗମ୍ଭୀର ଅବସ୍ଥା ଥିଲେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଯକୃତ ପ୍ରଦାହ, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମୂତ୍ରନଳୀ ସଂକ୍ରମଣ ଏବଂ ପିଠି ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ ମାକୁଲାର ଇଡିମା ହୋଇପାରେ । ଗର୍ଭଧାରଣର ୩ ମାସ ପୂର୍ବରୁ କିମ୍ବା ଗର୍ଭାଧାନ ସମୟରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ । ଏହା ଏକ ସ୍ପିଙ୍ଗୋସିନ୍-1-ଫସଫେଟ୍ (S1P) ରିସେପ୍ଟର ଆଗୋନିଷ୍ଟ, ଯାହାଫଳରେ ଲିମ୍ଫୋସାଇଟ୍ ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ଯିବା ବନ୍ଦ ହୋଇଯାଏ । ୨୦୨୦ ମସିହାରେ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଚିକିତ୍ସା ପାଇଁ ଓଜାନିମୋଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ୧୪୦୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭୨୦୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ozanimod
https://or.wikipedia.org/wiki/Ozanimod
redirect ଓଜାନିମୋଡ
ରୋପିଭାକେନ
https://or.wikipedia.org/wiki/ରୋପିଭାକେନ
ରୋପିଭାକେନ, ନାରୋପିନ୍ ଏକ ବିକ୍ରୟ ନାମ, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ । ଏହା ଇଞ୍ଜେକସନ ଆକାରରେ ସାଧାରଣ ସ୍ଥାନରେ ଦିଆଯାଇପାରେ, ସ୍ନାୟୁ ଅବରୋଧ ପାଇଁ ବ୍ୟବହୃତ ହୋଇପାରେ କିମ୍ବାଏପିଡୁରାଲ୍ ନିଶ୍ଚେତକ ଭାବରେ ଦିଆଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମନ୍ଥର ହୃତ୍‌ସ୍ପନ୍ଦନ, ନିମ୍ନ ରକ୍ତଚାପ, ଯନ୍ତ୍ରଣା ଏବଂ ଗଲୁ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନଏବଂ ଅସ୍ୱାଭାବିକ ସମ୍ବେଦନଶୀଳତା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁ ପାଇଁ ନିରାପଦ ମନେହୁଏ କିନ୍ତୁ ଭଲ ରୂପେ ଏହାର ଅଧ୍ୟୟନ କରାଯାଇ ନାହିଁ । ଏଥିରେ କମ୍ ହୃତ୍‌ପିଣ୍ଡ ଏବଂ ସ୍ନାୟୁଗତ ପାର୍ଶ୍ୱ ପ୍ରତିକ୍ରିୟା ଥିବା ପରି ଜଣାଯାଏ । ଏହା ଆମାଇଡ୍ ଗ୍ରୁପ୍ ଔଷଧ ଅଟେ । ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋପିଭାକେନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୦.୨% ଦ୍ରବଣ ବିଶିଷ୍ଟ ଏହାର ୨୦୦ ମିଲିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ । ଯୁକ୍ତରାଜ୍ୟରେ ଏହି ଔଷଧ କ୍ରୟ ପିଛା ୧୪ ପାଉଣ୍ଡ ଖର୍ଚ୍ଚ ହୁଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ropivacaine
https://or.wikipedia.org/wiki/Ropivacaine
redirect ରୋପିଭାକେନ
ରାସବେରିକେସ
https://or.wikipedia.org/wiki/ରାସବେରିକେସ
ରାସବେରିକେସ, ଅନ୍ୟମାନଙ୍କ ମଧ୍ୟରେ ଏଲିଟେକ୍ ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ୟୁରିକ ଏସିଡ ରକ୍ତସ୍ତର ପାଇଁ ବ୍ୟବହୃତ ଏକ ଔଷଧ ଯାହା ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ହେତୁ ଘଟିଥାଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ଫୁଲା, ଉଦ୍‌ବେଗ, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ହାଇପୋଫସଫେଟିମିଆ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ମେଥେମୋଗ୍ଲୋବିନେମିଆ ଅନ୍ତର୍ଭୁକ୍ତ ହୋଇପାରେ । ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ । ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ଦ୍ୱାରା ସୃଷ୍ଟି ହୋଇଥିବା ୟୁରେଟ୍ ଅକ୍ସିଡେଜ୍ ଏନଜାଇମ । ୨୦୦୧ ମସିହାରେ ୟୁରୋପରେ ଏବଂ ୨୦୦୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାସବେରିକେସ ଅନୁମୋଦିତ ହୋଇଥିଲା ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୭.୫ମିଗ୍ରା ଭାଏଲର ମୂଲ୍ୟ ୩୫୦ ପାଉଣ୍ଡ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୦୦୦ ଡଲାର ଅଟେ। ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Rasburicase
https://or.wikipedia.org/wiki/Rasburicase
redirect ରାସବେରିକେସ
ରୋଟିଗୋଟିନ
https://or.wikipedia.org/wiki/ରୋଟିଗୋଟିନ
ରୋଟିଗୋଟିନ, ଅନ୍ୟମାନଙ୍କ ମଧ୍ୟରେ ନିଉପ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ (ପିଡି) ଏବଂ ଅସ୍ଥିର ଗୋଡ଼ ସିଣ୍ଡ୍ରୋମ (Restless legs syndrome/ ଆରଏଲଏସ୍) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଦୈନିକ ଥରେ ଚର୍ମ ଉପରେ ପ୍ୟାଚ ଆକାରରେ ଲଗେଇଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ନିଦ୍ରାଳୁ ଭାବ, ବର୍ଦ୍ଧିତ ଝାଳ, ଉଦ୍‌ବେଗ, ଏବଂ ଫୁଲା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ନିଦ୍ରାବେଶ, ସାଇକୋସିସ, ବାଧ୍ୟକାରୀ ଜୁଆ, ଏବଂ ଓଜନ ବୃଦ୍ଧି ହୋଇପାରେ । ଗର୍ଭାବସ୍ଥାରେ ନିରାପତ୍ତା ଚିନ୍ତା ଜନ‌କ ଅଛି । ଏହା ଅଣ-ଏର୍ଗୋଲିନ୍ ଶ୍ରେଣୀର ଏକ ଡୋପାମାଇନ୍ ଆଗୋନିଷ୍ଟ । ୨୦୦୬ ମସିହାରେ ୟୁରୋପରେ ଏବଂ ୨୦୦୭ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରୋଟିଗୋଟିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଚିକିତ୍ସା ବାବଦ ପ୍ରାୟ ୭୫୦ ଡଲାର ଖର୍ଚ୍ଚ ହୋଇଥାଏ ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୩୦ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Rotigotine
https://or.wikipedia.org/wiki/Rotigotine
redirect ରୋଟିଗୋଟିନ
ନାଲମେଫେନ
https://or.wikipedia.org/wiki/ନାଲମେଫେନ
ନାଲମେଫେନ, ଅନ୍ୟମାନଙ୍କ ମଧ୍ୟରେ ସେଲିଙ୍କ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପିଓଏଡ ମାତ୍ରାଧିକ ଏବଂ ମଦ୍ୟପାନ ନିର୍ଭରଶୀଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଜୁଆ ନିର୍ଭରଶୀଳତା ହୋଇପାରେ । ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଦ୍ରୁତ ହୃଦ୍‌ଗତି ଏବଂ ଉଚ୍ଚ ରକ୍ତଚାପ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ବାତ, ଏବଂ ଓପିଓଏଡ ପ୍ରତ୍ୟାହାର ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ଓପିଏଡ୍ ବିରୋଧୀ ଔଷଧ । ୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଲମେଫେନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ପ୍ରତିଦିନ ୧୮ ମିଗ୍ରା ମାତ୍ରାରେ ୪ ସପ୍ତାହ ଔଷଧ ଦେଲେ ତାହାର ଖର୍ଚ୍ଚ ପ୍ରାୟ ୮୫ ପାଉଣ୍ଡ । ୨୦୦୮ରେ ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ବନ୍ଦ ହୋଇଯାଇଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Nalmefene
https://or.wikipedia.org/wiki/Nalmefene
redirect ନାଲମେଫେନ
ମାଧୁରୀ ବଡ଼ଥୱାଲ
https://or.wikipedia.org/wiki/ମାଧୁରୀ_ବଡ଼ଥୱାଲ
ମାଧୁରୀ ବଡ଼ଥୱାଲ ଉତ୍ତରାଖଣ୍ଡ ରାଜ୍ୟର ଜଣେ ଭାରତୀୟ ଲୋକଗୀତ ଗାୟିକା । ଅଲ ଇଣ୍ଡିଆ ରେଡିଓରେ ସ୍ୱର ସଂଯୋଜନା କରିଥିବା ପ୍ରଥମ ମହିଳା ସେ । ଉତ୍ତର ପ୍ରଦେଶର ପ୍ରଥମ ମହିଳା ସଙ୍ଗୀତଜ୍ଞ ଭାବରେ ସେ ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଆନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କୁ ତତ୍‌କାଳୀନ ଭାରତୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥିଲେ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଭାରତ ସରକାର ତାଙ୍କୁ ୨୦୨୨ ମସିହାରେ ଚତୁର୍ଥ ଭାରତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଜୀବନୀ ବଡ଼ଥୱାଲଙ୍କ ପିତା ଜଣେ ଗାୟକ ଏବଂ ଜଣେ ସୀତାର ବାଦକ ଥିଲେ । ସେ ସ୍ନାତକ କରି ସାରିବା ପରେ ଏକ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷିକା ଭାବରେ ଅନେକ ବର୍ଷ କାମ କରିଥିଲେ । ଖାଲି ସମୟରେ ସେ ନାଜିବାବାଦରେ ଅଲ ଇଣ୍ଡିଆ ରେଡିଓ ପାଇଁ ସ୍ୱର ସଂଯୋଜନା କରୁଥିଲେ । ସେ ଉତ୍ତରାଖଣ୍ଡର ଲୋକ ଗୀତ ତଥା ସଂଗୀତ ପ୍ରତି ଆକର୍ଷିତ ଥିଲେ, ଫଳରେ ରେଡିଓରେ 'ଧରୋହର' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମଟି ଉତ୍ତରାଖଣ୍ଡର ଐତିହ୍ୟ ଓ ଲୋକଗୀତକୁ ନେଇ ସୃଷ୍ଟି ହୋଇଥିଲା । ଉତ୍ତରାଖଣ୍ଡରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ବାଦ୍ୟଯନ୍ତ୍ର ବାବଦରେ ତାଙ୍କର ଜ୍ଞାନ ଥିଲା । ସେ ଅନ୍ୟ ସଙ୍ଗୀତଜ୍ଞ ମାନଙ୍କୁ ଗୀତ ରେକର୍ଡ଼ କରିବାରେ ସାହାଯ୍ୟ କରନ୍ତି । ଜଣେ ଶିକ୍ଷିକା ଭାବରେ ଶିକ୍ଷାଦାନ କରିଥିବା ଶହ ଶହ ଲୋକଙ୍କ ମଧ୍ୟରେ ସଙ୍ଗୀତକୁ ବୃତ୍ତି ଭାବରେ ବାଛିବାକୁ ସେ ଅନେକଙ୍କୁ ପ୍ରେରଣା ଦେଇଛନ୍ତି ।"Dr Madhuri Barthwal's citation". Official Account of the Ministry of Women and Child Development, Government of India. 8 March 2019. Retrieved 11 January 2021. ସେ ତାଙ୍କ ସାଥୀ ଗରୱାଲୀ ଗାୟକ ନରେନ୍ଦ୍ର ସିଂ ନେଗିଙ୍କ ସହ ଗୀତ ଗାଇଛନ୍ତି ।Negi, Sunil. "President of India felicitates Dr. Madhuri Barthwal with prestigious "Women Empowerment Award"". NewsViewsNetwork. Retrieved 2021-01-12. ସଙ୍ଗୀତ ପ୍ରସାରଣ ଓ ଶିକ୍ଷାଦାନ ପାଇଁ ତାଙ୍କର ଷାଠିଏ ବର୍ଷର ପରିଶ୍ରମକୁ ସମ୍ମାନ ଜଣାଇ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ତାଙ୍କୁନାରୀ ଶକ୍ତି ପୁରସ୍କର ଦିଆଯାଇଥିଲା, ଯାହାଫଳରେ ଲୋକଲୋଚନକୁ ଆସିଥିଲେ ଏବଂ ତାଙ୍କ କାମ ସ୍ୱୀକୃତି ମିଳିଥିଲା ।"Dr Madhuri Barthwal's citation". Official Account of the Ministry of Women and Child Development, Government of India. 8 March 2019. Retrieved 11 January 2021. ଲୋକ ଗୀତ ତଥା ଲୋକ ସଙ୍ଗୀତ ସଂରକ୍ଷଣ ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିବା କଥା ଉଲ୍ଲେଖ କରାଯାଇଥିଲା । ଆଧାର ଶ୍ରେଣୀ:ନାରୀଶକ୍ତି ପୁରସ୍କାର ବିଜେତା ଶ୍ରେଣୀ:ଭାରତୀୟ ସଙ୍ଗୀତକାର ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା ଶ୍ରେଣୀ:ଜୀବିତ ବ୍ୟକ୍ତି
Madhuri Barthwal
https://or.wikipedia.org/wiki/Madhuri_Barthwal
ଲେଉଟାଣି ମାଧୁରୀ ବଡ଼ଥୱାଲ
ଫ୍ଲାଭୋକ୍ସେଟ
https://or.wikipedia.org/wiki/ଫ୍ଲାଭୋକ୍ସେଟ
ଫ୍ଲାଭୋକ୍ସେଟ (ଇଂରାଜୀ ଭାଷାରେ Flavoxate), ଅନ୍ୟମାନଙ୍କ ମଧ୍ୟରେ ୟୁରିସ୍ପାସ (Urispas) ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ମୂତ୍ରାଙ୍ଗ ସଂକ୍ରମଣର ଲକ୍ଷଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାଳ ବୋହିବା ହ୍ରାସ, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, କୋଷ୍ଠକାଠିନ୍ୟ, ମୂତ୍ର ଧାରଣ, ଯୌନ ଅସୁବିଧା, ଛାତି ଧଡ଼ ଧଡ଼ ହେବା ଏବଂ ଉତେଜନା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | ଏହା ଏକ ଆଣ୍ଟିସ୍ପାଜମୋଡିକ ଏବଂ ଆଣ୍ଟିକୋଲିନରଜିକ୍ ଯାହା ମୂତ୍ରାଶୟର କ୍ଷମତା ବୃଦ୍ଧି କରାଇଥାଏ ଏବଂ ମୂତ୍ର ଆବୃତ୍ତି ହ୍ରାସ କରିଥାଏ । ୧୯୭୦ ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲାଭୋକ୍ସେଟ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୦ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୨ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୮ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Flavoxate
https://or.wikipedia.org/wiki/Flavoxate
redirect ଫ୍ଲାଭୋକ୍ସେଟ
ମାନସ ରଞ୍ଜନ ଜେନା
https://or.wikipedia.org/wiki/ମାନସ_ରଞ୍ଜନ_ଜେନା
ମାନସ ରଞ୍ଜନ ଜେନା ଓଡ଼ିଶାରେ ଜନ୍ମିତ ଜଣେ ଚିତ୍ରକାର । ସେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଥିଲେ ଓ ଅଧୁନା ସେଠାକାର ସମ୍ପାଦକ । ସେ ୨୦୧୩ ମସିହାରେ ତାଙ୍କ "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ । ପ୍ରଦର୍ଶନୀ ମାନସ ରଞ୍ଜନ ଜେନାଙ୍କ କଳାକୃତି ଭୁବନେଶ୍ୱରରେ "ଟୁଗେଦର ୨" ପ୍ରଦର୍ଶନୀରେ ଏବଂ ଜୟପୁର, ଲାକ୍ଷାଦୀପରେ ଏକ ଆନ୍ତର୍ଜାତୀୟ କ୍ୟାମ୍ପ ଓ ସମ୍ମିଳନୀ ଆଦିରେ ପ୍ରଦର୍ଶିତ ହୋଇଛି । ସମ୍ମାନ ଓ ପୁରସ୍କାର ୨୦୧୩ ମସିହାରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ) ସ୍ତରୀୟ କାର୍ଯ୍ୟକ୍ରମ "ଶ୍ରଦ୍ଧାଞ୍ଜଳି"ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା । ୨୦୧୩ରେ ସେ ଏକ ପୁରୁଷ ପ୍ରଧାନ ସମାଜରେ ନାରୀକୈନ୍ଦ୍ରିକ ସାମାଜିକ ଓ ମାନସିକ ପ୍ରତିବନ୍ଧକକୁ ନେଇ କରିଥିବା "ପ୍ରତିକ୍ଷା" ଧାରାବାହିକ ଚିତ୍ର ନିମନ୍ତେ ପ୍ରଫେସର ବ୍ୟୋମକେଶ ମହାନ୍ତି ସ୍ମୃତି ପୁରସ୍କାର ପାଇଥିଲେ । ଆଧାର
ରୋମିପ୍ଲୋଷ୍ଟିମ
https://or.wikipedia.org/wiki/ରୋମିପ୍ଲୋଷ୍ଟିମ
ରୋମିପ୍ଲୋଷ୍ଟିମ, ଅନ୍ୟମାନଙ୍କ ମଧ୍ୟରେ ଏନପ୍ଲେଟ (Nplate) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିକ୍ ପୁରପୁରା (ଆଇଟିପି) ଏବଂ ତୀବ୍ର ବିକିରଣ ସିଣ୍ଡ୍ରୋମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆଇଟିପିରେ ଏହା ବ୍ୟବ‌ହାର କରାଯାଇପାରେ ଯେତେବେଳେ କର୍ଟିକୋଷ୍ଟିରଏଡ, ଇମ୍ୟୁନୋଗ୍ଲୋବୁଲିନ, କିମ୍ବା ସ୍ପ୍ଲେନେକ୍ଟୋମି ଫଳପ୍ରଦ ହୁଏନି । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ କର୍କଟ, ରକ୍ତ ଜମାଟ ବାନ୍ଧିବା ଏବଂ ଅସ୍ଥି ମଜ୍ଜା ଫାଇବ୍ରୋସିସ୍ ହୋଇପାରେ | ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଥ୍ରୋମ୍ବୋପଏଟିନ ରିସେପ୍ଟରକୁ ସକ୍ରିୟ କରି ଏହା ପ୍ଲାଟେଲେଟ୍ ଉତ୍ପାଦନକୁ ସକ୍ରିୟ କରିଥାଏ ଓ ଏହା ଫଳରେ ଏହା କାର୍ଯ୍ୟକ୍ଷମ ହୁଏ । ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମିପ୍ଲୋଷ୍ଟିମ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏକ ୧୨୫ ମାଇଗ୍ରା ବିଶିଷ୍ଟ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୪୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Romiplostim
https://or.wikipedia.org/wiki/Romiplostim
redirect ରୋମିପ୍ଲୋଷ୍ଟିମ
ଭେମୁରାଫେନିବ
https://or.wikipedia.org/wiki/ଭେମୁରାଫେନିବ
ଭେମୁରାଫେନିବ (ଇଂରାଜୀ ଭାଷାରେ Vemurafenib), ଏକ ବେପାର ନାମ ଜେଲବୋରାଫ, ହେଉଛି ଏକ ଔଷଧ ଯାହା କେତେକ ପ୍ରକାରର ବିଳମ୍ବିତ ପର୍ଯ୍ୟାୟ ମେଲାନୋମା ଏବଂ ଏରଧେମ-ଚେସ୍ଟର ରୋଗର ( Erdheim-Chester disease) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ବିଆଏଫ ଭି୬୦୦ଇ (BRAF V600E) ମ୍ୟୁଟେସନ ପରିବର୍ତ୍ତନ ଥିଲେ ଏହା ବ୍ୟବହୃତ ହୁଏ | ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, କେଶ ଝଡ଼ିବା, ଗଲୁ, ପ୍ରଲମ୍ବିତ କ୍ୟୁଟି ଏବଂ ଥକ୍କାପଣ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଡୁପିଟ୍ରେନ୍ସ କଣ୍ଟ୍ରାକଚର, ବିକିରଣ ଚିକିତ୍ସା ପ୍ରତି ସମ୍ବେଦନଶୀଳତା, ଆଖି ପ୍ରଦାହ, ଯକୃତ ସମସ୍ୟା ଏବଂ ଏକ ନୂତନ କର୍କଟ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ବି-ରାଫ୍ ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ୨୦୧୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେମୁରାଫେନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୪୦ ମିଗ୍ରା ବିଶିଷ୍ଟ ୫୬ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ୧୭୫୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୫୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Vemurafenib
https://or.wikipedia.org/wiki/Vemurafenib
redirect ଭେମୁରାଫେନିବ
ବତୂଲ ବେଗମ
https://or.wikipedia.org/wiki/ବତୂଲ_ବେଗମ
ବତୂଲ ବେଗମ ଜଣେ ଭାରତୀୟ ରାଜସ୍ଥାନୀ ଲୋକଗୀତ ଗାୟିକା । ସେ ରାଜସ୍ଥାନର ଜୟପୁରର ଅଧିବାସୀ । ସେ ମୁଖ୍ୟତଃ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ଓ ଭଜନ ପରିବେଷଣ କରିଥାନ୍ତି; ଯାହା ପାଇଁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ରହିଛି । ସେ ଢୋଲ, ଢୋଲକ ଏବଂ ତବଲା ଭଳି ବାଦ୍ୟଯନ୍ତ୍ର ମଧ୍ୟ ବଜାନ୍ତି । ୬୯ ବର୍ଷ ବୟସରେ ୨୦୨୨ ମସିହାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ୨୦୨୧ ମସିହା ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷା ବେଗମ ବତୂଲଙ୍କ ଗାଆଁରେ ବିଦ୍ୟାଳୟ ନଥିବାରୁ ତଥା ପାରିବାରିକ ସ୍ଥିତି ହେତୁ ସେ ଅଧିକ ପଢ଼ିପାରିନଥିଲେ, କେବଳ ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ, ମାତ୍ର ବିଭିନ୍ନ ଲୋକମାନଙ୍କ ସହିତ ମିଶିବା ଫଳରେ କିଛି କିଛି ଜ୍ଞାନ ଆହରଣ କରିଥିଲେ । ସଙ୍ଗୀତରେ ରୁଚି ଥିବାରୁ ସେ ଘରୁ ହିଁ ବାଦ୍ୟଯନ୍ତ୍ର ବଜାଇବା ଶିଖିଥିଲେ ଏବଂ ଗାଆଁ ମନ୍ଦିରରେ ଢୋଲ ବଜେଇବା ତଥା ଭଜନ ପରିବେଷଣ ଆରମ୍ଭ କରିଥିଲେ । ସେ ମୁସଲାମନ ଧର୍ମର ହୋଇଥିବାରୁ ତାଙ୍କୁ କେବେକେବେ ବାରଣ କରାଯାଇଥିଲା, ମାତ୍ର ସେ ଏହି କାର୍ଯ୍ୟରୁ ବିରତ ହୋଇନଥିଲେ । ଲୋକଗୀତ ସେ ଭଜନ ଓ ରାଜସ୍ଥାନୀ ଲୋକଗୀତ ମାଣ୍ଡ୍ ପରିବେଷଣ କରିଥାନ୍ତି । ୨୦୨୨ ମସିହା ସୁଦ୍ଧା ସେ ପ୍ୟାରିସ୍, ସ୍ପେନ୍, ବାର୍ସଲୋନା, ମୋନକା, ଟୁନିଜା, ଇଟାଲୀ ଭଳି ପାଖାପାଖି ୨୫ରୁ ଅଧିକ ଦେଶ ଭ୍ରମଣ କରି ମାଣ୍ଡ୍ ଗୀତ ଓ ଭଜନ ପରିବେଷଣ କରିଛନ୍ତି । ଜୟପୁରରେ ସେ ପିଲାମାନଙ୍କୁ ଭାରତୀୟ ଲୋକଗୀତ ଶିକ୍ଷା ଦେଇଥାନ୍ତି, ଯେଉଁଠି ପିଲାମାନେ ସଙ୍ଗୀତ ଶିକ୍ଷା କରିବାକୁ ତାଙ୍କ ଘରକୁ ଆସିଥାନ୍ତି । ପୁରସ୍କାର ନାରୀ ଶକ୍ତି ପୁରସ୍କାର, ୨୦୨୧ ଆଧାର ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ନାରୀଶକ୍ତି ପୁରସ୍କାର ବିଜେତା ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା
Batool Begam
https://or.wikipedia.org/wiki/Batool_Begam
ଲେଉଟାଣି ବତୂଲ ବେଗମ
ଗୋଲିମୁମାବ
https://or.wikipedia.org/wiki/ଗୋଲିମୁମାବ
ଗୋଲିମୁମାବ, ସିମ୍ପୋନି ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ଜୁଭେନାଇଲ ଇଡିଓପାଥିକ ଆର୍ଥ୍ରାଇଟିସ, ସୋରିୟାଟିକ୍ ଗଣ୍ଠି ପ୍ରଦାହ, ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଏବଂ ଅଲସରେଟିଭ କୋଲାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ, ନିମୋନିଆ, ହେପାଟାଇଟିସ୍ ବିର ପୁନଃ ସକ୍ରିୟତା, ହୃଦ୍‌ପାତ, ଆଲର୍ଜି ପ୍ରତିକ୍ରିୟା, ଭାସ୍କୁଲାଇଟିସ ଏବଂ ଲିଉକେମିଆ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ ଆଲଫା (TNF-alpha) ନାମକ ଏକ ପ୍ରୋ-ଇନ୍‌ଫ୍ଲାମେଟୋରୀ ଅଣୁ ସହିତ ସଂଲଗ୍ନ ହୋଇ ତାହାକୁ ଅବରୋଧ କରେ । ୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗୋଲିମୁମାବକୁ ଅନୁମୋଦନ କରାଯାଇଥିଲା । ଆଡାଲିମୁମାବର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦୦ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୧୫୦୦ ପାଉଣ୍ଡ ଡଲାର ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୩୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ଚକ୍ରଧର ଜେନା
https://or.wikipedia.org/wiki/ଚକ୍ରଧର_ଜେନା
ଚକ୍ରଧର ଜେନା ଜଣେ ଓଡ଼ିଆ ଅଭିନେତା ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ନାଟକ ଓ ଧାରାବାହିକ ବ୍ୟତୀତ ହଲିଉଡ଼ ଓ ବମ୍ବେ ସିନେମା ଶିଳ୍ପରେ ମଧ୍ୟ ସକ୍ରିୟ ଥିଲେ । ଚଳଚ୍ଚିତ୍ର ଜଗତରେ ସେ 'ଚକରା ଭାଇ' ନାମରେ ପରିଚିତ ଥିଲେ । ଅଭିନୟ ଜୀବନ ଚକ୍ରଧର ୧୯୮୮ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷା ସମାପ୍ତ କରି ଅଭିନୟ ଦୂନିଆକୁ ଆସିଥିଲେ । ଓଡ଼ିଆରେ ମୌଳିକ ଚଳଚ୍ଚିତ୍ର କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ପଥର ଖସୁଚି ବଡ଼ ଦେଉଳୁ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଅଭିନୀତ ଚଳଚ୍ଚିତ୍ର ଓ ଧାରାବାହିକ ଓଡ଼ିଆ ପଥର ଖସୁଚି ବଡ଼ ଦେଉଳୁ ରଣଭୂମି ମାୟା ଅର୍ଜୁନ କଥାନ୍ତର ପ୍ରେମ୍ ୱେଡ୍ସ ପ୍ରିୟା ରଙ୍ଗିଲା ବାବା ଭଉଁରୀ ଓମ୍ ନମଃ ଶିବାୟ ‘ମହାଯଜ୍ଞ’ (ଧାରାବାହିକ) ହଲିଉଡ଼ ସିଟି ଅଫ୍ ଜୟ ଇଲେକ୍ଟ୍ରି ମୁନ୍ ହିନ୍ଦୀ ସର୍ଦ୍ଦାର୍‌ ପଟେଲ୍‌ ମୃତ୍ୟୁ ମଧୁମେହ ଓ ଫୁସଫୁସ ଜନିତ ରୋଗର ପିଡ଼ିତ ଥାଇ ସେ ଭୁବନେଶ୍ୱର ଏମ୍ସ ଚିକିତ୍ସାଧିନ ଅବସ୍ଥାରେ ୨୦୨୪ ମସିହା ଫେବୃଆରୀ ୧୨ ତାରିଖରେ ପରଲୋକ ଗମନ କରିଥିଲେ । ଆଧାର ଅଧିକ ତଥ୍ୟ ଶ୍ରେଣୀ:୨୦୨୪ ମୃତ୍ୟୁ ଶ୍ରେଣୀ:ଓଡ଼ିଆ ଅଭିନେତା
Chakradhar Jena
https://or.wikipedia.org/wiki/Chakradhar_Jena
ଲେଉଟାଣି ଚକ୍ରଧର ଜେନା
Golimumab
https://or.wikipedia.org/wiki/Golimumab
redirect ଗୋଲିମୁମାବ
ଶ୍ରୀନିବାସ ଉଦ୍ଗାତା
https://or.wikipedia.org/wiki/ଶ୍ରୀନିବାସ_ଉଦ୍ଗାତା
ଲେଉଟାଣି ଶ୍ରୀନିବାସ ଉଦ୍‌ଗାତା
ସୁସ୍ମିତା ବାଗ୍ଚୀ
https://or.wikipedia.org/wiki/ସୁସ୍ମିତା_ବାଗ୍ଚୀ
ଲେଉଟାଣି ସୁସ୍ମିତା ବାଗ୍‌ଚୀ
ରୋମୋସୋଜୁମାବ
https://or.wikipedia.org/wiki/ରୋମୋସୋଜୁମାବ
ରୋଗର,ବ ରୋମୋସୋଜୁମାବ, ବେପାର ନାମ ଇଭେନିଟି, ହେଉଛି ଅଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହି ଔଷଧ ଗ୍ରହଣ କଲେ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ହ୍ରାସ ହୁଏ । ଏହା ଚର୍ମ ତଳେ ଇଞ୍ଜେକ୍ସନ ଦ୍ୱାରା ବ୍ୟବହୃତ ହୁଏ | ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କ୍ୟାଲସିୟମ୍ ବା ହାଇପୋକ୍ୟାଲସେମିଆ ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସ୍କ୍ଲେରୋଷ୍ଟିନ ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ । ରୋମୋସୋଜୁମାବ ରୋଗା ହାଡ଼ର ଗଠନକୁ ବୃଦ୍ଧି କରିଥାଏ ଏବଂ ହାଡ଼ ଭାଙ୍ଗିବା ହ୍ରାସ କରିଥାଏ । ୨୦୧୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମୋସୋଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୫୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୪୩୦ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Romosozumab
https://or.wikipedia.org/wiki/Romosozumab
redirect ରୋମୋସୋଜୁମାବ
ଡେଗାରେଲିକ୍ସ
https://or.wikipedia.org/wiki/ଡେଗାରେଲିକ୍ସ
ଡେଗାରେଲିକ୍ସ, ଅନ୍ୟମାନଙ୍କ ମଧ୍ୟରେ ଫିରମାଗନ୍ ଏହାର ଏକ ବେପାର ନାମ, ହେଉଛି ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ନିର୍ଦ୍ଦିଷ୍ଟ ଭାବରେ ଏହା ହରମୋନ୍ ନିର୍ଭରଶୀଳ ଅଗ୍ରଗାମୀ ରୋଗ ପାଇଁ ବ୍ୟବହୃତ ହୁଏ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ଉଷୁମ ଲାଲ ମୁହଁ ଏବଂ ଯକୃତ ସମସ୍ୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, କ୍ୟୁଟି ବିସ୍ତାର, ଏବଂ ବନ୍ଧ୍ୟାକରଣହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । ଏହା ଏକ ଜିଏନଆରଏଚ (GnRH) ରିସେପ୍ଟର ବିରୋଧୀ ଏବଂ ଶରୀରରେ ଟେଷ୍ଟୋଷ୍ଟେରନ୍ ପରିମାଣ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।। ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଗାରେଲିକ୍ସ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୮୦ ମିଗ୍ରାର ମୂଲ୍ୟ ପ୍ରୟ ୧୩୦ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Degarelix
https://or.wikipedia.org/wiki/Degarelix
redirect ଡେଗାରେଲିକ୍ସ
ଉବ୍ରୋଗେପାଣ୍ଟ
https://or.wikipedia.org/wiki/ଉବ୍ରୋଗେପାଣ୍ଟ
ଉବ୍ରୋଗେପାଣ୍ଟ (ଇଂରାଜୀ ଭାଷାରେ), ଏକ ବେପାର ନାମ ଉବ୍ରେଲଭି (Ubrelvy), ହେଉଛି ଅଧକପାଳି ରୋଗ ଆକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏଥିରେ ଏକ ଅରା (aura) ବା ଘବରେଇବା ଅନୁଭବ ଉପସ୍ଥିତ ଥିଲା କି ନାହିଁ ଜଣାଯାଇ ନାହିଁ । ଏହା ଅଧକପାଳି ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ନାହିଁ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଥକାପଣ ଏବଂ ଶୁଖିଲା ପାଟି ହୋଇପାରେ । ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଶକ୍ତିଶାଳୀ ସିୱାଇପି୩ଏ୪ (CYP3A4) ଇନହିବିଟର ସହିତ ଏକତ୍ର ବ୍ୟବହାର ସୁପାରିଶ କରାଯାଏ ନାହିଁ | ଏହା ଏକ ଛୋଟ-ଅଣୁ- କାଲସିଟୋନିନ୍ ଜିନ୍ ସମ୍ବନ୍ଧୀୟ ପେପ୍ଟାଇଡ୍ ରିସେପ୍ଟର ଆଣ୍ଟାଗନିଷ୍ଟ । ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଉବ୍ରୋଗେପାଣ୍ଟ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୮୭ ଡଲାର ଥିଲା । ୨୦୨୧ ସୁଦ୍ଧା ଏହା ୟୁରୋପରେ ଅନୁମୋଦିତ ହୋଇନାହିଁ ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ubrogepant
https://or.wikipedia.org/wiki/Ubrogepant
redirect ଉବ୍ରୋଗେପାଣ୍ଟ
ଝିନ୍ନ ହିକ୍କା
https://or.wikipedia.org/wiki/ଝିନ୍ନ_ହିକ୍କା
ଲେଉଟାଣି ଝିନ୍ନ ହିକ୍‌କା
ମମତା ଚନ୍ଦ୍ରକାର
https://or.wikipedia.org/wiki/ମମତା_ଚନ୍ଦ୍ରକାର
ଲେଉଟାଣି ମମତା ଚନ୍ଦ୍ରକର
କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ
https://or.wikipedia.org/wiki/କଳିକା_ପ୍ରସାଦ_ଭଟ୍ଟାଚାର୍ଯ୍ୟ
କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ (୧୧ ସେପ୍ଟେମ୍ବର ୧୯୭୦ – ୭ ମାର୍ଚ୍ଚ ୨୦୧୭) ଜଣେ ଭାରତୀୟ ଲୋକଗୀତ ଗାୟକ ତଥା ଅନୁସନ୍ଧାନକାରୀ ଥିଲେ । ସେ ଆସାମର ସିଲଚରରେ ଜନ୍ମଗ୍ରହଣ କରିଥିଲେ । ଯାଦବପୁର ବିଶ୍ୱବିଦ୍ୟାଳୟରେ ସେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କରିଥିଲେ । ତାଙ୍କ ମାମୁଁ ଅନନ୍ତ ଭଟ୍ଟାଚାର୍ଯ୍ୟଙ୍କ ପ୍ରେରଣା ଯୋଗୁଁ ସେ ସଙ୍ଗୀତ ପ୍ରତି ଆଗ୍ରହୀ ହୋଇଥିଲେ । ୧୯୯୯ ମସିହାରେ, ସେ ଉତ୍ତର ଏବଂ ପୂର୍ବ ବଙ୍ଗର ଲୋକ ସଙ୍ଗୀତ ପରମ୍ପରାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଦୋହାର ନାମକ ଏକ ବ୍ୟାଣ୍ଡ ପ୍ରତିଷ୍ଠା କରିଥିଲେ । ସେ ଅନେକ କଥାଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।ତାଙ୍କର ଶେଷ କଥାଚିତ୍ର ଥିଲା ଭୁବନ ମାଝି (୨୦୧୭) । ସେ ବଙ୍ଗଳା ସଙ୍ଗୀତ ଭିତ୍ତିକ ରିଆଲିଟି ସୋ, ଜି ବଙ୍ଗଳା ସା ରେ ଗା ମା ପା ସହିତ ଜଡ଼ିତ ଥିଲେ । ତାଙ୍କର ଶେଷ ସଙ୍ଗୀତ ପରିବେଷଣ ବାଗୁଇହାତି କୃଷି ମେଳାରେ ହୋଇଥିଲା । ଜୀବନ ଏବଂ ପେଶା ପ୍ରାରମ୍ଭିକ ଜୀବନ ଆସାମର ସିଲଚରରେ ଭଟ୍ଟାଚାର୍ଯ୍ୟଙ୍କ ଘରେ ସଙ୍ଗୀତ ଏକ ଅନ୍ତର୍ନିହିତ ଅଂଶ ଥିଲା । ସେ ବାଦ୍ୟଯନ୍ତ୍ର ବଜାଇବା ଶିଖିବାବେଳେ ଜଣେ ଗାୟକ ଭାବରେ ମଧ୍ୟ ତାଲିମ ନେଇଥିଲେ । ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ସେ ବଙ୍ଗଳା ଓ ଉତ୍ତର-ପୂର୍ବ ଭାରତର ଲୋକ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ୧୯୯୮ ମସିହାରେ, ଇଣ୍ଡଷ୍ଟ୍ରିଆଲ୍ ଲୋକ ଗୀତ ଉପରେ ଗବେଷଣା କରିବା ପାଇଁ ତାଙ୍କୁ ଇଣ୍ଡିଆନ ଫାଉଣ୍ଡେସନ ଫର୍ ଦି ଆର୍ଟ ଦ୍ୱାରା ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ସେ ବାଙ୍ଗାଲୋର ଯାଇଥିଲେ । ଦୋହାର thumb| ଲୋକଗୀତ ପରିବେଷଣ ବେଳେ ଭଟ୍ଟାଚାର୍ଯ୍ୟ ୧୯୯୯ ମସିହାରେ ସେ ଦୋହାର ନାମକ ଏକ ଲୋକଗୀତ ବ୍ୟାଣ୍ଡର ପ୍ରତିଷ୍ଠା କରିଥିଲେ । ହଜିଯାଇଥିବା ଲୋକଗୀତକୁ ପୁଣିଥରେ ଲୋକଲୋଚନକୁ ଆଣିବା ପାଇଁ କିଛି ସଙ୍ଗୀତକାର ତଥା ଗାୟକମାନଙ୍କୁ ନେଇ ସେ ଏହି ଦଳ ଗଠନ କରିଥିଲେ । ଏହି ବ୍ୟାଣ୍ଡ ଦ୍ୱାରା ୯ରୁ ଅଧିକ ଲୋକଗୀତ ଆଲବମ୍ ରେକର୍ଡ଼ କରାଯାଇ ରିଲିଜ୍ ହୋଇଛି । ପୁରସ୍କାର ୨୦୧୩ ମସିହାରେ ତାଙ୍କର ଅନନ୍ୟ ସୃଷ୍ଟି ଏବଂ ସଙ୍ଗୀତ ଉତ୍କର୍ଷତା ପାଇଁ ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ "ସଙ୍ଗୀତ ସାମ୍ମାନ ପୁରସ୍କାର" ପ୍ରଦାନ କରିଥିଲେ । ମୃତ୍ୟୁ ୨୦୧୭ ମସିହାର ମାର୍ଚ୍ଚ ୭ ତାରିଖରେ ହୁଗୁଳି ଜିଲ୍ଲାର ଗୁରୁପ ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଧାର ଶ୍ରେଣୀ:୧୯୭୦ ଜନ୍ମ ଶ୍ରେଣୀ:୨୦୧୭ ମୃତ୍ୟୁ ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା
Shyamasundar Rajguru
https://or.wikipedia.org/wiki/Shyamasundar_Rajguru
ଲେଉଟାଣି ଶ୍ୟାମସୁନ୍ଦର ରାଜଗୁରୁ
Kalika Prasad Bhattacharya
https://or.wikipedia.org/wiki/Kalika_Prasad_Bhattacharya
ଲେଉଟାଣି କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ
ଲେସ୍ଲି ତ୍ରିପାଠୀ
https://or.wikipedia.org/wiki/ଲେସ୍ଲି_ତ୍ରିପାଠୀ
ଲେଉଟାଣି ଲେସ୍‌ଲି ତ୍ରିପାଠୀ
ଦିୱାଲିବେନ ଭିଲ
https://or.wikipedia.org/wiki/ଦିୱାଲିବେନ_ଭିଲ
ଦିୱାଲିବେନ ପୁଞ୍ଜାଭାଇ ଭିଲ (୨ ଜୁନ ୧୯୪୩ - ୧୯ ମଇ ୨୦୧୬) ଜଣେ ଭାରତୀୟ ଗୁଜୁରାଟି ଲୋକଗୀତ ଗାୟିକା ତଥା ପ୍ରଚ୍ଛଦପଟ ଗାୟିକା, ଯିଏକି ଦିୱାଲିବେନ ପୁଞ୍ଜାଭାଇ ଲାଧିଆ ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ପ୍ରତିଭା ବିଳମ୍ବରେ ଲୋକଲୋଚନକୁ ଆସିଲା; ଏହାପରେ ସେ ରେଡ଼ିଓରେ ଗୀତ ଗାଇବା ସହିତ ଗୁଜୁରାଟି କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୀବନୀ ଦିୱାଲିବେନ ଭିଲ ୧୯୪୩ ମସିହାର ଜୁନ ୨ ତାରିଖରେ ଡାଲକାନିଆ ଗ୍ରାମର (ବର୍ତ୍ତମାନ ଗୁଜୁରାଟର ଆମରେଲି ଜିଲ୍ଲାର ଧାରୀ ତାଲୁକାରେ ଅବସ୍ଥିତ) ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜାବାଇ ଓ ମାଆଙ୍କ ନାମ ମୋଙ୍ଗହିବେନ । ତାଙ୍କର ମୂଳ ସାଙ୍ଗିଆ ଥିଲା ଲାଦିଆ । ତାଙ୍କ ମାଙ୍କଠାରୁ ଅନୁପ୍ରାଣିତ ହୋଇ ସେ ଅଳ୍ପ ବୟସରେ ପାରମ୍ପାରିକ ଗର୍ବା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ, ମାତ୍ର ଲୋକଗୀତ ଶିଖିବା ବନ୍ଦ କରିନଥିଲେ । ତାଙ୍କ ବାପାଙ୍କ ଚାକିରୀ ଯୋଗୁଁ ସେ ୯ ବର୍ସ ବୟସରେ ଜୁନାଗଡ଼ ଯାଇଥିଲେ ଏବଂ ସେହି ସମୟରେ ରାଜକୋଟରେ ତାଙ୍କର ବିବାହ ହୋଇଥିଲା, ମାତ୍ର ମତଭେଦ ହେତୁ ବିବାହର ଦୁଇ ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ ଆଉ ବିବାହ କରିଥିଲେ ଏବଂ କୋଡିଏ ବର୍ଷ ବୟସରେ ସେ ଏକ ଡାକ୍ତରଖାନାରେ ଚାକିରୀ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ୧୦ ବର୍ଷ ଧରି କାମ କରିଥିଲେ । ଏହାପରେ ସେ ଜୁନାଗଡ଼ ହସ୍ପିଟାଲର ନର୍ସ କ୍ୱାଟର୍ସରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ ।ଗଡ ପବ୍ଲିକ ହସ୍ପିଟାଲର ନର୍ସ କ୍ୱାର୍ଟରରେ ଘରୋଇ ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ଜୁନାଗଡକୁ ଯାଇ ଘାଙ୍ଗୀରାମ ଅଞ୍ଚଳରେ ତାଙ୍କ ଭାଇଙ୍କ ସହ ରହୁଥିଲେ । ୧୯୬୪ ମସିହାରେ, ଗୁଜୁରାଟୀ ଲୋକ ଗାୟକ ହେମୁ ଗଦାଭି ତାଙ୍କ ପ୍ରତିଭାକୁ ଦେଖି ପାଞ୍ଚ ଟଙ୍କା ଦେୟରେ ଅଲ ଇଣ୍ଡିଆ ରେଡିଓ, ରାଜକୋଟ ପାଇଁ ତାଙ୍କର ପ୍ରଥମ ରେକର୍ଡିଂର ବ୍ୟବସ୍ଥା କରିଥିଲେ । ସାମାଜିକ କର୍ମୀ ରତୁଭାଇ ଅଦାନୀ ତାଙ୍କୁ ଦିଲ୍ଲୀ ନେଇଥିଲେ, ଯେଉଁଠାରେ ସେ ଲୋକ ସଙ୍ଗୀତ ମହୋତ୍ସବରେ ପ୍ରଥମ ପୁରସ୍କାର ପାଇଥିଲେ । ମୁମ୍ବାଇରେ ଏକ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ ସଙ୍ଗୀତକାର କଲ୍ୟାଣଜୀ ତାଙ୍କ କଥା ଶୁଣି ଗୁଜୁରାଟୀ କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାୟିକା ଡାକିଥିଲେ । ୧୯୭୧ ମସିହାରେ ଗୁଜୁରାଟି ଚଳଚ୍ଚିତ୍ର ଜେସାଲ ଟୋରାଲ ଥିଲା ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର । ସେ ସଙ୍ଗୀତ ପରିବେଷଣ ପାଇଁ ଭାରତ ଓ ଭାରତ ବାହାରେ ମଧ୍ୟ ଭ୍ରମଣ କରିଥିଲେ । ସେ ପ୍ରଣଲାଲ ଭାୟାସଙ୍କ ସହ ଅନେକ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ସେ ଗୋଣ୍ଡାଲ ନିକଟ ଗୋମଟା ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ କାମ କରୁଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୬ ମସିହାର ମଇ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ମାନ ସଙ୍ଗୀତ ପରିବେଷଣ ପାଇଁ ତାଙ୍କ ଗସ୍ତ ସମୟରେ ଲଣ୍ଡନରେ ଗୁଜରାଟୀ ସୋସାଇଟି ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା । ୧୯୯୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ଗୁଜରାଟ ସରକାର ତାଙ୍କୁ ଗୁଜରାଟ ଗୌରବ ପୁରସ୍କର ପ୍ରଦାନ କରିଥିଲେ । ୨୦୧୧ ମସିହାରେ ତାଙ୍କୁ କବି କାଗ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୪୩ ଜନ୍ମ ଶ୍ରେଣୀ:୨୦୧୬ ମୃତ୍ୟୁ ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା
Diwaliben Bhil
https://or.wikipedia.org/wiki/Diwaliben_Bhil
ଲେଉଟାଣି ଦିୱାଲିବେନ ଭିଲ
ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ
https://or.wikipedia.org/wiki/ଶ୍ରୀବିକ୍ରମ_ସରକାରୀ_ଚାରୁ_ଓ_କାରୁକଳା_ବିଦ୍ୟାଳୟ
ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଏକ ଭାରତୀୟ କଳା ଧନ୍ଦାମୂଳକ ବିଦ୍ୟାଳୟ ଓ ଏହା ଓଡ଼ିଶାର ଜୟପୁର ସହରରେ ଅବସ୍ଥିତ । ଏହା ଜୟପୁର ରାଜ୍ୟର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କଦ୍ୱାରା ୧୯୪୬ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ଚାରି ବର୍ଷିଆ ଧନ୍ଦାମୂଳକ କଳାରେ ସ୍ନାତକ (ବି. ଭି. ଏ.) ପାଠ୍ୟକ୍ରମ ପଢ଼ାଯାଇଥାଏ ଓ ପ୍ରତି ଶ୍ରେଣୀରେ ୨୦ ଜଣ ଛାତ୍ରଙ୍କ ପଢ଼ିବା ପାଇଁ ସୁବିଧା ରହିଛି । ଅନୁଷ୍ଠାନଟି ୧୯୯୧ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ପ୍ରତିବନ୍ଧିତ ଓ ଏଠାରେ ଦୁଇ ବର୍ଷିଆ ଯୁକ୍ତ ଦୁଇ କଳା ଧନ୍ଦାମୂଳକ ମଧ୍ୟ ଶିକ୍ଷାଦାନ ପ୍ରଦାନ କରାଯାଏ । ଇତିହାସ ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ରାଜ୍ୟର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ୧୯୪୬ମସିହାରେ ସ୍ଥାପନା କରାଇଥିଲେ । ଭାରତ ଗଣରାଜ୍ୟ ଗଠନ ପରେ ରାଜସମ୍ପତ୍ତି ଉଚ୍ଛେଦ ହେବା ଅନ୍ତେ ଏହି ଅନୁଷ୍ଠାନଟି ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ଜୟପୁରସ୍ଥିତ ସଂସ୍କୃତି ରାଜସ୍ୱ ବିଭାଗ ଅଧୀନରେ ରହିଥିଲା । ୧୯୬୯ ମଇ ୨୭ରେ ସଂସ୍କୃତି ବିଭାଗ ଅନୁଷ୍ଠାନ ଓ ତାହାର ସମ୍ପତ୍ତିର ଦାୟିତ୍ୱ ନେଇଥିଲା । ଶିକ୍ଷାଦାନ ବିଦ୍ୟାଳୟର ପ୍ରତି ଶ୍ରେଣୀରେ ସିଟ ସଂଖ୍ୟା ୨୦ । ଅନୁଷ୍ଠାନର କାର୍ଯ୍ୟ ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ଓ ପାଠ୍ୟକ୍ରମର ଅବଧି ଚାରି ବର୍ଷ । ଏଠାରେ ଧନ୍ଦାମୂଳକ କଳାରେ ସ୍ନାତକ (ବି. ଭି. ଏ.) ପାଠ୍ୟକ୍ରମ ପଢ଼ାଯାଇଥାଏ । ତେବେ ଏଠାରେ ଦୁଇ ବର୍ଷିଆ +୨ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରଦାନ କରାଯାଇଆସୁଛି । ଏହା ୧୯୯୧ ମସିହାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଅଧୀନରେ ଅନୁବନ୍ଧିତ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ । ଏହି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟଖସଡ଼ା ଅନୁସରଣ କରେ | ଆଧାର ଶ୍ରେଣୀ:ଜୟପୁରରେ ଥିବା ୧୯୪୬ ପ୍ରତିଷ୍ଠାନ
Sri Vikram Government School of Art and Crafts
https://or.wikipedia.org/wiki/Sri_Vikram_Government_School_of_Art_and_Crafts
ଲେଉଟାଣି ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ
କୋଲେସେଭେଲାମ
https://or.wikipedia.org/wiki/କୋଲେସେଭେଲାମ
କୋଲେସେଭେଲାମ, ଏକ ବିକ୍ରୟ ନାମ ୱେଲଚୋଲ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟେରଲ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହାର ଚିକିତ୍ସା ପାଇଁ ସାଧାରଣତଃ ଷ୍ଟାଟିନ୍ ପସନ୍ଦ କରାଯାଏ । ଆୟୁଷ ଉପରେ ପ୍ରଭାବ ଅସ୍ପଷ୍ଟ । ଏହା ଟାଇପ୍-୨ ମଧୁମେହ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ବୁକୁଜ୍ୱାଳା, ଏବଂ ଅଇ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଅନ୍ତନଳୀ ଅବରୋଧ ଏବଂ ଚର୍ବି ଦ୍ରବଣକ୍ଷମ ଭିଟାମିନ୍ ଅଭାବ ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ଏହା ଏକ ବାଇଲ୍ ଏସିଡ୍ ସିକ୍ୱେଷ୍ଟ୍ରାଣ୍ଟ । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋଲେସେଭେଲାମ ଅନୁମୋଦିତ ହୋଇଥିଲେ । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ୧୧୫ ପାଉଣ୍ଡ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ଏକ ମାସର ଚିକିତ୍ସା ନିମନ୍ତେ ପ୍ରାୟ ୭୦ ଡଲାର ଖର୍ଚ୍ଚ ହୁଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Colesevelam
https://or.wikipedia.org/wiki/Colesevelam
redirect କୋଲେସେଭେଲାମ
ବିନୋଦ କୁମାର ପଶାୟତ
https://or.wikipedia.org/wiki/ବିନୋଦ_କୁମାର_ପଶାୟତ
ବିନୋଦ କୁମାର ପଶାୟତ ଜଣେ ଭାରତୀୟ ସମ୍ବଲପୁରୀ କବି, ଗୀତିକାର, ନାଟ୍ୟକାର ଓ ପ୍ରାକ୍ତନ ବାରିକ । ସମ୍ବଲପୁରୀ ଲୋକକଳା ଓ ପରମ୍ପରାର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଜୀବନବ୍ୟାପୀ ସେବା ପାଇଁ ତାଙ୍କୁ ୨୦୨୪ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ସେ ସମର୍ପଣ, ଆଦିବାସୀ, ପରସ୍ତ୍ରୀ, ଚିନି ଆଦି ଚଳଚ୍ଚିତ୍ର ନିମନ୍ତେ ଗୀତ ରଚନା କରିଛନ୍ତି । ତାଙ୍କ ରଚିତ ଜଣାଶୁଣା ଗୀତଗୁଡ଼ିକ ମଧ୍ୟରେ "ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ", "ମା’ ଠାନୁ ବଡ଼୍ କିଏ ଅଛେ", "ଏ ନନୀ ସୁଲୋଚନା", "ଲବଂଗଲତା ମୋର ଗଜମୁକୁତା", "ଗଲାରାତି ଝୁମରା ସୁରେ", "ଲିଟି ଉଡେ ଫୁରୁପୁରୁ", "ରଥର ଚକା ଚାଲେ ଘିଡ଼ି ଘିଡ଼ି", "ସରବ ସହେନି ମା ଗୋ ତୁଇ", "ବୋଇଲେ ରାଧିକା ସୁନଗୋ ଦୁତି" ଆଦି ଅନ୍ୟତମ । ତାଙ୍କ ରଚିତ ବ୍ୟଙ୍ଗ ନାଟକଗୁଡ଼ିକ ହେଲା ତାହାର ବା, ମୁଁ ନାଇଁ ମରେ, ଚୁଟକୁଛୁଟା ଆଦି । ପ୍ରାରମ୍ଭିକ ଜୀବନ ଓ ବୃତ୍ତି ବିନୋଦ କୁମାର ପଶାୟତ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରର ଆର୍ଥିକ ଅସ୍ୱଚ୍ଛଳତା ହେତୁ ତାଙ୍କୁ ସ୍କୁଲରେ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍‌ରେ କାମ କରିବାକୁ ପଡ଼ିଥିଲା । ସେହି ସମୟରେ ସେ ବଲାଙ୍ଗିରର ରାମଜୀ ନାଟକ ପାର୍ଟିରେ ଶିଶୁ ଅଭିନେତା ଭାବେ ଅଭିନୟ କରିବା ଆରମ୍ଭକରିଥିଲେ । ପରେ ସେ ୧୯ ବର୍ଷ ବୟସରେ ସମ୍ବଲପୁର ଯାଇ ସେଠାକାର ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ । ସାହିତ୍ୟ ରଚନା ସମ୍ବଲପୁରରେ ସାହିତ୍ୟିକ ଅରୁଣ ପ୍ରସନ୍ନ ସେଠ ସମ୍ବଲପୁରୀରେ ତାଙ୍କୁ ସାହିତ୍ୟ ରଚନା ପାଇଁ ପ୍ରେରଣା ଦେଇଥିଲେ । ତାଙ୍କ ସେଲୁନ୍‌ରେ ସାହିତ୍ୟିକମାନଙ୍କ ମିଳନ କେନ୍ଦ୍ର ହୋଇଥିଲା । ସମ୍ବଲପୁରୀ ଭାଷାର ଜନକ ନାମରେ ପରିଚିତ ସତ୍ୟ ନାରାୟଣ ବହିଦାର ଥରେ କହିଥିଲେ "ବିନୋଦ ପଶାୟତଙ୍କ ସେଲୁନ୍ ହେଉଛି ସରସ୍ବତୀଙ୍କ ମନ୍ଦିର" । ସମ୍ମାନ ଓ ପୁରସ୍କାର ପଦ୍ମଶ୍ରୀ (୨୦୨୪) ଆଧାର ଶ୍ରେଣୀ:ବଲାଙ୍ଗୀର ଜିଲ୍ଲାର ଲୋକ ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ
Binod Kumar Pasayat
https://or.wikipedia.org/wiki/Binod_Kumar_Pasayat
ଲେଉଟାଣି ବିନୋଦ କୁମାର ପଶାୟତ
ନିଜାଟିଡାଇନ
https://or.wikipedia.org/wiki/ନିଜାଟିଡାଇନ
ନିଜାଟିଡାଇନ, ଆକ୍ସିଡ୍ ଏହାର ଏକ ବିକ୍ରୟ ନାମ, ହେଉଛି ଅମ୍ଳ ରୋଗ ଏବଂ ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ରୋଗ ଉପଶମ ହେବାକୁ ୪ରୁ ୧୨ ସପ୍ତାହ ଲାଗିପାରେ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ । ଗର୍ଭାବସ୍ଥାରେ କୌଣସି କ୍ଷତି ହେବା ଦେଖାଯାଇ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । ସ୍ତନ୍ୟପାନ ନିରାପଦ ଦେଖାଯିବା ବେଳେ ବ୍ୟବହାର କରନ୍ତୁ । ଏହା ଏକ ହିଷ୍ଟାମାଇନ୍ ଏଚ<sub id="mwHQ">୨</sub> ରିସେପ୍ଟର ଆଣ୍ଟାଗୋନିଷ୍ଟ ଯାହା ପାକସ୍ଥଳୀର ଅମ୍ଳ ଉତ୍ପାଦନକୁ ପ୍ରତିରୋଧ କରିଥାଏ । ୧୯୮୦ରେ ନିଜାଟିଡାଇନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୮୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ । ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୧୮ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୨୦ ଡଲାର । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Nizatidine
https://or.wikipedia.org/wiki/Nizatidine
redirect ନିଜାଟିଡାଇନ
ସଲଫାସେଟାମାଇଡ
https://or.wikipedia.org/wiki/ସଲଫାସେଟାମାଇଡ
ସଲଫାସେଟାମାଇଡ ହେଉଛି ଏକ ଆଣ୍ଟିବାୟୋଟିକ ଯାହା ନେତ୍ରାବରଣ ପ୍ରଦାହ (bacterial conjunctivitis), ବ୍ରଣ ଏବଂ ସେବୋରିକ ଡର୍ମାଟାଇଟିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଟ୍ରାକୋମା ପାଇଁ ବ୍ୟବହୃତ ହୋଇଥିବାବେଳେ ପାଟିରେ ମଧ୍ୟ ଆଣ୍ଟିବାୟୋଟିକ୍ ଆବଶ୍ୟକ । ଏହା ଚର୍ମରେ ପ୍ରୟୋଗ କରାଯାଏ, କିମ୍ବା ଆଖି ବୁନ୍ଦା କିମ୍ବା ଆଖି ମଲମ ଭାବରେ ମଧ୍ୟ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା ଏବଂ ଫୋଡ଼ି ହେବା ଅନୁଭବ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । ଦୀର୍ଘ ସମୟ ବ୍ୟବହାର କଲେ କବକ ସଂକ୍ରମଣର ଆଶଙ୍କା ବଢ଼ିପାରେ । ଏହା ଏକ ସଲଫୋନାମାଇଡ୍ ଶ୍ରେଣୀର ଔଷଧ । ୧୯୪୬ ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଲଫାସେଟାମାଇଡ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୧୫ ମିଲି ବୋତଲ ଆଖି ବୁନ୍ଦା ପ୍ରାୟ ୨୦ ଡଲାର ହୋଇଥିବାବେଳେ ୨୦୨୧ ସୁଦ୍ଧା ୧୧୮ ମିଲି ବୋତଲ ଚର୍ମ ଲୋସନର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Sulfacetamide
https://or.wikipedia.org/wiki/Sulfacetamide
ଲେଉଟାଣି ସଲଫାସେଟାମାଇଡ
ଆଦିତ୍ୟ ଗାଦଭି
https://or.wikipedia.org/wiki/ଆଦିତ୍ୟ_ଗାଦଭି
ଆଦିତ୍ୟ ଗାଦଭି (ଜନ୍ମ: ୩ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଗୁଜରାଟୀ ଲୋକଗୀତ ଗାୟକ ତଥା କଥାଚିତ୍ରର ପ୍ରଚ୍ଛଦପଟ ଗାୟକ । ସେ ବିଭିନ୍ନ ଭାରତୀୟ ଭାଷାରେ ଅନେକ ଚାର୍ଟ-ଟପିଙ୍ଗ୍ ଗୀତ ପରିବେଷଣ କରିଛନ୍ତି । ଗୁଜରାଟୀ କଥାଚିତ୍ରରେ ଗୀତ ଗାଇବା ସହିତ ତାଙ୍କର କିଛି ଆଲବମ୍ ମୁକ୍ତିଲାଭ କରିଛି । ତାଙ୍କର ଉଲ୍ଲେଖନୀୟ ଗୀତ ମଧ୍ୟରେ ଖାଲାସି, ରଙ୍ଗ ମୋର୍ଲା, ଆଇପିଏଲ୍ ଦଳ ଗୁଜୁରାଟ ଟାଇଟନ୍ସର ଆନ୍ଥେମ୍ ଆଭା ଦେ ଆଦି ଅନ୍ୟତମ । ପ୍ରାରମ୍ଭିକ ଜୀବନ ଗାଦଭି ୧୯୯୪ ମସିହାର ଅପ୍ରେଲ ୩ ତାରିଖରେ ଗୁଜରାଟର ଏକ ଗୁଜରାଟୀ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ଯୋଗେଶ ଗାଦଭି । ସେ ଗୁଜରାଟୀ, ହିନ୍ଦୀ ଓ ମରାଠୀ ଭାଷାରେ କଥାବାର୍ତ୍ତା କରନ୍ତି । ପେଷା କାମସୂତ୍ର ୩ଡିରେ ସେ ଦୁଇଟି ଗୀତ ଗାଇଥିଲେ । ୧୮ ବର୍ଷ ବୟସରେ ସେ ଇ-ଟିଭି ଗୁଜରାଟରେ ପ୍ରସାରିତ ସଙ୍ଗୀତ ରିଆଲିଟି ଶୋ 'ଲୋକ ଗାୟକ ଗୁଜରାଟ'ର ବିଜୟୀ ହୋଇଥିଲେ । ସେ ଏ.ଆର୍. ରେହମାନଙ୍କ ସହିତ ଦୁବାଇ, ବଡ଼ୋଦରା ଆଦି ଜାଗାରେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି । ସେ ରେହମାନଙ୍କ ସହିତ ହିନ୍ଦୀ କଥାଚିତ୍ର ଲେକର୍ ହମ୍ ଦିୱାନା ଦିଲ୍‌ରେ କାମ କରିଛନ୍ତି । ଆଇପିଏଲ୍ ୨୦୨୩ ସମୟରେ ସେ ନରେନ୍ଦ୍ର ମୋଦଇ ଷ୍ଟାଡିୟମରେ ଖେଳ ଆରମ୍ଭ ହେବା ପୂର୍ବରୁ ଗୁଜୁରାଟ ଟାଇଟନ୍ସର ଆନ୍ଥେମ୍ 'ଆଭା ଦେ ' ପରିବେଷଣ କରିଥିଲେ । ସେ ଆମେରିକା ଓ କାନାଡ଼ାରେ ମଞ୍ଚ ସଙ୍ଗୀତ ପରିବେଷଣ କରିଛନ୍ତି । ପୁରସ୍କାର ଓ ସମ୍ମାନ ଶ୍ରେଷ୍ଠ ପାରମ୍ପାରିକ ଲୋକଗୀତ ଆଲବମ୍ ପାଇଁ ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ପୁରସ୍କାର ୨୦୧୪ ମସିହାରେ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିବା କଥାଚିତ୍ର କାମସୂତ୍ର ୩ଡିରେ ସେ ଦୁଇଟି ଗୀତ ଗାଇଥିଲେ । ଆଧାର ବାହାର ଲିଙ୍କ୍ ଶ୍ରେଣୀ:୧୯୯୪ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ କଥାଚିତ୍ର କଣ୍ଠଶିଳ୍ପୀ ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା
Aditya Gadhvi
https://or.wikipedia.org/wiki/Aditya_Gadhvi
ଲେଉଟାଣି ଆଦିତ୍ୟ ଗାଦଭି
ସିଡୋଫୋଭିର
https://or.wikipedia.org/wiki/ସିଡୋଫୋଭିର
ସିଡୋଫୋଭିର, ଭିଷ୍ଟାଇଡ୍ ବେପାର ନାମ, ହେଉଛି ଏକ ଭୂତାଣୁ ବିରୋଧୀ ବା ଆଣ୍ଟିଭାଇରାଲ୍ ଯାହା ଏଚ୍.ଆଇ.ଭି. ସ‌ହିତ ସାଇଟୋମେଗାଲୋଭାଇରସ ରେଟିନାଇଟିସ ଥିଲେ ଚିକିତ୍ସା କରାଯାଏ । ଆସାଇକ୍ଲୋଭିର ଓ ମଙ୍କିପକ୍ସ ପ୍ରତିରୋଧକାରୀ ହର୍ପିସ ସିମ୍ପ୍ଲେକ୍ସ ହୂତାଣୁ ଏବଂ କେତେକ ବସନ୍ତ ରୋଗ ଟୀକାକରଣରେ କିଛି ଜଟିଳତା ଥିଲେ ଏହା ଦିଆଯାଏ । ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ଜନିତ ସମସ୍ୟା, ବାନ୍ତି, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ମୁଣ୍ଡବିନ୍ଧା, ରାସ, କେଶ ଝଡ଼ିବା, ତରଳ ଝାଡ଼ା ଏବଂ ବୁକୁଜ୍ୱାଳା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ପୁରୁଷ ବନ୍ଧ୍ୟାକରଣ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ । ବୃକ୍‌କ ଜନିତ ସମସ୍ୟା ହେବାର ଆଶଙ୍କା କମାଇବା ପାଇଁ ଶିରାଭ୍ୟନ୍ତର ତରଳ ପଦାର୍ଥ ସ‌ହିତ ପ୍ରୋବେନେସିଡ ଦିଆଯାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା ରହିଛି । ଏହା ଭୂତାଣୁର ଡିଏନଏ ପଲିମେରେଜ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୧୯୯୬ ମସିହାରେ ସିଡୋଫୋଭିର ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୩୭୫ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୧୫ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ସଲଫେସେଟାମାଇଡ
https://or.wikipedia.org/wiki/ସଲଫେସେଟାମାଇଡ
ଲେଉଟାଣି ସଲଫାସେଟାମାଇଡ
Cidofovir
https://or.wikipedia.org/wiki/Cidofovir
redirect ସିଡୋଫୋଭିର
Poland
https://or.wikipedia.org/wiki/Poland
ପୋଲାଣ୍ଡ, ମଧ୍ୟ ୟୁରୋପର ଏକ ଦେଶ | ଏହା ଉତ୍ତରରେ ବାଲଟିକ୍ ସାଗରରୁ ଦକ୍ଷିଣରେ ସୁଡେଟସ୍ ଏବଂ କାର୍ପାଥିଆନ୍ ପର୍ବତ ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଏହାର ଦୀର୍ଘତମ ନଦୀ ହେଉଛି ଭିଷ୍ଟୁଲା | ପୋଲାଣ୍ଡର ଏକ ସ୍ୱଭାବିକ ପରିବର୍ତ୍ତନଶୀଳ ଜଳବାୟୁ ଅଛି ଏବଂ ୟୁରୋପୀୟ ୟୁନିଅନର ପଞ୍ଚମ-ଜନବହୁଳ ସଦସ୍ୟ ରାଷ୍ଟ୍ର ଅଟେ, ଏହାର ଷୋହଳ ଭଏଭୋଡିଶିପ୍ ସହିତ ସମୁଦାୟ ଜନସଂଖ୍ୟା 38 ନିୟୁତରୁ ଅଧିକ ଏବଂ ମିଳିତ କ୍ଷେତ୍ର 312,696 କିଲୋମିଟର (120,733 ବର୍ଗ ମାଇଲ) ଅଟେ। [7] [ 8] ଏହା ଉତ୍ତର-ପୂର୍ବରେ ଲିଥୁଆ ଏବଂ Russia ଷ, ପୂର୍ବରେ ବେଲା Belarus ଷ ଏବଂ ୟୁକ୍ରେନ, ଦକ୍ଷିଣରେ ସ୍ଲୋଭାକିଆ ଏବଂ ଚେକ ଗଣରାଜ୍ୟ ଏବଂ ପଶ୍ଚିମରେ ଜର୍ମାନୀ ସୀମାବର୍ତ୍ତୀ | ଦେଶର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ୱାର୍ଭା | ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ କ୍ରାକୋ, ୱ୍ରୋକା, Łódź, ପୋଜନା and, ଏବଂ ଗଡାସ୍କ ଅନ୍ତର୍ଭୁକ୍ତ | ପୋଲାଣ୍ଡର ମାଟିରେ ପ୍ରାଚୀନ ମାନବ କାର୍ଯ୍ୟକଳାପ ଲୋୟର ପାଲୋଲିଥିକ୍ ଠାରୁ ଆରମ୍ଭ ହୋଇଥିଲା, ଶେଷ ଗ୍ଲାସିଅଲ୍ ଅବଧି ଶେଷ ହେବା ପରଠାରୁ ନିରନ୍ତର ସମାଧାନ ସହିତ | ପ୍ରାଚୀନ ପ୍ରାଚୀନ କାଳରେ ସାଂସ୍କୃତିକ ଭାବରେ ବିବିଧ, ମଧ୍ୟଯୁଗୀୟ ପ୍ରାରମ୍ଭରେ ଏହି ଅଞ୍ଚଳ ଆଦିବାସୀ ପୋଲାନ୍ସ ଦ୍ୱାରା ବାସ କରୁଥିଲା, ଯିଏ ପୋଲାଣ୍ଡକୁ ଏହାର ନାମ ଦେଇଥିଲା | 966 ମସିହାରେ ଆରମ୍ଭ ହୋଇଥିବା ଉପଯୁକ୍ତ ରାଜ୍ୟ ପ୍ରତିଷ୍ଠା ପ୍ରକ୍ରିୟା ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ ଅଧୀନରେ ପୋଲାନ୍ସର ଜଣେ ପାଗନ୍ ଶାସକ ଖ୍ରୀଷ୍ଟିଆନ ଧର୍ମରେ ପରିଣତ ହେବା ସହିତ ସମକକ୍ଷ ହୋଇଥିଲା। 1025 ମସିହାରେ ପୋଲାଣ୍ଡର ରାଜ୍ୟ ଉତ୍ପନ୍ନ ହେଲା ଏବଂ ୧ 6969 in ମସିହାରେ ଲିଥୁଆ ସହିତ ଏହାର ଦୀର୍ଘସ୍ଥାୟୀ ସଙ୍ଗଠନକୁ ଦୃ ଼ କରିଦେଲା, ଯାହାଫଳରେ ପୋଲାଣ୍ଡ - ଲିଥୁଆନିଆ କମନୱେଲଥ ଗଠନ ହେଲା | ସେହି ସମୟରେ, କମନୱେଲଥ ୟୁରୋପର ଏକ ମହାନ ଶକ୍ତି ଥିଲା, ଯେଉଁଥିରେ ଏକ ସ୍ lib ତନ୍ତ୍ର ଉଦାରବାଦୀ ରାଜନ political ତିକ ବ୍ୟବସ୍ଥା ରହିଥିଲା ​​ଯାହା 3 ମଇ 1791 ରେ ୟୁରୋପର ପ୍ରଥମ ଆଧୁନିକ ସମ୍ବିଧାନ ଗ୍ରହଣ କରିଥିଲା। ସମୃଦ୍ଧ ପୋଲାଣ୍ଡ ସୁବର୍ଣ୍ଣ ଯୁଗର ଅତିକ୍ରମ କରି ଦେଶ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ପଡୋଶୀ ରାଜ୍ୟ ଦ୍ୱାରା ବିଭାଜିତ ହୋଇଥିଲା। ଦ୍ୱିତୀୟ ପୋଲାଣ୍ଡ ଗଣତନ୍ତ୍ର ଭାବରେ ପୋଲାଣ୍ଡ 1918 ରେ ସ୍ ସ୍ୱାଧୀନତା ାଧୀନତା ଲାଭ କଲା ଏବଂ 1919 ରୁ 1921 ପର୍ଯ୍ୟନ୍ତ ପୋଲାଣ୍ଡ - ସୋଭିଏତ୍ ଯୁଦ୍ଧରେ ଏହାକୁ ସଫଳତାର ସହ ରକ୍ଷା କଲା। ହୋଲକୋଷ୍ଟରେ ଏବଂ ଲକ୍ଷ ଲକ୍ଷ ପୋଲାଣ୍ଡର ଆହତ | ବିଶ୍ୱ ଶୀତଳ ଯୁଦ୍ଧରେ ପୂର୍ବାଞ୍ଚଳ ବ୍ଲକର ସଦସ୍ୟ ଭାବରେ ପୋଲାଣ୍ଡ ପିପୁଲ୍ସ ରିପବ୍ଲିକ୍ ୱାର୍ସ ଚୁକ୍ତିନାମାର ପ୍ରତିଷ୍ଠାତା ଥିଲା। ସଲିଡାରିଟି ଆନ୍ଦୋଳନର ଉଦବୋଧନ ଏବଂ ଅବଦାନ ମାଧ୍ୟମରେ କମ୍ୟୁନିଷ୍ଟ ସରକାର ବିଚ୍ଛିନ୍ନ ହେଲା ଏବଂ ପୋଲାଣ୍ଡ 1989 ରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ନିଜକୁ ପ୍ରତିଷ୍ଠିତ କଲା |
ଡାଲବାଭାନସିନ
https://or.wikipedia.org/wiki/ଡାଲବାଭାନସିନ
ଡାଲବାଭାନସିନ, ଅନ୍ୟମାନଙ୍କ ମଧ୍ୟରେ ଡାଲଭାନ୍ସ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ କୃତ ଚର୍ମ ସଂକ୍ରମଣ ଓ ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ୍ ଆରିଅସ୍ (MRSA) ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ସପ୍ତାହରେ ଗୋଟିଏ ବା ଏକ ସପ୍ତାହ ବ୍ୟବଧାନରେ ଦୁଇଟି ମାତ୍ରା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଏବଂ ମୁଣ୍ଡବିନ୍ଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଣ୍ଟିବାୟୋଟିକ ସଂପୃକ୍ତ କୋଲାଇଟିସ୍, କୋଷ୍ଠକାଠିନ୍ୟ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ । ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ବ୍ୟବହାର ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। ଏହା ଭାନକୋମାଇସିନ ସହିତ ଲାଇପୋଗ୍ଲାଇକୋପେପ୍ଟାଇଡ ଶ୍ରେଣୀର ଔଷଧ ଅଟେ । ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାଲବାଭାନସିନ ଅନୁମୋଦିତ ହୋଇଥିଲେ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଔଷଧର ଏକ ଅନୁକ୍ରମର (କୋର୍ଷ) ମୂଲ୍ୟ ପ୍ରାୟ ୪୮୦୦ ଡଲାର ଅଟେ ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୭୦୦ ପାଉଣ୍ଡ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Dalbavancin
https://or.wikipedia.org/wiki/Dalbavancin
redirect ଡାଲବାଭାନସିନ
ପଲିଡୋକାନୋଲ
https://or.wikipedia.org/wiki/ପଲିଡୋକାନୋଲ
ପଲିଡୋକାନୋଲ, ଆସ୍କ୍ଲେରା ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ସ୍ପାଇଡର ଶିରା ଏବଂ ରେଟିକୁଲାର ଶିରା ଓ ଭେରିକଜ ଶିରା ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ହେମାଞ୍ଜିଓଓମା ଏବଂ ଭାସ୍କୁଲାର ବିକୃତି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ସ୍କ୍ଲେରୋଥେରାପିର ଏକ ଅଂଶ ଭାବରେ ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ସାମାନ୍ୟ ସ୍ଥାନୀୟ ପ୍ରତିକ୍ରିୟା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ରକ୍ତ ଜମାଟ ବାନ୍ଧିବା ଏବଂ ତନ୍ତୁ କ୍ଷୟ ହୋଇପାରେ | ଏହା ଏକ ନନ୍‌ଆୟୋନିକ୍ ଡିଟରଜେଣ୍ଟ । ୨୦୧୦ ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପଲିଡୋକାନୋଲକୁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ପଲିଡୋକାନୋଲର ୨ ମିଲି ଦ୍ରବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨ ଡଲାର ଥିଲା । ଏହା ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହୃତ ହୁଏ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Polidocanol
https://or.wikipedia.org/wiki/Polidocanol
redirect ପଲିଡୋକାନୋଲ
କ୍ରୋଟାମିଟନ
https://or.wikipedia.org/wiki/କ୍ରୋଟାମିଟନ
କ୍ରୋଟାମିଟନ, ୟୁରାକ୍ସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କାଛୁ, ଉକୁଣୀ ଏବଂ ଗଲୁର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପରମେଥ୍ରିନ୍ ତୁଳନାରେ କାଛୁ ରୋଗରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ । ଏହା ଚର୍ମରେ ପ୍ରୟୋଗ କରାଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଟେ । ଅନ୍ତତଃ ପକ୍ଷେ ୧୯୪୯ ପରଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରୋଟାମିଟନ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଛି । ଯୁକ୍ତରାଜ୍ୟରେ ୧୦୦ ଗ୍ରାମ କ୍ରିମର ମୂଲ୍ୟ ୪ ପାଉଣ୍ଡ । ଯୁକ୍ତରାଷ୍ଟ୍ରରେ ୬୦ ଗ୍ରାମ କ୍ରିମର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
କମଳାକାନ୍ତ କର
https://or.wikipedia.org/wiki/କମଳାକାନ୍ତ_କର
କମଳାକାନ୍ତ କର ଜଣେ ହୋମିଓପାଥି ଚିକିତ୍ସକ ଓ ସାହିତ୍ୟିକ ଥିଲେ । ସେ ଭୁବନେଶ୍ୱରସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କଲିଖିତ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ ହୋଇସାରିଛି । ଜୀବନୀ ସେ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ସୂର୍ଯ୍ୟମଣି କର । ୨୦୨୪ ମସିହା ଫେବୃଆରୀ ୧୫ ତାରିଖରେ ତାଙ୍କ ଭୁବନେଶ୍ୱରର ନୂଆପଲୀସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ସାହିତ୍ୟ କୃତି ବିବିଧ ପ୍ରସଙ୍ଗ ହୋମିଓପାଥି ବ୍ୟବସ୍ଥା ଓ ଅବ୍ୟବସ୍ଥା ସାଉଁଟାଫୁଲ ଓ ବିରିୟାନୀ ହୋମିଓପାଥି ଷ୍ଟେଟ୍ ଆଣ୍ଡ ଆର୍ଫାୟାସ ଆଧାର ଶ୍ରେଣୀ:୨୦୨୪ ମୃତ୍ୟୁ ଶ୍ରେଣୀ:କଟକ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ ଲେଖକ
Kamalakant Kar
https://or.wikipedia.org/wiki/Kamalakant_Kar
ଲେଉଟାଣି କମଳାକାନ୍ତ କର
Crotamiton
https://or.wikipedia.org/wiki/Crotamiton
redirect କ୍ରୋଟାମିଟନ
ସିତାଂଶୁ ଲେଙ୍କା
https://or.wikipedia.org/wiki/ସିତାଂଶୁ_ଲେଙ୍କା
ସିତାଂଶୁ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ । କବି କମଳାକାନ୍ତ: ମତ ଅଭିମତ ଭିନ୍ନମତ ତାଙ୍କ ରଚିତ ଓ ତାଙ୍କ ବାପା ତଥା କବି କମଳାକାନ୍ତ ଲେଙ୍କାଙ୍କ ଉପରେ ଏକ ଉଲ୍ଲେଖନୀୟ ଜୀବନୀ ପୁସ୍ତକ ।ସାହିତ୍ୟ ରଚନା ପାଇଁ ସେ ୨୦୧୦ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର ଲାଭକରିଥିଲେ । ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା ସିତାଂଶୁ ଲେଙ୍କା ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି କମଳାକାନ୍ତ ଲେଙ୍କା ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ ରାଜକନିକା ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ଛଅ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ । ସେ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ଓ ପରିବାର ସହ ବାଲେଶ୍ୱରରେ ବାସକରନ୍ତି । ଆଧାର ଶ୍ରେଣୀ:ଓଡ଼ିଆ କବି ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ
କବିତା ଚୌଧୁରୀ
https://or.wikipedia.org/wiki/କବିତା_ଚୌଧୁରୀ
କବିତା ଚୌଧୁରୀ (୧୯୫୬/୧୯୫୭ – ୧୫ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ, ନିର୍ଦ୍ଦେଶିକା, ନିର୍ମାତା ତଥା ଲେଖିକ ଥିଲେ । ସେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଉଡ଼ାନ୍‌ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକା ପାଇଁ ଜଣାଶୁଣା । ସେ ପୋଲିସ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସାନ ଭଉଣୀ ଥିଲେ । ସେ ୟୋର୍ ଅନର୍ ଏବଂ ଆଇପିଏସ୍ ଡାଏରୀ ଭଳି ଧାରାବାହିକରେ ମଧ୍ୟ କାମ କରିଥିଲେ । ସେ ୧୯୮୦ ଦଶକରେ ଭାରତରେ ହିନ୍ଦୁସ୍ଥାନ ଇଉନିଲିଭର୍ ଲିମିଟେଡ୍ କମ୍ପାନୀରର ଲୁଗା ସଫାକରା ସାବୁନ ଗୁଣ୍ଡ ସର୍ଫ ପାଇଁ ପ୍ରସାରିତ ବିଜ୍ଞାପନର ପ୍ରସିଦ୍ଧ ଚେହେରା ଥିଲେ, ଯେଉଁଥିରେ ସେ ଜଣେ ଗୃହିଣୀ ଲଳିତା ଜୀ ଭୂମିକାରେ ଅଭିନୟ କରୁଥିଲେ । ଜନ୍ମ କବିତା ୧୯୫୬/୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ଜୀବନ କବିତା ଜଣେ ମଡେଲ୍ ଭାବରେ ୧୯୮୦ ଦଶକରେ ସର୍ଫର ବିଜ୍ଞାପନରେ କାମ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ୧୯୮୧ ମସିହାରେ ସେ ଦୂରଦର୍ଶନ ଧାରାବାହିକ ଅପରାଧି କୌନ୍‌‌ରେ ଅଭିନୟ କରିଥିଲେ ଏବଂ ପରେ ୧୯୮୯ରୁ ୧୯୯୧ ମସିହା ଯାଏଁ ଉଡ଼ାନ୍ ଧାରାବାହିକରେ ଆଇପିଏସ୍ କଲ୍ୟାଣୀ ସିଂହ ଭୂମିକାରେ ଅଭିନୟ କରିଥିଲେ । ଅଭିନୀତ ଧାରାବାହିକ ବର୍ଷ ଧାରାବାହିକ ଭୂମିକା ଚେନାଲ୍ ମନ୍ତବ୍ୟ ୧୯୮୧–୧୯୮୨ ଅପରାଧି କୌନ୍! ୧୯୮୯-୧୯୯୧ ଉଡ଼ାନ୍ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂହ ଡିଡି ନ୍ୟାସ୍‌ନାଲ୍ ୨୦୦୦ ୟୋର୍ ଅନର୍ ୨୦୧୫ ଆଇପିଏସ୍ ଡାଏରୀ ଉପସ୍ଥାପିକା ମୃତ୍ୟ ହୃଦ୍‌ଘାତରେ ପୀଡ଼ିତ ହୋଇ ୨୦୨୪ ମସିହାର ଫେବୃଆରୀ ୧୫ ତାରିଖରେ କବିତା ଅମୃତସରର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।Udaan actor Kavita Chaudhary, India’s beloved ‘Lalitaji’, dies of heart attack ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଆଧାର ବାହାର ଲିଙ୍କ୍ ୟୁଟ୍ୟୁବରେ ସର୍ଫ ବିଜ୍ଞାପନରେ ଲଳିତା ଜୀ ଶ୍ରେଣୀ:୨୦୨୪ ମୃତ୍ୟୁ ଶ୍ରେଣୀ:ହିନ୍ଦୀ ଦୂରଦର୍ଶନ ଅଭିନେତ୍ରୀ ଶ୍ରେଣୀ:ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ
Kavita Chaudhary
https://or.wikipedia.org/wiki/Kavita_Chaudhary
ଲେଉଟାଣି କବିତା ଚୌଧୁରୀ
ଡ୍ୟୁଟେଟ୍ରାବେନାଜାଇନ୍
https://or.wikipedia.org/wiki/ଡ୍ୟୁଟେଟ୍ରାବେନାଜାଇନ୍
ଡ୍ୟୁଟେଟ୍ରାବେନାଜାଇନ୍ (ଇଂରାଜୀ ଭାଷାରେ Deutetrabenazine), ଏକ ବେପାର ନାମ ଆଷ୍ଟେଡୋ, ହେଉଛି ଏକ ଔଷଧ ଯାହା ହଣ୍ଟିଙ୍ଗଟନ୍ସ ରୋଗ ସହ ଜଡିତ କୋରିଆ, ଟାର୍ଡିଭ୍ ଡିସ୍କିନେସିଆ ଏବଂ ଟୁରେଟ୍ ସିଣ୍ଡ୍ରୋମର ଚିକିତ୍ସା ପାଇଁ ଦିଆଯାଏ । ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ତରଳ ଝାଡ଼ା, ଶୁଖିଲା ପାଟି ଏବଂ ଶୋଇବାରେ ଅସୁବିଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେଲଙ୍ଗକ୍ୟୁଟି ସିଣ୍ଡ୍ରୋମ ବା କ୍ୟୁଟି ବିସ୍ତାର, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ପାର୍କିନସୋନିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ । ଯକୃତ ସମସ୍ୟା ଥିବା କିମ୍ବା ଆତ୍ମହତ୍ୟା ପ୍ରବଣ ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଏକ ଭେସିକୁଲାର ମୋନୋଆମିନ ଟ୍ରାନ୍ସପୋର୍ଟର 2 (VMAT2) ପ୍ରତିରୋଧକ । ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ୟୁଟେଟ୍ରାବେନାଜାଇନ୍ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୧୨ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦୦ ଡଲାର୍ ଥିଲା । ଏହା ଟେଟ୍ରାବେନାଜାଇନ ସହିତ ସମତୁଲ, କେବଳ ଡ୍ୟୁଟେରିୟମ୍ ବ୍ୟତୀତ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Deutetrabenazine
https://or.wikipedia.org/wiki/Deutetrabenazine
redirect ଡ୍ୟୁଟେଟ୍ରାବେନାଜାଇନ୍
Sitanshu Lenka
https://or.wikipedia.org/wiki/Sitanshu_Lenka
ଲେଉଟାଣି ସିତାଂଶୁ ଲେଙ୍କା
ପ୍ରୀତି ପାଣିଗ୍ରାହୀ
https://or.wikipedia.org/wiki/ପ୍ରୀତି_ପାଣିଗ୍ରାହୀ
ପ୍ରୀତି ପାଣିଗ୍ରାହୀ ଜଣେ ଭାରତୀୟ ଅଭିନେତ୍ରୀ । ଚଳଚ୍ଚିତ୍ର ଗାର୍ଲସ ଉଇଲ ବି ଗାର୍ଲସ ପାଇଁ 'ସଣ୍ଡେନ୍ସ ଫିଲ୍ମ ଉତ୍ସବ ୨୦୨୪'ରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର ପାଇଥିଲେ । ଜୀବନୀ ପିଲାଦିନୁ ପ୍ରୀତି ଜଣେ ଭଲ ଛାତ୍ରୀ ଥିଲେ । ପାଠପଢ଼ା ସହିତ ଅଭିନୟ, ନୃତ୍ୟ, ଗୀତ, ଫଟୋଗ୍ରାଫି ଆଦି ବିଭାଗରେ ତାଙ୍କର ପିଲାଦିନୁ ରୁଚି ରହିଥିଲା । ୨୦୧୫ ମସିହାରେ ସେ ଜାତୀୟ ବାଳଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ଇବତିଦା ଓ ଅସ୍ମିତା ଆଦି ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହୋଇଥିଲେ । ୨୦୨୨ ମସିହାରେ ହିନ୍ଦୁ ମହାବିଦ୍ୟାଳୟରୁ ପାସ କରିବା ପରେ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅନୁଷ୍ଠାନରୁ ସିନେମା ଓ ଆନିମେସନ ବିଭାଗରେ ସ୍ନାତକତ୍ତୋର ଶିକ୍ଷା ଲାଭ କରିଥିଲେ । ଅଭିନୀତ ଚଳଚ୍ଚିତ୍ର ଗାର୍ଲସ ଉଇଲି ବି ଗାର୍ଲସ ଜଗ ପୂରଣ ନାଇଟ୍ କୁଇନ୍ ସମ୍ମାନ ଓ ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସ୍ପେସିଆଲ ଜୁରୀ ପୁରସ୍କାର - ୨୦୨୪(ସଣ୍ଡେନ୍ସ ଫିଲ୍ମ ଉତ୍ସବ, ଗାର୍ଲସ ଉଇଲ ବି ଗାର୍ଲସ ପାଇଁ ) ଜାତୀୟ ବାଳଶ୍ରୀ ପୁରସ୍କାର - ୨୦୧୫ ଆଧାର ଅଧିକ ତଥ୍ୟ ଶ୍ରେଣୀ:ଓଡ଼ିଆ ଅଭିନେତା ଶ୍ରେଣୀ:ଜୀବିତ ବ୍ୟକ୍ତି
Preeti Panigrahi
https://or.wikipedia.org/wiki/Preeti_Panigrahi
ଲେଉଟାଣି ପ୍ରୀତି ପାଣିଗ୍ରାହୀ
ଇଣ୍ଟରଫେରନ ଆଲଫା
https://or.wikipedia.org/wiki/ଇଣ୍ଟରଫେରନ_ଆଲଫା
ଇଣ୍ଟରଫେରନ ଆଲଫା ହେଉଛି ଅନେକ ଔଷଧର ଏକ ଗୋଷ୍ଠୀ ଯାହାକି ଅନେକ କର୍କଟ ଏବଂ ଭୁତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ବୃକ୍‌କ କର୍କଟ, ମେଲାନୋମା, ଏକାଧିକ ମାଇଲୋମା, ଲ୍ୟୁକେମିଆ, କାପୋସିର ସାର୍କୋମା ଏବଂ ଅଣ-ହଜକିନ୍ସ ଲିମ୍ଫୋମା ପାଇଁ ଏହା ବ୍ୟବହୃତ ହୁଏ । ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ସଂକ୍ରମଣରେ ମଧ୍ୟ ଏହା ବ୍ୟବ‌ହାର ହୋଇପାରେ । ଏହା ସାଧାରଣତଃ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକାପଣ, କେଶ ଝଡ଼ିବା, ଉଦାସୀନତା, ଅଣନିଶ୍ୱାସ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଅଗ୍ନାଶୟ ପ୍ରଦାହହୋଇପାରେ । ଏହା ସାଧାରଣତଃ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଉତ୍ପାଦିତ ଏକ ସାଇଟୋକାଇନ୍ । ଇଣ୍ଟରଫେରନ୍ ଆଲଫା-୨ଏ, ଇଣ୍ଟରଫେରନ୍ ଆଲଫା-୨ବି, ଏବଂ ଇଣ୍ଟରଫେରନ୍ ଆଲଫା-ଏନ୩ ଇତ୍ୟାଦି ଏହି ଗୋଷ୍ଟିରେ ଅନେକ ପ୍ରକାର ଔଷଧ ଅଛି । ପ୍ରଭାବର ଅବଧି ବଢ଼େଇବା ପାଇଁ ଏଗୁଡିକ ପେଜିଲେଟେଡ୍ ( ପେଜିଣ୍ଟରଫେରନ୍ ଆଲଫା-୨ ଏବଂ ଆଲଫା-୨ ବି) କରାଯାଇପାରେ । ୧୯୮୦ ଦଶକରେ କର୍କଟ ରୋଗ ପାଇଁ ଏବଂ ୧୯୯୦ ଦଶକରେ ହେପାଟାଇଟିସ୍ ବି ଏବଂ ସି ଇତ୍ୟାଦିର ଚିକିତ୍ସା ବ୍ୟବହାର ପାଇଁ ଇଣ୍ଟରଫେରନ୍ ଆଲଫା ଅନୁମୋଦିତ ହୋଇଥିଲା । ୨୦୦୦ରେ ପେଜିଲେଟେଡ୍ ସଂସ୍କରଣ ଉପଲବ୍ଧ ହେଲା । ଇଣ୍ଟରଫେରନ୍ ଆଲଫା-୨ ଆଉ ତିଆରି ହେଉନାହିଁ । ଯୁକ୍ତରାଜ୍ୟରେ ପେଜିନଣ୍ଟରଫେରନ୍ ଆଲଫା-୨ଏ ବ୍ୟବସାୟିକ ଭାବରେ ଉପଲବ୍ଧ | ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Interferon alfa
https://or.wikipedia.org/wiki/Interferon_alfa
redirect ଇଣ୍ଟରଫେରନ ଆଲଫା
ଇନ୍ଦ୍ରମଣି ବେହେରା
https://or.wikipedia.org/wiki/ଇନ୍ଦ୍ରମଣି_ବେହେରା
ଇନ୍ଦ୍ରମଣି ବେହେରା ଜଣେ ଓଡ଼ିଆ ହାସ୍ୟ ଅଭିନେତା ତଥା ରାଜନେତା ଥିଲେ । ସେ ଓଡ଼ିଆ କଥାଚିତ୍ର, ଧାରାବାହିକ, ମଞ୍ଚ ନାଟକ ଆଦିରେ କାମ କରିଥିଲେ । ସେ ଏଇ ଆଖି ଆମ ସାକ୍ଷୀ କଥାଚିତ୍ରରେ ଅଭିନୟ କରିଥିଲେ । ଅଭିନୟ ଜୀବନ ସେ ପିଲାଟିଦିନରୁ ଅଭିନୟ ପ୍ରତି ଆକର୍ଷିତ ଥିଲେ ଏବଂ ପ୍ରଥମ ମଞ୍ଚ ନାଟକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିଥିଲ । ଅଭିନୀତ କଥାଚିତ୍ର ଏଇ ଆଖି ଆମ ସାକ୍ଷୀ ରାଜନୀତି ଜୀବନ ସେ ରାଜନୀତିରେ ସକ୍ରିୟ ଥିବାବେଳେ ଢେଙ୍କାନାଳ ପୌରପାଳିକାର ୧୦ ନମ୍ବର ୱାର୍ଡ଼ର ସଭ୍ୟ ଭାବରେ ନିର୍ବାଚିତ ହେବା ସହିତ ନଗରପାଳ ଭାବରେ କାର୍ଯ୍ୟ କରିଥିଲେ । ମୃତ୍ୟୁ କର୍କଟ ରୋଗରେ ପୀଡ଼ିତ ହୋଇ ୨୦୨୪ ମସିହାର ଫେବୃଆରୀ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଆଧାର ଅଧିକ ତ‌ଥ୍ୟ ଶ୍ରେଣୀ:୨୦୨୪ ମୃତ୍ୟୁ ଶ୍ରେଣୀ:ଓଡ଼ିଆ ଲୋକ ଶ୍ରେଣୀ:ଢେଙ୍କାନାଳ ଜିଲ୍ଲାର ଲୋକ ଶ୍ରେଣୀ:ଓଡ଼ିଆ କଥାଚିତ୍ରରେ ପୁରୁଷ ଅଭିନେତା
Indramani Behera
https://or.wikipedia.org/wiki/Indramani_Behera
ଲେଉଟାଣି ଇନ୍ଦ୍ରମଣି ବେହେରା
ଇକ୍ସେକିଜୁମାବ
https://or.wikipedia.org/wiki/ଇକ୍ସେକିଜୁମାବ
ଇକ୍ସେକିଜୁମାବ, ଟାଲ୍ଟଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ଲେକ ସୋରିୟାସିସ୍, ସୋରିଆଟିକ ଆର୍ଥ୍ରାଇଟିସ୍ଏବଂ ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଇତ୍ୟାଦି ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ମଧ୍ୟମରୁ ଗମ୍ଭୀର ଧରଣର ପ୍ଲେକ ସୋରିୟାସିସ୍ ପାଇଁ ଏହା ବ୍ୟବହୃତ ହୁଏ । ଏହା ଚର୍ମ ତଳେ ଏକ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ ୧୭କ ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ ଏବଂ ପ୍ରଦାହକୁ ହ୍ରାସ କରେ । ୨୦୨୬ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇକ୍ସେକିଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୮୦ ମିଗ୍ରା ମାତ୍ରାର ମୂଲ୍ୟ ୧୧୩୦ ପାଉଣ୍ଡ ଅଟେ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୨୫୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Ixekizumab
https://or.wikipedia.org/wiki/Ixekizumab
redirect ଇକ୍ସେକିଜୁମାବ
ରାଣୀ ହଜାରିକା
https://or.wikipedia.org/wiki/ରାଣୀ_ହଜାରିକା
ରାଣୀ ହଜାରିକା (ଜନ୍ମ: ୭ ଅକ୍ଟୋବର ୧୯୮୭) ଜଣେ ଭାରତୀୟ ଅହମୀୟା ଲୋକଗୀତ ଗାୟିକ ତଥା ହିନ୍ଦୀ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟିକା । ସେ ମଞ୍ଚରେ ସଙ୍ଗୀତ ପରିବେଷଣ କରନ୍ତି । ଜୀବନୀ ଅଳ୍ପ ବୟସରୁ ସଙ୍ଗୀତ ଶିଳ୍ପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୩ ବର୍ଷ ବୟସରେ ସେ ପେଷାଗତ ଗାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିଥିଲେ । ଅନେକ ଆନ୍ତର୍ଜାତୀୟ ପୁରସ୍କାର ସହିତ ସେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ପୁରସ୍କାର ପାଇଥିଲେ । ସେ କଥାଚିତ୍ରରେ ଗୀତ ଗାଇବା ସହିତ ତାଙ୍କର କିଛି ଆଲବମ୍ ମୁକ୍ତିଲାଭ କରିଛି । ୨୦୧୫ ମସିହାରେ ଫୋବସ୍ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୧୦୦ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସେ ସ୍ଥାନିତ ହୋଇଥିଲେ । ମସ୍କୋରେ ସେ ଏକ ଐତିହାସିକ ଫୋରମ୍‌‌ରେ ସଙ୍ଗୀତ ପରିବେଷଣ କରିଥିଲେ । ପୁରସ୍କାର ବର୍ଷ ପୁରସ୍କାର ବର୍ଗ ଫଳାଫଳ ୨୦୨୨ କେ.ଏଲ୍ ସେହଗଲ୍ ଜାତୀୟ ପୁରସ୍କାରBollywood singers Jaan Nissar Lone and Rani Hazarika win the first KL Saigal Awardbusinessworld.in 17 June 2022 ବିଜୟୀ ଆଧାର ବାହାର ଲିନ୍ ଶ୍ରେଣୀ:୧୯୮୭ ଜନ୍ମ ଶ୍ରେଣୀ:ଜୀବିତ ବ୍ୟକ୍ତି ଶ୍ରେଣୀ:ହିନ୍ଦୀ କଥାଚିତ୍ର କଣ୍ଠଶିଳ୍ପୀ ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା
ସିଲଭର ଡାଇଆମ୍ମିନ ଫ୍ଲୋରାଇଡ
https://or.wikipedia.org/wiki/ସିଲଭର_ଡାଇଆମ୍ମିନ_ଫ୍ଲୋରାଇଡ
ସିଲଭର ଡାଇଆମ୍ମିନ ଫ୍ଲୋରାଇଡ ( SDF ), ଯାହାକୁ ରୁପା ଡାଇମାଇନ ଫ୍ଲୋରାଇଡ ମଧ୍ୟ ବନାନ କରାଯାଇଛି, ଏହା ଏକ ଔଷଧ ଯାହା ଦାନ୍ତ କ୍ଷୟକୁ ରୋକିବା ଏବଂ ସମ୍ବେଦନଶୀଳ ଦାନ୍ତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଦାନ୍ତ କ୍ଷୟ ଚିହ୍ନଟ କରିବାରେ ମଧ୍ୟ ଉପଯୋଗୀ ହୁଏ । ଏହା ଦାନ୍ତରେ ପ୍ରୟୋଗ କରାଯାଏ | ଫ୍ଲୋରାଇଡ ଭାର୍ନିଶ୍ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ହେଉଥିବା ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ଦାନ୍ତ ଖୋପରେ କଳା ସ୍ଥାୟୀ ଦାଗ ଏବଂ ଧାତବ ସ୍ୱାଦ ଅନୁଭବ ହୁଏ । ଚର୍ମରେ ଦାଗ ହୋଇପାରେ ମାତ୍ର ଏହା ଅସ୍ଥାୟୀ ହୁଏ । ପିଲାମାନଙ୍କରେ ବର୍ଷକୁ ଦୁଇଥର ବ୍ୟବହୃତ ହେଲେ ଦାନ୍ତ ଫ୍ଲୋରୋସିସ୍ ହେବାର ଆଶଙ୍କା କମ ଥାଏ । ଏଥିରେ ରୁପା, ଫ୍ଲୋରାଇଡ୍ ଏବଂ ଆମୋନିଆ ଆୟନ ଥାଏ । ଏହା ଡେଣ୍ଟିନ ଟ୍ୟୁବୁଲକୁ ଅବରୋଧ କରେ, ଜୀବାଣୁ ମାରିଦିଏ ଏବଂ ଦାନ୍ତର ରିମିନରାଲାଇଜେସନ ଉନ୍ନତ କରି କାର୍ଯ୍ୟକ୍ଷମ ହୁଏ । ୧୯୬୦ ଦଶକରେ ଜାପାନରେ ଏବଂ ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ସିଲଭର ଡାଇଆମିନ୍ ଫ୍ଲୋରାଇଡ ଅନୁମୋଦିତ ହୋଇଥିଲା । ଏହା ଅନ୍ୟ ଦେଶମାନଙ୍କ ସ‌ହିତ ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଉପଲବ୍ଧ ହୁଏ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୫ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Silver diammine fluoride
https://or.wikipedia.org/wiki/Silver_diammine_fluoride
redirect ସିଲଭର ଡାଇଆମ୍ମିନ ଫ୍ଲୋରାଇଡ
Rani Hazarika
https://or.wikipedia.org/wiki/Rani_Hazarika
ଲେଉଟାଣି ରାଣୀ ହଜାରିକା
ରାନି ହାଜାରିକା
https://or.wikipedia.org/wiki/ରାନି_ହାଜାରିକା
ଲେଉଟାଣି ରାଣୀ ହଜାରିକା
Gulzar
https://or.wikipedia.org/wiki/Gulzar
ଲେଉଟାଣି ଗୁଲଜାର
ରଞ୍ଜନା ଗୌହର
https://or.wikipedia.org/wiki/ରଞ୍ଜନା_ଗୌହର
ରଞ୍ଜନା ଗୌହର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ; ସେ ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାରରେ ସମ୍ମାନୀତ
Mukta Jhodia
https://or.wikipedia.org/wiki/Mukta_Jhodia
ଲେଉଟାଣି ମୁକ୍ତା ଝୋଡ଼ିଆ
ଆବ୍ରୋସିଟିନିବ
https://or.wikipedia.org/wiki/ଆବ୍ରୋସିଟିନିବ
ଆବ୍ରୋସିଟିନିବ, ସିବିନକୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଟୋପିକ ଡର୍ମାଟାଇଟିସ (ଏକଜିମା) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । Text was copied from this source which is copyright European Medicines Agency. Reproduction is authorized provided the source is acknowledged. ଅନ୍ୟାନ୍ୟ ଚିକିତ୍ସା କରିବା ସତ୍ତ୍ୱେ ଉନ୍ନତି ନ ହେଲେ ଏହା ବ୍ୟବ‌ହାର କରାଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ହର୍ପିସ୍ ସିମ୍ପ୍ଲେକ୍‌ସ୍, ମୂତ୍ରାଙ୍ଗ ସଂକ୍ରମଣ, ବ୍ରଣ, ଚର୍ମସ୍ଫୋଟ ଏବଂ କମ୍ ରକ୍ତ ପ୍ଲାଲେଟ୍ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆକସ୍ମିକ ହୃଦ୍‌‌ରୋଧ, ଫୁସଫୁସ ଏମ୍ବୋଲିଜ୍ମ ଏବଂ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ । ଏହା ଏକ ଜାନୁସ୍ କାଇନେଜ ଇନହିବିଟର । ୨୦୨୧ ମସିହାରେ ୟୁରୋପରେ ଏବଂ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆବ୍ରୋସିଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୯୦୦ ପାଉଣ୍ଡ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୪୬୦୦ ଡଲାର ଥିଲା । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Abrocitinib
https://or.wikipedia.org/wiki/Abrocitinib
redirect ଆବ୍ରୋସିଟିନିବ
ଏରିବୁଲିନ
https://or.wikipedia.org/wiki/ଏରିବୁଲିନ
ଏରିବୁଲିନ, ଏକ ବିକ୍ରୟ ନାମ ହାଲାଭେନ, ହେଉଛି ଏକ ଔଷଧ ଯାହା ସ୍ତନ କର୍କଟ ଏବଂ ଲାଇପୋସାର୍କୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଅନ୍ୟାନ୍ୟ ଚିକିତ୍ସା ସବୁ ବିଫଳ ହେଲେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, କେଶ ଝଡ଼ିବା, ପ୍ରାନ୍ତୀୟ ସ୍ନାୟୁ କ୍ଷତିଗ୍ରସ୍ତ, ପେଟ ଯନ୍ତ୍ରଣା, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ ସ୍ୱଳ୍ପ ଲାଲ ରକ୍ତ କଣିକା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋକାଲେମିଆ ବା କମ୍ ପୋଟାସିୟମ୍ ଓ ହାଇପୋକ୍ୟାଲସେମିଆ ବା କମ କ୍ୟାଲସିୟମ୍, ଏବଂ କ୍ୟୁଟି(QT) ବିସ୍ତାର ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ମାଇକ୍ରୋଟ୍ୟୁବୁଲ୍ ଇନହିବିଟର । ଆମେରିକାରେ ୨୦୨୦ ମସିହାରେ ଏବଂ ୨୦୧୧ ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏରିବୁଲିନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୦.୮୮ ମିଗ୍ରା ଏରିବୁଲିନର ମୂଲ୍ୟ ୩୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୮୦ ଡଲାର ଅଟେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ
Eribulin
https://or.wikipedia.org/wiki/Eribulin
redirect ଏରିବୁଲିନ
ଦାଦୁଦାନ ଗାଦଭି
https://or.wikipedia.org/wiki/ଦାଦୁଦାନ_ଗାଦଭି
ଦାଦୁଦାନ ପ୍ରତାପଦାନ ଗାଦଭି () (୧୧ ସେପ୍ଟେମ୍ବର ୧୯୪୦ - ୨୬ ଅପ୍ରେଲ ୨୦୨୧) ଜଣେ ଭାରତୀୟ ଗୁଜୁରାଟୀ-ଭାଷୀ କବି ଓ ଲୋକଗୀତ ଗାୟକ ଥିଲେ ଯିଏକି କବି ଦାଦ ଭାବରେ ଜଣାଶୁଣା । ୨୦୨୧ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଜୀବନୀ ଗାଦଭି ୧୯୪୦ ମସିହାରେ ଇଶ୍ୱରିଆ (ବର୍ତ୍ତମାନର ଗୁଜୁରାଟ ସ୍ଥିତ ବୀରବଲ ତାଲୁକାରେ ଅନ୍ତର୍ଭୁକ୍ତ) । ତାଙ୍କ ପିତାଙ୍କ ନାମ ପ୍ରତାପଦ ଗାଦଭି । ସେ ଜୁନାଗଡ଼ ନବାବଙ୍କ ରାଜକବି ତଥା ପରାମର୍ଶଦାତା ଥିଲେ । ତାଙ୍କୁ ଜୁନାଗଡ଼ର ନବାବ ଦ୍ୱାରା ଦୁଇଟି ତହସିଲ ସାପର ଓ ଇଶ୍ୱରିଆ ପ୍ରଦାନ କରାଯାଇଥିଲା । ତାଙ୍କ ମାଆଙ୍କ ନାମ କର୍ନିବା ଗାଦଭି । ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ସେ ଗିର୍ ନିକଟ ଇଶ୍ୱରିଆ ଗାଆଁର ମୂଳ ବାସିନ୍ଦା ଥିଲେ ଏବଂ ଜୁନାଗଡ଼ରେ ରହୁଥିଲେ । ସେ ୧୫ଟି ଗୁଜୁରାଟୀ କଥାଚିତ୍ର ପାଇଁ ଗୀତ ଲେଖିଥିଲେ ।"દાદુદાન પ્રતાપદાન ગઢવી કવિ દાદના ઉપનામથી જાણીતાઃ માત્ર ચાર ચોપડી ભણ્યાં હોવા છતાં ગુજરાતી સાહિત્ય ક્ષેત્રે કવિ દાદનું મોટું યોગદાન". Akila News (in Gujarati). 26 January 2021. Archived from the original on 3 February 2021. Retrieved 28 January 2021. Category:CS1 Gujarati-language sources (gu) ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଟେର୍ଭା (୨୦୧୫) ଏବଂ ଲାଖନାୟନ୍ (୨୦୧୫)ରେ ସଂଗୃହିତ ହୋଇଛି । ତାଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ହେଉଛି ଟେରଭା (ଚାରି ଖଣ୍ଡ), ଚିତ୍ରାହରାନୁ ଗୀତ, ଶ୍ରୀକୃଷ୍ଣ ଚାନ୍ଦବାଲି ଏବଂ ରାମନାମ୍ ବାରାକ୍ଷୀ । ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକରେ ଏକ ବିବାହ ଗୀତ କାଲାଜା କେରୋ କାଟକୋ ମାରୋ ଗାନ୍ଧୀ ଛତି ଗୟୋ, କୈଳାସ କେ ନିୱାସୀ, ଠାକୁରଜୀ ନାଥୀ ଥାଭୁ ଗଡ଼ଭାଇୟା ମେରେ ଏବଂ ହିରାନ ହାଲକାଲି ଅନ୍ତର୍ଭୁକ୍ତ । ସେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ପୁସ୍ତକ ବଙ୍ଗଳା ବାଭାନି ଲେଖିଥିଲେ ଏବଂ ପୁସ୍ତକରୁ ସମସ୍ତ ରୋଜଗାରକୁ ବାଂଲାଦେଶ ଶରଣାର୍ଥୀ ପାଣ୍ଠିକୁ ଦାନ କରିଥିଲେ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ତାଙ୍କ କବିତା କାଲଜା କେରୋ କାଟକୋ ଦ୍ୱାରା ଅନୁପ୍ରାଣିତ ଏକ ସରକାରୀ ଯୋଜନା କୁନୱରବାଇ ନୁ ମାମେରୁ (ବିବାହ ପାଇଁ ବରର ପିତାମାତାଙ୍କୁ ଆର୍ଥିକ ସହାୟତା କରୁଥିବା ଏକ ଯୋଜନା) ଆରମ୍ଭ କରିଥିଲେ । ତାଙ୍କ କବିତା ଜରୁରୀକାଳୀନ ପରିସ୍ଥିତି ସମୟରେ ଭାରତର ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିବାରୁ ଏହାର ପଠନ କିମ୍ବା ପ୍ରସାରଣ ଉପରେ ରୋକ ଲାଗିଥିଲା । ୨୦୨୧ ମସିହାର ଅପ୍ରଲ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭଳି ନେତାଗଣ ଶୋକ ସମ୍ବାଦ ଜଣାଇଥିଲେ । ପୁରସ୍କାର ଓ ସମ୍ମାନ ଗାଦଭି ଗୁଜରାଟ ଗୌରବ ପୁରସ୍କାର ପାଇବା ସହିତ ଜାଭର୍ଚାନ୍ଦ ମେଘନୀ ପୁରସ୍କାର ମଧ୍ୟ ପାଇଥିଲେ ।"દાદુદાન પ્રતાપદાન ગઢવી કવિ દાદના ઉપનામથી જાણીતાઃ માત્ર ચાર ચોપડી ભણ્યાં હોવા છતાં ગુજરાતી સાહિત્ય ક્ષેત્રે કવિ દાદનું મોટું યોગદાન". Akila News (in Gujarati). 26 January 2021. Archived from the original on 3 February 2021. Retrieved 28 January 2021. Category:CS1 Gujarati-language sources (gu) ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ୨୦୨୧ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।Shastri, Parth (25 January 2021). "Keshubhai Patel among five Padma awardees from Gujarat". The Times of India. Archived from the original on 25 January 2021. Retrieved 28 January 2021. ସେ ୨୦୦୪ ମସିହାରେ କବି କାଗ ପୁରସ୍କାର ପାଇଥିଲେ ।"પદ્મ શ્રી એવોર્ડથી સન્માનિત કવિ દાદ બાપુનું 82 વર્ષની ઉંમરે નિધન". Zee News Gujarati (in Gujarati). 26 April 2021. Retrieved 26 April 2021. Category:CS1 Gujarati-language sources (gu) ଗୁଜୁରାଟର ରାଜକୋଟ ଅନ୍ତର୍ଗତ ପାଦଧାରୀରେ ଥିବା ଏକ ସରକାରୀ ବାଣିଜ୍ୟ ଓ କଳା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି । ଥିବା ଗୁଜୁରାଟର ରାଜକୋଟ, ପାଦଧାରୀରେ ଥିବା ଏକ ସରକାରୀ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟକୁ ତାଙ୍କ ନାମ ଦିଆଯାଇଥିଲା। ଆଧାର ବାହାର ଲିଙ୍କ୍ Works by or about Kavi Daad at Internet Archive ଶ୍ରେଣୀ:ଭାରତୀୟ ଲୋକଗୀତ ଗାୟିକା ଶ୍ରେଣୀ:୨୦୨୧ ମୃତ୍ୟୁ ଶ୍ରେଣୀ:୧୯୪୧ ଜନ୍ମ
ଏଟିଡ୍ରୋନିକ ଏସିଡ
https://or.wikipedia.org/wiki/ଏଟିଡ୍ରୋନିକ_ଏସିଡ
ଏଟିଡ୍ରୋନିକ ଏସିଡ, ଯାହାକୁ ଏଟିଡ୍ରୋନେଟ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଷ୍ଟିରଏଡ ଯୋଗୁ ହେଉଥିବା ଓଷ୍ଟିଓପୋରୋସିସ, ହାଡ଼ର ପାଜେଟ ରୋଗ ଏବଂ ହେଟେରୋଟୋପିକ ଓସିଫିକେସନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ଔଷଧ ବ୍ୟବ‌ହାର ବନ୍ଦ ହେବା ପରେ ତାହାର ପ୍ରଭାବ ୯ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ପ୍ରଦାହ, ଗ୍ରାସନଳୀ ଛିଦ୍ର, ହନୁହାଡ଼ର କ୍ଷୟ, ଏବଂ ସମ୍ଭାବ୍ୟ ଗ୍ରାସନଳୀ କର୍କଟ ହୋଇପାରେ । ଏହା ଏକ ବାଇଫସ୍ଫୋନେଟ୍ । ଏହା ହାଡ଼ ସ‌ହିତ ଅନୁବନ୍ଧିତ ହୋଇ ତାହାର ବୃଦ୍ଧି ଏବଂ ଭାଙ୍ଗିବାକୁ ପ୍ରତିରୋଧ କରେ । ୧୯୬୬ ମସିହାରେ ଏଟିଡ୍ରୋନିକ ଏସିଡ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୭୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨୦୦ ମିଗ୍ରା ବିଶିଷ୍ଟ ବଟିକାର ମୂଲ୍ୟ ପ୍ରାୟ ୧.୭ ଡଲାର ଅଟେ । ଏହା ବ୍ୟତୀତ ଏହା ସଫା କରିବା, ଜଳ ଚିକିତ୍ସା ଏବଂ ପ୍ରସାଧନ ସାମଗ୍ରୀ ଭାବରେ ମଧ୍ୟ ବ୍ୟବ‌ହାର କାରାଯାଇପାରେ । ଆଧାର ଶ୍ରେଣୀ:ଚିକିତ୍ସା ବିଜ୍ଞାନ